ସମ୍ବଲପୁର

ଚୂଡ଼ାନ୍ତ ହେଉନି ପ୍ରାର୍ଥୀ ତାଲିକା: ଆଶାୟୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ଚୂଡ଼ାନ୍ତ ହେଉନି ପ୍ରାର୍ଥୀ ତାଲିକା: ଆଶାୟୀଙ୍କ ମଧ୍ୟରେ ବଢୁଛି ଉତ୍କଣ୍ଠା

ସୁନ୍ଦରଗଡ଼, ୧୮।୩ (ଜୟନାରାୟଣ ମେଣ୍ଡୁଳି) -ସୁନ୍ଦରଗଡ ଲୋକସଭା ଓ ଏହି ଜିଲା ଅନ୍ତର୍ଗତ ୭ ବିଧାନସଭା ଆସନରେ ଆସନ୍ତା ଏପ୍ରିଲ ୧୮ରେ ଭୋଟଗ୍ରହଣ ସକାଶେ ଘୋଷଣା ହୋଇଛି। ଏ ନେଇ ମଙ୍ଗଳବାର ଆନୁଷ୍ଠାନିକ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ହେଲେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହେଉ ନ ଥିବାରୁ ଆଶାୟୀ ଓ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି। ଲୋକସଭା ଆସନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଭାଜପା ପକ୍ଷରୁ ଏଠାରୁ ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିତ ହୋଇସାରିଥିବା ବେଳେ ଅନ୍ୟ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଓ ବିଜେଡିର ପ୍ରାର୍ଥୀ କିଏ ହେବେ ତାହା ଘୋଷଣା ହୋଇନାହିଁ। ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀ କଂଗ୍ରେସରେ ଯୋଗଦେବା ପରେ ତାଙ୍କୁ ଏହି ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ କରିବା ପାଇଁ ନାମ ଘୋଷଣା କରିଛି।  ଏହି ପଦ ପାଇଁ ଆଶାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ଯୋଗଦେଇଛନ୍ତି। ସୁନୀତା ବିଜେଡିରେ ଯୋଗ ଦେବା ପରେ ତାଙ୍କୁ ବିଜେଡି ଏଠାରୁ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିବାକୁ ଯୋଜନା କରୁଥିବା କୁହାଯାଉଛି। ଗତ ନିର୍ବାଚନରେ ବିଜେଡିର ଲୋକସଭା ପ୍ରାର୍ଥୀ ଥିବା ତଥା ପୂର୍ବତନ ରାଜ୍ୟସଭା ସଦସ୍ୟ ଡଃ ଦିଲ୍ଲୀପ ତିର୍କୀକୁ ଏଥର ପୁନର୍ବାର ବିଜେଡିର ଲୋକସଭା ପ୍ରାର୍ଥୀ ପାଇଁ ତାଙ୍କ ସମର୍ଥକମାନେ ଅଡିବସିଛନ୍ତି। ସେହିପରି ୭ଟି ବିଧାନସଭା ଆସନରେ କିଏ କେଉଁ ଦଳର ପ୍ରାର୍ଥୀ ହେବ ସେ ନେଇ ରାଜନୈତିକ ଦଳଗୁଡିକ ଘୋଷଣା କରି ନ ଥିବା ବେଳେ ଏଭଳି ସ୍ଥିତିରେ  ଟିକେଟ ପାଉ ନ ଥିବା ଆଶାୟୀ ପ୍ରାର୍ଥୀମାନେ ଅନ୍ୟଦଳ ସହିତ ଯୋଗସୂତ୍ର ରକ୍ଷାକରି ପ୍ରାର୍ଥୀ ଘୋଷଣାକୁ କେବଳ ଅପେକ୍ଷା କରିଛନ୍ତି। ଟିକେଟ ନ ମିଳିଲେ ରାତାରାତି କିଭଳି ନିଜର ସୁବିଧା ମୁତାବକ ଦଳକୁ ଯାଇ ଟିକେଟ ହାତେଇବେ ସେ ଯୋଜନାରେ ଲାଗିପଡିଛନ୍ତି। ବର୍ତ୍ତମାନ ଜିଲାରେ କେତେକ ନେତାଙ୍କ ସୁବିଧାବାଦୀ ରାଜନୀତିକୁ ନେଇ ଭୋଟର ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ନିର୍ବାଚନ ତୁଳନାରେ ଚଳିତ ନିର୍ବାଚନରେ ବିଭିନ୍ନ ରାଜନୈତିକଦଳଗୁଡିକ ପକ୍ଷରୁ ପ୍ରାର୍ଥୀ ତାଲିକା ଚୂଡାନ୍ତରେ ବିଳମ୍ବ ଓ ରାଜନେତାଙ୍କ ଛକାପଞ୍ଝା ରାଜନୀତି ନେଇ ଆଶାୟୀ ଓ ଭୋଟରଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି। ଟିକେଟ ସ୍ଥିର ହୋଇପାରୁ ନ ଥିବା ଯୋଗୁ ଆଶାୟୀମାନେ ନିର୍ବାଚନ ରଣାଙ୍ଗନ ପାଇଁ ନିଜର ପ୍ରତିଦ୍ୱନ୍ଦିତା ସକାଶେ ଠିକ  କ୍ଷେତ୍ର ପ୍ରସ୍ତୁତି ନେଇ ଅଡୁଆରେ ପଡିଛନ୍ତି। ସୁନ୍ଦରଗଡ ବିଧାନସଭା ଆସନରେ ଯୋଗେଶ ସିଂ ବିଜେଡିକୁ ଯିବା ପରେ କଂଗ୍ରେସ ଠିକ ପ୍ରାର୍ଥୀ ଦେଇ ପୂନର୍ବାର କିପରି ନିଜ ଗଡରକ୍ଷା କରିପାରିବ ସେ ନେଇ ଚିନ୍ତାରେ ପଡିଛି। ଏପଟେ ଏଠାରୁ ଟିକେଟ ହାତେଇବା ପାଇଁ ବିଜେଡିରେ ଯୋଗେଶ ଓ କୁସୁମ ଟେଟେଙ୍କ ମଧ୍ୟରେ ବେଶ ଟଣାଓଟରା ଲାଗିଛି। ରବିବାର ଟିକେଟ ପାଇଁ ଆଶାୟୀ ଥିବା କୁସୁମ ଜିଲା ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ପଦବୀରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବା ପରେ ଏହି ଆସନ ପାଇଁ ଟିକେଟ ରାଜନୀତି ଜୋର ଧରିଛି । ଅନ୍ୟ ପଟେ ଭାଜପା ଏହି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ନ ଥିବାବେଳେ ବିଜେଡି ଓ କଂଗ୍ରେସର ପ୍ରାର୍ଥୀ ଘୋଷଣାକୁ ଅପେକ୍ଷା କରି ତାର ପରବର୍ତ୍ତୀ ରଣନୀତି ଆପଣେଇ ପ୍ରାର୍ଥୀ ଘୋଷଣା କରିପାରେ  ବୋଲି ଭୋଟର ମହଲରେ ଆଲୋଚନା ହେଉଛି। ଅନ୍ୟ ଦଳର ସମ୍ଭାବ୍ୟ ବିଜୟୀ ପ୍ରାର୍ଥୀ  ଆସିଲେ ତାଙ୍କୁ ଭାଜପା ସ୍ବାଗତ କରି ଟିକେଟ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ହେଉଛି। ଭାଜପାରୁ ତୃଣମୂଳସ୍ତରରୁ ସାଙ୍ଗଠନିକ କାର୍ଯ୍ୟକୁ ସୁଦୃଢ କରି ଟିକେଟ ପାଇଁ ଆଶାୟୀ ଥିବା ପ୍ରାର୍ଥୀମାନଙ୍କ ମଧ୍ୟରେ ନିରାଶା ଭାବ ସୃଷ୍ଟି କରିଛି। ଏଭଳି ସ୍ଥିତିରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାହା ଆନୁଷ୍ଠାନିକ ଭାବେ ଘୋଷଣା ହେବା ପରେ ଜିଲାରେ ରାଜନୈତିକ ପାଣିପାଗ ବଦଳିବାର ସମ୍ଭାବନା ରହିଛି।

All Right Reserved By

ସମ୍ବଲପୁର

ବାପ୍‌ ଆରପାରେ, ମା’ର ପତା ନାଇଁ  ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ବାପ୍‌ ଆରପାରେ, ମା’ର ପତା ନାଇଁ ଅଁଧାରକେ ଠେଲି ହେଉଛେ ୩ ଛୁଆକର ଭବିଷତ୍‌

ରାଉରକେଲା ଅଫିସ,୨୩ା ୪: କାମଧଁଦା ଖୁଜବାର ଲାଗି ମା’ ଘର ଛାଡ଼ି କେନ୍‌ଆଡ଼େ ପଲେଇଗଲେ। ଆଏଜ୍‌ତକ୍‌ ତାକର ପତା ନାଇଁ ମିଲବାର। କିଏ କହୁଛେ ଦଲାଲମାନକର ଶିଖାପଢ଼ାରେ ଦିଲ୍ଲୀ ଯାଇଛନ୍‌ ତ ଆର କିଏ କହୁଛେ ମୁମ୍ବାଇ। ଇ ବାବ୍‌ଦେ ଗଲା ୩ ବଛର ହେଲା ପଡ଼ାବାସୀକର ପାସେ କିଛି ଖବର ନଁାଇଁନ। ଏନ୍‌ତାଥି ବାପ୍‌ ରୋଗ୍‌ରେ ପଡ଼ି ଗଲା ୧୫ ତାରିଖ ଆରପାରକେ ଚାଲିଗଲେ। ପଡ଼ାବାସୀ ଚଁାଦାଭେଦା କରି ତାକର ଶବ ସତ୍‌କାର କଲେ। ଇଆଡ଼େ ମା’ବାପ୍‌ ଛେଉଁଡ୍‌ ୩ ପିଲା ଅସାହା ହେଇଯାଇଛନ୍‌। କେନ୍‌ଠାନେ ରହିବେ, କିଏ ଖାଏବାକେ ଦେବା ଭାବି ବୁଧିବାଟ ବନା ହେଇଯାଉଛେ। ପଡ଼ାବାସୀ ବି ଉପେ ଶୂଇନ୍‌ ହେଇଯାଇଛନ୍‌। ବାପ୍‌ ଚାଲିଗଲା ଉତାରୁ ୫ ବଛର୍‌ର ଝି’କେ କେହି ଝନେ ଲାଗେଲେସର ସାଂଗେ ନେଇଯାଇଛନ୍‌। ହେଲେ ଦୁଇ ନାବାଲକ ପିଲାକୁ ପାଖ୍‌ପଡ଼ିଶା ଖାଏବାକେ ଦେଇ ଘରେ ରଖିଛନ୍‌। ପିଲା ଦୁଇଟାକର ଆଏଁଖ୍‌ଥୁ ଲହ ନୁହେ ଶୁଖେ। ଏନ୍‌ତାଥି ଦୁଇ ଭାଇକର ଭବିଷତ୍‌ ଅଁଧାରକେ ଠେଲି ହେଇଯାଉଛେ। 

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ଜୀବଜନ୍ତୁ, ଉଦ୍ଭିଦଙ୍କ ସୁରକ୍ଷା ଉପରେ ଗୁରୁତ୍ୱ

ସୋନପୁର,୨୨।୪(ନି.ପ୍ର.): ସୁବର୍ଣ୍ଣପୁରରେ ବିଶ୍ୱ ଧରିତ୍ରୀ ଦିବସ ସୋମବାର ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ସୋନପୁର ବନାଞ୍ଚଳ ପକ୍ଷରୁ ଡିଏଫଓଙ୍କ ସମ୍ମିଳନୀ କକ୍ଷରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। 

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ନୂତନ ଆଶାକର୍ମୀ ଚୟନକୁ ଗ୍ରାମବାସୀଙ୍କ ବିରୋଧ

ଦେଓଗାଁ, ୨୨ା୪(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଗାଇବାହାଲ ପଞ୍ଚାୟତ ଗଡଦ୍ୱାରରେ ଚଞ୍ଚକତା କରି ଜନୈକା ଆଶାକର୍ମୀଙ୍କୁ ଚାକିରିରୁ ଅବ୍ୟାହତି ଦିଆଯାଇ ନୂତନ ଆଶା ନିଯୁକ୍ତି ପାଇଁ ଆରମ୍ଭ ହୋଇଥିବା ପ୍ରକ୍ରିୟାକୁ ବିରୋଧ ହୋଇଛି।

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଭଂଗା କୁରିଆରେ ବୁଢ଼ାବୁଢ଼ିକର ବିତୁଛେ ଜୀବନ: ପକାଘର ଖଁଡ଼େ ଆଶ୍‌ରେ ଭାଗୀରଥି ଆର ନୁର

ଜାମଟିକ୍ରା, ୨୨।୪ (ଡି.ଏନ.ଏ):  କେନ୍ଦ୍ର ଆର ରାଏଜ୍‌ ସରକାର ଗରିବ୍‌ ଦୁଖିକର ଲାଗି ଯୋଜନା ଉପରେ ଯୋଜନା ତିଆର କରୁଛନ୍‌। ଭିନେ ଭିନେ ଯୋଜନାରେ ସରକାର ଫିବଛର କୋଟି କୋଟି ଟଁକା ସାରୁଛନ୍‌। 

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

ମଉଲିକ୍‌ ସୁବିଧା ସୁଯୋଗରୁ ବଁଚିତ୍‌ ୨ ପଡ଼ାବାସୀ

କେସିଙ୍ଗା,୨୨।୪(ଡି.ଏନ.ଏ.):  କେସିଙ୍ଗା ଏନ୍‌.ଏ.ସି. ୮ ନମ୍ବର ଓ୍ବାର୍ଡର ଯାଦବ ଆର ହରିଜନ ପଡ଼ାବାସୀ ମଉଲିକ ସୁବିଧାରୁ ବଁଚିତ ହେଉଥିବାର ଅଭିଯୋଗ ହେଇଛେ। ୮ ନମ୍ବର ଓ୍ବାର୍ଡର ନ୍ୟୁ ଲାଇଫ୍‌ ସ୍କୁଲ ପାସେ ଥିବାର ହରିଜନ ପଡ଼ାରେ ପାଖାପାଖି ୩୦ ପରିବାରର ୨୫୦ ଲୋକ୍‌ ରହୁଛନ୍‌। 

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ:  ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ସର୍ଗିଗୁଡ଼ାରେ ବଡ଼ଭାରି ପିଇଲା ପାଏନ୍‌ ସମସିଆ: ପାଏନ୍‌ ନାଁରେ ଫ୍ଲୋରାଇଡ୍‌ ପିଉଛନ୍‌ ଗାଁବାସୀ

ନୂଆପଡା ଅଫିସ,୨୨ା୪:  ନୂଆପଡ଼ା ରାଏଜର ସବୁଠାନୁ ଜହ ଫ୍ଲୋରାଇଡ୍‌ ପରଭାବିତ ଜିଲା। ଇଠାନର ପଚିଶ ପରତିଶତରୁ ଅଧ୍‌କା ଅଂଚଲରେ ଫ୍ଲୋରାଇଡ୍‌ ବାହାରୁଛେ। ନିରମଲ ପିଇଲା ପାଏନ୍‌ ଟିକେ ପାଏବାର ଲାଗି ଇଠାନେ ଲୁକ୍‌କୁ ନାନା ସମସିଆ ସଂଗେ ଯୁଝ୍‌ବାକେ ପଡ଼ୁଛେ।

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ହକ୍‌ ପାଏଲେ ଦିବ୍ୟାଙ୍ଗ ଆଶୁତୋଷ

ବିନିକା,୨୨ା୪(ଡି.ଏନ୍‌.ଏ): ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଭଣ୍ଡାର ଗାଁର ହରିଶ୍ଚନ୍ଦ୍ର ହୋତାକଁର ଦିବ୍ୟାଙ୍ଗ ପୁଓ ଆଶୁତୋଷ ଶେଷେ ସରକାରୀ ଯୋଜନାରେ ବିଜୁ ପକ୍କାଘର ଖଁଡ଼େ ପଏବାରେ ସଫଲ ହେଇଛନ୍‌। 

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କାଳବୈଶାଖୀ ସାଙ୍ଗକୁ ବର୍ଷା, କୁଆପଥର ମାଡ଼: କ୍ଷତିରେ ପରିବା ଓ ଫଳଚାଷୀ

କୁତ୍ରା/ବଡ଼ଗାଁ, ୨୧।୪ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୁତ୍ରା ଓ ବଡ଼ଗାଁ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷା ଓ କୁଆପଥର ମାଡ଼ ହୋଇଛି। ଫଳରେ ପରିବା ଓ ଫଳ ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାପରେ ରହୁଥିବା ଜଣାପଡିଛି। 

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ସିଆମାଳ ନାଳି କଙ୍କ୍ରିଟକରଣ କରିବାକୁ ଦାବି

ବିନିକା, ୨୦ା୪(ଡି.ଏନ୍‌.ଏ.):ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାଙ୍କିଘିର୍ଡି ଏବଂ ବାବୁପାଲି ପଞ୍ଚାୟତର ୫ଶହ ଏକର ଜମିରେ ସିଆମାଳ ନାଳିର ପାଣି ମାଡିଥାଏ।  ୪ଶହରୁ ଊର୍ଦ୍ଧ୍ୱ ଚାଷୀ ଏହାଦ୍ୱାରା ଉପକୃତ ହୋଇଥାନ୍ତି। 

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ସର୍ଗିଗୁଡା ଗାଁରେ ଉତ୍କଟ ହେଉଛି ପାଣି ସମସ୍ୟା : ଜଳ ନାଁ ରେ ପିଉଛନ୍ତି ଜହର

ନୂଆପଡା ଅଫିସ, ୨୧।୪- ନୂଆପଡା ରାଜ୍ୟର ସବୁଠାରୁ ବେଶୀ ଫ୍ଲୋରାଇଡ ପ୍ରଭାବିତ ଜିଲା। ଏଠିକାର ପଚିଶ ପ୍ରତିଶତରୁ ଊର୍ଦ୍ଧ୍ୱ ଅଞ୍ଚଳ ଫ୍ଲୋରାଇଡ ପ୍ରବଣ। ବିଶୁଦ୍ଧ ପାନୀୟ ଜଳ ମୁନ୍ଦିଏ ପାଇଁ ଏଠିକାର ଲୋକଙ୍କୁ  ସଂଘର୍ଷ କରିବାକୁ ପଡିଥାଏ। 

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଲା

ସୋନପୁର,୨୧।୪(ନି.ପ୍ର.):ଜନସାଧାରଣଙ୍କ ଦୀର୍ଘଦିନର ଦାବି ପରେ ସୁବର୍ଣ୍ଣପୁରରେ ପରିବାର ଅଦାଲତ ଖୋଲିଛି। ଏହି ଅଦାଲତ ଦ୍ୱାରା ପାରିବାରିକ ବିବାଦର ଆପୋଷ ସମାଧାନ ହୋଇପାରିବ। 

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ ରାମଲୀଳା ଯାତ୍ରା: ପିତୃସତ୍ୟ ପାଳନ କରି ବନବାସ ଗଲେ ଶ୍ରୀରାମଚନ୍ଦ୍ର

ବଡ଼ଗାଁ, ୨୧।୪ (ଡି.ଏନ.ଏ)-ବଡ଼ଗାଁର ରାମଲୀଳା ଯାତ୍ରାର ସପ୍ତମ ରଜନୀରେ ରାମଚନ୍ଦ୍ରଙ୍କ ବନବାସ ମଞ୍ଚସ୍ଥ ହୋଇଛି। ଦାସୀ ମନ୍ଥରାଙ୍କ କୁମନ୍ତ୍ରଣାରେ ପଡି ରାଜା ଦଶରଥଙ୍କ ମଧ୍ୟମା ରାଣୀ କୈକେୟୀ ରାଜାଙ୍କ ଦୁର୍ବଳ ମୂହୂର୍ତ୍ତର ସୁଯୋଗ ନେଇ ୨ବର ଦେବା ପାଇଁ ସର୍ତ୍ତ ରଖିଥିଲେ ।


Model This Week

ତୁଳସୀ ପ୍ରିୟଦର୍ଶିନୀ
Why Dharitri