ଫୁରସତ |

ମୀନା କୁମାରୀଙ୍କ ଜୀବନରେ ବିପର୍ଯ୍ୟୟ ଆଣିଥିଲା ତିନି ତଲାକ୍‌

ମୀନା କୁମାରୀଙ୍କ ଜୀବନରେ ବିପର୍ଯ୍ୟୟ ଆଣିଥିଲା ତିନି ତଲାକ୍‌

ବମ୍ବେ,୨୨।୮-ଘୃଣ୍ୟ ସାମାଜିକ ପ୍ରଥା କିପରି ପ୍ରତିବର୍ଗରେ ନାକାରାତ୍ମକ ପ୍ରଭାବ ସୃଷ୍ଟି କରିଥାଏ ତାହା ପ୍ରଖ୍ୟାତ ହିନ୍ଦୀ ଚଳଚ୍ଚିତ୍ର ଅଭିନେତ୍ରୀ ମୀନା କୁମାରୀଙ୍କ ଜୀବନରୁ ଜଣାଯାଏ। ତିନି ତଲାକ୍‌ ପ୍ରଥା ତାଙ୍କ ଜୀବନରେ ବିପର୍ଯ୍ୟୟ ଆଣିଥିଲା। ତାଙ୍କ ସ୍ବାମୀ କମାଲ ଅମରୋହୀ ରାଗରେ ତିନି ଥର ତଲାକ୍‌ କହିଥିଲେ। ମୀନା କୁମାରୀଙ୍କ ପାଖରେ ସେତେବେଳେ ଅନ୍ୟ କୌଣସି ବାଟ ନ ଥିଲା। ସେ ସ୍ବାମୀଙ୍କ ଘର ଛାଡିଥିଲେ। ପରେ କମାଲ ଆମରୋହୀ ନିଜ ଭୁଲ ବୁଝିପାରି ମୀନାଙ୍କୁ ଫେରାଇ ଆଣିବାକୁ ଚାହିଁଥିଲେ। କିନ୍ତୁ ଇସଲାମ ସରିୟତ୍‌ ଆଇନ୍‌ ଅନୁସାରେ ମୀନାଙ୍କୁ ହଲାଲା କରିବାକୁ ପଡିଥାନ୍ତା। ପରେ ସେ କମାଲ ଆମରୋହୀଙ୍କୁ ବିବାହ କରିଥାନ୍ତେ। ହଲାଲା ନିୟମ ଅନୁସାରେ ମୀନା ଅନ୍ୟ ଜଣେ ପୁରୁଷଙ୍କୁ ବିବାହ କରିବା ପରେ ତାଙ୍କଠାରୁ ତଲାକ୍‌ ନେଇ କମାଲଙ୍କୁ ପୁଣି ବିବାହ କରିପାରିବେ ବୋଲି ଧର୍ମଗୁରୁ ପରାମର୍ଶ ଦେଇଥିଲେ। ମୀନା କମାଲଙ୍କ ଘନିଷ୍ଠ ବନ୍ଧୁ ଉମାନ ଉଲା ଖାନ୍‌ଙ୍କୁ ବିବାହ କରିଥିଲେ। ଉମାନଙ୍କଠାରୁ ତଲାକ୍‌ ପରେ ମୀନା କମାଲଙ୍କୁ ପୁଣି ବିବାହ କରିଥିଲେ। ସେତେବେଳେ ମୀନା କହିଥିଲେ ନିଜ ସ୍ବାମୀଙ୍କ ପାଖକୁ ଫେରିବାକୁ ମତେ ପରପୁରୁଷଙ୍କୁ ଶରୀର ଦାନ ଦେବାକୁ ପଡିଛି। ଏଭଳି ଧର୍ମୀୟ ବ୍ୟବସ୍ଥାକୁ ନେଇ ଦୁଃଖ ଓ ମାନସିକ ଚାପରେ ମୀନା କୁମାରୀ ମଦ୍ୟପାନ ଆରମ୍ଭ କରିଥିଲେ। ଶେଷରେ ରୋଗାକ୍ରାନ୍ତ ହୋଇ ୩୯ ବର୍ଷରେ ଦେହତ୍ୟାଗ କରିଥିଲେ।

All Right Reserved By

ଫୁରସତ |

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଗତ ଜୁଲାଇ ୬ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ‘ମିସ୍‌ ଟିନ୍‌ ଇଣ୍ଟରନ୍ୟାଶନାଲ-୨୦୧୮’ରେ ଦୁଇ ଦୁଇଟି ଟାଇଟଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ ଭୁବନେଶ୍ୱରର ମୈତ୍ରୀ ମୋନାଲି ପ୍ରଧାନ। କେବଳ ଏତିକି ନୁହେଁ, ପୂର୍ବରୁ ୨୦୧୬ରେ କିଟ୍‌ ‘ନହ୍ନିପରୀ- ଲିଟିଲ୍‌ ମିସ୍‌ ଇଣ୍ଡିଆ’ ଟାଇଟଲ ଜିତି ସେ ଜାତୀୟସ୍ତରରେ ନିଜ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଖାଇଥିଲେ।

