ରାଜ୍ୟ |

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ରତ୍ନଭଣ୍ଡାର ଖୋଲିବା ଦାବିରେ ବିକ୍ଷୋଭ

ପୁରୀ ଅଫିସ,୧୮ା୩: ରତ୍ନଭଣ୍ଡାର ଖୋଲିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସୋମବାର ସିଂହଦ୍ୱାର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ପୂର୍ବାହ୍ନରେ ସେନାର କର୍ମୀମାନେ ରତ୍ନଭଣ୍ଡାରକୁ ନେଇ ବିଭିନ୍ନ ପ୍ରକାର ନାରାବାଜି ଦେବା ସହ ବିକ୍ଷୋଭ କରିଥିଲେ। ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ନିଶ୍ଚିତ ଦୁର୍ଭାଗ୍ୟଜନକ ଘଟଣା। ଏହାକୁ ନେଇ ସେତେବେଳେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ରତ୍ନଭଣ୍ଡାର ଚାବିକୁ ନେଇ ସରକାର ତଦନ୍ତ କମିଶନ ବସାଇଥିଲେ। କମିଶନ ୩ ମାସରୁ ଊର୍ଦ୍ଧ୍ୱ ହେଲାଣି ତାଙ୍କ ରିପୋର୍ଟ ସରକାରଙ୍କୁ ଦେଇସାରିଛନ୍ତି। ହେଲେ ସରକାର ଏହାକୁ ଏ ପର୍ଯ୍ୟନ୍ତ ରିପୋର୍ଟ ସାର୍ବଜନୀନ କରିନାହାନ୍ତି। ଏହା ପଛରେ କ’ଣ କାରଣ ରହିଛି ତାହା ଜନସାଧାରଣ ଏବଂ ଜଗନ୍ନାଥପ୍ରେମୀ ଜାଣିବା ଦରକାର। ସେହିପରି ରତ୍ନଭଣ୍ଡାର ଅସୁରକ୍ଷିତ ହୋଇପଡିଛି ଓ ବିଭିନ୍ନ ସ୍ଥାନରୁ ପାଣି ଗଳୁଛି ବୋଲି କୁହାଯାଇଥିଲା। ତେଣୁ ଏହା ଖୋଲାଯାଇ ମରାମତିର ଆବଶ୍ୟକତା ରହିଛି। ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯିବା ଦରକାର ବୋଲି ଆବାହକ ପଟ୍ଟନାୟକ କହିଛନ୍ତି।

All Right Reserved By

ରାଜ୍ୟ |

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ରାଜ୍ୟ ସାଂଗଠନିକ ସମ୍ପାଦକ ହେଲେ କମଳାକାନ୍ତ ମହାପାତ୍ର

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ରାଜ୍ୟ ସାଂଗଠନିକ ସମ୍ପାଦକ ଭାବେ କମଳାକାନ୍ତ ମହାପାତ୍ରଙ୍କୁ ଶନିବାର ନିଯୁକ୍ତି ଦେଇଛନ୍ତି। 

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

‘ବୁଥ ନାହିଁ ତ ଭୋଟ ନାହିଁ’ : ରସାଲି ଗ୍ରାମବାସୀଙ୍କ ଭୋଟ ବର୍ଜନ

ଭଟଲି,୨୦ା୪(ଡି.ଏନ୍‌.ଏ.): ବୁଥ ନାହିଁ ତ ଭୋଟ ନାହିଁ । ଭୋଟ ଦେବା ଜଣେ ଭାରତୀୟ ନାଗରିକର ମୌଳିକ ଅଧିକାର ହୋଇଥିଲେ ହେଁ ‘ଗାଁରେ ବୁଥ ନ ହେଲେ ଆମେ ଭୋଟ ଦେବୁ ନାହିଁ’ ବୋଲି ଅଡ଼ି ବସିଛନ୍ତି ଭଟଲି ବ୍ଲକ୍‌ ଖରମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ରସାଳି ଗ୍ରାମବାସୀ ।

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ  ବଦ୍ରି ପାତ୍ର

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦହେଲେ ବଦ୍ରି ପାତ୍ର

ଆନନ୍ଦପୁର,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ନିର୍ବାଚନମଣ୍ଡଳୀରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରୁଥିବା କିଛି ବିରୋଧୀଙ୍କ ଭିତ୍ତିହୀନ ମନ୍ତବ୍ୟ ଏବଂ ନିର୍ବାଚନୀ ହିଂସାକୁ ଉସୁକାଇବା ଘଟଣାକୁ ନେଇ ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିଛନ୍ତି।

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ମିଥ୍ୟା ଅଭିଯୋଗକୁ ଆଧାର କରି ଥାନା ଘେରିଲେ ବିଜେଡି କର୍ମୀ

ଆନନ୍ଦପୁର,୨୦।୪(ସ୍ବ.ପ୍ର.): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି, ନିର୍ବାଚନୀ ହିଂସା କ୍ରମେ ବୃଦ୍ଧି ପାଇବାରେ ଲାଗିଛି। ଏହି ଆଧାରରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦମାନେ ଆକ୍ଷେପ ପ୍ରତିଆକ୍ଷେପ ମୂଳକ ଭାବେ ନିଜ ନିଜ ପ୍ରତିଦ୍ୱନ୍ଦ୍ୱୀ ଦଳ ବିରୋଧରେ ଅଭିଯୋଗ କରୁଛନ୍ତି।

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେରରେ ନବୀନଙ୍କ ନିର୍ବାଚନୀ ପ୍ରଚାର ସଭା: ବିଧାୟକ ପ୍ରାର୍ଥୀ କ୍ଷୀରୋଦ ସାହୁ ହାତ ଛାଡ଼ି ଧରିଲେ ଶଙ୍ଖ

ତାଳଚେର,୨୦।୪(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ନିର୍ବାଚନମଣ୍ଡଳୀ ଘଣ୍ଟପଡା ହାଇସ୍କୁଲ ପଡିଆଠାରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିିର୍ବାଚନୀ ପ୍ରଚାର କରିଛନ୍ତି।

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବ୍ୟବସାୟୀଙ୍କୁ ଭୁଜାଲିମାଡ଼ ଅଭିଯୋଗ: ରାଜନୈତିକ ଶତ୍ରୁତା ନେଇ ସନ୍ଦେହ

ବାଲେଶ୍ୱର ଅଫିସ, ୨୦।୪(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ଉପର ଆଡ଼ିଆ ଗ୍ରାମରେ ଶୁକ୍ରବାର ରାତିରେ ଜଣେ ବ୍ୟବସାୟୀଙ୍କୁ ଭୁଜାଲିରେ ଆକ୍ରମଣ କରାଯାଇଥିଲା।

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଚାର କରିବା ଯୁବକଙ୍କୁ ମହଙ୍ଗା ପଡ଼ିଲା: ରାତିରେ ଗଛରେ ବାନ୍ଧି ଡରାଇଲେ, ଅଚେତ ଅବସ୍ଥାରେ ଉଦ୍ଧାର

ନୟାଗଡ଼ ଅଫିସ,୨୦ା୪- ନିର୍ବାଜନରେ ରାଜ୍ୟ  ସରକାରଙ୍କ ବିରୋଧରେ ପ୍ରଚାର କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି।  ରାତିିସାରା ଗଛରେ ବାନ୍ଧି ଏଥିରୁ ନିବୃତ୍ତ ରହିବା ସହିତ ଏଭଳି କଲେ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଛି। ଉକ୍ତ ଘଟଣା ଘଟିଛି ନୟାଗଡ଼ ଜିଲା ଶରଣକୁଳ ଥାନା କରଡ଼ା ଗ୍ରାମର ରୁଷିଆ ପ୍ରଧାନଙ୍କ କ୍ଷେତ୍ରରେ।

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର ସମାବେଶରେ ବର୍ଷିଲେ ଧର୍ମେନ୍ଦ୍ର: ଦୁଇ ପଟ୍ଟନାୟକ ଖଣି ଲୁଟୁଛନ୍ତି; ପର ତିଅଣରେ ଅତିଥି ସତ୍କାର କରୁଛନ୍ତି ନବୀନ

କେନ୍ଦୁଝର/ରାଇସୁଆଁ,୨୦।୪(ସ୍ବ.ପ୍ର./ଡି.ଏନ୍‌.ଏ.): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ତିନି ଦିନ ବାକି। ଏହି ପରିପ୍ରେକ୍ଷୀରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାରକୁ ଜୋରଦାର କରାଯାଉଛି। ଶନିବାର କେନ୍ଦୁଝର ଜିଲାକୁ ତୋଫାନି ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ବିଜୟ ସଂକଳ୍ପ ସଭାରେ ଯୋଗ ଦେଇ ଉଦ୍‌ବୋଧନ ଦେଇଛନ୍ତି। 

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ  ଜିତାଇବା ଲାଗି ଆହ୍ବାନ

ପାଟଣାରେ ଧର୍ମେନ୍ଦ୍ରଙ୍କ ଭୋଟଭିକ୍ଷା: ଭବାନୀ ଶଙ୍କର, ଅନନ୍ତ ନାଏକଙ୍କୁ ଜିତାଇବା ଲାଗି ଆହ୍ବାନ

ପାଟଣା,୨୦।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ତୁରୁମୁଙ୍ଗାସ୍ଥିତ ନିନୁହାଁ ଫୁଟବଲ ପଡ଼ିଆରେ ଭାଜପାର ବିଜୟ ସଂକଳ୍ପ ସଭା ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବିଜେଡି ରୋଡ଼୍‌ ଶୋ’ ସମୟରେ ଗୋଷ୍ଠୀକନ୍ଦଳ

ବାରିପଦା ଅଫିସ,୨୦।୪:  ରାଇରଙ୍ଗପୁର ନିର୍ବାଚନମଣ୍ଡଳୀ ଅଧୀନ ବହଳଦା କଲେଜ ନିକଟରେ ଶୁକ୍ରବାର ବିଜେଡି ରୋଡ଼୍‌ ଶୋ’ କରୁଥିବା ବେଳେ ଗଣ୍ଡଗୋଳ ଘଟିଥିଲା। 

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗଣ୍ଡଗୋଳ: ସାନଭାଇ ମାଡ଼ରେ ବଡଭାଇ ଗୁରୁତର

ପରଜଙ୍ଗ,୨୦।୪(ଡି.ଏନ.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ପଞ୍ଚାୟତ ଦଲକ ସାହିରେ ଶନିବାର ଜମିବାଡ଼ି ଭାଗବଣ୍ଟାକୁ କେନ୍ଦ୍ରକରି ଗୋଟିଏ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିଛି।

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୪(ବ୍ୟୁରୋ): ବେଦ ପ୍ରକାଶ ଅଗ୍ରଓ୍ବାଲଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ ଦୀର୍ଘ ଦିନ ଧରି ଲୋକଙ୍କ ପାଇଁ କାମ କରିଛନ୍ତି।


Model This Week

କ୍ରିଷ୍ଣା
Why Dharitri