ରାଜ୍ୟ | ରାୟଗଡା

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ଜାଲ୍‌ ନୋଟ୍‌ କାରଖାନା ଉପରେ ଚଢାଉ: ୨ ଗିରଫ

ପାରଳାଖେମୁଣ୍ଡି, ୧୮ା୩(ସ୍ବ.ପ୍ର.): ଗଜପତି ଜିଲା ପାରଳାଖେମୁଣ୍ଡି ସହରସ୍ଥ ଶ୍ରୀଧର ନଗର ଅଞ୍ଚଳର ଏକ ଜାଲ୍‌ ନୋଟ୍‌ କାରଖାନା ଉପରେ ସୋମବାର ପୋଲିସ ଚଢାଉ କରିଛି। ସେଠାରୁ ୨ଲକ୍ଷ ୫୦ହଜାର ଟଙ୍କାର ଜାଲ୍‌ ନୋଟ ଓ ବିଭିନ୍ନ ପ୍ରସ୍ତୁତି ସାମଗ୍ରୀ ଜବତ କରାଯିବା ସହ ୨ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଗୁରାଣ୍ଡି ଥାନା ଅଧୀନ ମହାଦେଇପୁର ଗ୍ରାମର ଦାମୋଦର ପରିଡାଙ୍କ ପୁଅ କରୁଣାକର ପରିଡା (୩୯) ଓରଫ ଟିଟୁ ଏବଂ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ ଜିଲା ମେଳିଆପୁଟ୍ଟି ଥାନା ଅଧୀନ ବସୁନ୍ଧରା ଗ୍ରାମର ସ୍ବର୍ଗତ ଭଗବାନ ମାଝିଙ୍କ ପୁଅ ସନ୍ତୋଷ ମାଝି (୪୦)। ଅଭିଯୁକ୍ତ ଦ୍ୱୟ ଏକ ଭଡ଼ା ଘରେ ଏହି କାରବାର କରିଆସୁଥିଲେ ବୋଲି ଏସ୍‌ପି ଶାରା ଶର୍ମା ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। 

ସୂଚନା ଅନୁଯାୟୀ, ଶ୍ରୀଧର ନଗରର ଦ୍ୱିତୀୟ ଲେନ୍‌ରେ ଜାଲ୍‌ନୋଟ କାରଖାନା ରହିଥିବା ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ସୋମବାର ପୂର୍ବାହ୍ନ ୧୧ଟାରେ କାରଖାନା ଉପରେ ଚଢାଉ କରାଯାଇଥିଲା। ଚଞ୍ଚଳା ବାରିକଙ୍କ ଘରକୁ ଭଡା ସୂତ୍ରରେ ନେଇ ଅଭିଯୁକ୍ତ କରୁଣାକର ପରିଡା ଓ ସନ୍ତୋଷ ମାଝୀ ବହୁ ଦିନ ହେଲା ଜାଲ୍‌ ନୋଟ କାରବାର କରିଆସୁଥିଲେ। ଏଠାରେ ଜାଲ୍‌ ନୋଟ୍‌ ଛାପି ବିଭିନ୍ନ ଅଞ୍ଚଳକୁ ପଠାଉଥିବା ଜଣାପଡ଼ିଛି। ଅଭିଯୁକ୍ତ ଦ୍ୱୟଙ୍କୁ ପୋଲିସ ଗିରଫ କରିବା ସହ ଜାଲ୍‌ ୨ଲକ୍ଷ ୫୦ହଜାର ଟଙ୍କା, ନୋଟ୍‌ ତିଆରି ସାମଗ୍ରୀ, ନୋଟ ସାଇଜ୍‌ କାଗଜ, ବକେଟ୍‌, ୨ଟି ମୋବାଇଲ ଫୋନ, ୨ଟି ମୋଟର ସାଇକେଲ ସମେତ ବିଭିନ୍ନ ସାମଗ୍ରୀ ଜବତ କରିଛି। ଉକ୍ତ ଘରକୁ ସିଲ୍‌ କରାଯାଇ ପୋଲିସ୍‌ ମୁତୟନ କରାଯାଇଛି। ଏହି ଘଟଣାରେ ଆହୁରି କେତେଜଣ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି ଏବଂ ସେମାନଙ୍କୁ ଅତି ଶୀଘ୍ର ଧରାଯିବ ବୋଲି ଏସ୍‌ପି ଶର୍ମା କହିଛନ୍ତି ା ଏନେଇ ପାରଳାଖେମୁଣ୍ଡି ଥାନାରେ କେସ୍‌ ନଂ. ୭୨/୧୯ ରୁଜୁ ହୋଇ ଅଧିକ ତଦନ୍ତ ଜାରି ରହିଛି। ଚଢାଉରେ ପାରଳାଖେମୁଣ୍ଡି ଏସ୍‌ଡିପିଓ ଠାକୁର ପ୍ରସାଦ ପାତ୍ର, ଥାନା ଅଧିକାରୀ ବିବେକାନନ୍ଦ ସ୍ବାଇଁ, ଏସ୍‌ଆଇ ସୁନିଲ କୁମାର ଦଳେଇ, ଏଏସ୍‌ଆଇ ଜଗଦୀଶ ପଣ୍ଡା, ଦିବାକର ପ୍ରଧାନ ପ୍ରମୁଖ ସାମିଲ ଥିଲେ। 

All Right Reserved By

ରାଜ୍ୟ | ରାୟଗଡା

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଭୋଟ ଦେବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀରେ ଭାଜପା-ବିଜେଡି କର୍ମୀଙ୍କ ମଧ୍ୟରେ ଗଣ୍ଡଗୋଳ, ଜଣେ ଆହତ

ଖୋର୍ଦ୍ଧା ଅଫିସ,୨୩ା୪: ଖୋର୍ଦ୍ଧା ଜିଲା ଚିଲିକା ନିର୍ବାଚନମଣ୍ଡଳୀ  ବାଣପୁର ଥାନା ଅନ୍ତର୍ଗତ କହ୍ନେଇପୁରରେ  ମଙ୍ଗଳବାର ଭୋଟ ଗ୍ରହଣ ଚାଲୁ ରହିଛି। ମଧ୍ୟାହ୍ନ ସମୟରେ ଭୋଟ ଦେବାକୁ ନେଇ ଏଠାରେ ଭାଜପା ଓ ବିଜେଡି ସମର୍ଥକଙ୍କ ମଧ୍ୟରେ ମାର୍‌ପିଟ୍‌ ହୋଇଥିବା ଦେଖିବାକୁ ମିଳିଛି।  

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦରେ ଭୋଟ ଗ୍ରହଣ ବେଳେ ଉତ୍ତେଜନା, ୧ ଆହତ, ୨ ଗିରଫ

କୃଷ୍ଣପ୍ରସାଦ, ୨୩।୪(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକରେ ମଙ୍ଗଳବାର ୩ୟ ପର୍ଯ୍ୟାୟ ଭୋଟଗ୍ରହଣ ଜାରି ରହିଛି। ମୋଟ ୮୭ ବୁଥରେ ଭୋଟରଙ୍କ  ପ୍ରବଳ ଭିଡ଼ ଦେଖିବାକୁ ମିଳିଛି।

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୋଟ ଦେଲେ ରାଜ୍ୟର ହେଭିଓ୍ବେଟ୍‌ ନେତା: କଟକରେ ଅନୁଭବ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଏହି ପର୍ଯ୍ୟାୟରେ  ଓଡ଼ିଶାର ୬ଟି ଲୋକ ସଭା ଓ ଏହା ଅନ୍ତର୍ଗତ ୪୨ ବିଧାନସଭା ଆସନ ପାଇଁ ଭୋଟ୍‌ ଗ୍ରହଣ ଚାଲିଛି। 

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ରାତି ଅଧରେ ଟଙ୍କା ବାଣ୍ଟି ବନ୍ଧା ହେଲେ ପିଇଓ

ନୟାଗଡ଼ ଅଫିସ/ ରଣପୁର, (ସ୍ବ.ପ୍ର.)୨୩ା୪:  ନୟାଗଡ଼ ଜିଲା ରଣପୁର ନିର୍ବାଚନମଣ୍ଡଳୀରେ ଟଙ୍କା ବାଣ୍ଟିବା ଅଭିଯୋଗରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ(ପିଇଓ)ଙ୍କୁ ଗ୍ରାମବାସୀ ବାନ୍ଧି ରଖିଛନ୍ତି। 

ପୁରୀରେ ମତଦାନ ଜାରି: ୧୧ଟା ସୁଦ୍ଧା ୧୮% ମତଦାନ

ପୁରୀରେ ମତଦାନ ଜାରି: ୧୧ଟା ସୁଦ୍ଧା ୧୮% ମତଦାନ

ପୁରୀ ଅଫିସ, ୨୩ା୪:  ପୁରୀ ଜିଲାର ୪ଟି ନିର୍ବାଚନମଣ୍ଡଳୀ ପିପିଲି, ପୁରୀ, ସତ୍ୟବାଦୀ ଓ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରେ ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି। ଅଳ୍ପ କିଛି ବୁଥ୍‌ରେ ଇଭିଏମ୍‌ ଓ ଭିଭିପିଏଟିରେ ତ୍ରୁଟି ପରିଲକ୍ଷିତ ହୋଇଥିବା ବେଳେ ମୋଟାମୋଟି ଭାବେ ଶାନ୍ତି ଶୃଙ୍ଖଳାର ସହ ଭୋଟଦାନ ଚାଲିଛି। 


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri