ଫୁରସତ |

ଗୀତ-ଗପ-ଗଛର ମଣିଷ

ଗୀତ-ଗପ-ଗଛର ମଣିଷ

ସଂକ୍ଷେପରେ ସେ ବଦ୍ରି ମିଶ୍ର! ମାତ୍ର ସ୍ଥୂଳଭାବରେ ଦେଖିଲେ ଜଣେ ଗାଳ୍ପିକ, ଗୀତିକାର, ବ୍ୟଙ୍ଗସ୍ରଷ୍ଟା। ପୁଣି ପରିବେଶ ପାଇଁ ସତତ ସଂଗ୍ରାମ କରୁଥିବା ଜଣେ ଅମାୟିକ ମଣିଷ। ୧୯୫୯ ମସିହାରେ ପୁରୀ ସହରରେ ଜନ୍ମିତ ଏହି ମଣିଷଙ୍କ ଦୃଷ୍ଟିରେ ଆଜିର ମଣିଷ ପାଇଁ ପ୍ରଥମ କାମ ପରିବେଶକୁ ସୁସ୍ଥ ରଖିବା। ଗଛ ଲଗେଇବା। ନ ହେଲେ ଦିନ ଆସିବ ଯେତେବେଳେ ନିଜ ପାଇଁ ତଥା ନିଜ ପିଲାଙ୍କ ପାଇଁ ମଣିଷ ଅକ୍ସିଜେନ୍‌ କିଣିବାକୁ ବାଧ୍ୟହେବ...

ଗପର ନଁ। ‘ଗଛ’! ଗପଟି ଏମିତି : ପ୍ରତିଦିନ ପିଲାଟିଏ ତା’ର ବସ୍ତାନି ନେଇ ସ୍କୁଲକୁ ଯାଏ। ସ୍କୁଲ ଯିବା ବାଟରେ ପଡ଼େ ଏକ ବିରାଟ ଅଶ୍ୱତ୍‌ଥ ଗଛ। ପିଲାଟି ଗଛ ଛାଇରେ ବସେ। ଗଛ ସହ କଥାହୁଏ। ଗପ କରେ। ଅସୁମାରି ନାହିଁ ନ ଥିବା ନାନାବାୟା ଗପ। ତାକୁ ଲାଗେ ଯେମିତି ଗଛ ତା’ର ଖୁବ୍‌ ଆପଣାର। ସ୍କୁଲ ଛୁଟିହୁଏ। ପିଲାଟି ଫେରେ। ବାଟରେ ଭେଟେ ଗଛକୁ। ସେ ଗଛକୁ ହାତ ହଲାଏ। ମନକୁମନ ହଲିଯାଏ ଗଛର ଡାଳପତ୍ର। ପିଲାଟିକୁ ଲାଗେ, ଗଛଟି ଯେମିତି ତାକୁ ତା’ର ଡାଳପତ୍ରର ହାତ ହଲେଇ ବିଦାୟ ଜଣାଉଛି। ଏମିତିରେ ଦିନ ବିତେ। ଋତୁ ବଦଳେ। ଆସେ ପତ୍ରଝଡ଼ା ଋତୁ। ସବୁ ଗଛ ପତ୍ର ଝଡ଼ା ଦିଅନ୍ତି। ମାତ୍ର ଅଶ୍ୱତ୍‌ଥ ଗଛରୁ ଗୋଟିଏ ବି ହେଲେ ପତ୍ର ଝଡ଼େନା। ପିଲାଟି ଆଶ୍ଚର୍ଯ୍ୟ ହୁଏ। ଗଛ ପାଖକୁ ଯାଏ। ତାକୁ ସେକଥା ପଚାରେ। ଗଛ କିନ୍ତୁ କିଛି ଉତ୍ତର ଦିଏନା। ପିଲାଟି ଜିଦ୍‌ କରେ। କୁଣ୍ଢେଇଧରେ ଗଛକୁ। କହେ: ବନ୍ଧୁ! ତୁମେ ଉତ୍ତର ନ ଦେବା ଯାଏ ମୁଁ ତୁମକୁ ଛାଡ଼ିବିନି କି ଘରକୁ ଯିବିନି। ଗୋଟେ କୁନିପିଲାର ଜିଦ୍‌ ନିକଟରେ ହାରିଯାଏ ଗଛ। କହେ: ମୁଁ କେମିତି ପତ୍ରଝଡ଼ା ଦେବି କୁହ ତ। ତୁମେ ପରା ନିତି ମୋ ଛାଇରେ ବସୁଛ। ପତ୍ର ଝଡ଼ିଗଲେ ତୁମେ ବସିବ କେଉଁଠି? ଆଶ୍ଚର୍ଯ୍ୟ ହୁଏ ପିଲା। ଭାବେ, ଗଛ ସତରେ ତାକୁ କେତେ ଭଲପାଏ! ସେଥିଲାଗି ସେ ଋତୁଚକ୍ରର ନିୟମ ବଦଳେଇଦେଲା। ପିଲାଟି ପଚାରେ : ବନ୍ଧୁ! ତୁମେ କଥା କହିପାର। ହେଲେ ତୁମେ କାହିଁକି ଜଡ଼ ହେଇଯାଇଛ? ପିଲାଟିର ସରଳ ସୁକୁମାର୍ଯ୍ୟରେ ତରଳିଯାଏ ଗଛର ଆତ୍ମା। ସେ ଦରଦୀ ସ୍ବରରେ କହେ : ଆମେ ସବୁ କଥା କହୁଥିଲୁ। ମଣିଷକୁ ଖୁବ୍‌ ଭଲପାଉଥିଲୁ। ସେଥିଲାଗି, ମଣିଷକୁ ଆମର ସବୁକିଛି ଦେଇଦଉଥିଲୁ। ହେଲେ ମଣିଷ ଆମସହ ବିଶ୍ୱାସଘାତକତା କଲା। ଆମକୁ କାଟିଦେଲା। ସେଥିଲାଗି ଆମେ ଆଉ ମଣିଷଙ୍କ ସହ କଥା ହେଉନାହୁଁ। ପିଲାଟି ଏଥର ଅନୁରୋଧ କଲା: ବନ୍ଧୁ! ମୁଁ କିନ୍ତୁ ଚାହେଁନା, ତୁମେ ଋତୁ ଦେବତାର ନିର୍ଦ୍ଦେଶ ଅମାନ୍ୟ କର। ଏବେ ତ ତୁମର ପତ୍ରଝଡ଼ା ସମୟ। ତୁମେ ପତ୍ରଝଡ଼ା ଦିଅ। ଆଉ ନୂଆପତ୍ର ଧାରଣ କର। ଘଟିଲା ଏକ ମିରାକଲ୍‌। ଗୋଟିଗୋଟି କରି ପତ୍ର ଝଡ଼ିଗଲା ଗଛ ଦେହରୁ। ଆଉ ପୁଣିଥରେ କଅଁଳି ଉଠିଲା ସବୁଜ ଛନ୍ନଛନ୍ନ କଅଁଳ ପତ୍ର।

୧୯୯୬ ମସିହାରେ ଲେଖାହୋଇଥିବା ଗପଟି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରସାରିତ ହେବା ପରେ ପାଲଟିଯାଏ ଏକ ସାର୍ଥକ ଗଳ୍ପ। ତାହାର ଇଂଲିଶ ଅନୁବାଦ ପ୍ରକାଶିତ ହୁଏ ‘ଟେଲିଗ୍ରାଫ୍‌’ରେ। ସେତିକି ନୁହେଁ, ଏକ ସାର୍ଥକ ଭାରତୀୟ ଗଳ୍ପଭାବରେ ଏହି ଗପଟି ସ୍ଥାନପାଏ କାନାଡ଼ାର ନ୍ୟୁ ଫାଉଣ୍ଡଲ୍ୟାଣ୍ଡ ୟୁନିଭର୍ସିଟିର ପାଠ୍ୟକ୍ରମରେ। ଏଠାରେ ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଏହି ସାର୍ଥକ ‘ଗଛ’ ଗଳ୍ପର ଲେଖକ ହେଉଛନ୍ତି ସାମ୍ପ୍ରତିକ ସମୟର ଗଛ ମଣିଷ ବଦ୍ରି ମିଶ୍ର। ଗଛ ଯେ, ମଣିଷ ପାଇଁ କେତେ ଦରକାର ଆଉ କେତେ ଉପକାରୀ ଏହାକୁ ମର୍ମେମର୍ମେ ଅନୁଭବ ଆଉ ଉପଲବ୍ଧି କରିଛନ୍ତି ବୋଲି ସେ ପ୍ରତିବର୍ଷ ନିଜ ଉଦ୍ୟମରେ ଲଗାଉଛନ୍ତି ଗଛ। ନା ସେଥିଲାଗି ସେ ପ୍ରଚାର କରୁଛନ୍ତି ନା ଗଛ ଲଗେଇବାର ବାହାବା ନଉଛନ୍ତି। ଦୀର୍ଘ ଚାଳିଶ ବର୍ଷ ଧରି ସେ ଗଛ ଲଗେଇବା ଜାରି ରଖିଛନ୍ତି। ଇତିମଧ୍ୟରେ ସେ ଏକ ଲକ୍ଷରୁ ଅଧିକ ଗଛ ଲଗେଇ ସାରିଛନ୍ତି।

‘ଗଛ’ ସଜେଇଲା ଦଧିଚୀ :
ଦଧିଚୀ ଜଣେ ଋଷି ଥିଲେ ଯିଏ ଜଗତକଲ୍ୟାଣ ପାଇଁ ନିଜର ଅସ୍ଥି ଦାନ କରିଦେଇଥିଲେ। ଏହା ତ ପୁରାଣ କଥା। ହେଲେ ଗଛ ମଣିଷ ବଦ୍ରି ମିଶ୍ର ସତକୁସତ ଦଧିଚୀ ପାଲଟି ଯାଇଛନ୍ତି। ସେ ନିଜର ଶରୀରକୁ ଏସ୍‌ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ଦାନ କରିଦେଇଛନ୍ତି। ତାଙ୍କର ଆଖି, କିଡ୍‌ନୀ ସବୁକିଛି ଦାନ କରିଦେଇଛନ୍ତି ସେ। ଏ ସମ୍ପର୍କରେ ବଦ୍ରି ମିଶ୍ର କହନ୍ତି : ମୁଁ ଆଉ ସ୍ବର୍ଗଦ୍ୱାର ଯିବିନି। ଜଗତରନାଥ ଜଗନ୍ନାଥଙ୍କୁ ସାକ୍ଷୀକରି ମୋର ପରିବାରର ସହମତିକ୍ରମେ ମୁଁ ମୋ ଶରୀରକୁ ସମାଜକୁ ଦାନ କରିଦେଇଛି। ମୋ ଆଖି ନେଇ ଆଉଜଣେ ଚକ୍ଷୁସ୍ମାନ ହେବ। ମୋ କିଡ୍‌ନୀ ନେଇ କେହି ଜଣେ ହତଭାଗ୍ୟ ମଣିଷ ତା’ର ଜୀବନ ବଞ୍ଚେଇବ। ଆଉ ମୋର ଶରୀରକୁ ନେଇ ଡାକ୍ତରୀଛାତ୍ରମାନେ ଗବେଷଣା କରିବେ। ପାଠ ପଢ଼ିବେ। ସେମାନେ ଜଣେ ଜଣେ ସଫଳ ଡାକ୍ତର ହେବେ। ବଦ୍ରି ମିଶ୍ରଙ୍କୁ ଏଥିପାଇଁ ମିଳିଛି ‘ଦଧିଚୀ’ ସମ୍ମାନ। ସେ କହନ୍ତି : ଗଛ ହିଁ ତ ମୋତେ ଦଧିଚୀ ହେବାର ପ୍ରେରଣା ଦେଇଛି। ଗଛ ଯଦି ତା’ର ଡାଳ, ପତ୍ର, ଫୁଲ, ଫଳ ସବୁକିଛି ଅନ୍ୟକୁ ଦାନ କରିଦେଇପାରେ; ତା’ହେଲେ ମୁଁ କାହିଁକି ନିଜେ ସମାଜକୁ ସମର୍ପଣ କରିଦେଇ ପାରିବି ନାହିଁ। ସେହି ଗଛର ପ୍ରେରଣାରେ ପ୍ରତି ବର୍ଷ ସେ ସ୍ବେଚ୍ଛାରେ ରକ୍ତଦାନ କରନ୍ତି। ଇତିମଧ୍ୟରେ ସେ ୯୭ଥର ରକ୍ତଦାନ କରିସାରିଛନ୍ତି।

