ସମ୍ବଲପୁର

ଚିକିତ୍ସକ ଭଗବାନଙ୍କ ୨ୟ ଅବତାର

ଚିକିତ୍ସକ ଭଗବାନଙ୍କ  ୨ୟ ଅବତାର

ପାଇକମାଲ, ୧୮।୩(ଡି.ଏନ.ଏ.)- ଶ୍ରୀଶ୍ରୀ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ପ୍ରାରମ୍ଭିକ ଯୋଗ ପ୍ରଶିକ୍ଷକ ଶିବିର ରବିବାର ଉଦ୍‌ଘାଟିତ ହୋଇଯାଇଛି। ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ସତ୍ୟଭୂଷଣ ସାହୁଙ୍କ ଅଧ୍ୟକ୍ଷତାରେ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ  ମୁଖ୍ୟ ଅତିଥି ଭାବରେ ସରାଇପାଲି ବିଧାୟକ କିସମତଲାଲ ନନ୍ଦ ଯୋଗଦାନ କରି ଡାକ୍ତରମାନେ ହେଉଛନ୍ତି ଭଗବାନଙ୍କ ୨ୟ ଅବତାର। ସେଥିପାଇଁ ସେମାନେ ଯୋଗର ଯମ ନିୟମ ପାଳନ କରିବା ପାଇଁ ପରାମର୍ଶ ଦେଇଥିଲେ। ସମ୍ମାନୀୟ  ଅତିଥି ଭାବରେ ଆରବିଆଇ ଭୁବନେଶ୍ୱରର ଅବସରପ୍ରାପ୍ତ ଅଧିକାରୀ ନଟବର ବେହେରା, ମହାବିଦ୍ୟାଳୟର ପ୍ରଶାସକ  ମନୋଜ ତ୍ରିବେଦୀ ଯୋଗଦାନ କରିଥିଲେ। ମୁଖ୍ୟ ତାଲିମଦାତା ଭାବେ ଆନନ୍ଦ ମାର୍ଗର ସଭାପତି ଷ୍ଟେପେନ ଲନ ବୋମ୍ବା  ଯୋଗଦେଇ ପ୍ରଶିକ୍ଷକମାନଙ୍କୁ ଯୋଗ ପ୍ରଦାନ କରୁଛନ୍ତି। ଶିବିରର ସଂଯୋଜକ କେନ୍ଦ୍ରୀୟ ସମ୍ପାଦକ କାଠମାଣ୍ଡୁ (ନେପାଲ)ର ଆଚାର୍ଯ୍ୟ ପୂର୍ଣ୍ଣାନନ୍ଦ ଅବଦୁତ ଯୋଗଦେଇଛନ୍ତି। ବର୍ତ୍ତମାନ ସମୟରେ ସବୁ ପରିସ୍ଥିତିରେ ଯୋଗ ନିତାନ୍ତ ଆବଶ୍ୟକ ଥିବା ଦୃଷ୍ଟିରୁ ଶିକ୍ଷା ବିଭାଗ ଏଥିପ୍ରତି ପ୍ରାଧାନ୍ୟ ଦେବା ଉଚିତ ବୋଲି ସେ କହିଥିଲେ। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ସକାଳ ୫ଟା ୩୦ରୁ ୭ଟା ଅପରାହ୍ନ ୪ଟା ରୁ ୬ଟା ପର୍ଯ୍ୟନ୍ତ ଯୋଗଶିକ୍ଷା ଦାନ କରାଯିବ। ଏଥିରେ ମହାବିଦ୍ୟାଳୟର କର୍ମଚାରୀ, ୧୫୦ ଛାତ୍ରୀଛାତ୍ର ଅଂଶଗ୍ରହଣ କରିଛନ୍ତି। ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ସୁଶିଲ ମହାପାତ୍ର ଧନ୍ୟବାଦ ଦେଇଥିଲେ।

All Right Reserved By

ସମ୍ବଲପୁର

ବାପ୍‌ ଆରପାରେ, ମା’ର ପତା ନାଇଁ  ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ବାପ୍‌ ଆରପାରେ, ମା’ର ପତା ନାଇଁ ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ। 

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୋନପୁର,୨୨।୪(ନି.ପ୍ର.): ସୁବର୍ଣ୍ଣପୁରରେ ବିଶ୍ୱ ଧରିତ୍ରୀ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନାଞ୍ଚଳ ପକ୍ଷରୁ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଗଡଦ୍ୱାରରେ ଚଞ୍ଚକତା କରି ଜନୈକା ଆଶାକର୍ମୀଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇ ନୂତନ ଆଶା ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ବିରୋଧ ହୋଇଛି।

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। 

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। 

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ:  ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌ ଟିକେ ପାଏବାର ଲାଗି ଇଠାନେ ଲୁକ୍‌କୁ ନାନା ସମସିଆ ସଂଗେ ଯୁଝ୍‌ବାକେ ପଡ଼ୁଛେ।

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ବିନିକା,୨୨ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗାଁର ହରିଶ୍ଚନ୍ଦ୍ର ହୋତାକଁର ଦିବ୍ୟାଙ୍ଗ ପୁଓ ଆଶୁତୋଷ ଶେଷେ ସରକାରୀ ଯୋଜନାରେ ବିଜୁ ପକ୍କାଘର ଖଁଡ଼େ ପଏବାରେ ସଫଲ ହେଇଛନ୍‌। 

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କୁତ୍ରା/ବଡ଼ଗାଁ, ୨୧।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଓ ବଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଫଳରେ ପରିବା ଓ ଫଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାପରେ ରହୁଥିବା ଜଣାପଡିଛି। 

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ବିନିକା, ୨୦ା୪(ଡି.ଏନ୍‌.ଏ.):ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ଏବଂ ବାବୁପାଲି ପଞ୍ଚାୟତର ୫ଶହ ଏକର ଜମିରେ ସିଆମାଳ ନାଳିର ପାଣି ମାଡିଥାଏ।  ୪ଶହରୁ ଊର୍ଦ୍ଧ୍ୱ ଚାଷୀ ଏହାଦ୍ୱାରା ଉପକୃତ ହୋଇଥାନ୍ତି। 

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ନୂଆପଡା ଅଫିସ, ୨୧।୪- ନୂଆପଡା ରାଜ୍ୟର ସବୁଠାରୁ ବେଶୀ ଫ୍ଲୋରାଇଡ ପ୍ରଭାବିତ ଜିଲା। ଏଠିକାର ପଚିଶ ପ୍ରତିଶତରୁ ଊର୍ଦ୍ଧ୍ୱ ଅଞ୍ଚଳ ଫ୍ଲୋରାଇଡ ପ୍ରବଣ। ବିଶୁଦ୍ଧ ପାନୀୟ ଜଳ ମୁନ୍ଦିଏ ପାଇଁ ଏଠିକାର ଲୋକଙ୍କୁ  ସଂଘର୍ଷ କରିବାକୁ ପଡିଥାଏ। 

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୋନପୁର,୨୧।୪(ନି.ପ୍ର.):ଜନସାଧାରଣଙ୍କ ଦୀର୍ଘଦିନର ଦାବି ପରେ ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଛି। ଏହି ଅଦାଲତ ଦ୍ୱାରା ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିବ। 

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀ ରାଜାଙ୍କ ଦୁର୍ବଳ ମୂହୂର୍ତ୍ତର ସୁଯୋଗ ନେଇ ୨ବର ଦେବା ପାଇଁ ସର୍ତ୍ତ ରଖିଥିଲେ ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri