ସମ୍ପାଦକୀୟ |

ପରମାଣୁ ବୋମା ବିମୁକ୍ତ ବିଶ୍ୱ

ପରମାଣୁ ବୋମା ବିମୁକ୍ତ ବିଶ୍ୱ
ଡ. ରମେଶ ଚନ୍ଦ୍ର ପରିଡ଼ା ବିଜ୍ଞତାର ଶୀର୍ଷରେ ଉପନୀତ ହୋଇଥିବାର ଦାବି କରୁଥିବା ମଣିଷ ଯେ ଭସ୍ମାସୁରର ପ୍ରବୃତ୍ତିରୁ ମୁକ୍ତିଲାଭ କରିପାରି ନାହିଁ, ତାହାର ପ୍ରଥମ ଓ ପ୍ରଧାନ ପ୍ରମାଣ ହେଲା ଯୁଦ୍ଧ ବିଗ୍ରହ ଓ ଆତଙ୍କବାଦର ପ୍ରସାର। ଏଥିପାଇଁ ସେ ନିଜର ଶ୍ରେଷ୍ଠତମ ମେଧା ଉପଯୋଗ କରି ନିର୍ମାଣ କରିଚାଲିଛି ଅଧିକରୁ ଅଧିକ ଧ୍ୱଂସଶକ୍ତିସମ୍ପନ୍ନ ଅସ୍ତ୍ରଶସ୍ତ୍ର। ତା’ର ଏହି ଆସୁରିକ ମାନସିକତାର ଚରମ ପରିପ୍ରକାଶ ଘଟିଛି ପରମାଣୁ ବୋମା ପ୍ରସ୍ତୁତିରେ। ବର୍ତ୍ତମାନ ବିଶ୍ୱରେ ସମ୍ଭବତଃ ଗଚ୍ଛିତ ଅଛି ପ୍ରାୟ ୧୫ ହଜାର ପାଖାପାଖି ଏହି ମାରଣାସ୍ତ୍ର ଏବଂ ଯେଉଁ ୯ଟି ଦେଶ ଏହାର ଅଧିକାରୀ ସେମାନେ ହେଲେ ରୁଷିଆ(୭୦୦୦), ଆମେରିକା (୬୮୦୦), ଫ୍ରାନ୍ସ (୩୦୦), ଇଂଲଣ୍ଡ (୨୧୫), ଚାଇନା (୨୭୦), ପାକିସ୍ତାନ (୧୨୦ରୁ ୧୩୦), ଭାରତ (୧୧୦ରୁ ୧୨୦), ଇସ୍ରାଏଲ (୮୦) ଏବଂ ଉତ୍ତରକୋରିଆ (୧୦ରୁ ୧୨)। ପୁନଶ୍ଚ ଯେକୌଣସି ସମୟରେ ଇରାନ ଓ ଦକ୍ଷିଣ ଆଫ୍ରିକା ଏ ଗୋଷ୍ଠୀର ଅନ୍ତର୍ଭୁକ୍ତ ହୋଇପାରନ୍ତି। ଅତଏବ ବିଶ୍ୱକୁ କେତେ ଶହ ବାର ଧ୍ୱଂସ କରିଦେବାର ସାମର୍ଥ୍ୟ ଏବେ ମଣିଷ ପାଖରେ ଅଛି। ପୁନଶ୍ଚ ଏହି ଅସ୍ତ୍ର ଯଦି ଆତଙ୍କବାଦୀଙ୍କ ହାତରେ ପଡିଯାଏ ସ୍ଥିତି ଯେ କ’ଣ ହେବ କହିହେବ ନାହିଁ। ଅତଏବ ହିରୋସୀମା-ନାଗାସାକୀରେ ଘଟିଥିବା ପାରମାଣବିକ ପ୍ରଳୟର ସାତ ଦଶକ ପରେ ମଧ୍ୟ ନିଜକୁ ମହା ବିବେକି ବୋଲି ଦାବି କରୁଥିବା ମଣିଷଠାରେ ଏହାର ପୁନରାବୃତ୍ତି ନ ଘଟାଇବା ଲାଗି ଆବଶ୍ୟକ ବିବେକର ଯେ ଉଦ୍ରେକ ହୋଇପାରି ନାହିଁ ଏହା ଏଥିରୁ ସୁସ୍ପଷ୍ଟ। ତଥାପି ଏହି ଆଶାକୁ ଉଜ୍ଜୀବିତ ରଖିବା ପାଇଁ ତା’ର ବିବେକକୁ ବାରମ୍ବାର ଜାଗ୍ରତ କରାଇବା ଉଦ୍ଦେଶ୍ୟରେ ଉଦ୍ୟମ ଅବ୍ୟାହତ ରଖିଛନ୍ତି ବହୁ ଚେତନାକାରୀ ଶକ୍ତି। ସେଗୁଡିକ ମଧ୍ୟରୁ ଅଗ୍ରଗଣ୍ୟ ହେଲା ଇଣ୍ଟରନ୍ୟାଶନାଲ କ୍ୟାମ୍ପେନ ଟୁ ଆବୋଲିଶ୍‌ ନିଉକ୍ଲିୟର ଉଇପନ୍‌ସ ବା ସଂକ୍ଷେପରେ ଆଇକ୍ୟାନ୍‌। ଭିଏନାଠାରେ ପ୍ରତିଷ୍ଠିତ ଏହି ସ୍ବନାମଧନ୍ୟ ଅନୁଷ୍ଠାନକୁ ଏଥିପାଇଁ ଚଳିତବର୍ଷ (୨୦୧୭) ଯଥାର୍ଥରେ ପ୍ରଦାନ କରାଯାଇଛି ଶାନ୍ତି ପାଇଁ ନୋବେଲ ପୁରସ୍କାର। ଏହାର ଚରମ ଲକ୍ଷ୍ୟ ହେଲା ବିଶ୍ୱକୁ ପରମାଣୁ ଅସ୍ତ୍ର ବିମୁକ୍ତ କରିବା। ପରମାଣୁ ଅସ୍ତ୍ରର ପ୍ରସାର ସୀମିତ କରିବା ପାଇଁ ପ୍ରଥମେ ୧୯୯୬ ମସିହାରେ ଏହାର ପରୀକ୍ଷଣ ବନ୍ଦ ଲାଗି ଜାତିସଂଘରେ ସ୍ବାକ୍ଷରିତ ହୋଇଥିଲା ଚୁକ୍ତିଟିଏ। କିନ୍ତୁ ତାହା କେବଳ କାର୍ଯ୍ୟକାରୀ ହେଲା ଅମାନ୍ୟତାରେ। ଭାରତ, ପାକିସ୍ତାନ, ଇସ୍ରାଏଲ ଏବଂ ଉତ୍ତରକୋରିଆ ଆଦି ଦେଶ ବିବିଧ କାରଣ ଦର୍ଶାଇ ଏହାପରେ ମଧ୍ୟ ପରମାଣୁ ବୋମା ମାନ ପରୀକ୍ଷା କରିବାକୁ ଲାଗିଲେ। ପୁନଶ୍ଚ ସେହି ବର୍ଷ ଜାତିସଂଘ ସାଧାରଣ ପରିଷଦର ଅନୁରୋଧ କ୍ରମେ ଆନ୍ତର୍ଜାତିକ ବିଚାରାଳୟ ମଧ୍ୟ ବିଶ୍ୱକୁ ପରମାଣୁ ବୋମା ଭୟରୁ ବିମୁକ୍ତ କରିବା ପାଇଁ କେତେକ ଉପଦେଶାତ୍ମକ ନିର୍ଦ୍ଦେଶ ଜାରି କରିଥିଲେ। ଏଥିରେ ଗୋଟିଏ ଦେଶ ଅନ୍ୟ ଦେଶକୁ ପରମାଣୁ ପ୍ରୟୋଗର ଭୟ ଦେଖାଇବାକୁ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ରୂପେ ପରିଗଣିତ କରିବା ଏବଂ କ୍ରମଶଃ ଗଚ୍ଛିତ ପରମାଣୁ ବୋମାଗୁଡିକୁ ନଷ୍ଟ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିବା ଲାଗି ପରାମର୍ଶ ଦିଆଯାଇଥିଲା। ଜାତିସଂଘ ସାଧାରଣ ପରିଷଦରେ ଗୃହୀତ ହୋଇଥିଲେ ହେଁ ଏଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇପାରିଲା ନାହିଁ- ପରମାଣୁରେ ବଳୀୟାନ ଦେଶଗୁଡିକର ଅସହଯୋଗ ହେତୁ। ପରିଣାମରେ ପରମାଣୁ ଯୁଦ୍ଧର ଭୟ ବଢିଲା ସିନା କମିଲା ନାହିଁ।ଏହା ପରେ ଆସିଲା ଗୋଟିକ ପରେ ଗୋଟିଏ ହୋଇ ଅନେକ ଚୁକ୍ତି- ପରମାଣୁ ଅସ୍ତ୍ର ସୀମିତ କରିବା ଚୁକ୍ତି ବା ସଲ୍‌ଟ ,ପରମାଣୁ ଅସ୍ତ୍ର ହ୍ରାସକରିବା ଚୁକ୍ତି ବା ଷ୍ଟାର୍ଟ, ପରମାଣୁ ଅସ୍ତ୍ର ପ୍ରସାରବିରୋଧୀ ଚୁକ୍ତି ବା ଏନ୍‌ପିଟି, ପରମାଣୁ ଅସ୍ତ୍ର ପରୀକ୍ଷା ନିଷେଧ ଚୁକ୍ତି ବା ସିଟିବିଟି ଇତ୍ୟାଦି। ଶେଷରେ ଏଭଳି ପ୍ରଳୟଙ୍କରୀ ଅସ୍ତ୍ରର ଭୟାବହ ପରିଣାମରୁ ବିଶ୍ୱକୁ ସୁରକ୍ଷା ଦେବା ଲାଗି ୨୦୦୫ ମସିହାରେ ହିରୋସୀମାଠାରେ ଅନୁଷ୍ଠିତ ହେଲା ପୁଗ୍‌ଓ୍ବାସ୍‌ର ବିଶେଷ ସମ୍ମିଳନୀ। ସବୁ ଦେଶ ଉପରୋକ୍ତ ସମସ୍ତ ଚୁକ୍ତିଗୁଡିକୁ ସମ୍ମାନ ଦେଖାଇବା, ଏ ଅସ୍ତ୍ରକୁ ପ୍ରଥମେ ବ୍ୟବହାର ନ କରିବା ଲାଗି ପ୍ରତିଶ୍ରୁତିବଦ୍ଧ ହେବା ଏବଂ ୨୦୨୦ ମସିହା ସୁଦ୍ଧା ବିଶ୍ୱକୁ ପରମାଣୁ ବୋମା ବିମୁକ୍ତ କରିବା ଦିଗରେ ପ୍ରକ୍ରିୟା ଆରମ୍ଭ କରିବା ଲାଗି ଏଠାରେ ସ୍ଥିର କରାଗଲା। କିନ୍ତୁ ପୁନଶ୍ଚ ସେ ପ୍ରସ୍ତାବଗୁଡିକ ରହିଗଲା ଶୀତଳଭଣ୍ଡାରରେ। ୨୦୧୪ ମସିହାରେ ବିଶ୍ୱର ୧୫୮ଟି ଦେଶର ପ୍ରତିନିଧିମାନେ ଭିଏନା କନ୍‌ଫରେନ୍ସ ଅନ୍‌ ଦ ହ୍ୟୁମ୍ୟାନିଟାରିଆନ୍‌ ଇମ୍ପାକ୍ଟ ଅଫ୍‌ ନିଉକ୍ଲିୟର ଉଇପନ୍‌ରେ ମିଳିତ ହେଲେ। କନଫରେନ୍ସର ନିଷ୍ପତ୍ତିକ୍ରମେ ୨୦୧୬ ମସିହା ଅକ୍ଟୋବରରେ ବିଶ୍ୱକୁ ପରମାଣୁ ଅସ୍ତ୍ର ବିମୁକ୍ତ କରିବା ଲକ୍ଷ୍ୟରେ ଆଇନ ଦ୍ୱାରା ବାଧ୍ୟତାମୂଳକ ଚୁକ୍ତିଟିଏ ସମ୍ପାଦନ କରିବାକୁ ଜାତିସଂଘରେ ପ୍ରସ୍ତାବ ଆଗତ ହେଲା। ଏଥିରେ ଅନୁପସ୍ଥିତ ରହିଲେ ଭାରତ ଓ ପାକିସ୍ତାନ ଏବଂ ଏହାର ବିରୋଧ କଲେ ଆମେରିକା ସମେତ ଅନ୍ୟ ସବୁ ପରମାଣୁ ସାମର୍ଥ୍ୟସମ୍ପନ୍ନ ଦେଶ। ଅତଏବ ତାହା କାର୍ଯ୍ୟକାରୀ ହୋଇପାରିଲା ନାହିଁ।ଏହାସତ୍ତ୍ୱେ ଚଳିତବର୍ଷ ଶାନ୍ତି ପାଇଁ ନୋବେଲ ପୁରସ୍କାର ଲାଭ କରିଥିବା ‘ଆଇକ୍ୟାନ୍‌’ର ଉଦ୍ୟମରେ ଏ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ମିଳିଛିତ୍ତେ୍‌ଗତ ଜୁଲାଇ ୭, ୨୦୧୭ରେ। ସେଦିନ ବିଶ୍ୱକୁ ପରମାଣୁ ଅସ୍ତ୍ର ମୁକ୍ତ କରିବା ଲାଗି ଜାତିସଂଘର ସାଧାରଣ ପରିଷଦରେ ଆଗତ ପ୍ରସ୍ତାବଟି ୧୨୭ଟି ଦେଶର ସମର୍ଥନରେ ଯଦିଓ ଗୃହୀତ ହୋଇଯାଇଛି। ଏଥିରୁ କିନ୍ତୁ ମଧ୍ୟ ଦୂରେଇ ରହିଛନ୍ତି ପରମାଣୁବୋମାଧାରୀ ରାଷ୍ଟ୍ର ସମୂହ।‘ଆଇକ୍ୟାନ୍‌’ ପ୍ରତି ରହିଛି ୪୦୦ରୁ ଊର୍ଦ୍ଧ୍ୱ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ସ୍ବେଚ୍ଛାସେବୀ ସଙ୍ଗଠନର ସହଯୋଗ। ତେଣୁ ମିଳଛି ପରମାଣୁ ବୋମାର ଅଧିକାରୀ ହୋଇ ନ ଥିବା ସମସ୍ତ ଦେଶ ସମେତ ପରମାଣୁଧାରୀ ଦେଶର ଅଧିକାଂଶ ବୁଦ୍ଧିଜୀବୀ ଓ ଦାୟିତ୍ୱସମ୍ପନ୍ନ ନାଗରିକଙ୍କର ଅକୁଣ୍ଠ ସମର୍ଥନ। ଅନ୍ୟପକ୍ଷରେ ଅଦ୍ୟାବଧି ବିଶ୍ୱକୁ ପରମାଣୁ ବୋମା ମୁକ୍ତ କରିବାକୁ ସମର୍ଥ ହୋଇ ନ ଥିଲେ ହେଁ ତାହା ହ୍ରାସ କରିବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିପାରିଛି। ୧୯୮୬ ମସିହା ବେଳକୁ ଆମେରିକା ଓ ସୋଭିଏତ ରୁଷ ମଧ୍ୟରେ ଶୀତଳଯୁଦ୍ଧ ଚରମ ଅବସ୍ଥାରେ ପହଞ୍ଚିଥିଲାବେଳେ ଏହାର ସଂଖ୍ୟା ପ୍ରାୟ ୬୪ ହଜାରକୁ ବୃଦ୍ଧି ପାଇଥିବାର ଅନୁମାନ କରାଯାଉଥିଲାବେଳେ ବର୍ତ୍ତମାନ ଏହା ଖସିଆସିଛି ପ୍ରାୟ ୧୦/୧୫ ହଜାରକୁ। ତେବେ ବିଶ୍ୱକୁ ଏହାର ଭୟାବହତାରୁ ମୁକ୍ତି ଦେବାକୁ ଏହା କଦାପି ଯଥେଷ୍ଟ ନୁହେଁ। ତଥାପି ଆମେ ଆଶା କରିବା ଯେ ‘ଆଇକ୍ୟାନ୍‌’କୁ ଶାନ୍ତି ପାଇଁ ନୋବେଲ ପୁରସ୍କାର ମିଳିବା ସଙ୍ଗେ ସଙ୍ଗେ ଏଥିପ୍ରତି ଥିବା ଅକୁଣ୍ଠ ଜନସମର୍ଥନ ପରମାଣୁ ବୋମାଧାରୀମାନଙ୍କଠାରେ ସଦ୍‌ବୁଦ୍ଧିର ଉଦୟ ଘଟାଇବ। ଏହାର ପ୍ରଥମ ଶିକାର ହୋଇଥିବା ହଜାର ହଜାର ନିରପରାଧଙ୍କ ସ୍ମୃତିରେ ବିଳପି ଉଠିଥିବା ମାନବିକ ଚେତନା ହିରୋସୀମାସ୍ଥିତ ଶାନ୍ତିସ୍ମାରକୀରେ ‘ଆପଣମାନେ ଶାନ୍ତିରେ ରହନ୍ତୁ କାରଣ ଏ ଭୁଲର ଆଉ ପୁନରାବୃତ୍ତି ହେବନାହିଁ’ ବୋଲି ଯେଉଁ ପ୍ରତିଶ୍ରୁତିଟି ମୁଦ୍ରିତ କରି ଅନୁଶୋଚନା ବ୍ୟକ୍ତ କରିଥିଲା ତାହା ପୁନର୍ଜୀବିତ ହେବ। ଉଷାନିବାସ, ୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର, ମୋ-୦୯୯୩୭୯୮୫୭୬୭, paridanana47@gmail.com
All Right Reserved By

ସମ୍ପାଦକୀୟ |

ବିରୋଧୀଙ୍କ ପାଇଁ ମଉକା

ବିରୋଧୀଙ୍କ ପାଇଁ ମଉକା

ଆକାର ପଟେଲ

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରଠାରୁ ଦ୍ୱିତୀୟ ଦୀର୍ଘତମ ଅବଧି ଲାଗି ଅର୍ଥନୈତିକ ଅଭିବୃଦ୍ଧି ଜାରି ରହିଥିବାରୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କିଛି ଲୋକପ୍ରିୟତା ଅର୍ଜନ କରିଛନ୍ତି। ଗତ ତ୍ରିମାସୀରେ ଆମେରିକାର ଅର୍ଥନୀତି ୪ ପ୍ରତିଶତ ହାରରେ ଅଭିବୃଦ୍ଧି କରିଥିଲା। ତେବେ ଆମେ ଭାରତୀୟମାନେ ଏଥିରେ ପ୍ରଭାବିତ ନ ହୋଇପାରୁ। କିନ୍ତୁ ସତକଥା ହେଲା, ଆମେରିକା ଅର୍ଥନୀତିର ଆକାର ହେଉଛି ଭାରତର ୧୦ ଗୁଣ, ଯଦିଚ ଏହାର ଲୋକସଂଖ୍ୟା ଭାରତର ୪ ଭାଗରୁ ଭାଗେ। ଏହାର ଅର୍ଥ ଜଣେ ହାରାହାରି ଆମେରିକୀୟ ଜଣେ ହାରାହା...

ଶୀତଳ ସମ୍ପ୍ରଦାୟ

ଶୀତଳ ସମ୍ପ୍ରଦାୟ

ଚିତ୍ରଚରିତ୍ର/ ନିରଞ୍ଜନ ପାଢ଼ୀ

ଯେଉଁ ସମ୍ପ୍ରଦାୟ ସମ୍ପର୍କରେ କଥାଟି କୁହାଯାଉଛି, ସେମାନଙ୍କ ପାଇଁ ‘ଶୀତଳ’ ଶବ୍ଦଟି ବୋଧହୁଏ ସବୁଠାରୁ ସଂଭ୍ରାନ୍ତ ଓ ମାର୍ଜିତ ବିଶେଷଣ। ଏମାନଙ୍କୁ ଶୀତଳ କୁହାଗଲେ ବି ଏମାନେ ଯେ କେବେ ଉଷ୍ମ ହୁଅନ୍ତି ନାହିଁ, ତାହା ନୁହେଁ। ଏମାନେ ଉଷ୍ମ ହୁଅନ୍ତି, ନିଜ ଭିତରେ ଜଳନ୍ତି ଓ ଅନ୍ୟମାନଙ୍କୁ ଜଳାଇବାର ବି ସାମର୍ଥ୍ୟ ରଖନ୍ତି। ୟେ ଉଷ୍ମତା କେବଳ ସୁରକ୍ଷିତ ଥାଏ ନିଜ ପାଇଁ ଓ ନିଜର ଯାବତୀୟ ସ୍ବାର୍ଥସାଧନ ଲାଗି। ମାତ୍ର ଆଖପାଖର ଦୁନିଆରେ ଆତଯାତ ହେଉଥିବା ଅନ୍ୟମାନଙ୍କ ପାଇଁ ଯେତେବେଳେ ଲୋଡ଼ାପଡ଼େ ତାତିଲାପଣ, ସେତେବେଳେ ଏମାନଙ୍କ ଉଷ୍ମ ପୌରୁଷ ଅଚାନକ ଛୁଟିରେ ଚାଲିଯାଏ ଓ ବଦଳରେ ପ୍ରତିଭାତ ହୁଏ ଏକ ହିମ ଶୀତଳ ନିର୍ଜୀବ ବ୍ୟକ୍ତିସତ୍ତା। ମନେହୁଏ, ସତେ ଯେମିତି ମଣିଷଟିଏ ନୁହେଁ ନିଥର କାଠ ଗଣ୍ଡିଟାଏ!...

‘ମିଲ୍‌କମ୍ୟାନ୍‌’ର ରୂପକାର

‘ମିଲ୍‌କମ୍ୟାନ୍‌’ର ରୂପକାର

ବ୍ୟକ୍ତିତ୍ୱ/ଜିତେନ୍ଦ୍ର

ମୋ ଚରିତ୍ରଗୁଡ଼ିକ ମୋ ପାଖକୁ ଆସି ଗପ ଲେଖିବାକୁ ମୋତେ କହନ୍ତି। ଯେତେବେଳ ଯାଏ ସେମାନେ ଆସି ନ ଥାନ୍ତି ସେତେବେଳ ପର୍ଯ୍ୟନ୍ତ ମୁଁ କିଛି ଲେଖିପାରେ ନାହିଁ। ’ ୨୦୧୮ ‘ମ୍ୟାନ୍‌ ବୁକର’ ପାଇବା ଲାଗି ଉତ୍ତର ଆୟର୍ଲାଣ୍ଡ ଲେଖିକା ଆନ୍ନା ବନର୍‌ସଙ୍କ ନାମ ଘୋଷଣା ହେବା ପରେ ସାମ୍ବାଦିକଙ୍କୁ ସେ ନିଜ ପ୍ରତିକ୍ରିୟାରେ ଉପରିଲିଖିତ ଉକ୍ତି ବାଢ଼ିଥିଲେ। ମ୍ୟାନ୍‌ ବୁକର ପାଇବାରେ ଆନ୍ନା ହେଉଛନ୍ତି ଉତ୍ତର ଆୟାର୍ଲାଣ୍ଡର ପ୍ରଥମ ଲେଖିକ। ଉପନ୍ୟାସ ‘ମିଲ୍‌କମ୍ୟାନ୍‌’ ପାଇଁ ସେ ଏହି ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କୁ ବିଶ୍ୱବ୍ୟାପୀ ...

ଏଇ ଭାରତରେ

ଏଇ ଭାରତରେ

ଦୃଢ଼ ଇଚ୍ଛାଶକ୍ତି ବଳରେ ଅସାଧ୍ୟ ସାଧନ କରିହୁଏ। ପିଲାଦିନରୁ କୌଣସି କାର୍ଯ୍ୟରେ ରୁଚି ଓ ଅଭ୍ୟାସ ରଖିଥିଲେ ଭବିଷ୍ୟତରେ ଏଥିରେ ସଫଳତା ଲାଭ କରିହୁଏ। ପ୍ରଶଂସା ଓ ପୁରସ୍କାର ବି ମିଳେ। ସେହିପରି ଉଲ୍ଲେଖନୀୟ କୃତିତ୍ୱ ହାସଲ କରିଥିବା ୧୦ବର୍ଷର ବାଳକ ...

ମାଛଦ୍ୱାରା ପାଦ ଚିକିତ୍ସା

ମାଛଦ୍ୱାରା ପାଦ ଚିକିତ୍ସା

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ

କିଛିମାସ ତଳେ ଜଣେ ଯୁବତୀ ନ୍ୟୁୟର୍କରେ ତାଙ୍କ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଛଅମାସ ହେଲା ତାଙ୍କ ପାଦ ନଖଗୁଡ଼ିକ କଳାପଡ଼ି ଝଡ଼ିଯାଉଥିଲା। ତାଙ୍କ ପରିବାରରେ ଏମିତି ସମସ୍ୟା ଆଉ କାହାର ନାହିଁ ଏବଂ ତାଙ୍କର ମଧ୍ୟ ଅନ୍ୟ କୌଣସି ରୋଗ ନାହିଁ ବା ଏପରି ଭାବେ ନଖ ପଚିବାର ପାରିବାରିକ ଇତିହାସ ନାହିଁ। ପରୀକ୍ଷାରୁ ଜଣାପଡ଼ିଲା ଯେ, ଛଅମାସ ତଳେ ସେ ମାଛ ଦ୍ୱାରା ପାଦ ଚିକିତ୍ସା (ଫିଶ୍‌ ପେଡିକିଓର) କରାଇଥିଲେ। ମାଛ ହିଁ ତାଙ୍କ ନଖର ମଞ୍ଜଭାଗରେ (ଯେଉଁଠୁ ନଖ କଅଁଳେ) କ୍ଷତ ସୃଷ୍ଟି କରିଛି। ଫଳରେ ଓନିକୋମାଡେସିସ୍‌ (ନଖପଚା ରୋଗ) ସୃଷ୍ଟି ହୋଇଛି ଓ ନଖ କଳାପଡ଼ି ଝଡ଼ିଯାଉଛି। ଆଗକୁ ପରିସ୍ଥିତି ଆହୁରି ଖରାପ ହୋଇପାରେ। ପଚାନଖ ତଳେ ...

ରାଜନେତା ଓ ନାଗରିକ ସମାଜ

ରାଜନେତା ଓ ନାଗରିକ ସମାଜ

ଡ. ସୁବାସ ଚନ୍ଦ୍ର ପାତ୍ର

ଓଡ଼ିଶାର ରାଜନେତାମାନେ ଏକ ସୁସ୍ଥ, ସୁନ୍ଦର ନାଗରିକ ସମାଜ ଗଠନ ସେମାନଙ୍କର ଦାୟିତ୍ୱ ବୋଲି କେବେ ଭାବନ୍ତି ନାହିଁ। କରତାଳି, ପତାକା ଧାରଣ, ମାଗଣା ଇନ୍ଧନରେ ମୋଟର ସାଇକେଲ ଚାଳନା ପାଇଁ ଯୁବଗୋଷ୍ଠୀ ସଂଗ୍ରହ ଏବଂ ଏ ସବୁ ମାଧ୍ୟମରେ ଭୋଟ ସଂଗ୍ରହ ଓ କ୍ଷମତା ଦଖଲ ସେମାନଙ୍କ ମୁଖ୍ୟ କାମ ବୋଲି ସେମାନେ ବିଚାର କରନ୍ତି। ସଂହତିପୂର୍ଣ୍ଣ, ଆଦର୍ଶଭରା ଏକ ତ୍ୟାଗପୂତ ସମାଜ ନିର୍ମାଣ ମଧ୍ୟ ଏକ ରାଜନୈତିକ କର୍ତ୍ତବ୍ୟ ବୋଲି ସେମାନେ ଚିନ୍ତା କରନ୍ତି ନାହିଁ। ତା’ର ପ୍ରମୁଖ କାରଣ କ୍ଷମତାମନସ୍କତା, ସମାଜମନସ୍କତା ବା ରାଷ୍ଟ୍ରମନସ୍କତା ନୁହେଁ।...

ଚନ୍ଦ୍ରରେ ଚିତ୍ରକର

ଚନ୍ଦ୍ରରେ ଚିତ୍ରକର

ଡ. ତୁଷାରକାନ୍ତି ଦାସ

ଦୁଇ ହାତ ପାପୁଲିରେ ଆଞ୍ଜୁଳାଏ ପାଣିରେ ଜହ୍ନକୁ ସେ ଧରିଛି। ସତେ ବା ସେ ଆଞ୍ଜୁଳାଏ ପାଣିରେ ଜହ୍ନଟା ଚିକ୍‌ମିକ୍‌ କରୁଛି- ଚିତ୍ରକରଟିଏ ଆଞ୍ଜୁଳାଏ ପାଣିରେ ଜହ୍ନର ପ୍ରତିବିମ୍ବକୁ କାନ୍‌ଭାସରେ ଉତାରୁଥିବାବେଳେ କେବେ ବି କ’ଣ ଭାବିଥିବ ଜହ୍ନକୁ ଯାଇ ସେଠାରେ ଜହ୍ନର ଛବି ଆଙ୍କିବ ବୋଲି? ହଁ ଆଜ୍ଞା, ଚିତ୍ରକରର ଏ ଭାବନା ସତ୍ୟ ହେବାକୁ ଯାଉଛି। ଆଉ ଆପଣ କହିପାରିବେନି ‘କବି କଳପନା ସରଗ ସିନା ଲୋ ମନ ଭୁଲାଇବା ପାଇଁ’। କାରଣ ଏ କଳ୍ପନା ବାସ୍ତବରେ ପରିଣତ ହେବାକୁ ଯାଉଛି। ଜାପାନୀ କୋଟିପତି ବ୍ୟବସାୟୀ ୟୁସାକୁ ମେଜାଓ୍ବା ୬ ...

ଏଇ ଭାରତରେ

ଏଇ ଭାରତରେ

ଧର୍ମନିରପେକ୍ଷ ଗଣତନ୍ତ୍ର ଦେଶ ଭାରତ । ଏହାର ପ୍ରତିଟି ପର୍ବପର୍ବାଣିରେ ଦେଖିବାକୁ ମିଳେ ସାମ୍ପ୍ରଦାୟିକ ସଦ୍‌ଭାବନାର ନିଆରା ନମୁନା। ବର୍ତ୍ତମାନ ଦେଶର କୋଣ ଅନୁକୋଣରେ ଦଶହରା ଯାକଜମକରେ ପାଳନ କରାଯାଉଛି। ଏଭଳି ସମୟରେ ସର୍ବଧର୍ମ ସମନ୍ବୟର ବାର୍ତ୍ତାବାହକ ସାଜିଛନ୍ତି ପୂର୍ବୋତ୍ତର ରାଜ୍ୟ ଆସାମରେ ହାସିମ୍‌ ଅଲି। ଡାରାଙ୍ଗ୍‌ ଜିଲାର ଡାଲଗାଓଁ ଅଞ୍ଚଳର ହାସିମ୍‌ ଇସଲାମ ଧର୍ମାବଲମ୍ବୀ...

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

ସମ୍ପାଦକୀୟ/ଚନ୍ଦକା ବଞ୍ଚାଅ

କଟକ ମୁଣ୍ଡଳୀ ନିକଟ ମହାନଦୀରେ ୫ଟି ହାତୀ ଭାସି ଯାଉଥିବା ଖବର ଅକ୍ଟୋବର ୧୫ ସକାଳୁ ବ୍ୟାପିଯିବା ପରେ ଏହି ଦୃଶ୍ୟ ଦେଖିବାକୁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଭିଡ଼ ହୋଇଥିଲା। ଏ ବିଷୟରେ ସୂଚନା ପାଇବାରୁ ଆଠଗଡ଼ ଓ ଚନ୍ଦକା ବନଖଣ୍ଡ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସଙ୍ଗେ ସଙ୍ଗେ ମୁଣ୍ଡଳୀ ବ୍ୟାରେଜ୍‌ର ୪ଟି ଗେଟ୍‌ ବନ୍ଦ କରିଦିଆଯିବାରୁ ଜଳସ୍ରୋତ ହ୍ରାସ ପାଇଥିଲା ଓ ପାଣିରେ ଭାସୁଥିବା ହାତୀ ଉପରକୁ ଉଠି ଆସିଥିଲେ। ...

ପଶୁବଳି : ଏକ ଅମାନବୀୟ ପରମ୍ପରା

ପଶୁବଳି : ଏକ ଅମାନବୀୟ ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ରାଜ୍ୟରେ ପ୍ରମୁଖ ଦେବୀମନ୍ଦିରଗୁଡ଼ିକରେ ଶାରଦୀୟ ପୂଜାର ଏକ ବିଶେଷ ଅଙ୍ଗ ଥିଲା ପଶୁବଳିପ୍ରଥା। ପ୍ରତିବର୍ଷ ଦଶହରା ବେଳେ ଏସବୁ ଶକ୍ତିପୀଠରେ ଲକ୍ଷ ଲକ୍ଷ ପଶୁପକ୍ଷୀଙ୍କୁ ହତ୍ୟା କରାଯାଉଥିଲା ଅତି ବୀଭତ୍ସ ଭାବରେ। ଏଭଳି ଏକ ଅମାନବୀୟ ପରମ୍ପରା ଉପରେ ନ୍ୟାୟାଳୟର ପ୍ରତିବନ୍ଧକ ଲାଗିବା ପରେ ଅଧିକାଂଶ ଦେବୀ ପୀଠରେ ଏବେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ପଶୁବଳି। ଅନ୍ୟ କେତେକ ସ୍ଥାନରେ ଏହା ଲୁଚାଛପାରେ ଚାଲିଛି ପରମ୍ପରା ଦାୟରେ। କାରଣ ସଭ୍ୟତା ଯେତେ ଆଗକୁ ଗଲେ ବି ଅନ୍ଧବିଶ୍ୱାସର ଅନ୍ଧଗଳିରୁ ମୁକୁଳିପାରୁନି ...

ଆସ ମା’ ଦୁର୍ଗେ

ଆସ ମା’ ଦୁର୍ଗେ

ଡ. ଭାଗ୍ୟଲିପି ମଲ୍ଲ

କାଶତଣ୍ଡୀର ଶୁଭ୍ର ମେଳଣରେ ଏବେ ସୃଜନର ମୂର୍ଚ୍ଛନା। ପତଳା କୁହୁଡ଼ିଆ ଆକାଶରେ ଜହ୍ନ ପିନ୍ଧିଛି ଧଳାବଉଦର ମାଳ। ଅଧା ଛାଇ ଅଧା ଆଲୁଅର ଖେଳରେ ଆସକ୍ତ ଧରିତ୍ରୀର ଛାତି। ଆକାଶ ଦେଖୁଛି ମୁହଁ ମାଟିଦର୍ପଣରେ। ଠିକ୍‌ ଏଇ ସମୟରେ ଧରାବତରଣ କରୁଛନ୍ତି ମା’ ଦୁର୍ଗା, ଦୁର୍ଗତିନାଶିନୀ। ତାଙ୍କ ଆଗମନର ଆବାହନୀରେ ଭୂମିରୁ ଆକାଶ, ସବୁଠି ଶୁଭ୍ରତାର ସମାରୋହ। ସକଳ ସୃଷ୍ଟିରେ ଶରତର ମଧୁର ଆଶ୍ଳେଷ। ସେହି ଆଶ୍ଳେଷରେ ସମାହିତ ଶକ୍ତି ଏକ ଦିବ୍ୟ ଅନୁଭବ। ସେ ଶକ୍ତି ଜନ୍ମ ଓ ମୃତ୍ୟୁ, ଯନ୍ତ୍ରଣା ଓ ଆନନ୍ଦର କାରଣ। ତା’ ବିନା କିଛି ସମ୍ଭବ ନୁହେଁ। ତେଣୁ କୁହାଯାଏ ସେ ଜନ୍ମ ଓ ମୃତ୍ୟୁର ଊର୍ଦ୍ଧ୍ୱସ୍ଥ ଏକ ଦିବ୍ୟ ସତ୍ତା। ସକଳ ଚେତନାର ଉତ୍ସ। ଆମେ ଆଜି ସେଇ ଉତ୍ସକୁ ଆହ୍ବାନ କରୁଛୁ। ...

ଏଇ ଭାରତରେ

ଏଇ ଭାରତରେ

ଅନ୍ନଚିନ୍ତା ଚମତ୍କାରା। କ୍ଷୁଧା ଓ ଦାରିଦ୍ର୍ୟରେ ପେଷି ହେଉଥିବା ବ୍ୟକ୍ତି ହିତାହିତ ଜ୍ଞାନ ହରାଇବସେ। କ୍ଷୁଧା ପ୍ରପୀଡ଼ିତ ମା’ ପାଖରେ ସ୍ନେହମମତାର ମୂଲ୍ୟ କିଛି ନାହିଁ। ପିଲାଙ୍କ ଭୋକିଲା ପେଟକୁ ଆହାର ଯୋଗାଇପାରୁ ନ ଥିବା ମା’ ସେମାନଙ୍କ ଦୁଃଖକଷ୍ଟ ସହ୍ୟ କରି ନ ପାରି ବିନାଶ କରିଦେବାକୁ ବି ଇଚ୍ଛାକରେ। ଏପରି ଏକ ଦୁଃଖଦ ଘଟଣା ଗୁଜରାଟର ଅହମଦାବାଦଠାରେ ଘଟିଛି। ଗୁଜରାଟର ଭାବନଗର...