ରାଜ୍ୟ |

ପାଟ୍ରୋଲିଂ ବେଳେ ଧରାପଡିଲେ ୧୦ ବାଇକ୍‌ ଜବତ: ୨ ଗିରଫ

ପାଟ୍ରୋଲିଂ ବେଳେ ଧରାପଡିଲେ  ୧୦ ବାଇକ୍‌ ଜବତ: ୨ ଗିରଫ

କଟକ ଅଫିସ, ୧୮।୩- ରାତିରେ ପାଟ୍ରୋଲିଂ ବେଳେ ଚୌଦ୍ୱାର ପୋଲିସ ହାତରେ ଧରାପଡିଛନ୍ତି ବାଇକ ଚୋର ଗ୍ୟାଙ୍ଗ୍‌ର ୨ ଜଣ ସଦସ୍ୟ। ସେମାନେ ହେଲେ କେନ୍ଦ୍ରାପଡା ଜିଲା ପାଟକୁରା ଥାନା ଅନ୍ତର୍ଗତ ଗାରଡପୁର ଅଞ୍ଚଳର ପ୍ରଦୀପ ସାହୁ ଓରଫ୍‌ ବାବୁଲି(୩୫) ଏବଂ ଟାଙ୍ଗୀ ଥାନା ଅନ୍ତର୍ଗତ ନରପଡା ଅଞ୍ଚଳର ଇନାମ ଖଁା(୨୬)। ପୋଲିସ ସେମାନଙ୍କ ଠାରୁ ୧୦ଟି ବାଇକ ଜବତ କରିବା ସହ ଏ ନେଇ ଏକ ମାମଲା(ନଂ.୯୪/୧୮) ରୁଜୁ କରିଛି। ତେବେ ଏହି ଗ୍ୟାଙ୍ଗ୍‌ରେ ଆଉ କେତେଜଣ ସାମିଲ ଥିବା ପୋଲିସ ଜାଣିବାକୁ ପାଇଛି। ତୁରନ୍ତ ସେମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି। ପୋଲିସ ସୂଚନା ଅନୁଯାୟୀ, ରବିବାର ରାତି ପ୍ରାୟ ୧ଟାରେ ଚୌଦ୍ୱାର ପୋଲିସ ଓଟିଏମ୍‌ ଛକ ଅଞ୍ଚଳରେ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ବାବୁଲି ଏକ ବୁଲେଟ୍‌ରେ ଗାନ୍ଧୀ ଛକରୁ ଓଟିଏମ୍‌ ଛକ ଆଡକୁ ଦ୍ରୁତ ଗତିରେ ଆସୁଥିବା ଦେଖି ପୋଲିସର ସନ୍ଦେହ ହୋଇଥିଲା। ତେଣୁ ପୋଲିସ ବାବୁଲିଙ୍କୁ ସେଠାରେ ରହିବାକୁ ସିଗ୍‌ନାଲ ଦେଇଥିଲେ ମଧ୍ୟ ସେ ନ ରହି ଦ୍ରୁତ ଗତିରେ ପଳାଇ ଯାଉଥିଲେ। ପୋଲିସ ତାଙ୍କୁ ପିଛାକରି ଧରିବା ପରେ ବୁଲେଟ୍‌ କାଗଜପତ୍ର ଦେଖାଇବାକୁ କହିଥିଲେ। ସେ କାଗଜପତ୍ର ଦେଖାଇ ନ ପାରିବାରୁ ପୋଲିସ ଉକ୍ତ ଗାଡିକୁ ଜବତ କରିବା ସହ ତାଙ୍କୁ ଗିରଫ କରି ଥାନାକୁ ଆଣିଥିଲା। ପଚରାଉଚରା ପରେ ସେ ଉକ୍ତ ଗାଡିକୁ ଭୁବନେଶ୍ୱର ସହୀଦ ନଗର ଅଞ୍ଚଳରୁ ଚୋରି କରିଥିବା ସ୍ବୀକାର କରିଥିଲେ। ପରେ ସେ ତାଙ୍କର ଅନ୍ୟ ସହଯୋଗୀ ଇନାମଙ୍କ ନଁା ପୋଲିସକୁ କହିଥିଲେ। ପୋଲିସ ଇନାମଙ୍କ ଘରେ ଚଢାଉ କରି ତାଙ୍କୁ ଗିରଫ କରିଥିଲା। ଉଭୟଙ୍କୁ ପଚରାଉଚରା ପରେ ସେମାନେ ଭୁବନେଶ୍ୱର ହଂସପାଳ ନିକଟରେ ଏକ ଭଡାଘରେ ରହୁଥିବାବେଳେ ଭୁବନେଶ୍ୱରରୁ ବାଇକ୍‌ ଚୋରି କରି ଅନ୍ୟ ଜାଗାରେ ବିକ୍ରି କରୁଥିବା ମାନିଥିଲେ। ପରେ ସେମାନଙ୍କଠାରୁ ସୂଚନା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୧୦ଟି ବାଇକ ଜବତ କରିଥିଲା।

All Right Reserved By

ରାଜ୍ୟ |

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର,୨୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ପୋଲିଂ ବୁଥ୍‌ ନିକଟରେ ଧାରଣା ଦେଇଛନ୍ତି। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା ଅଫିସ,୨୩ା୪: ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀ  ବାଣପୁର ଥାନା ଅନ୍ତର୍ଗତ କହ୍ନେଇପୁରରେ  ମଙ୍ଗଳବାର ଭୋଟ ଗ୍ରହଣ ଚାଲୁ ରହିଛି। ମଧ୍ୟାହ୍ନ ସମୟରେ ଭୋଟ ଦେବାକୁ ନେଇ ଏଠାରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଦେଖିବାକୁ ମିଳିଛି।  

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦ, ୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ମୋଟ ୮୭ ବୁଥରେ ଭୋଟରଙ୍କ  ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ  ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। 

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ନୟାଗଡ଼ ଅଫିସ/ ରଣପୁର, (ସ୍ବ.ପ୍ର.)୨୩ା୪:  ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗ୍ରାମବାସୀ ବାନ୍ଧି ରଖିଛନ୍ତି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri