ରାଜ୍ୟ | ଉପକୂଳ ଓଡିଶା

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଶୁଭୁନି ଘରଚଟିଆଙ୍କ କିଚିରିମିଚିରି

ଖଣ୍ଡପଡା,୧୮ା୩(ଅଜୟ କୁମାର ମହାରଣା)- ମଣିଷ ଓ ପଶୁପକ୍ଷୀଙ୍କ ସହାବସ୍ଥାନ ପ୍ରକୃତିର ନିଷ୍ପତ୍ତି। ମାତ୍ର ସ୍ରଷ୍ଟାଙ୍କ ଶ୍ରେଷ୍ଠ ଜୀବ ବୋଲାଉଥିବା ମଣିଷର କ୍ରୁରତାରେ ପଶୁପକ୍ଷୀଙ୍କ ଜୀବନ ଏବେ ବିପନ୍ନ ା ପୂର୍ବରୁ ପଶୁପକ୍ଷୀଙ୍କ ପାଇଁ ମଣିଷ ହୃଦୟରେ ଥିଲା ଜୀବେ ଦୟା ମନୋବୃତ୍ତି। କିନ୍ତୁ ବର୍ତ୍ତମାନ ନିଜର ସୁଖ ସ୍ବାଚ୍ଛନ୍ଦ୍ୟ ପାଇଁ ସେ ବଣ ଜଙ୍ଗଲ, ଗଛଲତା ଧ୍ୱଂସ କରି କଂକ୍ରିଟ ସହର ଗଢିବାରେ ଲାଗିଛି। ଫଳରେ ଅନେକ ଜୀବଜନ୍ତୁ ବାସହରା ହେବା ସହ ପଶୁପକ୍ଷୀଙ୍କ ଦୃତ ଅବକ୍ଷୟ ଘଟୁଛି। ଏଭଳି ଏକ ପକ୍ଷୀ ହେଉଛି ଘରଚଟିଆ, ଯାହା ଏବେ କଦବା କେଉଁଠି ଦେଖିବାକୁ ମିଳୁଛି। 

  ଜଳବାୟୁ ପରିବର୍ତ୍ତନ, କୃଷି କ୍ଷେତ୍ରରେ ମାତ୍ରାଧିକ କୀଟନାଶକ ପ୍ରୟୋଗ, ମୋବାଇଲ ଟାୱାରର ମାଇକ୍ରୋୱେଭ ତରଙ୍ଗ ଯୋଗୁ କେତେକ ଉପକାରୀ ପକ୍ଷୀ ଲୋପ ପାଇବାକୁ ବସିଲେଣି ା ଗାଁ ପରିବେଶ ବଦଳିଗଲାଣି। ଗାଁ ଦାଣ୍ଡରେ ଧୂଳି ପରିବର୍ତ୍ତେ କଂକ୍ରିଟ ଚଟାଣ ଦେଖିବାକୁ ମିଳୁଛି। ପ୍ରାୟ ୯୫ ପ୍ରତିଶତରୁ ଊର୍ଦ୍ଧ୍ୱ ଚାଳ ଛପର ଗୃହ ଏବେ ପକ୍କା ଘରରେ ପରିଣତ ହୋଇଛି ା ପୂର୍ବରୁ ଚାଳଛପର ଘରର ଓଳି ତଳ ଚାଳରେ ଗୋଟିଏ ଗୋଟିଏ କଣା ଦୃଶ୍ୟମାନ ହେଉଥିଲା ା ସେହି କଣାରେ ଘରଚଟିଆମାନେ ବସାବାନ୍ଧି ରହୁଥିଲେ ା ଅତି ଛୋଟ ପକ୍ଷୀଟିଏ ଘରଚଟିଆ ା ଲମ୍ବ ପ୍ରାୟ ୧୨ରୁ ୧୪ ସେ.ମି. ମଧ୍ୟରେ ସୀମିତ ା ଓଜନ ୨୫ରୁ ୩୫ ଗ୍ରାମ ହେବ ା ଆକାରରେ ଛୋଟ ହେଲେ ବି ଧୁସର ରଙ୍ଗର ଏହି ପକ୍ଷୀଟି ଭାରି କର୍ମଠ ା କାଠି କୁଟା ସଂଗ୍ରହ କରି ଚାଳ ଘର କିମ୍ବା ଗାଁ ପାଖ ବଣ ବୁଦାରେ ନିର୍ମାଣ କରିଥାଏ ତା’ ନୀଡ଼ ା ସେଠାରେ ସେ ଥରକୁ ୨ଟି କିମ୍ବା ୩ଟି ଅଣ୍ଡା ଦେଇ ବଂଶବିସ୍ତାର କରିଥାଏ। ଦାଣ୍ଡ ଅଗଣାରେ ଦଳ ଦଳ ହୋଇ ଖାଦ୍ୟ ସଂଗ୍ରହ କରୁଥିବା ଏହି ଛୋଟ ଚଢେଇମାନଙ୍କ କିଚିରିମିଚିରି ଶବ୍ଦ ବେଶ୍‌ ମନଲୋଭା। ଗାଁ ଦାଣ୍ଡରେ ଘରଚଟିଆଙ୍କ ଧୂଳି ଗାଧୁଆ ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ। ମାତ୍ର ସମ୍ପ୍ରତି ବାସସ୍ଥଳୀ ସଙ୍କଟ, ଖାଦ୍ୟାଭାବ ଓ ପରିବେଶ ପ୍ରଦୂଷଣ ଆଦି କାରଣରୁ ଏହି କ୍ଷୁଦ୍ର ପକ୍ଷୀ ବଂଶ ଲୋପ ପାଇବାକୁ ବସିଲାଣି। ଏଣୁ ଗାଁ ଦାଣ୍ଡରେ ଡେଇଁ ଡେଇଁ ଦାନା ଅଣ୍ଡାଳୁଥିବା ଦୃଶ୍ୟ ହେଉ ଅବା ଗ୍ରୀଷ୍ମ ଋତୁରେ ଧୂଳି ଗାଧୁଆ ଦୃଶ୍ୟ ଏବେ ଦେଖିବାକୁ ମିଳୁନିି ା ଘରଚଟିଆ ବି ମଣିଷର ଖୁବ ଉପକାରୀ ା ବିଶେଷତଃ ସେ କୃଷକର ପରମ ବନ୍ଧୁ ା ଶଶ୍ୟରେ ଥିବା ଅପକାରୀ କୀଟ ହିଁ ତାର ଖାଦ୍ୟ। ତେଣୁ ଶଶ୍ୟ ବହୁଦିନ ସଂରକ୍ଷଣ ହୋଇ ରହିପାରେ। ଘରଚଟିଆମାନେ ବର୍ଷାର ଆଗମନ ସମ୍ପର୍କରେ ସୂଚନା ଦେଇଥାନ୍ତି ା ଯଦି ସେମାନେ ଦଳ ଦଳ ହୋଇ ଦାଣ୍ଡ ଧୂଳିରେ ପୋତି ହୋଇ ଖେଳାଖେଳି କରନ୍ତି ତେବେ କିଛି ସମୟ ପରେ ବର୍ଷା ନିଶ୍ଚିତ ହେବ ବୋଲି ଜଣା ପଡିଥାଏ ା ସେହିପରି ପକ୍ଷୀଟି ଯଦି ନିଜ ବସାକୁ ବାରମ୍ବାର ପଶେ ଓ ବାହାରେ ତେବେ ଝଡବତାସର ମଧ୍ୟ ସୂଚନା ମିଳୁଥିଲା ା ଘରେ ଘରଚଟିଆ ବସା ବାନ୍ଧୁଥିଲେ ଗାଁ ଲୋକେ ଶୁଭ ବୋଲି ବିଚାରୁଥିଲେ ା ହେଲେ ବର୍ତ୍ତମାନ ଏହି ଦୃଶ୍ୟ ଦେଖାଯାଉନି। ଏହି ପକ୍ଷୀମାନେ ମୁଖ୍ୟତଃ ଗାଁ ଗୋହିରୀ, ଜମିବାଡିରୁ ଉଇ, ଝଣ୍ଟିକା, ପୋକଜୋକ ଖାଇଥାନ୍ତି ା ଏହାଦ୍ୱାରା ଫସଲ ସୁରକ୍ଷିତ ରହୁଥିଲା। ମାତ୍ର କୃଷି କାର୍ଯ୍ୟରେ ବ୍ୟାପକ କୀଟନାଶକ ପ୍ରୟୋଗ ହେତୁ ଜିଆ ସମେତ ବହୁ କୀଟପତଙ୍ଗ ନଷ୍ଟ ହୋଇ ସେମାନଙ୍କ ପାଇଁ ଖାଦ୍ୟ ସଙ୍କଟ ସୃଷ୍ଟି କରୁଛି ା ସେହିପରି ପ୍ରତ୍ୟହ ଯାତାୟାତ କରୁଥିବା ହଜାର ହଜାର ଗାଡିମୋଟରର ଧୂଆଁ, ଶବ୍ଦ ପ୍ରଦୂଷଣର ପ୍ରତିକୂଳ ପ୍ରଭାବ ମଧ୍ୟ ଘରଚଟିଆଙ୍କ ଉପରେ ଦାଉ ସାଧିଲା ା ଏପରି ପକ୍ଷୀର ସୁରକ୍ଷା କରା ନ ଗଲେ ଆଗାମୀ ପିଢି ଏହି ପକ୍ଷୀ ସମ୍ପର୍କରେ ଜାଣିଲେ ମଧ୍ୟ ଦେଖିବାର ସୁଯୋଗ ପାଇବେ ନାହିଁ ବୋଲି ଆଲୋଚନା ହେଉଛି।

  ଘଚଟିଆଙ୍କ ବଂଶବୃଦ୍ଧି ପାଇଁ ବିଶ୍ୱ ବ୍ୟାପୀ ଉଦ୍ୟମ ଚାଲିଛି। ନାସିକ୍‌ର ବିଶିଷ୍ଟ ପକ୍ଷୀପ୍ରେମୀ ମହମ୍ମଦ ଇ ଦିଲ୍ଲାବରଙ୍କ ପ୍ରୟାସ ଯୋଗୁ ଘରଚଟିଆଙ୍କ ଉଦ୍ଦେଶ୍ୟରେ ୨୦୧୦ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ଘରଚଟିଆ’ ଦିବସ ରୂପେ ପାଳନ କରାଯାଉଛି। ଏହି ପକ୍ଷୀଙ୍କ ସୁରକ୍ଷା ତଥା ବଂଶବୃଦ୍ଧି ପାଇଁ ନୟାଗଡ଼ ଜିଲାର ଜଣେ ଯୁବ ଇଞ୍ଜିନିୟର ଆଦିତ୍ୟ କୁମାର ଦାଶ ୨୦୧୭ରୁ ନିଜସ୍ବ ଉଦ୍ୟମରେ ‘ଗ୍ରୀନ ଆର୍ଥ’ ନାମକ ସଂସ୍ଥା ଗଠନ କରିଛନ୍ତି। ଏହା ମାଧ୍ୟମରେ ସେ ଖଣ୍ଡପଡା ବ୍ଲକର ଶିଖରପୁର, ନୟାଗଡ଼ ବ୍ଲକର ନାଗମୁଣ୍ଡୁଳୀ ଓ ଓଡଗାଁ ବ୍ଲକର ବଡକୁଟୁଣୀ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରୁଛନ୍ତି। ମାଟି ହାଣ୍ଡି ଓ କାଠର କୃତ୍ରିମ ବସା ତିଆରି କରି ଘର କାନ୍ଥ ଓ ବିଭିନ୍ନ ସ୍ଥାନରେ ରଖୁଛନ୍ତି। କଣ୍ଟିଲୋ ଅଞ୍ଚଳର ପରିବେଶବିତ୍‌ ଅନ୍ତର୍ଯାମୀ ସାହୁ ମଧ୍ୟ ଏ ଦିଗରେ ଉଦ୍ୟମ ଜାରି ରଖିଛନ୍ତି। ସେ ଘରଚଟିଆଙ୍କ ବଂଶ ବିସ୍ତାର ପାଇଁ ରାସ୍ତା କଡ, ମାଳବନ୍ଧ, ଗ୍ରାମ ଜଙ୍ଗଲରେ ଖଜୁରି, ତାଳ ଓ ଅନ୍ୟାନ୍ୟ ବୃକ୍ଷ ରୋପଣ କରୁଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଏହି ପକ୍ଷୀମାନଙ୍କ ବଂଶ ବୃଦ୍ଧି ପାଇଁ ଯନତ୍ବାନ ହେବା ଜରୁରୀ ହୋଇପଡିଛି ା

All Right Reserved By

ରାଜ୍ୟ | ଉପକୂଳ ଓଡିଶା

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା ଅଫିସ,୨୩ା୪: ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀ  ବାଣପୁର ଥାନା ଅନ୍ତର୍ଗତ କହ୍ନେଇପୁରରେ  ମଙ୍ଗଳବାର ଭୋଟ ଗ୍ରହଣ ଚାଲୁ ରହିଛି। ମଧ୍ୟାହ୍ନ ସମୟରେ ଭୋଟ ଦେବାକୁ ନେଇ ଏଠାରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଦେଖିବାକୁ ମିଳିଛି।  

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦ, ୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ମୋଟ ୮୭ ବୁଥରେ ଭୋଟରଙ୍କ  ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ  ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। 

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ନୟାଗଡ଼ ଅଫିସ/ ରଣପୁର, (ସ୍ବ.ପ୍ର.)୨୩ା୪:  ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗ୍ରାମବାସୀ ବାନ୍ଧି ରଖିଛନ୍ତି। 

ପୁରୀରେ ମତଦାନ ଜାରି: ୧୧ଟା ସୁଦ୍ଧା ୧୮% ମତଦାନ

ପୁରୀରେ ମତଦାନ ଜାରି: ୧୧ଟା ସୁଦ୍ଧା ୧୮% ମତଦାନ

ପୁରୀ ଅଫିସ, ୨୩ା୪:  ପୁରୀ ଜିଲାର ୪ଟି ନିର୍ବାଚନମଣ୍ଡଳୀ ପିପିଲି, ପୁରୀ, ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଅଳ୍ପ କିଛି ବୁଥ୍‌ରେ ଇଭିଏମ୍‌ ଓ ଭିଭିପିଏଟିରେ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହ ଭୋଟଦାନ ଚାଲିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri