ରାଜ୍ୟ |

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ: ହଟୁନି ବେଆଇନ ଅଟୋ ପାର୍କିଂ

ନିୟନ୍ତ୍ରଣ ବାହାରେ ରସୁଲଗଡ଼- କଳ୍ପନା ଟ୍ରାଫିକ ସମସ୍ୟା  ଦୁର୍ଦ୍ଦଶା ବଢ଼ାଉଛି ବମିଖାଲ ଓଭରବ୍ରିଜ:   ହଟୁନି ବେଆଇନ ଅଟୋ ପାର୍କିଂ

ଭୁବନେଶ୍ୱର,୧୮ା୩ (ବ୍ୟୁରୋ)- ରାଜଧାନୀରେ ବଢୁଥିବା ଜନସଂଖ୍ୟାକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ କରାଯାଉଥିବା ବେଳେ ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯାଉଛି। ରସୁଲଗଡ଼-କଳ୍ପନା ଛକ କଟକ ରୋଡରେ ଗହଳିକୁ ନିୟନ୍ତ୍ରଣ କରିବା ପାଇଁ ଓଭରବ୍ରିଜ ନିର୍ମାଣ ହୋଇଛି। ମାତ୍ର ଏହାର ନିର୍ମାଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଠିକାଦାରଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀଙ୍କ ଅବହେଳା ଦେଖିବାକୁ ମିଳୁଥିବା ବେଳେ ଏବେ ଟ୍ରାଫିକ ପୋଲିସର ଅବହେଳା ଚିନ୍ତା ବଢାଇ ଦେଇଛି। ପ୍ରତିଦିନ ଏହି ରାସ୍ତାରେ ଘଣ୍ଟାଘଣ୍ଟା ଧରି ଟ୍ରାଫିକ ଜାମ ହେଉଛି। ଏହାଛଡ଼ା ପଥଚାରୀମାନେ ଦୁର୍ଘଟଣାର ଶିକାର ହେଉଛନ୍ତି। ରବିବାର ରାତିରେ ଏକ ସ୍କୁଟି ରସୁଲଗଡ ଛକରୁ ବମିଖାଲ ଓଭର ବ୍ରିଜ ଉପରକୁ ନିୟମ ଭାଙ୍ଗି ବିପରୀତ ଦିଗରେ ଯାଉଥିବା ବେଳେ ଏକ କାର ସହ ଧକ୍କା ହୋଇଥିଲା। ସ୍କୁଟିରେ ଥିବା ଦୁଇଜଣ ଆହତ ହୋଇଥିବା ବେଳେ କାର୍‌ଟି ଅଚଳ ହୋଇପଡିବାରୁ ପୋଲିସ କ୍ରେନ ସାହାଯ୍ୟରେ ରାସ୍ତାରୁ ଟେକି ନେଇଥିଲା।  ଅପରପକ୍ଷରେ ରସୁଲଗଡ ଛକରୁ ବମିଖାଲ ଓଭର ବ୍ରିଜ ଏବଂ ଏସ୍‌ପ୍ଲାନେଡକୁ ଯିବା ନେଇ କେତେଜଣ ନିୟମ ଉଲ୍ଲଂଘନକାରୀ ଟ୍ରାଫିକ ନିୟମକୁ ଫୁ କରି ସାଧାରଣ ଲୋକଙ୍କୁ ସମସ୍ୟାରେ ପକାଉଛନ୍ତି। ଏସ୍‌ପ୍ଲାନେଡ  କଡରେ ବେଆଇନ ଅଟୋ ପାର୍କିଂ ସମସ୍ୟାକୁ ଦ୍ୱିଗୁଣିତ କରୁଛି। ମାତ୍ର ଟ୍ରାଫିକ ପୋଲିସ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେତେ ତତ୍ପର ଥିବା ଭଳି ଜଣାପଡ଼ୁନାହିଁ। ଟ୍ରାଫିକ ପୋଲିସର ଏପରି ଅବହେଳାକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। 

ଏ ନେଇ ସ୍ଥାନୀୟ ବାସିନ୍ଦା ଟୁଲିଆ ସାମନ୍ତରାୟ କୁହନ୍ତି, ପ୍ରତିଦିନ ସନ୍ଧ୍ୟାରେ ଉକ୍ତ ରାସ୍ତାରେ ଯିବା ଆସିବା କରିବା କାଠିକର ପାଠ ହେଉଛି। ଏସ୍‌ପ୍ଲାନେଡ ଆସୁଥିବା ଲୋକମାନେ ନିୟମ କାନୁନକୁ ତିଳେ ମାତ୍ର ଖାତିର କରୁ ନ ଥିବା ବେଳେ ଟ୍ରାଫିକ ପୋଲିସ ମୁତୟନ ନ ହେବା ସମସ୍ୟାକୁ ଆହୁରି ବଢ଼ାଇ ଦେଉଛି। ବମିଖାଲ ଓଭରବ୍ରିଜ ଉପରେ ନିୟମ ଉଲ୍ଲଂଘନ କରି ଯାଉଥିବା ବ୍ୟକ୍ତିଙ୍କ ଠାରୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

ଏ ନେଇ ଆଇନଜୀବୀ ବିଜନବିହାରୀ କର କୁହନ୍ତି, ବିପରୀତ ଦିଗରେ ଗାଡି ଚଳାଇଲେ  ଚାଳକଙ୍କୁ ୫ଶହ ଟଙ୍କା ପର୍ଯ୍ୟନ୍ତ ଜରିମାନା ହେବାର ନିୟମ ରହିଛି। ଜରିମାନା ଆଦାୟ ହେଲେ ନିୟମ ଭଙ୍ଗକାରୀ ସତର୍କ ହୋଇପାରିବେ। ଫଳରେ ସମସ୍ୟା କେତେମାତ୍ରାରେ ସମାଧାନ ହୋଇପାରିବ। କିନ୍ତୁ ଏସବୁ ପ୍ରତି ଟ୍ରାଫିକ ପୋଲିସ ଧ୍ୟାନ ଦେଉନାହିଁ। ଯାହା ଦ୍ୱାର ବମିଖାଲ ଓଭରବ୍ରିଜ ଠାରୁ ଆରମ୍ଭ କରି ରସୁଲଗଡ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟା ଦିନକୁ ଦିନ ଅଧିକ ଜଟିଳ ହେଉଛି। 

ସନ୍ଧ୍ୟାରେ ଟ୍ରାଫିକ ଡିସିପି ବିଜୟ କୁମାର ସାହୁ, ଟ୍ରାଫିକ ଥାନା ଅଧିକାରୀ ପ୍ରମୋଦ କୁମାର ପଟ୍ଟନାୟକ, ଟ୍ରାଫିକ ଏସିପି ପ୍ରମୋଦ କୁମାର ପଟ୍ଟନାୟକ ପହଞ୍ଚତ୍ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏହାପରେ ସେଠାରେ ଟ୍ରାଫିକ ପୋଲିସ ମୁତୟନ କରିଥିଲେ। ଟ୍ରାଫିକ ଏସିପି ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତି ସମୟରେ  ବିପରୀତ ଦିଗରେ ଗାଡି ଚାଳନା କରୁଥିବା ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ଚାଳକଙ୍କୁ ଧରି ଟ୍ରାଫିକ ଥାନାକୁ ପଠାଇ ଦେଇଥିଲେ। ଟ୍ରାଫିକ ଡିସିପି ସାହୁ କହିଛନ୍ତି, ମଙ୍ଗଳବାର ଠାରୁ ଉକ୍ତ ଛକରେ ଟ୍ରାଫିକ ଏନଫୋର୍ସମେଣ୍ଟ ଟିମ ଡ୍ୟୁଟି କରିବା ସହ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଜରିମାନା ଆଦାୟ କରାଯିବ। ଏଥିସହ ଖୁବ୍‌ଶୀଘ୍ର ଉକ୍ତ ଛକରେ ଏକ ନୂତନ ଟ୍ରାଫିକ ପୋଷ୍ଟ ସହ ହାଇମାଷ୍ଟ ଲାଇଟ ବ୍ୟବସ୍ଥା କରାଯିବ। ବେଆଇନ ଅଟୋ ପାର୍କିଂକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ଡିସିପି ସାହୁ କହିଛନ୍ତି।

ଏ ସମ୍ପର୍କରେ ଭୁବନେଶ୍ୱର ଡିସିପି ଅନୁପ ସାହୁ କହିଛନ୍ତି, ବମିଖାଲ ଓଭରବ୍ରିଜ ମୁଖ୍ୟ ରାସ୍ତାରେ ମିଶିବା ସ୍ଥାନରେ ଅନେକ ତ୍ରୁଟି ପରିଲକ୍ଷିତ ହେଉଛି। ଯାହାଦ୍ୱାର ଦୁର୍ଘଟଣା ଘଟୁଛି। ଏ ନେଇ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି। ସେହିପରି ମଲ ସମ୍ମୁଖରେ ଅଟୋ ପାର୍କିଂକୁ ହଟାଇବାକୁ ଏବଂ ଟ୍ରାଫିକ ନିୟମକୁ କଡାକଡି ପାଳନ କରିବାକୁ ବିଶେଷ ଧ୍ୟାନ ଦିଆଯିବ।

All Right Reserved By

ରାଜ୍ୟ |

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେର,୨୦।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ନିର୍ବାଚନମଣ୍ଡଳୀ ଘଣ୍ଟପଡା ହାଇସ୍କୁଲ ପଡିଆଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିିର୍ବାଚନୀ ପ୍ରଚାର କରିଛନ୍ତି।

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବାଲେଶ୍ୱର ଅଫିସ, ୨୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉପର ଆଡ଼ିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା।

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର/ରାଇସୁଆଁ,୨୦।୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ ବାକି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର କେନ୍ଦୁଝର ଜିଲାକୁ ତୋଫାନି ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି। 

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ  ଜିତାଇବା ଲାଗି ଆହ୍ବାନ

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ ଜିତାଇବା ଲାଗି ଆହ୍ବାନ

ପାଟଣା,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ତୁରୁମୁଙ୍ଗାସ୍ଥିତ ନିନୁହାଁ ଫୁଟବଲ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସଭା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବିଜେଡି ରୋଡ଼୍‌ ଶୋ’ ସମୟରେ ଗୋଷ୍ଠୀକନ୍ଦଳ

ବାରିପଦା ଅଫିସ,୨୦।୪:  ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅଧୀନ ବହଳଦା କଲେଜ ନିକଟରେ ଶୁକ୍ରବାର ବିଜେଡି ରୋଡ଼୍‌ ଶୋ’ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। 

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ପରଜଙ୍ଗ,୨୦।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ଦଲକ ସାହିରେ ଶନିବାର ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଦୀର୍ଘ ଦିନ ଧରି ଲୋକଙ୍କ ପାଇଁ କାମ କରିଛନ୍ତି।

କାଳବୈଶାଖୀ ବଜ୍ରପାତରେ ୨ ଆହତ

କାଳବୈଶାଖୀ ବଜ୍ରପାତରେ ୨ ଆହତ

ଖୋର୍ଦ୍ଧା ଅଫିସ,୨୦।୪: ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ହଜ ଗ୍ରାମର ଗୋଡିସାହିରେ ଶୁକ୍ରବାର ରାତିରେ କାଳବୈଶାଖୀ ବର୍ଷା ସହିତ ପବନ ଓ ବଜ୍ରପାତ ଘଟିଛି। 

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

ଟାୟାର ଫାଟିବାରୁ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେଲା କାର: ୧ ମୃତ, ୨୦ରୁ ଊର୍ଦ୍ଧ୍ୱ ଆହତ

କଳିଙ୍ଗନଗର, ୨୦।୪(ଡି.ଏନ୍‌.ଏ.): ଯାଜପୁର ଜିଲା ରାଇରଙ୍ଗପୁରରୁ ଶନିବାର ସକାଳେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଯାତ୍ରୀବାହୀ ବସ୍‌ ଅନ୍ଧାରୀ ନିକଟରେ ଏକ କାର୍‌ ସହ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।


Model This Week

କ୍ରିଷ୍ଣା
Why Dharitri