ବାଣିଜ୍ୟ |

ଆର୍ସେଲର ମିତ୍ତଲ କବ୍ଜାକୁ ଆସିବ ଏସାର ଷ୍ଟିଲ

ଆର୍ସେଲର ମିତ୍ତଲ କବ୍ଜାକୁ ଆସିବ ଏସାର ଷ୍ଟିଲ

ନୂଆଦିଲ୍ଲୀ,୧୯-୩: ଦେବାଳିଆ ହୋଇସାରିଥିବା ଏସାର ଷ୍ଟିଲ୍‌ର ଅଧିଗ୍ରହଣ ପାଇଁ ଆର୍ସେଲର ମିତ୍ତଲ ଦ୍ୱାରା ଉପସ୍ଥାପିତ ୪୨ ହଜାର କୋଟି ଟଙ୍କାର ଋଣ ସମାଧାନ ଯୋଜନାକୁ ରାଷ୍ଟ୍ରୀୟ କମ୍ପାନୀ ଆଇନ ଅପିଲୀୟ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଏଟି) ସର୍ତ୍ତର ସହ ମଞ୍ଜୁରୀ ପ୍ରଦାନ କରିଛନ୍ତି। ତେବେ ଏହାର ଚୂଡ଼ାନ୍ତ ନିର୍ଦ୍ଦେଶ ଉପରେ ଏହା ନିର୍ଭର କରିବ ବୋଲି ନ୍ୟାୟାଧିକରଣ ସର୍ତ୍ତାରୋପ କରିଛନ୍ତି। ମିତ୍ତଲ ଗ୍ରୁପ୍‌ ଏହି ଅର୍ଥକୁ କମିଟି ଅଫ୍‌ କ୍ରେଡିଟର୍ସ(ସିଓସି)ଙ୍କ ନିକଟରେ ଜମା କରିବାକୁ କୁହାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୭ରେ ହେବ। ଜଷ୍ଟିସ ଏସ.ଜେ. ମୁଖୋପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇ ସଦସ୍ୟବିଶିଷ୍ଟ ଖଣ୍ଡପୀଠ କହିଛନ୍ତି ଯେ, ଫାଇନାନ୍ସିଆଲ ଓ ଅପରେଶନାଲ କ୍ରେଡିଟର୍ସଙ୍କ ମଧ୍ୟରେ ରାଶିର ବିତରଣକୁ ନେଇ ସମାଧାନ ପେସାଦାର ଢଙ୍ଗରେ କରାଯିବ। ଏହା ଉପରେ କୌଣସି କଟକଣା ଲାଗୁ କରାଯିବ ନାହିଁ। ପେସାଦାର ସମାଧାନକାରୀ ମନିଟରିଂ କମିଟିର ଅଧ୍ୟକ୍ଷ ରହିବେ ଏବଂ ଆଇନ ଅନୁଯାୟୀ ସେ କାର୍ଯ୍ୟ କରିବେ ବୋଲି ଟ୍ରିବ୍ୟୁନାଲ ସ୍ପଷ୍ଟ କରିଛନ୍ତି। ଟ୍ରିବ୍ୟୁନାଲ ଏହା ମଧ୍ୟ କହିଛନ୍ତି ଯେ, ଆର୍ଥିକ ଓ ପରିଚାଳନା ଋଣପ୍ରଦାନକାରୀଙ୍କ ମଧ୍ୟରେ ରାଶିର ଭେଦଭାବପୂର୍ଣ୍ଣ ବିତରଣ ପ୍ରସଙ୍ଗ ଉପରେ ବିଚାର କରାଯିବ। ଆଇବିସି ଅଧୀନରେ ରାଶି ବଣ୍ଟନ ଅନୁପାତ ଉପସ୍ଥାପନ କରିବାକୁ ଟ୍ରିବ୍ୟୁନାଲ ଋଣପ୍ରଦାନକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଥାଉ କି, ରାଷ୍ଟ୍ରୀୟ କମ୍ପାନୀ ଆଇନ ନ୍ୟାୟାଧିକରଣ(ଏନ୍‌ସିଏଲ୍‌ଟି), ଅହମ୍ମଦାବାଦ ଆର୍ସେଲର ମିତ୍ତଲଙ୍କ ଉକ୍ତ ଋଣ ସମାଧାନ ଯୋଜନାକୁ ମଞ୍ଜୁର କରିବା ପରେ ଏସାର ଷ୍ଟିଲ ବୋର୍ଡର କେତେକ ନିର୍ଦ୍ଦେଶକଙ୍କ ପକ୍ଷରୁ ଏହାକୁ ବିରୋଧ କରି ଏନ୍‌ସିଏଲ୍‌ଏଟିରେ ଅପିଲ କରାଯାଇଥିଲା। ଆବେଦନକାରୀମାନେ ନିଜ ଯୁକ୍ତିରେ କହିଛନ୍ତି ଯେ, କମ୍ପାନୀ ପ୍ରମୋଟରଙ୍କ ପକ୍ଷରୁ ଦିଆଯାଇଥିବା ୫୪,୩୮୯ କୋଟି ଟଙ୍କାର ସମାଧାନ ପ୍ରସ୍ତାବ ଅଧିକ ଯୁକ୍ତିସଙ୍ଗତ ଲାଗୁଛି, କାରଣ ଏହାଦ୍ୱାରା ଫାଇନାନ୍ସିଆଲ ଓ ଅପରେଶନାଲ ଋଣପ୍ରଦାନକାରୀଙ୍କ ସମସ୍ତ ବକେୟା ପରିଶୋଧ ହୋଇଯାଇଥାନ୍ତା। ଷ୍ଟାଣ୍ଡାର୍ଡ ଚାଟାର୍ଡ ମଧ୍ୟ ସମାଧାନ ଯୋଜନା ବିରୋଧରେ ଏନ୍‌ସିଏଲ୍‌ଏଟିରେ ମାମଲା ଦାଏର କରିଥିଲା। କାରଣ ଏହାକୁ ବକେୟାର ରାଶିର ମାତ୍ର ୧.୭% ମିଳିବାର ଥିଲା। ଅନ୍ୟପକ୍ଷରେ ସିଓସି ଅନ୍ୟ ଆର୍ଥିକ ଋଣପ୍ରଦାନକାରୀଙ୍କୁ ସେମାନଙ୍କ ବକେୟାର ୮୫% ରାଶି ବାଣ୍ଟିବାକୁ ରାଜି ହୋଇଥିଲେ।

All Right Reserved By

ବାଣିଜ୍ୟ |

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ମନିଶ ମାହେଶ୍ୱରୀ ହେଲେ ଟୁଇଟର ଇଣ୍ଡିଆ ଏମଡି

ନୂଆଦିଲ୍ଲୀ, ୨୨।୪: ମାଇକ୍ରୋ ବ୍ଲଗିଙ୍ଗ ସାଇଟ ଟୁଇଟର ଇଣ୍ଡିଆ ଅପରେସନ ଲାଗି ନୂଆ ଏମଡି ଭାବେ ମନିଶ ମାହେଶ୍ୱରୀଙ୍କୁ ନିଯୁକ୍ତ କରିଛି।

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

‘ଇଜ ଅଫ ଡୁଇଙ୍ଗ’ ବିଜନେସରେ ଭାରତ ଅଗ୍ରଣୀ ହେବ

ନୂଆଦିଲ୍ଲୀ, ୨୨।୪: ବିଶ୍ୱ ‘ଇଜ ଅଫ ଡୁଇଙ୍ଗ’ ବିଜନେସ ତାଲିକାରେ ଅଗ୍ରଣୀ ସ୍ଥାନରେ ରହିବା ଲାଗି ଭାରତ ବିଭିନ ପଦକ୍ଷେପ ଗ୍ରହଣ କରୁଛି। 

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ଜେଟ ବୋର୍ଡରୁ ଇସ୍ତଫା ଦେଲେ ନସିମ ଜୈଦି

ନୂଆଦିଲ୍ଲୀ, ୨୨।୪: ଆର୍ଥିକ ସଙ୍କଟରୁ ବିମାନ ସେବା ବନ୍ଦ କରିଥିବା ଜେଟ ଏୟାର କମ୍ପାନୀର ବୋର୍ଡରୁ ନସିମ ଜୈଦି ଇସ୍ତଫା ଦେଇଛନ୍ତି।

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟି ଟଙ୍କାର ଘୋଟାଲା ସନ୍ଦେହ

ନୂଆଦିଲ୍ଲୀ,୨୨।୪: ଦେଶର ୨୦୦ରୁ ଅଧିକ କମ୍ପାନୀରେ ୧ ଲକ୍ଷ କୋଟିର ଘୋଟାଲା ହୋଇଥିବା ସନ୍ଦେହ କରାଯାଉଛି। 

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ୟୁଟ୍ୟୁବ୍‌ରୁ କରେନ୍ସି ଟ୍ରେଡିଂ ଶିଖି ୧୬ବର୍ଷର ବାଳକ କମାଇଲେ ଲକ୍ଷାଧିକ ଟଙ୍କା

ବ୍ରିଟେନ,୨୨।୪: ଅଳ୍ପ ବୟସର ଏମିତି କେତେ ପିଲା ଅଛନ୍ତି, ଯେଉଁମାନେ ବୟସ୍କଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି। ସମୟ ପୂର୍ବରୁ ଏମାନେ ପାଇଛନ୍ତି ସଫଳତା। କିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି ବ୍ରିଟେନରେ। 

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ସମସ୍ୟା ଉପରେ ଧ୍ୟାନ ଦେବାକୁ ଅର୍ଥ ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ଜେଟ୍‌ ସିଇଓ

ଜେଟ୍‌ ଏୟାରଓ୍ବେଜ ସାମ୍ନା କରୁଥିବା ସମସ୍ୟା ଉପରେ ଧ୍ୟାନ ରଖାଯିବ ବୋଲି ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ପ୍ରତିଶ୍ରୁତି ଦେଇଥିବା କମ୍ପାନୀର ସିଇଓ ବିନୟ ଦୁବେ ଶନିବାର କହିଛନ୍ତି। 

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା

ନୂଆଦିଲ୍ଲୀ,୨୨-୪: ଭାରତୀୟ ପୁଞ୍ଜି ବଜାର ଉପରେ ବିଦେଶୀ ନିବେଶକଙ୍କ ଭରସା ବଢୁଛି। ପ୍ରଭାବିତ ବିଶ୍ୱ ବଜାର ସ୍ଥିତିରେ ବିଦେଶୀ ନିବେଶକମାନେ ଭାରତୀୟ ପୁଞ୍ଜି ବଜାରରେ ଏପ୍ରିଲ ମାସର ବର୍ତ୍ତମାନ ସମୟ ସୁଦ୍ଧା ୧୧,୦୧୨ କୋଟି ଟଙ୍କା ନିବେଶ କରିଥିବା ବଜାର ସୂତ୍ରରୁ ଜଣା ପଡିଛି। 

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ବିମାନ କମ୍ପାନୀକୁ ଡୁବିବାକୁ ଦେବୁନି: ଜେଟ୍‌ କର୍ମଚାରୀ ସଂଘ

ଜେଟ୍‌ ବିମାନ କମ୍ପାନୀକୁ ଡୁବିବାକୁ ଦେବୁ ନାହିଁ ବୋଲି ଜେଟ୍‌ କର୍ମଚାରୀ ସଂଘ ରବିବାର କହିଛି। ସେହିଭଳି ବିମାନ କମ୍ପାନୀକୁ ବୁଡିବା ଭଳି କୌଣସି ସ୍ଥିିତି କିମ୍ବା କଥାବାର୍ତ୍ତାକୁ ମଧ୍ୟ ବରଦାସ୍ତ କରାଯିବ ନାହିଁ ବୋଲି ସଂଘ ଚେତାଇ ଦେଇଛି। 

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ ପଞ୍ଚମାଂଶ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଖର୍ଚ୍ଚ ବଢୁଥିବା ଜଣା ପଡିଛି। 

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ଋଣପ୍ରଦାନକାରୀଙ୍କ ‘ପ୍ଲାନ-ବି’ପ୍ରସ୍ତୁତ; ଆଇବିସି ବଦଳରେ ଡିଆର୍‌ଟି ଆପଣାଯିବ

ନୂଆଦିଲ୍ଲୀ,୨୨-୪: ବନ୍ଦ ହୋଇଯାଇଥିବା ଜେଟ୍‌ ଏୟାରଓ୍ବେଜର ଅଂଶଧନ ବିକ୍ରି କରି ବକେୟା ଋଣ ଆଦାୟ ଲାଗି ଉଦ୍ୟମ କରୁଥିବା ଏସ୍‌ବିଆଇ ନେତୃତ୍ୱାଧୀନ ଋଣପ୍ରଦାନକାରୀ ବିଡ୍‌ ପ୍ରକ୍ରିୟା ଆହ୍ବାନ କରିଛନ୍ତି। 

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ସଂଶୋଧିତ ହେବ ଆଇବିସି ନିୟମ; ଆସନ୍ତା ବର୍ଷ ଲାଗୁ କରାଯିବାକୁ ପ୍ରସ୍ତାବ

ନୂଆଦିଲ୍ଲୀ,୨୨-୪: ଋଣପ୍ରଦାନକାରୀ ଏବଂ ଗ୍ରହିତାଙ୍କ ମଧ୍ୟରେ ବର୍ତ୍ତମାନ ପରିଦୃଶ୍ୟରେ ମତପାର୍ଥକ୍ୟ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଇନ୍‌ସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି)ରେ ସଂଶୋଧନ ପ୍ରକ୍ରିୟା ଆରମ୍ଭ କରାଯାଇଛି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ;ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିର ତାଲିକା ପ୍ରସ୍ତୁତ କର

ନୂଆଦିଲ୍ଲୀ,୨୨-୪: କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରୁ ପୁଞ୍ଜି ପ୍ରତ୍ୟାହାର କରାଯିବ। ଏହି ଉଦ୍ୟୋଗଗୁଡ଼ିକ ସେମାନଙ୍କ ଅଣଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତିକୁ ଚିହ୍ନଟ କରି ଏକ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri