ସମ୍ପାଦକୀୟ |

ବେଶି କଥା କହୁଥିବା ଲୋକ

ବେଶି କଥା କହୁଥିବା ଲୋକ
ଡ. ବାସୁଦେବ ମିଶ୍ର ପ୍ରତିଦିନ ଆମ ଆଖିରେ ପଡୁଥିବା କଥାଟିଏ। କିଛି ଲୋକ ଖୁବ୍‌ କମ୍‌ କଥା କହନ୍ତି। ଯେତିକି ନିହାତି ଆବଶ୍ୟକ ସେତିକି। ଆଉ କିଛି ଲୋକ ଅନବରତ କିଛି ନା କିଛି କହୁଥାନ୍ତି। କିଛି ଭଲ କଥା କହନ୍ତି, କିନ୍ତୁ ଭଲ କଥାତକ ସରିଗଲେ ଆରମ୍ଭ ହୁଏ ବାଜେ କଥା, ବିଶେଷତଃ ଅନ୍ୟମାନଙ୍କ ସମ୍ପର୍କରେ। ବୋଧହୁଏ କେବଳ ଶୋଇବା ସମୟତକ ଛାଡି ସେମାନଙ୍କ ପାଟି ଚାଲିଥାଏ। ଘର, ବାହାର, ହାଟ, ବଜାର, ଅଫିସ୍‌, କ୍ୟାଣ୍ଟିନ, ଗାଁ ମୁଣ୍ଡ ଚା ଦୋକାନ ସବୁଠି। ନିଜେ ଚୁପ୍‌ ରହିପାରନ୍ତି ନାହିଁ କି ପାଖରେ ଥିବା ଲୋକକୁ ଚୁପ୍‌ ରହିବାକୁ ଦିଅନ୍ତି ନାହିଁ। ଆମେ କଥା କହିବାରେ ଟିକିଏ ଲଗାମ ଦେବା ଉଚିତ। ଭାବି ଚିନ୍ତି କଥା ପଦେ କହିଲେ ଅନ୍ୟମାନଙ୍କ ପାଖରେ କଥାଟାର ଓଜନ ରହିବ। ଗଭୀର ଭାବରେ ଚିନ୍ତା କରିବାଟା ଠିକ୍‌ ଦହି ମୁହାଁଇବା ପରି। ତା’ପରେ ତା’ର ସାରାଂଶ ଲହୁଣି ପରି କଥା ପଦେ ସମସ୍ତଙ୍କ ମନକୁ ପାଇବ। ପୂର୍ବ କାଳରେ ଋଷିମୁନିମାନେ ଏଇ କଥାଟା ବୁଝିଥିଲେ ବୋଲି ମଝିରେ ମଝିରେ ଏକୁଟିଆ ରହି ମୌନବ୍ରତ କରୁଥିଲେ। ତଦ୍ଦ୍ବାରା ସେମାନଙ୍କର ମନନଶୀଳତା, ବିଚାର ଏବଂ ଗଭୀର ଚିନ୍ତନଶକ୍ତି ଦ୍ୱାରା ସେମାନେ ଅନେକ କଥା ଅନୁଭବ କରିପାରୁଥିଲେ। ଆଜିର ଯୁଗରେ ଆମର ଖାଦ୍ୟପଦାର୍ଥ ଯେପରି ଅପମିଶ୍ରିତ, ପରିବେଶ ମଧ୍ୟ ସେହିପରି କଳୁଷିତ। ବିଭିନ୍ନପ୍ରକାର ପାରିବେଶିକ ପ୍ରଦୂଷଣ ଆମର ବିଚାର ଓ ଚିନ୍ତାକୁ ଅନବରତ ବିକ୍ଷିପ୍ତ କରନ୍ତି। ଆମ ହାତପାହାନ୍ତାରେ ଥିବା ଏବଂ ଆମ ଜୀବନଶୈଳୀକୁ ପ୍ରଭାବିତ କରୁଥିବା ଏକାଧିକ ସାଧନ ଆମର ମନକୁ ବ୍ୟସ୍ତ ଓ ବିବ୍ରତ ରଖନ୍ତି। ଏସବୁ ସତ୍ତ୍ୱେ ଆମେ କଦାପି ଗଭୀର ମନନଶୀଳତାର ପକ୍ଷ ତ୍ୟାଗ କରିବା ଉଚିତ ନୁହେଁ। ହାଟକୁ ଆସି ସଉଦା କିଣୁକିଣୁ ପଇସା ସରିଯାଏ। ତା’ପରେ ଆଉ କିଛି କିଣିବା ସମ୍ଭବ ହୁଏନାହିଁ। ଅଗତ୍ୟା ଘରକୁ ଫେରିବାକୁ ହୁଏ। ଠିକ୍‌ ସେମିତି, କଥା କହୁକହୁ ବେଳେବେଳେ ପାଟିରୁ ବଚନ ସରିଯାଏ। ତା’ ପରେ ପାଟି ପାକୁପାକୁ କରିବା ସାର ହୁଏ ସିନା, କଥା କହିହୁଏ ନାହିଁ। ବହୁତ କଥା କହି କହି ସେହି କାର୍ଯ୍ୟରେ ଲିପ୍ତ ଥିବା ସ୍ନାୟୁଗୁଡିକ ଦୁର୍ବଳ ଏବଂ କ୍ରମଶଃ ନିଷ୍କ୍ରିୟ ହୋଇଯାନ୍ତି। ତେଣୁ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବାକୁ ଇଚ୍ଛା ଥିଲେ ବି ମନର ଭାବକୁ କଥାରେ ପ୍ରକାଶ କରିବା ସମ୍ଭବ ହୁଏନାହିଁ। ପ୍ରାଚୀନ ଶାସ୍ତ୍ରମାନଙ୍କରେ ଶବ୍ଦକୁ ‘ବ୍ରହ’ମ ବୋଲି କୁହାଯାଏ। ତା’ର ଅନୁଚିତ ବ୍ୟବହାରକୁ ନିନ୍ଦା କରାଯାଏ। ଏହି କଥା(ବାକ୍‌) ମୁଖରେ ପ୍ରକାଶିତ ହେବା ପୂର୍ବରୁ ମୁଖ୍ୟତଃ ଚାରିଗୋଟି ପର୍ଯ୍ୟାୟ ଦେଇ ଭିନ୍ନ ଭିନ୍ନ ସ୍ତରରେ ଭିନ୍ନ ଭିନ୍ନ ନାମରେ ପରିଚିତ ହୋଇଥାଏ। ମୂଳାଧାର ଚକ୍ରରେ ବାକ୍‌ର ନାମ ‘ପରା’। ସ୍ବାଧିଷ୍ଠାନ ଚକ୍ରରେ ଏହାର ନାମ ‘ପଶ୍ୟନ୍ତୀ’। ଅନାହତ (ହୃଦୟ) ଚକ୍ରରେ ଏହାର ନାମ ‘ମଧ୍ୟମା’। ବିଶୁଦ୍ଧଚକ୍ର (କଣ୍ଠ)ରେ ଏହାର ନାମ ‘ବୈଖରୀ’। ଏହି ବାକ୍‌ ନିଜର ଶାନ୍ତରୂପ ନେଇ ଅନ୍ୟ ହୃଦୟର ଦୁଃଖକୁ ହରଣ କରେ। କେବେ ପୁଣି କରାଳ ରୂପ ଧାରଣ କରି ଅନ୍ୟର ହୃଦୟରେ ବ୍ୟୁପତ୍ାତ ସୃଷ୍ଟି କରେ। ପ୍ରାଣାୟାମ ଦ୍ୱାରା ଶ୍ୱାସକୁ ନିୟନ୍ତ୍ରଣ କରି ଦୀର୍ଘଜୀବନ ପ୍ରାପ୍ତ କରାଯାଇପାରେ। ସେହିପରି ବାକ୍‌କୁ ନିୟନ୍ତ୍ରଣ ମଧ୍ୟରେ ରଖି ସତ୍‌ ମାର୍ଗରେ ବ୍ୟବହାର କରିବାଦ୍ୱାରା ଏବଂ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ କଥା କହିବାଦ୍ୱାରା ସମାଜରେ ବ୍ୟକ୍ତିର ସମ୍ମାନ ବଢେ, ସମାଜର ମଙ୍ଗଳ ହୁଏ। ଉଚିତ ସ୍ଥାନରେ ଉଚିତ ମତ ଉପସ୍ଥାପନ କରୁଥିବା ଲୋକଟି ସମସ୍ତଙ୍କର ବିଶ୍ୱାସଭାଜନ ହୁଏ। ଭାବିଚିନ୍ତି କଥା କହୁଥିବା ଲୋକକୁ ସମସ୍ତେ ଖାତିର କରନ୍ତି। ବେଶି କଥା କହୁଥିବା ଲୋକଟି ଯେ ବହୁତ ଜାଣେ, ବିଭିନ୍ନ ବିଷୟରେ ତା’ର ଜ୍ଞାନର ଗଭୀରତା ଅଛି, ତା’ପରି ଜ୍ଞାନୀ ସଂସାରରେ ବିରଳ ଏମିତି କିଛି କଥାକୁ ସେ ସର୍ବଦା ପ୍ରତିପାଦନ କରିବାକୁ ଚାହେଁ। ନିଜକୁ କେନ୍ଦ୍ର କରି ସେ ଅନବରତ ପ୍ରସ୍ତୁତ କରୁଥିବା ଅସଂଲଗ୍ନ ସଂଳାପ ଅନେକଙ୍କର ମୁଣ୍ଡବ୍ୟଥାର କାରଣ ହୁଏ, ଏଇ କଥାଟି ତା’ର ଅବବୋଧରେ ନ ଥାଏ। ତା’ର ସମସ୍ତ କଥାରେ ନିଜର ପାରିବାପଣିଆର ଉଦ୍‌ଘୋଷଣା ଅନ୍ୟମାନଙ୍କୁ ସୁଖ ଦିଏନାହିଁ। ତା’ ଛଡା ଏପରି ଅଭ୍ୟାସରେ ଥିବା ଲୋକମାନେ ଅନେକ ଅଯଥା ଶବ୍ଦକୁ ନିଜର ଭାଷଣ ମାଧ୍ୟମରେ ପ୍ରକାଶ କରନ୍ତି, ଯେଉଁ ଶବ୍ଦଗୁଡିକୁ ଆମେ ସାଧାରଣ ଭାବରେ କହିବା ଶୁଣିବାରୁ ବାଦ୍‌ ଦେଉ। ପରିବେଶ ତଥା ପରିସ୍ଥିତି ପ୍ରତି ସଚେତନତା ପୂର୍ବକ ତଥା ସ୍ବଳ୍ପ ବାକ୍‌ ବ୍ୟବହାର କରି ନିଜର ଉଚ୍ଚ ବିଚାରସମ୍ପନ୍ନ ମତ ଉପସ୍ଥାପନ କରିପାରିଲେ ଏ ଦିଗରେ ଘଟୁଥିବା ଅନେକ ସମସ୍ୟାର ସମାଧାନ ହୋଇପାରିବ। ଦଶରଥପୁର, ଯାଜପୁର, ମୋ-୯୪୩୮୩୨୮୭୫୫
All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ସମ୍ପାଦକୀୟ/ ଚୋକ୍‌ସିଙ୍କ ପଥ

ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି) ସ୍କାମ୍‌ ପ୍ରାୟ ବର୍ଷେ ପୂରଣ କରିବାକୁ ଯାଉଛି। ଇତିମଧ୍ୟରେ ଏହାର ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକ୍‌ସିଙ୍କୁ ଭାରତ ପ୍ରତ୍ୟର୍ପଣ କରାଯାଇପାରିଲା ନାହିଁ। ଚୋକ୍‌ସି ଆଣ୍ଟିଗୁଆ ନାଗରିକତ୍ୱ ଗ୍ରହଣ କରିସାରିଥିବାରୁ ୨୦୧୯ ଜାନୁୟାରୀ ୨୧ରେ ଭାରତୀୟ ପାସ୍‌ପୋର୍ଟ ସମର୍ପଣ କରିଦେଇଛନ୍ତି। ଭାରତୀୟ ବୈଦେଶିକ ନୀତି ଅନୁଯାୟୀ, ଯେତେବେଳେ ଜଣେ ନାଗରିକ ଅନ୍ୟ ଦେଶର ..

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ଆଚାରରେ ସକାରାତ୍ମକତା ପ୍ରକାଶର ସୁଯୋଗ

ତତ୍ତ୍ୱ ଓ ତର୍କ/ ବିମଳ ପ୍ରସାଦ ପାଣ୍ଡିଆ

୨୦୧୯ ବର୍ଷର ଶେଷ ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ନକାରାତ୍ମକତାର ପ୍ରସାର କରିବା ଅତି ସହଜ କିନ୍ତୁ ଲୋକେ ସକାରାତ୍ମକତାର ପ୍ରସାର ପାଇଁ ଆଗେଇ ଆସିବା ଦରକାର। ପ୍ରଧାନମନ୍ତ୍ରୀଙ୍କ ଭଳି ନେତୃସ୍ଥାନୀୟ ବ୍ୟକ୍ତି ଏଭଳି ସକାରାତ୍ମକତାର ବିଚାର ଦେବା ଅନେକ ଆଶା ଉଦ୍ରେକ କରାଏ। ଏହି ନିର୍ବାଚନୀ ଋତୁରେ ପ୍ରଧାନମନ୍ତ୍ରୀ ‘ମନ୍‌ କି ବାତ୍‌’ରେ ରଖିଥିବା ବିଚାରକୁ ନିଜ ଆଚାରରେ ପରିଣତ କରିପାରିଲେ ତାହା ସକାରାତ୍ମକତାର ଉଦାହରଣ ସୃଷ୍ଟିକରିବ। ନିଜ ବିଚାରକୁ ଆଚାରରେ ପରିଣତ କରି ବିରୋଧୀଙ୍କୁ ଟାହିଟାପରା କରିବାର ପ୍ରବୃତ୍ତିରୁ ନିଜକୁ ଦୂରେଇ ବା ବିରୋ..

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ସଶସ୍ତ୍ର ମୁକ୍ତି ସଂଗ୍ରାମର ମହାନାୟକ

ଡ. ପ୍ରଫୁଲ୍ଲ କୁମାର ସାହୁ

ଉଚ୍ଚଶିକ୍ଷିତ ଭାରତୀୟଙ୍କ ପକ୍ଷରେ ଯେତେବେଳେ ଆଇସିଏସ୍‌ ଚାକିରି ଥିଲା ଶ୍ରେଷ୍ଠ ସଫଳତା, ସେତେବେଳେ ସୁଭାଷ ବୋଷ ଥିଲେ ପ୍ରଥମ ଭାରତୀୟ, ଯିଏ ଆଇସିଏସ୍‌ ପରୀକ୍ଷାରେ ସଫଳତା ଅର୍ଜନ କରି ମଧ୍ୟ ତାହାକୁ ପାଦରେ ଏଡ଼େଇ ଦେଇ କେମ୍ବ୍ରିଜ୍‌ରୁ ସ୍ବଦେଶ ଫେରି ଆସିଥିଲେ ଦେଶମାତୃକାକୁ ସ୍ବାଧୀନ କରିବାର ଦୃଢ଼ ସଂକଳ୍ପ ନେଇ। ସିଧାସଳଖ ବମ୍ବେରେ ମହାମତ୍ା ଗାନ୍ଧୀଙ୍କୁ ସାକ୍ଷାତ କରି (୨୦ଜୁଲାଇ ୧୯୨୧) ସେ କଂଗ୍ରେସରେ ଯୋଗଦେଲେ ଏବଂ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିଭିନ୍ନ ରାଜ୍ୟରେ ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ବିବାହ ବେଳେ କନ୍ୟା ଓ ବର ଅଗ୍ନିକୁ ସାକ୍ଷୀ ରଖି ସାରା ଜୀବନ ଲାଗି ସାଥୀ ହୋଇଥାଆନ୍ତି। ତେବେ ରାଜସ୍ଥାନର ଶ୍ରୀମାଲୀ ସମ୍ପ୍ରଦାୟରେ ଏକ ଭିନ୍ନ ପରମ୍ପରା ଦେଖିବାକୁ ମିଳେ। ବିଭାଘର ବେଳେ ବର କନ୍ୟାକୁ କୋଳରେ ଧରି ଅଗ୍ନି ଚାରିପାଖରେ ସାତଥର ପ୍ରଦକ୍ଷିଣ କରିଥାଆନ୍ତି। ପୁରାଣରେ ଉଲ୍ଲେଖ ରହିଛି ପ୍ରଭୁ ଶ୍ରୀକୃଷ୍ଣ ରୁକ୍ମିଣୀଙ୍କୁ ବିବାହ କରିବା ସମୟରେ ବିଘ୍ନ ..

ସମ୍ପାଦକୀୟ/କୃଷି ଆଗ

ସମ୍ପାଦକୀୟ/କୃଷି ଆଗ

ଆଜିର ସ୍ଥିତି ଦେଖିଲେ ୨୦୧୪ରେ କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ଆଦୌ ପୂରଣ କରିନାହାନ୍ତି। ଉଚ୍ଚାଙ୍ଗ ସ୍ବରରେ ‘ସମସ୍ତଙ୍କୁ ସାଙ୍ଗରେ ନେଇ ବିକାଶ’ କଥା କହୁଥିଲେ ମଧ୍ୟ ତା’ର ଫଳ ଶୂନ ହୋଇଛି। ବିଶେଷକରି ସାମାଜିକ ଓ ଅର୍ଥନୈତିକ ଦିଗରୁ ତାଙ୍କ ଶାସନ ସମୟରେ ଦେଶର ଅଧିକ କ୍ଷତି ଘଟିଛି। ଅସହିଷ୍ଣୁତା, ମିଛିମିଛିକା ଦେଶପ୍ରେମ ଓ ବିଭାଜନ ରାଜନୀତି ସାମାଜିକ ବାତାବରଣକୁ ଘୋର ପ୍ରଭାବିତ କରିଛି। ଏକ ଉତ୍ତମ ଶାସନ ଜରିଆରେ ଭାରତୀୟ ଅର୍ଥନୀତିକୁ ନୂଆ ଦିଗ ଦେଖାଇଦିଆଯିବ ବୋଲି କୁହାଯାଇଥିଲେ ମଧ୍ୟ ତା’ର ସୁଫଳ ଲୋକେ ପାଇପାରିନାହାନ୍ତି। ଏହା ଜଣାଶୁଣା ଯେ, ମୋଦିଙ୍କ ଶାସନ ସମୟରେ କର୍ପୋରେଟ ପ୍ରୀତି ବଢ଼ିଛି..

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

କ୍ଷୁଧା ଓ କୁପୁଷ୍ଟି: ସୁଶାସନ ହିଁ ସମାଧାନ

ସହଦେବ ସାହୁ

ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା (ଏଫ୍‌ଏଓ) ସହିତ କାର୍ଯ୍ୟ କରୁଥିବା କ୍ଷୁଧା ଓ କୁପୁଷ୍ଟି ବିରୋଧୀ ଅନ୍ତର୍ଜାତୀୟ ସଂଗୋଷ୍ଠୀ (ଇଣ୍ଟରନ୍ୟାଶନାଲ ଆଲାଏନ୍ସ ଏଗେଁଷ୍ଟ ହଙ୍ଗର ଆଣ୍ଡ ମାଲନ୍ୟୁଟ୍ରିଶନ୍‌) କୃଷି କ୍ଷେତ୍ରରେ ଭାରତର ଅଭୂତପୂର୍ବ ବିକାଶକୁ ପ୍ରଶଂସା କରିଛି। ୧୯୫୦-୫୧ରେ ଭାରତରେ ଖାଦ୍ୟଶସ୍ୟ ଉପତ୍ାଦନ ପରିମାଣ ୫ କୋଟି ଟନ୍‌ ଥିବାବେଳେ ୨୦୧୬-୧୭ରେ ୨୭ କୋଟି ୨୦ ଲକ୍ଷ ଟନ୍‌ ହୋଇଛି, ପ୍ରାୟ ୫ଗୁଣ। ଲୋକସଂଖ୍ୟା ବଢ଼ିଛି ୪ ଗୁଣ। ତେଣୁ ଖାଦ୍ୟ-ଅଭାବୀ ପରିସ୍ଥିତିକୁ ପଛରେ ପକାଇ ଭାରତ ଏକ ଖାଦ୍ୟ ରପ୍ତାନିକାରୀ ରାଷ୍ଟ୍ର ହୋଇଗଲାଣି। ତଥାପି ଭାରତରେ କ୍ଷୁଧା ଓ କୁପୁଷ୍ଟି କାରଣରୁ ଏକଚତୁର୍ଥାଂଶ ଲୋକ କାର୍ଯ୍ୟକ୍ଷମ ହୋଇପାରୁ ନାହା..

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ଆଜିର ଶିକ୍ଷା ଓ ପ୍ରାଚୀନ ସଂସ୍କୃତି

ବ୍ରହ୍ମାନନ୍ଦ ପଣ୍ଡା

ଆଜିକାଲି ଭାରତୀୟ ଶିକ୍ଷା ବ୍ୟବସ୍ଥାର ଏଭଳି ଅଧୋଗତି ହୋଇଛି ଯେ, ପ୍ରାୟ ୬୦% ମାଧ୍ୟମିକ ଛାତ୍ରୀଛାତ୍ର ଦରଖାସ୍ତଟିଏ ଲେଖିବାକୁ ବା ସାଧାରଣ ହିସାବଟିଏ କରିବାକୁ ଅସମର୍ଥ। ଭାରତର ୭୫% ଯାନ୍ତ୍ରିକ ଓ କାରିଗରି ଶିକ୍ଷାପ୍ରାପ୍ତ ସ୍ନାତକ ଚାକିରି ପାଇବାକୁ ଅଯୋଗ୍ୟ ବୋଲି ନିକଟ ଅତୀତରେ ପ୍ରକାଶ ପାଇଥିବା ତଥ୍ୟ ସାରା ଭାରତରେ ଆଲୋଡ଼ନ ସୃଷ୍ଟି କରିଥିଲା। ଖାଲି ସେତିକି ନୁହେଁ ଛାତ୍ରସମାଜର ଆଜି ନୈତିକ ସ୍ଖଳନ ଘଟିଛି। ଭାରତୀୟ ସଂସ୍କୃତିର ଅବକ୍ଷୟ ହେଉଛି। ମାନବିକ ମୂଲ୍ୟବୋଧ ଲୋପ ପାଉଛି। ଆଜିର ଶିକ୍ଷା ବ୍ୟୟବହୁଳ ଏବଂ ଚାକିରିସର୍ବସ୍ବ ହୋଇଛି। ଜ୍ଞାନ ଓ ଗବେଷଣା ଅର୍ଥସର୍ବସ୍ବ ହୋଇଛି। ସମାଜସେବା ପ୍ରଚାରସର୍ବସ୍ବ ହୋଇଛି। ଯଦି ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରୀଛାତ୍ର ପିଅନ ..

ଏଇ ଭାରତରେ

ଏଇ ଭାରତରେ

କାହିଁ କେଉଁ ଆଦିମ କାଳରୁ କୁକୁର ହେଉଛି ମଣିଷର ସାଥୀ। ଏହି ପ୍ରାଣୀ ମଣିଷର ଅତ୍ୟନ୍ତ ବିଶ୍ୱସ୍ତ ଭୃତ୍ୟ ଭାବରେ କାର୍ଯ୍ୟ କରେ। ଏପରି କି ମାଲିକର ଲୁଣ ଖାଇବାରୁ ତା’ର ଗୁଣ ଗାଏ। ମାଲିକର ଜୀବନ ବଞ୍ଚାଇବାକୁ ଯାଇ ଦରକାର ପଡ଼ିଲେ ନିଜ ଜୀବନ ହାରିଦିଏ। ଏପରି ଏକ ଘଟଣା ଘଟିଛି ଜୟପୁରରେ। ରାଜସ୍ଥାନର ଜୟପୁରରେ ବାସ କରୁଥିବା ପୂର୍ବତନ ରଣଜୀ ଖେଳାଳି ସଞ୍ଜୀବ ଓହଲାନ୍‌ଙ୍କ ବାସଭବନରେ ନିଆଁ ଲାଗିଯାଇଥିଲା। ତଳ ମହଲାରେ ତାଙ୍କ ସ୍ତ୍ରୀ, ପୁଅ ଓ ଚାକରକୁ ଉଦ୍ଧାର କରାଯାଇଥିଲେ ମଧ୍ୟ ନିଆଁ ଲାଗିବା ଯୋଗୁ ସଞ୍ଜୀବ..

ମୋଦି: ସବୁଥିରେ ଆଙ୍ଗୁଠି

ମୋଦି: ସବୁଥିରେ ଆଙ୍ଗୁଠି

ସ।ଧାରଣ ନିର୍ବାଚନ ଯେତେ ନିକଟତର ହେଉଛି, ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଲାଣି। ଜାନୁୟାରୀ ୧୯ରେ କୋଲକାତାରେ  ବିରୋଧୀଙ୍କ ରାଲିର କଳେବର ଦେଖିଲେ ମହାଗଠବନ୍ଧନ ଶକ୍ତିଶାଳୀ ହେଉଥିବା ମନେହେଉଛି। 

ସବୁଜ ପରିବହନ ବ୍ୟବସ୍ଥା

ସବୁଜ ପରିବହନ ବ୍ୟବସ୍ଥା

 ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥାର ଏକ ରିପୋର୍ଟରୁ ଜଣାଯାଏ ଯେ, ଭାରତରେ ଅଧିକାଂଶ ସହର ବାୟୁ ପ୍ରଦୂଷଣ ଦ୍ୱାରା ଆକ୍ରାନ୍ତ। ଏପରି କି ପୃଥିବୀର ସବୁଠାରୁ ଅଧିକ ପନ୍ଦରଟି ସହର ମଧ୍ୟରେ ଭାରତର ଚଉଦଟି ସହର ଅଛି। ସବୁଠାରୁ ପ୍ରଦୂଷିତ ସହର ହେଉଛି କାନପୁର। 

ବାସିପାଣିରେ ପଚରା

ବାସିପାଣିରେ ପଚରା

ହଇରେ ମୋତେ କ’ଣ ଆଉ ବାସିପାଣିରେ ପଚାରୁନୁ? ଚିହ୍ନା ଲୋକଟିଏ, ଆପଣାର ମଣିଷଟିଏ ଆମକୁ ପୂର୍ବାପେକ୍ଷା ହତାଦର କରିବାର ଅନୁଭବ କଲେ ଆମେ ଏ ରୂଢିଟିର ପ୍ରୟୋଗ କରିଥାଉ! ଏଠାରେ ବାସିପାଣିକୁ ନିକୃଷ୍ଟ ଅର୍ଥରେ ବ୍ୟବହାର କରାଯାଇଛି। ନଚେତ୍‌ ଆମେ କହୁଥାନ୍ତେ- ହଇରେ ମୋତେ କ’ଣ ଆଉ ସଜପାଣିରେ ପଚାରୁନୁ? ନଚେତ୍‌ କହିଥାନ୍ତେ- କିରେ ମୋତେ କ’ଣ ଆଉ ମଦପାଣିରେ ପଚାରୁନୁ? ମାନେ ବାସିପାଣିଟି ପଚାରିବା ବା ବନ୍ଧୁ ଚର୍ଚ୍ଚା କରିବା ଯୋଗ୍ୟ ନୁହେଁ।

ଏଇ ଭାରତରେ

ଏଇ ଭାରତରେ

ଭଲ ପାଇବାର ହୃଦୟଟିଏ ଥିଲେ କେତେକ ପୁରୁଷ ଓ ମହିଳା ଅତିକ୍ରାନ୍ତ ବୟସରେ ବି ଭଲପାଇ ବସନ୍ତି। ତେବେ ଭଲ ପାଇବା ପାଇଁ ଜଣେ ବିବାହିତା ମହିଳା ଏକ ଅଭିନବ ପନ୍ଥା ଆପଣାଇଥିଲେ।