ରାଜ୍ୟ | ସମ୍ବଲପୁର

ଲାଞ୍ଜିଗଡ଼ ବେଦାନ୍ତରେ ଲଙ୍କାକାଣ୍ଡ, ତେଜିଲା ଶ୍ରମିକ ଅସନ୍ତୋଷ: ସୁରକ୍ଷା କର୍ମୀଙ୍କ ମାଡରେ ୨ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଲାଞ୍ଜିଗଡ଼ ବେଦାନ୍ତରେ ଲଙ୍କାକାଣ୍ଡ, ତେଜିଲା ଶ୍ରମିକ ଅସନ୍ତୋଷ: ସୁରକ୍ଷା କର୍ମୀଙ୍କ ମାଡରେ ୨ ମୃତ୍ୟୁ, ୫୦ରୁ ଊର୍ଦ୍ଧ୍ୱ ଗୁରୁତର

ଲାଞ୍ଜିଗଡ/ଭବାନୀପାଟଣା,୧୮।୩(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବେଦାନ୍ତ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଆନ୍ଦୋଳନରତ ବିସ୍ଥାପିତଙ୍କୁ ହଟାଇବାକୁ ଯାଇ ସୁରକ୍ଷା କର୍ମୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ତେଜିଛି ଜନଆନ୍ଦୋଳନ । ସୋମବାର ସକାଳୁ ବେଦାନ୍ତ କାରଖାନା ମୁଖ୍ୟ ଫାଟକ ସାମ୍ନାରେ ବିସ୍ଥାପିତ ରେଙ୍ଗୋପାଲି ଗ୍ରାମବାସୀ ଧାରଣାରେ ବସିଥିବାବେଳେ କମ୍ପାନୀରେ ନିୟୋଜିତ ଓଆଇଏସ୍‌ଏଫ୍‌ର ସୁରକ୍ଷାକର୍ମୀମାନେ ସେମାନଙ୍କୁ ହଟାଇବାକୁ ଯାଇ ଲାଠି ଚାଳନା କରିଥିଲେ। ଏହାର ପ୍ରତିବାଦ କରିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀମାନେ ଧାରଣାରତ ଗ୍ରାମବାସୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ କମ୍ପାନୀରେ କାମ କରୁଥିବା ଛତ୍ରପୁର ଗଁାର ଜଣେ ଶ୍ରମିକ ଦାନି ବାତ୍ରା (୪୦)ଙ୍କ ମୃତ୍ୟୁ ଘଟିଛି । ଏହି ଖବର ପ୍ରଚାର ହେବା ପରେ ଲାଞ୍ଜିଗଡ, ଛତ୍ରପୁର, ରେଙ୍ଗୋପାଲି ସମେତ ଅଞ୍ଚଳର ଶହଶହ ଉତ୍ତେଜିତ ଲୋକେ କମ୍ପାନୀ ମୁଖ୍ୟ ଫାଟକ ମଧ୍ୟକୁ ପଶି ଭଙ୍ଗାରୁଜା କରିଥିଲେ। ଉତ୍ତ୍ୟକ୍ତ ସୁରକ୍ଷା କର୍ମୀଙ୍କ ମାଡରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଲୋକେ ଗୁରୁତର ଭାବେ ଆହତ ହୋଇଛନ୍ତି । ଲୋକଙ୍କ ଉପରେ ଓଆଇଏସ୍‌ଏଫ୍‌ ଯବାନମାନେ ଏତେ ଆକ୍ରମଣାତ୍ମକ ହୋଇ ଉଠିଥିଲେ ଯେ, ଆନ୍ଦୋଳନକାରୀଙ୍କ ସମେତ ସାଧାରଣ ଜନତା, ସ୍କୁଲ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଗୋଡାଇ ଗୋଡାଇ ମାଡ ମାରି ଲହୁଲୁହାଣ କରି ଦେଇଥିଲେ । ବେଦାନ୍ତ ହସ୍ପିଟାଲର ଜଣେ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ମଧ୍ୟ ସେମାନେ ମାଡମାରିବାରୁ ସେ ଗୁରୁତର ହୋଇଛନ୍ତି । ସେହିପରି ଦୁଇଶହରୁ ଊର୍ଦ୍ଧ୍ୱ ଗାଡିକୁ ଭାଙ୍ଗାରୁଜା କରି ଦେଇଥିବାବେଳେ କମ୍ପାନୀରେ କାମ କରୁଥିବା ଶ୍ରମିକ ତଥା ସାମ୍ନାରେ ଛୋଟମୋଟ ଦୋକାନ କରିଥିବା ଦୋକାନୀମାନେ ମଧ୍ୟ ସେମାନଙ୍କ ଆକ୍ରମଣରୁ ବର୍ତ୍ତି ପାରି ନ ଥିଲେ । ଅପରପକ୍ଷରେ ଉତ୍ତ୍ୟକ୍ତ ଲୋକେ କମ୍ପାନୀ ମଧ୍ୟରେ ଭଙ୍ଗାରୁଜା କରିବା ସହ ମୁଖ୍ୟ ଫାଟକ ନିକଟରେ ଥିବା ସିକ୍ୟୁରିଟି ଅଫିସ, ଏଚ୍‌ଆର୍‌ ଅଫିସ, ସିଏସ୍‌ଆର୍‌ ଅଫିସ ଆଦିରେ ନିଅଁା ଲଗାଇ ଦେଇଥିଲେ । ଏହି ନିଅଁାରେ ପୋଡି ଓଆଇଏସ୍‌ଏଫ୍‌ର ଜଣେ ହାବିଲଦାର ମେଜର ସୁଜିତ କୁମାର ମିଞ୍ଜଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାବେଳେ ଘଟଣାସ୍ଥଳରେ ଡିଆଇଜି ହିମାଂଶୁ କୁମାର ଲାଲ, କଳାହାଣ୍ଡି ଜିଲାପାଳ ଡ. ଗାଭାଲି ପରାଗ ହର୍ଷଦ, ଏସ୍‌ପି ବି. ଗଙ୍ଗାଧର ପ୍ରମୁଖ ଉପସ୍ଥିତ ରହି ଉତ୍ତେଜିତ ଲୋକଙ୍କ ସହ ଆଲୋଚନା ଜାରି ରଖିଥିଲେ । ଏପରିକି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଦୁଇଜଣ ଡିଏସ୍‌ପିଙ୍କ ନେତୃତ୍ୱରେ ୩ ପ୍ଲାଟୁନ୍‌ ପୋଲିସ ସହିତ ଲାଞ୍ଜିଗଡ, ବିଶ୍ୱନାଥପୁର, ଭବାନୀପାଟଣା ଟାଉନ ଥାନା ପୋଲିସ ମଧ୍ୟ ଉପସ୍ଥିତ ଥିଲେ । ଶ୍ରମିକଙ୍କ ମୃତଦେହକୁ କମ୍ପାନୀ ମୁଖ୍ୟ ଫାଟକ ସାମ୍ନାରେ ରଖି ଆନ୍ଦୋଳନକାରୀ ଓ ପରିବାରବର୍ଗ ଧାରଣାରେ ବସିଥିଲେ। ଆହତଙ୍କୁ ଲାଞ୍ଜିଗଡ, ବିଶ୍ୱନାଥପୁର ଓ ଗୁରୁତର ଲୋକଙ୍କୁ ଭବାନୀପାଟଣା, ବିଶାଖାପାଟଣା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏ ସମ୍ପର୍କରେ କଳାହାଣ୍ଡି ଏସ୍‌ପି ବି. ଗଙ୍ଗାଧର କହିଛନ୍ତି ଯେ, ଘଟଣା ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ଏବଂ ଏ ନେଇ ଆଇନଗତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଏ ନେଇ ବେଦାନ୍ତ ସିଇଓ ଅଜୟ କୁମାର ଦିକ୍ଷିତ କହିଛନ୍ତି ଯେ, ଆମେ ସ୍ଥାନୀୟ ଲୋକଙ୍କ ସମସ୍ୟା ସମାଧାନ ପାଇଁ ଯଥାସମ୍ଭବ ଉଦ୍ୟମ କରୁଛୁ । ତେବେ ଆଜିର ଘଟଣା ଦୁର୍ଭାଗ୍ୟଜନକ ଓ ମୃତକଙ୍କ ପାଇଁ ମୋର ସହାନୁଭୁତି ରହିଛି ବୋଲି କହିବା ସହିତ ଓଆଇଏସ୍‌ଏଫ୍‌ ଯବାନମାନଙ୍କ ବର୍ବରତା ସମ୍ପର୍କରେ ମୋ ପାଖରେ ସୂଚନା ନାହିଁ ବୋଲି କହିଛନ୍ତି । ଖବର ଲେଖାଯିବା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିବା ବେଳେ କମ୍ପାନୀ ପରିସର ଏବେ ପୋଲିସ ଛାଉଣୀରେ ପରିଣତ ହୋଇଛି । ପ୍ରଶାସନ ତରଫରୁ କମ୍ପାନୀ ପରିସରରେ ୧୪୪ ଧାରା ଜାରି କରାଯାଇଛି । 


All Right Reserved By

ରାଜ୍ୟ | ସମ୍ବଲପୁର

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ଇଭିଏମ୍‌ ମେଶିନ ଖରାପ ଯୋଗୁ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ବିଳମ୍ବରେ ମତଦାନ

ନିରାକାରପୁର,୨୩ା୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଛି। କେତେକ ବୁଥ୍‌ରେ ଇଭିଏମ୍‌ ମେଶିନ୍‌ ଖରାପ ଯୋଗୁ କେଉଁଠାରେ ଦେଢ଼ଘଣ୍ଟା ତ କେଉଁଠାରେ ୪୦ ମିନିଟ ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। 

ଭୋଟ ଦେଲେ ବଦ୍ରି

ଭୋଟ ଦେଲେ ବଦ୍ରି

କେନ୍ଦୁଝର, ୨୩।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ନିର୍ବାଚନମଣ୍ଡଳୀର ଗଡ଼ବାନ୍ଧଗଡ଼ା ଗ୍ରାମର ୨୮୧ ନମ୍ବର ବୁଥରେ ମନ୍ତ୍ରି ବଦ୍ରିନାରାୟଣ ପାତ୍ର ମଙ୍ଗଳବାର ନିଜର ମତଦାନ କରିଛନ୍ତି। 

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

ମା’ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା ପାଇଁ କାକଟପୁର ଉତ୍ସବମୁଖର

କାକଟପୁର,୨୩ା୪(ଡି.ଏନ୍‌.ଏ.): କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଗତ ମାର୍ଚ୍ଚ ୨୬ ତାରିଖରୁ ଆରମ୍ଭ ହୋଇଥିବା ଝାମୁଯାତ୍ରା ମଙ୍ଗଳବାର ଉଦ୍‌ଯାପିତ ହେବ। 

ଇଭିଏମ୍‌ ଅଚଳ:  ୩ ଘଣ୍ଟା ବିଳମ୍ବରେ ମତଦାନ

ଇଭିଏମ୍‌ ଅଚଳ: ୩ ଘଣ୍ଟା ବିଳମ୍ବରେ ମତଦାନ

ଓଡଗାଁ,୨୩।୪(ସ୍ବ.ପ୍ର.): ନୟାଗଡ ଜିଲା ଓଡଗାଁ ବ୍ଲକ ରଙ୍ଗଣୀପାଟଣା ପଞ୍ଚାୟତ ବାହାଡ଼ାପିଠା ପ୍ରାଥମିକ ବିଦ୍ୟାଳୟରେ ଥିବା ୧୯୮ ନଂ. ବୁଥରେ ମଙ୍ଗଳବାର ମତଦାନ ଅନୁଷ୍ଠିତ ହୋଇଛି।

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ବୁଥ୍‌ ସମ୍ମୁଖରେ ଧାରଣା ଦେଲେ ବଦ୍ରିନାରାୟଣ ପାତ୍ର

ଆନନ୍ଦପୁର,୨୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଏକ ପୋଲିଂ ବୁଥ୍‌ ନିକଟରେ ଧାରଣା ଦେଇଛନ୍ତି। 

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

୧ଟା ସୁଦ୍ଧା ରାଜ୍ୟରେ ୩୪ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଜାରି ରହିଛିି। 

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଓଡ଼ିଶାର ନେତାଙ୍କଠାରୁ ଜନତା ଅଧିକ ଚାଲାକ: ମୋଦି

ଭୁବନେଶ୍ୱର,୨୩।୪(ବ୍ୟୁରୋ):  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ କେନ୍ଦ୍ରାପଡ଼ା ବାରୁଅଠାରେ ପହଞ୍ଚି ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ମୁଖ୍ୟମନ୍ତ୍ରୀଙ୍କ ସିମୁଳିଆ ନିର୍ବାଚନମଣ୍ଡଳୀ ଗସ୍ତ

ସିମୁଳିଆ,୨୩।୪(ଡି.ଏନ୍‌.ଏ.): ଆସନ୍ତା ୨୯ ତାରିଖରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାଲେଶ୍ୱର ଜିଲା ସିମୁଳିଆ-ଖଇରା ନିର୍ବାଚନମଣ୍ଡଳୀ ଗସ୍ତ କରିଛନ୍ତି।

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

କେନ୍ଦୁଝରର ବିଭିନ୍ନ ବୁଥରେ ଇଭିଏମ୍‌ ଅଚଳ: ବିଳମ୍ବରେ ମତଦାନ

ହାଟଡ଼ିହୀ,୨୩l୪(ଡ଼ି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ନିିର୍ବାଚନମଣ୍ଡଳୀ ହାଟଡ଼ିହୀ ବ୍ଲକ ଅଧୀନ ବିଭିନ୍ନ ବୁଥରେ ଇଭିଏମ ଖରାପ ପାଇଁ ଦୀର୍ଘ ସମୟ ପର୍ଯ୍ୟନ୍ତ ମତଦାନ ହୋଇପାରି ନ ଥିବା ଦେଖିବାକୁ ମିଳିଛି।

ନିର୍ବାଚନୀ ହିଂସା: ଆକ୍ରମଣରେ କଂଗ୍ରେସ ସମର୍ଥକ ଗୁରୁତର

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଚାଲୁ ରହିଛି। ଖୋର୍ଦ୍ଧା ଜିଲା ବେଗୁନିଆ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବୋଲଗଡ଼ ଥାନା କଳାଙ୍ଗ ପଞ୍ଚାୟତ ଗୋଡ଼ଭଙ୍ଗାର ୧ ନମ୍ବର ବୁଥ୍‌ରେ ବିଜେଡି ସମର୍ଥକମାନେ କଂଗ୍ରେସ ସମର୍ଥକଙ୍କୁ ମତଦାନ କେନ୍ଦ୍ରକୁ ଭୋଟ ଦେବା ପାଇଁ ଛାଡୁ ନାହାନ୍ତି।

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦ % ମତଦାନ

ଖୋର୍ଦ୍ଧା ଅଫିସ,୨୩ା୪: ମଙ୍ଗଳବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି। ଖୋର୍ଦ୍ଧା ଜିଲା ୧୧୮ ନମ୍ବର ଚିଲିକା ନିର୍ବାଚନମଣ୍ଡଳୀରେ ପୂର୍ବାହ୍ନ ୧୧ଟା ସୁଦ୍ଧା ସର୍ବାଧିକ ୨୦% ମତଦାନ ହୋଇଛି।  

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

୧୧ଟା ସୁଦ୍ଧା ରାଜ୍ୟରେ ୧୮ ପ୍ରତିଶତ ମତଦାନ

ଭୁବନେଶ୍ୱର,୨୩।୪(ବ୍ୟୁରୋ): ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ  ମଙ୍ଗଳବାର ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri