ସମ୍ବଲପୁର

ଭାଜପାର ବିଜୟ ସଙ୍କଳ୍ପ ଯାତ୍ରା

ଭାଜପାର ବିଜୟ ସଙ୍କଳ୍ପ ଯାତ୍ରା

ଗୁଡଭେଲା,୧୮ା୩(ଡିଏନଏ): ବଲାଙ୍ଗୀର ଜିଲା ଟିଟିଲାଗଡ ନିର୍ବାଚନ ମଣ୍ଡଳୀର ଗୁଡଭେଲା, ସଇଁତଲା ଓ ଟିଟିଲାଗଡ ବ୍ଳକର ବିଭିନ୍ନ ଗ୍ରାମରେ ଗତ ଏକ ସପ୍ତାହ ଧରି ଚାଲିଥିବା ଭାଜପାର  ବିଜୟ ସଂକଳ୍ପ ଯାତ୍ରା  ସୋମବାର ଶେଷ ହୋଇଛି। ଅନ୍ତିମ କାର୍ଯ୍ୟକ୍ରମ ଗୁଡଭେଲା ବ୍ଲକ ଅନ୍ତର୍ଗତ ସରଗଡାରେ ଆୟୋଜିତ ହୋଇଥିଲା। ବ୍ଳକ ଅଧ୍ୟକ୍ଷ ଅଶୋକ ଚନ୍ଦ୍ର ଦୋରାଙ୍କ ନେତୃତ୍ୱରେ ଏହି ଯାତ୍ରା ଚାଲିଥିବା ବେଳେ ଉପରୋକ୍ତ ତିନି ବ୍ଳକର ପ୍ରାୟ ୫୦ଟି ଗ୍ରାମରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଶେଷଦିନରେ ଗୁଡଭେଲା ବ୍ଲକର କୁରେଭନା, ମାଧିଆପାଲି, ଲିଖିରିଆ, ବଡଙ୍ଗୋମୁଣ୍ଡା ଆଦି ଗ୍ରାମରେ ସଙ୍କଳ୍ପ ରଥ ବୁଲିବା ସହ ଦଳୀୟ ନେତୃବୃନ୍ଦ ଲୋକଙ୍କ ସମସ୍ୟା ଉପରେ ଆଲୋଚନା କରିଥିଲେ ା କେନ୍ଦ୍ରର ମୋଦି ସରକାର ଓଡିଶାର ବିକାଶ ପାଇଁ ହଜାରହଜାର କୋଟି ଟଙ୍କାର ଅନୁଦାନ ଦେଇଥିଲେ ମଧ୍ୟ  ରାଜ୍ୟର ବିଜେଡି ସରକାର ଏହା ଖର୍ଚ୍ଚ କରି ନ ପାରିବା  ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା। ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମହେନ୍ଦ୍ର ଠାକୁର, ବିସ୍ତାରକ ଅର୍ଜୁନ ଭାଟୀ, ମଣ୍ଡଳ ସଭାପତି ଖଗେଶ୍ୱର ରଣା, ପ୍ରକାଶ ଚନ୍ଦନ, ଅମରେଶ କେଡ଼ିଆ, ତରୁଣ ମାଝୀଙ୍କ ସହ ବହୁ ଭାଜପା କର୍ମୀ ଏହି ଯାତ୍ରାରେ ଏଥିରେ  ସାମିଲ ହୋଇଥିଲେ।

All Right Reserved By

ସମ୍ବଲପୁର

ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା ଅଭିଯୋଗ, ଜଣେ ଅଟକ

ବଲାଙ୍ଗୀର ଅଫିସ,୨୪।୪: ବଲାଙ୍ଗୀର ଜିଲା ଟିକ୍ରାପଡ଼ା ଫାଣ୍ତି ଅଧୀନ ଝରବାହାଲି ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ଏ ନେଇ ସଇତଳା ଥାନାରେ ବୁଧବାର ଅଭିଯୋଗ ହୋଇଛି। 

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି,  ହିତାଧିକାରୀ ନିରାଶ

ମିଳୁନି ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପ୍ରୋତ୍ସାହନ ରାଶି,  ହିତାଧିକାରୀ ନିରାଶ

କୁଆଁରମୁଣ୍ଡା, ୨୪।୪(ଡି.ଏନ.ଏ.)-ଗ୍ରାମାଞ୍ଚଳର ଦାରିଦ୍ର୍ୟ ସୀମାରେଖା ତଳେ ବାସ କରୁଥିବା ଗରିବ ପରିବାରକୁ ଚିହ୍ନଟ କରାଯାଇ ସରକାରଙ୍କ ବିଭିନ୍ନ ଯୋଜନାରେ କଂକ୍ରିଟ ଛାତ ଘର ନିର୍ମାଣ ନିମନ୍ତେ ସରକାରୀ ସହାୟତା ପ୍ରଦାନ କରାଯାଉଛି। 

କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ:   ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

କାମେ ନାଇଁ ଆଏବାର ସ୍ବଜଳଧାରା ପ୍ରକଳ୍ପ:  ପାଏନ୍‌ ଲାଗି ଗୁଲଗୁଲା ଦେଣ୍ଡୁପଦରବାସୀ

ବିନିକା, ୨୪ା୪(ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ର ଦେଣ୍ଡୁପଦର ଗାଁ। ୨ଟା ଓ୍ବାର୍ଡ ଥିବାର ଇ ଗଁାରେ ପାଖାପାଖି ୮ଶହ ଲୋକ୍‌ ବାସ୍‌ କରୁଛନ୍‌। 

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ 

ପୁସ୍ତକ ମଣିଷର ଅନ୍ତରଙ୍ଗ ବନ୍ଧୁ 

ସୋନପୁର,୨୪।୪(ନି.ପ୍ର.)- ଦୁଃଖ ଓ ସୁଖ ସମୟରେ ପୁସ୍ତକ ସାଥି ହୋଇଥାଏ। ପୁସ୍ତକ ପଢିଲେ ଜ୍ଞାନ ବଢେ, ଆତ୍ମ ସନ୍ତୋଷ ମିଳେ। ଦୁଶ୍ଚିନ୍ତା ଦୂର ହୁଏ। ତେଣୁ ପୁସ୍ତକ ହିଁ ମଣିଷର ଅନ୍ତରଙ୍ଗ ବନ୍ଧୁ ବୋଲି ବିଶ୍ୱ ପୁସ୍ତକ ଦିବସ ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ମତ ପ୍ରକାଶ କରିଛନ୍ତି। 

ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ନୂଆପଡା ଅଫିସ,୨୪ା୪- ସରକାର ସବୁ ଗରିବ୍‌ ପରିବାରକେ ପକାଘର ଆର ଜମି ପଟ୍ଟା ଦେବାର ବେବସ୍‌ତା କରୁଛନ୍‌। ହେଲେ ବହୁତ୍‌ ଜାଗାରେ ଇ ସବୁ ଯୋଜନା କାଗଜ କଲମରେ ସୀମିତ ହେଇ ରହିଯାଉଛେ। 

ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ବଡ଼ଭାଇ ଟାଙ୍ଗିଆ ଚୋଟରେ ସାନଭାଇ ଗୁରୁତର

ଝାରସୁଗୁଡା ଅଫିସ୍‌/ ଲଖନପୁର, ୨୪।୪(ଡି.ଏନ୍‌.ଏ)-ଝାରସୁଗୁଡା ଜିଲା ବଡ଼ମାଲ ଥାନା ବୃନ୍ଦାମାଲ ଆର୍‌ଆର୍‌ କଲୋନୀରେ ମଙ୍ଗଳବାର ସକାଳ ସାଢେ ୭ଟାରେ ବଡ଼ଭାଇ ସୁଶିଲ ଧୁରୁଆଙ୍କ ଟାଙ୍ଗିଆ ଚୋଟରେ ସାନଭାଇ ସୁରେଶ ଧୁରୁଆ(୩୫)ଗୁରୁତର ଆହତ ହୋଇଛନ୍ତି। 

ଋତୁ ଶାଗ୍‌ କୁଲେରର ଚାହିଦା କାହିଁରେ କେତେ 

ଋତୁ ଶାଗ୍‌ କୁଲେରର ଚାହିଦା କାହିଁରେ କେତେ 

ପଦ୍ମପୁର, ୨୪।୪ (ଡି.ଏନ.ଏ)-  ପଶ୍ଚିମ ଓଡ଼ିଶାର ଅନେକ ଜିଲା ଆଦିବାସୀ ବହୁଲ। ଇଠାନେ ଭିନେ ଭିନେ ସମିଆରେ ଅନେକ କିସମର ସାଗ୍‌, ଫଲମୂଲ, କଁଦା ଖାଏବାକେ ମିଲସି। ଯେନ୍‌ଥିର ସୁଆଦ୍‌ ବି ଭିନେ କିସମର। 

କୋଠା ତିଆରି ହୋଇଛି, ହେଲେ ୬ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନାହିଁ

କୋଠା ତିଆରି ହୋଇଛି, ହେଲେ ୬ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇନାହିଁ

କୁତ୍ରା, ୨୩।୪ (ଡି.ଏନ.ଏ)- ସୁନ୍ଦରଗଡ଼ ଜିଲା କୁତ୍ରା ତହସିଲ ଅଧିନରେ ଥିବା ୬ଟି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପାଇଁ ଦୀର୍ଘ ଦିନରୁ ନୂତନ କୋଠା ତିଆରି ହୋଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ହୋଇନାହିଁ। 

ସୋନପୁର ବ୍ଲକ ପରିସରର ସାଧନକେନ୍ଦ୍ର, ପାଠାଗାରରେ ତାଲା: ନଷ୍ଟ ହେଉଛି ବହି, କମ୍ପ୍ୟୁଟର

ସୋନପୁର ବ୍ଲକ ପରିସରର ସାଧନକେନ୍ଦ୍ର, ପାଠାଗାରରେ ତାଲା: ନଷ୍ଟ ହେଉଛି ବହି, କମ୍ପ୍ୟୁଟର

ସୋନପୁର,୨୩।୫(ନି.ପ୍ର.): ସୋନପୁର ବ୍ଲକ ପରିସରରେ ଖୋଲା ଯାଇଥିବା ସାଧନ କେନ୍ଦ୍ର ଓ ଜିଲାର ପ୍ରଥମ ବ୍ଲକସ୍ତରୀୟ ପାଠାଗାରରେ ସବୁବେଳେ ତାଲା ଝୁଲୁଛି। ଗତ ୨୦୧୩ ମେ ୨୩ତାରିଖରେ ବଲାଙ୍ଗୀର ଏମପି କଲିକେଶ ନାରାୟଣ ସିଂଦେଓ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଉଦ୍‌ଘାଟନ କରିଥିଲେ। 

ବାପ୍‌ ଆରପାରେ, ମା’ର ପତା ନାଇଁ  ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ବାପ୍‌ ଆରପାରେ, ମା’ର ପତା ନାଇଁ ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ। 

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୋନପୁର,୨୨।୪(ନି.ପ୍ର.): ସୁବର୍ଣ୍ଣପୁରରେ ବିଶ୍ୱ ଧରିତ୍ରୀ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନାଞ୍ଚଳ ପକ୍ଷରୁ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଗଡଦ୍ୱାରରେ ଚଞ୍ଚକତା କରି ଜନୈକା ଆଶାକର୍ମୀଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇ ନୂତନ ଆଶା ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ବିରୋଧ ହୋଇଛି।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri