Dharitri News
ଫୁରସତ |

କୁହୁଡିରେ...

କୁହୁଡିରେ... ଥଣ୍ଡା ଥଣ୍ଡା ଶୀତୁଆ ସକାଳେ ବାୟୁମଣ୍ଡଳରେ ଆଚ୍ଛାଦିତ ଘନ କୁହୁଡି ଫାଙ୍କରୁ ଝାପ୍ସା ସୂର୍ଯ୍ୟାଲୋକର ଦୃଶ୍ୟ କାହାକୁ ବା ଭଲ ନ ଲାଗେ। ହେଲେ ଅପରପକ୍ଷେ ଏହି କୁହୁଡି ଯୋଗୁ ଜରୁରୀ କାର୍ଯ୍ୟ ଲାଗି ଗାଡିମୋଟର ଯାତାୟାତ ହୋଇଯାଏ ମୁସ୍କିଲ। ଏମିତିକି ଏଥିପାଇଁ ବଢିଥାଏ ଦୁର୍ଘଟଣା... ଶୀତଦିନେ କୁହୁଡି ହେବା ଏକ ପ୍ରାକୃତିକ ପ୍ରକ୍ରିୟା। ହେଲେ ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ପରିବେଶ ପ୍ରଦୂଷଣ ହେବା ସହ ଭୂପୃଷ୍ଠ ଓ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଯୋଗୁ ଜଳୀୟ ବାସ୍ପ ସହ ଧୂଆଁ, ଧୂଳି ମିଶି ଘନ କୁହୁଡି ସୃଷ୍ଟି ହେଉଛି। ଯାହାକି ଅସ୍ବାଭାବିକ ଭାବେ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗିରହୁଛି। ଏପରି ସ୍ଥଳେ ଅତ୍ୟାବଶ୍ୟକ କାର୍ଯ୍ୟ ଲାଗି ବାହାରକୁ ଗାଡିମୋଟର ଯୋଗେ ଯିବା କଷ୍ଟ କର ହୋଇପଡୁଛି। ପାଠ ପଢା, ଜବ୍‌ ଲାଗି ବାହାରକୁ ଯାଉଥିବା ଛାତ୍ରୀଛାତ୍ରମାନଙ୍କୁ ମଧ୍ୟ ଏଥିପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଏଭଳି ଘନ କୁହୁଡି ଯୋଗୁ ସଡ଼କ ଦୁର୍ଘଟଣା ମଧ୍ୟ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି। ଆମ ଦେଶରେ ସବୁ ରାଜ୍ୟ ତୁଳନାରେ ରାଜଧାନୀ ଦିଲୀରେ କୁହୁଡି ଜନିତ ଦୁର୍ଘଟଣା ସର୍ବାଧିକ। ବିଶ୍ୱର ସବୁଠୁ ପ୍ରଦୂଷିତ ସହରଗୁଡିକ ମଧ୍ୟରେ ଦଲ୍ଲୀ ମଧ୍ୟ ରହିଛି, ଅର୍ଥାତ୍‌ ଏଠାରେ ବାୟୁମଣ୍ଡଳରେ ପ୍ରଚୁର ପରିମାଣରେ ଥିବା ଧୂଆଁ, ଧୂଳି ଆଦି ମିଶି ଘନ କୁହୁଡି ସୃଷ୍ଟି କରୁଛି। ଆଉ ଏଥିପାଇଁ ଏଠାରେ ଦୁର୍ଘଟଣା ହାର ବି ଅଧିକ। ତେବେ କୁହୁଡି ସମୟରେ ଯାନବାହନ ଚଳାଚଳକୁ ସୁରକ୍ଷିତ କରିବା ଲାଗି କେତୋଟି ବିଷୟ ପ୍ରତି ସଜାଗ ହେବା ନିହାତି ଜରୁରୀ। ଜାଣି ରଖନ୍ତୁ ସେ ସମ୍ପର୍କରେ... - ସକାଳ ଏବଂ ସନ୍ଧ୍ୟା ସମୟରେ ଘରୁ ବାହାରିବା ପୂର୍ବରୁ ପ୍ରଥମେ ଲୋକାଲ ଓ୍ବେଦର କଣ୍ଡିଶନ୍‌ ବା ସ୍ଥାନୀୟ ପାଣିପାଗ ସ୍ଥିତି ଜାଣି ରଖନ୍ତୁ। ଏହାଦ୍ୱାରା ଆପଣଙ୍କୁ ଯଥା ସମୟରେ ବାହାରକୁ ବାହାରିବା ସହଜ ହେବ। - କୁହୁଡିରେ ଗାଡି ଚଲାଉଥିଲେ ସର୍ବପ୍ରଥମେ ଷ୍ପିଡ୍‌ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରନ୍ତୁ। ଆଗରେ ଯାଉଥିବା ଗାଡିଗୁଡିକ ଠାରୁ ଆବଶ୍ୟକ ଦୂରତା ରକ୍ଷା କରନ୍ତୁ। - ଅଧିକ କୁହୁଡିରେ ସକାଳ ସମୟରେ ବି ସୂର୍ଯ୍ୟ କିରଣ ଢାଙ୍କି ହୋଇ ରାସ୍ତାଘାଟ ଅନ୍ଧିରିଆ ଲାଗିଥାଏ। ତେଣୁ ଗାଡି ଚଲାଇବା ସମୟରେ ଦୁର୍ଘଟଣାଠାରୁ ଦୂରେଇ ରହିବା ଲାଗି ଲାଇଟ୍‌ ଦେବାକୁ ଆଦୌ ଭୁଲନ୍ତୁ ନାହିଁ। କାର୍‌ରେ ଏବଂ ଅନେକ ବାଇକ୍‌ରେ ମଧ୍ୟ ଏଥିପାଇଁ ଥିବା ସ୍ପେଶାଲ୍‌ ଫଗ୍‌ ଲାଇଟ୍‌ ବ୍ୟବହାର କରନ୍ତୁ। - ଘନ କୁହୁଡି ଥିଲେ ଲାଇଟ୍‌ ସହ ହର୍ନ ମଧ୍ୟ ବ୍ୟବହାର କରନ୍ତୁ। ବିଶେଷ କରି ଟର୍ନିଂ ବା ବୁଲାଣି ସ୍ଥାନରେ ଗାଡି ଧୀରେ ଚଲାନ୍ତୁ ଏବଂ ଲମ୍ବା ହର୍ନ ଦିଅନ୍ତୁ। କାରଣ ଏଭଳି ସ୍ଥାନରେ ସାମନ୍ୟ ଅସର୍ତକତା ଯୋଗୁ ଦୁର୍ଘଟଣା ହେବାର ଆଶଙ୍କା ବେଶି। - ସାଧାରଣତଃ କୁହୁଡିରେ ରାସ୍ତା ଦେଖାଯିବା ମୁସ୍କିଲ। ଆଉ ଏମିତିରେ ବାଇକ୍‌ରେ ଯିବା ସମୟରେ କହୁଡି ଲାଗି ହେଲ୍‌ମେଟ୍‌ ଗ୍ଲାସ୍‌ ଅଧିକ ଅସ୍ପଷ୍ଟ ହୋଇଯାଏ ଏବଂ ରାସ୍ତା ଦେଖିବା କଷ୍ଟ ହୁଏ। ତେଣୁ ଏଥିପ୍ରତି ବିଶେଷ ଦୃଷ୍ଟି ଦିଅନ୍ତୁ। ମଝିରେ ମଝିରେ ଏହାକୁ କଟନ ରୁମାଲ କିମ୍ବା କପଡାରେ ପୋଛନ୍ତୁ। - କାର୍‌ ବ୍ୟବହାର କରୁଥିଲେ କୁହୁଡି ସମୟରେ ଡିଫ୍ରଷ୍ଟର ବ୍ୟବହାର କରନ୍ତୁ। କାରଣ କୁହୁଡି ଗାଡିର ଓ୍ବିଣ୍ଡସିଲ୍ଡରେ ଜମା ହେବା ଦ୍ୱାରା ଦେଖାଯିବା କଷ୍ଟ ହୋଇଥାଏ। ଆବଶ୍ୟକ ସ୍ଥଳେ ଓ୍ବାଇପର ମଧ୍ୟ ବ୍ୟବହାର କରନ୍ତୁ। - କହୁଡିରେ ଗାଡି ଚଲାଉଥିବା ସମୟରେ ମୋବାଇଲ୍‌ରେ ଆଦୌ କଥା ହୁଅନ୍ତୁ ନାହିଁ। ଏପରିକି ଇୟରଫୋନ୍‌ କିମ୍ବା ବ୍ଲୁଟୁଥ୍‌ ବ୍ୟବହାର କରିବା ମଧ୍ୟ ବିପଜ୍ଜନକ। ଏହାଦ୍ୱାରା ନା କେବଳ ଆପଣ ଅନ୍ୟମନସ୍କ ହେବା କିମ୍ବା ପଛ ଗାଡିଗୁଡିକର ହର୍ନ ନ ଶୁଣି ପାରିବା କାରଣରୁ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି ବରଂ କୁହୁଡି ସଂସ୍ପର୍ଶରେ ଆସି ମୋବାଇଲ୍‌ ଖରାପ ହେବାର ମଧ୍ୟ ଆଶଙ୍କା ରହିଛି। - କୁହୁଡିରେ ରାସ୍ତା ଉପରରେ ଚାଲୁଥିବା ପଶୁ ବିଶେଷ କରି ଧଳା ବାଛୁରୀ, ଗାଈ, କୁକୁର ଆଦି ସହଜରେ ଦେଖାଯାଇ ନ ଥାନ୍ତି। ଯାହାଦ୍ୱାରା ଦୁର୍ଘଟଣାର ଆଶଙ୍କା ବଢିଥାଏ। ତେଣୁ ଗାଡିର ସ୍ପିଡ୍‌ ନିୟନ୍ତ୍ରଣରେ ରଖିବା ନିତାନ୍ତ ଆବଶ୍ୟକ। କୁହୁଡ଼ିର କାରଣ ବାୟୁରେ ଜଳୀୟବାଷ୍ପ ରହିଛି ା କିନ୍ତୁ ଆମ ଆଖିକୁ ତାହା ଦେଖାଯାଏ ନାହିଁ ା ଜଳୀୟବାଷ୍ପର ପରିମାଣ ବାୟୁର ତାପାମାତ୍ରା ଉପରେ ନିର୍ଭର କରେ ା ଗରମ ବାୟୁରେ ଅଧିକ ଜଳୀୟବାଷ୍ପ ରହିପାରେ ା ବର୍ତ୍ତମାନ ବୃଦ୍ଧି ପାଉଥିବା ଗାଡିମୋଟର, କଳ କାରଖାନା ସଂଖ୍ୟା ସାଙ୍ଗକୁ ଜଙ୍ଗଲ କ୍ଷୟ ବାୟୁମଣ୍ଡଳ ପ୍ରଦୂଷିତ ହେଉଛି ଏବଂ ଏହାର ତାପମାତ୍ରା ମଧ୍ୟ ଅହେତୁକ ଭାବେ ବଢୁଛି। ଫଳରେ ବାୟୁମଣ୍ଡଳରେ ସାଧାରଣ ଠାରୁ ଯଥେଷ୍ଟ ଅଧିକ ପରିମାଣରେ ଜଳୀୟବାଷ୍ପ ରହୁଛି, ଯାହାକି ଶୀତଦିନେ ଥଣ୍ଡା ହେବା ଦ୍ୱାରା ଘନୀଭୂତ ହୋଇ ଛୋଟ ଛୋଟ ଜଳକଣାରେ ପରିଣତ ହୋଇ କୁହୁଡି ଆକାରରେ ଭୂପୃଷ୍ଠ ନିକଟରେ ଭାସି ବୁଲୁଛି। ବିଭିନ୍ନ ସ୍ଥାନ ତଥା ସେଠାକାର ପରିବେଶରେ ଅନୁଯାୟୀ ସୃଷ୍ଟି ହେଉଥିବା କୁହୁଡିର ନାମ ପ୍ରବାହ କୁହୁଡି, ବିକିରଣ କୁହୁଡି, ଊଦ୍ଧର୍‌ବାରୋହଣ କୁହୁଡି ଓ ଅଧଃକ୍ଷେପଣ କୁହୁଡି ଇତ୍ୟାଦି ରହିଛି ା ବାୟୁପ୍ରଦୂଷଣ ହେତୁ ଧୂଆଁମିଶା ଘନକୁହୁଡି ବା ସ୍ମଗ୍‌ ସୃଷ୍ଟି ହେଉଛି ା ଏହି ଘନ କୁହୁଡି ଯୋଗୁ ଆଲୋକ ସଂକେତରେ ଚଳାଚଳ କରୁଥିବା ବିମାନ ଓ ରେଳଗାଡି ବିଳମ୍ବ ଘଟୁଛି ା କେବଳ ଏତିକି ନୁହେଁ ଅଧିକ ସମୟ ପର୍ଯ୍ୟନ୍ତ ରାସ୍ତାଘାଟ ଭଲଭାବେ ଦେଖାଯାଉ ନ ଥିବାରୁ ଗାଡିମୋଟର ଦୁର୍ଘଟଣା ବୃଦ୍ଧିପାଉଛି ା