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ଅଭିନେତ୍ରୀ ଲିପ୍‌ସା ମିଶ୍ର, ନିଜ ନାମରେ ସେ ଯେତିକି ପରିଚିତ ନୁହନ୍ତି ତା’ ଠାରୁ ଅଧିକ ପରିଚିତ ‘ତୁଳସୀ’ ନାମରେ। ଘରୋଇ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ତୋ ଅଗଣାର ତୁଳସୀ ମୁଁ’ ର ମୁଖ୍ୟ ଚରିତ୍ରରେ ଅଭିନୟ କରି ଅଗଣିତ ଦର୍ଶକଙ୍କ ପାଇଁ ସେ ପାଲଟିଛନ୍ତି ଜଣେ ଶାନ୍ତ, ସରଳ ଏବଂ ଆଦର୍ଶ ବୋହୂ, ଯିଏକି ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ।

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ। ଏସ୍‌ସିବି ମେଡିକାଲର ଏହି ଡାକ୍ତରଙ୍କ ନାମ ରାଜ୍ୟରେ ବେଶ୍‌ ପରିଚିତ। ଆର୍ଥାଇଟିସ୍‌ ରୋଗୀମାନଙ୍କୁ ସଫଳ ଚିକିତ୍ସା ଦେବାରେ ଡାକ୍ତର ଦାଶ ବେଶ୍‌ ଲୋକପ୍ରିୟ ମଧ୍ୟ।

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ଓ୍ବାଶିଂଟନ୍‌: ସୌରମଣ୍ଡଳର ସର୍ବବୃହତ୍‌ ଗ୍ରହ ବୃହସ୍ପତି କକ୍ଷରେ ଠାବ ହେଲା ଆଉ ୧୨ଟି ଚନ୍ଦ୍ର। ୧୨ଟି ଯାକ ନୂଆ ଚନ୍ଦ୍ର ବୃହସ୍ପତି କକ୍ଷପଥରେ ଘୂରି ବୁଲୁଛନ୍ତି। ଏହାସହ ‘କିଙ୍ଗ୍‌ ଅଫ୍‌ ପ୍ଲାନେଟ୍‌’ର ମୋଟ ଚନ୍ଦ୍ର ସଂଖ୍ୟା ୭୯ରେ ପହଞ୍ଚିଛି। କେବଳ ସେତିକି ନୁହେଁ, ବୃହସ୍ପତି ନିକଟରେ ୧୧ଟି ଆଉଟର୍‌ ମୁନ୍‌ ଏବଂ ଏକ ଖଗୋଳୀୟ ପିଣ୍ଡ ଠାବ କରାଯାଇଛି।

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ମହାନ୍‌ ବର୍ଣ୍ଣବିଦ୍ୱେଷ ନିରୋଧୀ ନେତା ନେଲ୍‌ସନ ମଣ୍ଡେଲାଙ୍କ ୧୦୦ତମ ଜୟନ୍ତୀ ବୁଧବାର ପାଳିତ ହୋଇଛି। ଦକ୍ଷିଣ ଆଫ୍ରିକାର ଗାନ୍ଧୀଙ୍କୁ ଏହି ଅବସରରେ ମନେପକାଇଛି ସମଗ୍ର ବିଶ୍ୱ। ସମଗ୍ର ବିଶ୍ୱରେ ଜୁଲାଇ ୧୮କୁ ‘ମଣ୍ଡେଲା ଦିବସ’ ଭାବେ ପାଳନ କରାଯାଉଛି।

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ସାଧାରଣତଃ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ସେଥିଲାଗି ଏହି ଦିନ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। କିନ୍ତୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସୀମାରେ ଥିବା ଲଳିତପୁରରେ ଅକ୍ଷୟ ତୃତୀୟାକୁ ଅଶୁଭ ବୋଲି କୁହାଯାଇଥାଏ। ଏହି ଗାଁରେ ୧୬୮ବର୍ଷ ତଳେ ଘଟିଥିଲା ଏକ ଦୁଃଖଦ ଘଟଣା।

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଓ୍ବାଶିଂଟନ: ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବ। ଏହାଦ୍ୱାରା ବିଶ୍ୱ ସ୍ତରୀୟ ଇଣ୍ଟରନେଟ୍‌ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବୈଜ୍ଞାନିକମାନେ ସତର୍କବାଣୀ ଶୁଣାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ହଜାର ହଜାର ମାଇଲ୍‌ ଦୀର୍ଘ ଫାଇବର ଅପ୍‌ଟିକ୍‌ କେବୁଲ ଉପକୂଳ ଅଞ୍ଚଳରେ ପୋତିହୋଇ ରହିଛି। ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବା ଫଳରେ ଏହି ଅଞ୍ଚଳ ବନ୍ୟାପ୍ଳାବିତ ହୋଇପାରେ।

ମନୋଭାବ ପ୍ରକାଶ କରିପାରିବ ରୋବୋ

ମନୋଭାବ ପ୍ରକାଶ କରିପାରିବ ରୋବୋ

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ଏକ ରୋବୋ ବିକଶିତ କରିଛନ୍ତି। ଏହାର ଶରୀରକୁ ଛୁଇଁଲେ କି ଆଘାତ କଲେ ଏହା ପ୍ରତିକ୍ରିୟା ସ୍ବରୂପ ନିଜର ମନୋଭାବ ପ୍ରକାଶ କରିପାରିବ। ରୋବୋ ଶରୀରର ବାହ୍ୟ ଆବରଣ ଏକ ପ୍ରକାର ଟିସୁରେ ତିଆରି ହୋଇଛି। ଏହାକୁ ଛୁଇଁବା ମାତ୍ରେ ରୋବୋ ଭାବନାତ୍ମକ ଯନ୍ତ୍ରାଂଶରେ ଉଦ୍ଦୀପନା ସୃଷ୍ଟିହେବ। ଫଳରେ ଏହା ପ୍ରତିକ୍ରିୟା ସୃଷ୍ଟି କରିବ।

ସୁଖ, ଶାନ୍ତି, ସମୃଦ୍ଧି ପାଇଁ ସକାଳେ କରନ୍ତୁ ଏହି ଉପାୟ

ସୁଖ, ଶାନ୍ତି, ସମୃଦ୍ଧି ପାଇଁ ସକାଳେ କରନ୍ତୁ ଏହି ଉପାୟ

ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ନୀତି ନିୟମ ସମ୍ପର୍କରେ ଉଲ୍ଲେଖ ଅଛି। ପ୍ରତିଦିନ ଅଭ୍ୟାସ କରି ଏହାର ପାଳନ କଲେ ଜୀବନ ସୁଖ ଓ ଶାନ୍ତିରେ ଭରିଯାଏ ବୋଲି ବିଶ୍ୱାସ ରହିଛି ।

ଆତ୍ମହତ୍ୟା ପ୍ରବୃତ୍ତି  କମାଇବାରେ ସହାୟକ ହୁଏ ଆନାଥେସିଆ

ଆତ୍ମହତ୍ୟା ପ୍ରବୃତ୍ତି କମାଇବାରେ ସହାୟକ ହୁଏ ଆନାଥେସିଆ

ମାନସିକ ଚାପଗ୍ରସ୍ତ ହେଲେ କେତେକ ଲୋକଙ୍କଠାରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଯାଇଥାଏ। ତେବେ ଆନାଥେସିଆ ବା ଚେତାଶୂନ୍ୟ କରାଇବା ଲାଗି ବ୍ୟବହୃତ ଔଷଧ ଏଭଳି ବ୍ୟକ୍ତିଙ୍କ ପ୍ରବୃତ୍ତି କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ସାଧାରଣ ସମାଜରେ ୬ରୁ ୭ବର୍ଷରୁ ପିଲାମାନେ ଖେଳନା ଧରି ଖେଳନ୍ତି, ଅବା ନିଜ ଜୀବନରେ ଆଗକୁ ବଢିବା ଓ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବିଦ୍ୟାଳୟକୁ ଯିବା ଲାଗି ପ୍ରସ୍ତୁତି ଚଳାଇଥାନ୍ତି। ମାତ୍ର ଏଭଳି ଏକ ସମାଜ ରହିଛି, ଯେଉଁଠାରେ ଏହି ବୟସରେ ପିଲାମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ଦିଆଯାଇଥାଏ ଜୀବନ ଧାରଣର ଶିକ୍ଷା।

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ବିବାହ ସମୟରେ ଭାରତରେ ଅନେକ ପରମ୍ପରା ପାଳିତ ହୋଇଥାଏ। ବିବାହରେ ଝିଅ ବିଦା ସମୟରେ ଚାଉଳରେ ହଳଦି ମିଶାଇ ଫୋପାଡ଼ିବା ପରମ୍ପରା ସମ୍ପନ୍ନ ହୋଇଥାଏ। ଏହା ଦ୍ୱାରା ନବଦମ୍ପତିଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏପରି କଲେ ନବଦମ୍ପତିଙ୍କର ସନ୍ତାନ ପ୍ରାପ୍ତି ହେବା ସହ ସୌଭାଗ୍ୟ ମିଳିଥାଏ।

Model This Week

ରୂପେଶ