ଗାୟକରୁ ଗୀତିକାର :
ଏବେ ନିରୁତା ସମାଜସେବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିବା ବଦ୍ରି ମିଶ୍ର ଏକଦା ଖୁବ୍‌ ସୁନ୍ଦର ଗୀତ ଗାଉଥିଲେ - ଏକଥା ହୁଏତ ଖୁବ୍‌ କମ୍‌ ଲୋକଙ୍କୁ ଜଣାଅଛି। ମାତ୍ର ଦିନ ଥିଲା ଅକ୍ଷୟ ମହାନ୍ତିଙ୍କ ଗୀତ ଥିଲା ତାଙ୍କ ପାଇଁ ଅମ୍ଳଜାନ ସଦୃଶ। ବଦ୍ରି କୁହନ୍ତି : ମା’ ସ୍ବର୍ଗତା ହାରାମଣି ମିଶ୍ର ହିଁ ତାଙ୍କୁ ଶିଖେଇଥିଲେ ଗୀତ। ତେବେ ହାରାମଣି ଜଣେ ତାଲିମ୍‌ପ୍ରାପ୍ତ ଗାୟିକା ନ ଥିଲେ। ମାତ୍ର ମା’ଙ୍କ ହୃଦୟର ଗୀତ ତାଙ୍କ କଣ୍ଠରୁ ଆପେ ଆପେ ଝଙ୍କୁରିତ ହେଉଥିଲା। ଭାତ ରାନ୍ଧୁରାନ୍ଧୁ, ରୁଟି ବେଲୁବେଲୁ ମା’ ଗାଉଥିଲେ ଆଉ ପୁଅକୁ କହୁଥିଲେ - ଗା’। ଗାଉଥିଲେ ବଦ୍ରି। ତାହା ହିଁ ଥିଲା ମା’ଙ୍କର ଆଶୀର୍ବାଦ। ସେହି ଆଶୀର୍ବାଦ ପାଇଁ ସେ ପାଇଥିଲେ ଫରେଷ୍ଟ ଡିପାର୍ଟମେଣ୍ଟ୍‌ରେ ଚାକିରି। ବେଶ୍‌ ରୋମାଞ୍ଚକର ଘଟଣା ଘଟିଥିଲା ବଦ୍ରିଙ୍କ ଜୀବନରେ। ଦିନେ ଗୋଟେ ସ୍ଥାନରେ ପ୍ରୋଗ୍ରାମ୍‌ କରୁଥିଲେ ବଦ୍ରି।

ଗାଉଥିଲେ ଅକ୍ଷୟ ମହାନ୍ତିଙ୍କ ବହୁ ଲୋକପ୍ରିୟ ଗୀତ :
ଚାଇଁ ଚାଇଁ ଖରା ଗୋରୀ ବରଷା ଅସରା/ତୋର ମୋର ପିରତୀ ତ କଟକ ଦଶରା! ତା’ପରଦିନ ଥିଲା ତାଙ୍କର ଫରେଷ୍ଟ ଡିପାର୍ଟମେଣ୍ଟ୍‌ରେ ଇଣ୍ଟରଭିୟୁ। ସେ ଯାଇ ପହଞ୍ଚତ୍ଲେ। ମ୍ୟାନେଜିଂ ଡିରେକ୍ଟର କହିଲେ - ତୁମର ଇଣ୍ଟରଭିୟୁ ଦବା ଦରକାର ନାହିଁ। ତୁମର ଚାକିରି ହୋଇଯାଇଛି। ବୁଝିପାରିଲେନି ସେ। ମ୍ୟାନେଜିଂ ଡିରେକ୍ଟର ବୁଝେଇଦେଲେ : ‘କାଲି ମୁଁ ତୁମ ପ୍ରୋଗ୍ରାମ ଦେଖୁଥିଲି। ଆଉ ତୁମେ ଖୁବ୍‌ ସୁନ୍ଦର ଗୀତ ଗାଉଥିଲ। ଅବଶ୍ୟ ମୁଁ ଜାଣି ନ ଥିଲି ଯେ, ତୁମେ ଆଜି ଇଣ୍ଟରଭିୟୁ ଦବାକୁ ଆସିବ ବୋଲି।’ ଏକଥା ଶୁଣି ବଦ୍ରିଙ୍କ ଆଖି ଛଳଛଳେଇ ଉଠିଥିଲା। କାହିଁକିନା ବୋଉ ଆଶୀର୍ବାଦ ହିଁ ତାଙ୍କୁ ଚାକିରି ଦେଇଥିଲା।
ଅବଶ୍ୟ ଆଜିକାଲି ଆଉ ବଦ୍ରି ଗୀତ ଗାଉନାହାନ୍ତି। ମାତ୍ର ତାଙ୍କ ଗୀତରେ ଓଡ଼ିଶା ଝୁମୁଛି। ଆକାଶବାଣୀ, ଦୂରଦର୍ଶନ ତଥା କ୍ୟାସେଟ୍‌ ସିଡିର ସେ ଜଣେ ପ୍ରତିଷ୍ଠିତ ଗୀତିକାର। କାଳିଆରେ ତତେ ପୁରୀ ଯାଇ ଥରେ ଦେଖିବାକୁ ମୋର ମନ ବଳିଛି, ସତ କହିବୁ ଲୋ ସତ କହିବୁ କହିଥିଲା ବୋଉ ମୋର/ମିଛ କହି କାହିଁ ପାପ ଅରଜିବୁ ଛାଇକୁ ଲାଗିବ ଡର, କଅଁଳ କଅଁଳ ଖରା ଲୋ କଅଁଳ କଅଁଳ ଖରା/ଗଙ୍ଗଶିଉଳିର ପତରେ ପତରେ ଗେଣ୍ଡୁ ସେବତୀର ଫୁଲ ପାଖୁଡ଼ାରେ ଶୀତ ପଡ଼ିଯାଏ ଧରା, ଶ୍ରୀମନ୍ଦିରେ ବସି ଦେଖୁଛ ପ୍ରଭୁହେ ଭଲ କେତେ ମୋର ମନ୍ଦ କେତେ/ ରତ୍ନ ସିଂହାସନେ ଜାଣୁଛ ସବୁ ହେ ହସ କେତେ ମୋର ଲୁହ କେତେ ଭଳି ରହିଛି ତାଙ୍କ ଶତାଧିକ ଭଜନ, ପଲ୍ଲୀ ଆଉ ଆଧୁନିକ ଗୀତ।

ସଫଳ ବ୍ୟଙ୍ଗକାର :
ଶିଶୁ ମନସ୍ତତ୍ୱ ଆଧାରିତ ଗଳ୍ପ ‘ଗଛ’ ତଥା ‘ଛେଳି’ ଭଳି ସିରିଇସ ଗଳ୍ପ ଲେଖିଥିବା ମିଶ୍ର ଜଣେ ସଫଳ ବ୍ୟଙ୍ଗସ୍ରଷ୍ଟା। ଗଳ୍ପ ଛଳରେ ସମାଜ ପ୍ରତି ଶାଣିତ ବ୍ୟଙ୍ଗ ତାଙ୍କ ରଚନାର ଅନ୍ୟତମ ବୈଶିଷ୍ଟ୍ୟ। ରାଜଧାନୀର ଅସହାୟ ଜୀବନ ଉପରେ ସେ ଲେଖିଛନ୍ତି ‘କ୍ୟାପିଟାଲିଆ ହଡ଼ା’। ସେହିଭଳି ଜନ୍ମ ନିୟନ୍ତ୍ରଣ ଉପରେ ‘ଚକ୍ର ସାର୍‌ଙ୍କ ରେଡ୍‌କାର୍ଡ’, ରାଜନୈତିକ ସଭା ଉପରେ ‘ମହାତ୍ମା ଜନ୍ମନେଲେ’, ଇଂରାଜୀ ମାଧ୍ୟମ ସ୍କୁଲ୍‌କୁ ନେଇ ‘କୁକୁରରୁ ଡଗ୍‌’, ନାରୀ ଉତ୍ସୃଙ୍ଖଳାକୁ ନେଇ ‘ନାରୀ ଜାଗିଲେଣି’ ଆଦି ବେଶ୍‌ ଉଲ୍ଲେଖନୀୟ ଦାବିକରେ। ସମାଜ ପାଇଁ ବ୍ୟଙ୍ଗର ଆବଶ୍ୟକତା ଅଛି କି ବୋଲି ଏକ ପ୍ରଶ୍ନରେ ମିଶ୍ର କହନ୍ତି : କେବଳ ବ୍ୟଙ୍ଗ ଦ୍ୱାରା ହିଁ ଖୁବ୍‌ କମ୍‌ ସମୟ ମଧ୍ୟରେ ଜଣକ ହୃଦୟକୁ ଆଲୋଡ଼ିତ କରାଯାଇପାରିବ।

ଅଦ୍ଭୁତ ସ୍ବପ୍ନର ନାୟକ :
କେବଳ ଭଲ ଗପ କି ଗୀତ ସୃଷ୍ଟି କରିପାରନ୍ତି ନାହିଁ ବଦ୍ରି ମିଶ୍ର। ସେ ଖୁବ୍‌ ଅଦ୍ଭୁତ ସ୍ବପ୍ନ ଦେଖିପାରନ୍ତି। ମୃତ୍ୟୁ ତାଙ୍କ ପାଇଁ ସେହିଭଳି ଏକ ସ୍ବପ୍ନ। ସେ ମୃତ୍ୟୁ ଚାହାନ୍ତି ନାହିଁ। ଇଚ୍ଛା ତାଙ୍କର ଶହଶହ ବର୍ଷ ଏ ପୃଥିବୀରେ ବଞ୍ଚତ୍ବେ। ତେବେ ମୃତ୍ୟୁ ତ ଦିନେ ଆସିବ। ସେଥିଲାଗି ତାଙ୍କ ସ୍ବପ୍ନ, ଯେତେବେଳେ ସେ ଆଧ୍ୟାତ୍ମିକ ପରିବେଶରେ ହଜିଯାଇଥିବେ, ତାଙ୍କ ଭିତରେ ବିଭୁ ଚେତନାର ସ୍ଫୁରଣ ଘଟୁଥିବ ସେତେବେଳେ ମୃତ୍ୟୁ ଆସୁ ଆଉ ତାଙ୍କୁ ସ୍ବାଗତ କରୁ। ସେହିଭଳି ସେ ଦିନକ ପାଇଁ ରାଷ୍ଟ୍ରନାୟକ ହେବାକୁ ଚାହାନ୍ତି। କାରଣ, ରାଜନୀତିକୁ ନଷ୍ଟନୀତି କରୁଥିବା ଲୋକମାନଙ୍କୁ ଜ୍ଞାନଦେବା ତାଙ୍କର ଐକାନ୍ତିକ ଇଚ୍ଛା।
-ରାଜେନ୍ଦ୍ର ରାଉଳ

All Right Reserved By

ଫୁରସତ |

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଧରିତ୍ରୀ ଆଳାପ: ‘ଫେମିନିଜିମ୍‌’କୁ ଲୋକେ ଭୁଲ୍‌ ବୁଝୁଛନ୍ତି-ମୈତ୍ରୀ ମୋନାଲି ପ୍ରଧାନ

ଗତ ଜୁଲାଇ ୬ରେ ବ୍ୟାଙ୍କକ୍‌ରେ ଅନୁଷ୍ଠିତ ‘ମିସ୍‌ ଟିନ୍‌ ଇଣ୍ଟରନ୍ୟାଶନାଲ-୨୦୧୮’ରେ ଦୁଇ ଦୁଇଟି ଟାଇଟଲ ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ ଭୁବନେଶ୍ୱରର ମୈତ୍ରୀ ମୋନାଲି ପ୍ରଧାନ। କେବଳ ଏତିକି ନୁହେଁ, ପୂର୍ବରୁ ୨୦୧୬ରେ କିଟ୍‌ ‘ନହ୍ନିପରୀ- ଲିଟିଲ୍‌ ମିସ୍‌ ଇଣ୍ଡିଆ’ ଟାଇଟଲ ଜିତି ସେ ଜାତୀୟସ୍ତରରେ ନିଜ ପ୍ରତିଭା ଓ ଦକ୍ଷତାର ପ୍ରମାଣ ଦେଖାଇଥିଲେ।

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ମୋ ଅନୁଭୂତି: ଦର୍ପଣ ଭାଙ୍ଗି ହାତସାରା କାଚ ପଶି ଯାଇଥିଲା -ଲିପ୍‌ସା ମିଶ୍ର

ଅଭିନେତ୍ରୀ ଲିପ୍‌ସା ମିଶ୍ର, ନିଜ ନାମରେ ସେ ଯେତିକି ପରିଚିତ ନୁହନ୍ତି ତା’ ଠାରୁ ଅଧିକ ପରିଚିତ ‘ତୁଳସୀ’ ନାମରେ। ଘରୋଇ ଚ୍ୟାନେଲରେ ପ୍ରସାରିତ ମେଗା ଧାରାବାହିକ ‘ତୋ ଅଗଣାର ତୁଳସୀ ମୁଁ’ ର ମୁଖ୍ୟ ଚରିତ୍ରରେ ଅଭିନୟ କରି ଅଗଣିତ ଦର୍ଶକଙ୍କ ପାଇଁ ସେ ପାଲଟିଛନ୍ତି ଜଣେ ଶାନ୍ତ, ସରଳ ଏବଂ ଆଦର୍ଶ ବୋହୂ, ଯିଏକି ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ।

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ନିଜ କଥା: କ୍ରିକେଟର ହେବା ବଦଳରେ ଡାକ୍ତର ହୋଇଗଲି -ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ

ପ୍ରଫେସର ଡା. ବିଦ୍ୟୁତ୍‌ ଦାଶ। ଏସ୍‌ସିବି ମେଡିକାଲର ଏହି ଡାକ୍ତରଙ୍କ ନାମ ରାଜ୍ୟରେ ବେଶ୍‌ ପରିଚିତ। ଆର୍ଥାଇଟିସ୍‌ ରୋଗୀମାନଙ୍କୁ ସଫଳ ଚିକିତ୍ସା ଦେବାରେ ଡାକ୍ତର ଦାଶ ବେଶ୍‌ ଲୋକପ୍ରିୟ ମଧ୍ୟ।

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ବୃହସ୍ପତିର ଆଉ ୧୨ ଚନ୍ଦ୍ର

ଓ୍ବାଶିଂଟନ୍‌: ସୌରମଣ୍ଡଳର ସର୍ବବୃହତ୍‌ ଗ୍ରହ ବୃହସ୍ପତି କକ୍ଷରେ ଠାବ ହେଲା ଆଉ ୧୨ଟି ଚନ୍ଦ୍ର। ୧୨ଟି ଯାକ ନୂଆ ଚନ୍ଦ୍ର ବୃହସ୍ପତି କକ୍ଷପଥରେ ଘୂରି ବୁଲୁଛନ୍ତି। ଏହାସହ ‘କିଙ୍ଗ୍‌ ଅଫ୍‌ ପ୍ଲାନେଟ୍‌’ର ମୋଟ ଚନ୍ଦ୍ର ସଂଖ୍ୟା ୭୯ରେ ପହଞ୍ଚିଛି। କେବଳ ସେତିକି ନୁହେଁ, ବୃହସ୍ପତି ନିକଟରେ ୧୧ଟି ଆଉଟର୍‌ ମୁନ୍‌ ଏବଂ ଏକ ଖଗୋଳୀୟ ପିଣ୍ଡ ଠାବ କରାଯାଇଛି।

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜନ୍ମଦିନରେ ମଣ୍ଡେଲାଙ୍କୁ ଶ୍ରଦ୍ଧାଞ୍ଜଳି

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ମହାନ୍‌ ବର୍ଣ୍ଣବିଦ୍ୱେଷ ନିରୋଧୀ ନେତା ନେଲ୍‌ସନ ମଣ୍ଡେଲାଙ୍କ ୧୦୦ତମ ଜୟନ୍ତୀ ବୁଧବାର ପାଳିତ ହୋଇଛି। ଦକ୍ଷିଣ ଆଫ୍ରିକାର ଗାନ୍ଧୀଙ୍କୁ ଏହି ଅବସରରେ ମନେପକାଇଛି ସମଗ୍ର ବିଶ୍ୱ। ସମଗ୍ର ବିଶ୍ୱରେ ଜୁଲାଇ ୧୮କୁ ‘ମଣ୍ଡେଲା ଦିବସ’ ଭାବେ ପାଳନ କରାଯାଉଛି।

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ଯେଉଁଠି ଅକ୍ଷୟ ତୃତୀୟକୁ କୁହାଯାଏ ଅଶୁଭ

ସାଧାରଣତଃ ଅକ୍ଷୟ ତୃତୀୟାକୁ ଶୁଭ ବୋଲି ଗ୍ରହଣ କରାଯାଇଥାଏ। ସେଥିଲାଗି ଏହି ଦିନ ବିଭିନ୍ନ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ। କିନ୍ତୁ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶ ସୀମାରେ ଥିବା ଲଳିତପୁରରେ ଅକ୍ଷୟ ତୃତୀୟାକୁ ଅଶୁଭ ବୋଲି କୁହାଯାଇଥାଏ। ଏହି ଗାଁରେ ୧୬୮ବର୍ଷ ତଳେ ଘଟିଥିଲା ଏକ ଦୁଃଖଦ ଘଟଣା।

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ହେବ ଇଣ୍ଟରନେଟ୍‌

ଓ୍ବାଶିଂଟନ: ଜଳବାୟୁ ପରିବର୍ତ୍ତନ ଦ୍ୱାରା ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବ। ଏହାଦ୍ୱାରା ବିଶ୍ୱ ସ୍ତରୀୟ ଇଣ୍ଟରନେଟ୍‌ ଭିତ୍ତିଭୂମି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବୈଜ୍ଞାନିକମାନେ ସତର୍କବାଣୀ ଶୁଣାଇଛନ୍ତି। ସେମାନଙ୍କ କହିବାନୁଯାୟୀ, ହଜାର ହଜାର ମାଇଲ୍‌ ଦୀର୍ଘ ଫାଇବର ଅପ୍‌ଟିକ୍‌ କେବୁଲ ଉପକୂଳ ଅଞ୍ଚଳରେ ପୋତିହୋଇ ରହିଛି। ସମୁଦ୍ରର ଜଳପତ୍ତନ ବୃଦ୍ଧିପାଇବା ଫଳରେ ଏହି ଅଞ୍ଚଳ ବନ୍ୟାପ୍ଳାବିତ ହୋଇପାରେ।

ମନୋଭାବ ପ୍ରକାଶ କରିପାରିବ ରୋବୋ

ମନୋଭାବ ପ୍ରକାଶ କରିପାରିବ ରୋବୋ

ଓ୍ବାଶିଂଟନ୍‌: ବୈଜ୍ଞାନିକମାନେ ଏକ ରୋବୋ ବିକଶିତ କରିଛନ୍ତି। ଏହାର ଶରୀରକୁ ଛୁଇଁଲେ କି ଆଘାତ କଲେ ଏହା ପ୍ରତିକ୍ରିୟା ସ୍ବରୂପ ନିଜର ମନୋଭାବ ପ୍ରକାଶ କରିପାରିବ। ରୋବୋ ଶରୀରର ବାହ୍ୟ ଆବରଣ ଏକ ପ୍ରକାର ଟିସୁରେ ତିଆରି ହୋଇଛି। ଏହାକୁ ଛୁଇଁବା ମାତ୍ରେ ରୋବୋ ଭାବନାତ୍ମକ ଯନ୍ତ୍ରାଂଶରେ ଉଦ୍ଦୀପନା ସୃଷ୍ଟିହେବ। ଫଳରେ ଏହା ପ୍ରତିକ୍ରିୟା ସୃଷ୍ଟି କରିବ।

ସୁଖ, ଶାନ୍ତି, ସମୃଦ୍ଧି ପାଇଁ ସକାଳେ କରନ୍ତୁ ଏହି ଉପାୟ

ସୁଖ, ଶାନ୍ତି, ସମୃଦ୍ଧି ପାଇଁ ସକାଳେ କରନ୍ତୁ ଏହି ଉପାୟ

ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ନୀତି ନିୟମ ସମ୍ପର୍କରେ ଉଲ୍ଲେଖ ଅଛି। ପ୍ରତିଦିନ ଅଭ୍ୟାସ କରି ଏହାର ପାଳନ କଲେ ଜୀବନ ସୁଖ ଓ ଶାନ୍ତିରେ ଭରିଯାଏ ବୋଲି ବିଶ୍ୱାସ ରହିଛି ।

ଆତ୍ମହତ୍ୟା ପ୍ରବୃତ୍ତି  କମାଇବାରେ ସହାୟକ ହୁଏ ଆନାଥେସିଆ

ଆତ୍ମହତ୍ୟା ପ୍ରବୃତ୍ତି କମାଇବାରେ ସହାୟକ ହୁଏ ଆନାଥେସିଆ

ମାନସିକ ଚାପଗ୍ରସ୍ତ ହେଲେ କେତେକ ଲୋକଙ୍କଠାରେ ଆତ୍ମହତ୍ୟା ପ୍ରବୃତ୍ତି ଦେଖାଯାଇଥାଏ। ତେବେ ଆନାଥେସିଆ ବା ଚେତାଶୂନ୍ୟ କରାଇବା ଲାଗି ବ୍ୟବହୃତ ଔଷଧ ଏଭଳି ବ୍ୟକ୍ତିଙ୍କ ପ୍ରବୃତ୍ତି କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ଯେଉଁଠି ଛୋଟ ବେଳୁ ଦିଆଯାଏ ଏପରି ଶିକ୍ଷା

ସାଧାରଣ ସମାଜରେ ୬ରୁ ୭ବର୍ଷରୁ ପିଲାମାନେ ଖେଳନା ଧରି ଖେଳନ୍ତି, ଅବା ନିଜ ଜୀବନରେ ଆଗକୁ ବଢିବା ଓ ଭବିଷ୍ୟତକୁ ସୁଦୃଢ କରିବା ପାଇଁ ବିଦ୍ୟାଳୟକୁ ଯିବା ଲାଗି ପ୍ରସ୍ତୁତି ଚଳାଇଥାନ୍ତି। ମାତ୍ର ଏଭଳି ଏକ ସମାଜ ରହିଛି, ଯେଉଁଠାରେ ଏହି ବୟସରେ ପିଲାମାନଙ୍କୁ ପାଠ ପଢାଇବା ପରିବର୍ତ୍ତେ ଦିଆଯାଇଥାଏ ଜୀବନ ଧାରଣର ଶିକ୍ଷା।

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ଝିଅ ବିଦା ବେଳେ କାହିଁକି ଫୋପଡ଼ା ଯାଏ ଚାଉଳ

ବିବାହ ସମୟରେ ଭାରତରେ ଅନେକ ପରମ୍ପରା ପାଳିତ ହୋଇଥାଏ। ବିବାହରେ ଝିଅ ବିଦା ସମୟରେ ଚାଉଳରେ ହଳଦି ମିଶାଇ ଫୋପାଡ଼ିବା ପରମ୍ପରା ସମ୍ପନ୍ନ ହୋଇଥାଏ। ଏହା ଦ୍ୱାରା ନବଦମ୍ପତିଙ୍କ ଜୀବନରେ ଖୁସି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏପରି କଲେ ନବଦମ୍ପତିଙ୍କର ସନ୍ତାନ ପ୍ରାପ୍ତି ହେବା ସହ ସୌଭାଗ୍ୟ ମିଳିଥାଏ।

Model This Week

ରୂପେଶ