କୁହୁଡିଜନିତ ଦୁର୍ଘଟଣା ହ୍ରାସ କରିବା ଲାଗି ବର୍ତ୍ତମାନ ଗାଡିଗୁଡିକରେ ଦିଆଯାଉଥିବା ସ୍ପେଶାଲ ଫଗ୍‌ ଲାଇଟ୍‌ (ହଳଦିଆ ଆଲୁଅ) ବ୍ୟବହାର କରାଯିବା ସହ ସ୍ମଗ୍‌ କମାଇବା ଲାଗି ପରିବେଶ ପ୍ରଦୂଷଣ ମୁକ୍ତ କରିବା ଦିଗରେ ସଚେତନ ହେବା ଆବଶ୍ୟକ।                                                                                            - କମଳାକାନ୍ତ ଜେନା ସହକାରୀ ପ୍ରଫେସର, ଭଦ୍ରକ ଅଟୋନମସ୍‌ କଲେଜ କ’ଣ କରନ୍ତି ଏମାନେ... ତପନ କୁମାର(ଏମ୍‌ବିଏ ୧ମ ବର୍ଷ, କଲେଜ ଅଫ୍‌ ଆଇଟି ଆଣ୍ଡ ମ୍ୟାନେଜମେଣ୍ଟ ଏଜୁକେଶନ, ଭୁବନେଶ୍ୱର)- ଶୀତଦିନେ ସକାଳୁ ଥଣ୍ଡାରେ କଲେଜ ଯିବା ଯେତିକି କଷ୍ଟ ନୁହେଁ କୁହୁଡି ପାଇଁ ବେଶି ଅସୁବିଧା। ଭଲରେ ରାସ୍ତା ଦେଖା ନ ଯିବା ଯୋଗୁ ଦୁର୍ଘଟଣାର ଆଶଙ୍କା ବଢିଥାଏ। ଯେଉଁଥିଲାଗି ଗାଡିର ସ୍ପିଡ୍‌ କମ୍‌ ରଖିବା ସହ ଆବଶ୍ୟକ ସ୍ଥଳେ ଲାଇଟ୍‌ ଏବଂ ହର୍ନ ବ୍ୟବହାର କରିଥାଏ। ରାଜଶ୍ରୀ ସାହୁ(ଏମ୍‌ବିଏ ୨ୟ ବର୍ଷ, ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଟେକ୍ନୋଲୋଜିକାଲ୍‌ ଆଡଭାନ୍ସମେଣ୍ଟ, ଭୁବନେଶ୍ୱର)- ବର୍ତ୍ତମାନ ପରିବେଶ ପ୍ରଦୂଷଣ ବଢିଯାଇଥିବାରୁ ଶୀତଦିନେ ପୂର୍ବ ଭଳି କୁହୁଡି ନ ହୋଇ ଧୂଆଁ ଏବଂ ଧୂଳି ମିଶା କୁହୁଡି ହେଉଛି। ଯାହାକି ଅଧିକ ଘନ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଲାଗି ରହୁଛି। ଏମିତିରେ ସକାଳ ସମୟରେ ବାହାରକୁ ବାହାରିବା କଷ୍ଟ ହେଉଛି। ତେବେ ଏହାକୁ ହଠାତ୍‌ ରୋକିବା ତ ହାତର କଥା ନୁହେଁ। ତେଣୁ ଏହି ସମୟରେ ଯେପରି ଦୁର୍ଘଟଣା ନ ଘଟେ ସେଥିଲାଗି ସତର୍କ ରହିବା ବୁଦ୍ଧିମତ୍ତାର କାମ।

ଫୁରସତ |

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ପୁଅ ଦୁଷ୍ଟ ହେବାରୁ ଦଣ୍ଡ: ସ୍କୁଟର ପଛରେ ବାନ୍ଧି ରାସ୍ତାରେ ଘୋଷାଡିଲେ ମା’

ଚଳଚ୍ଚିତ୍ର ‘ ପ୍ୟାର କିୟା ତୋ ଡରନା କ୍ୟା’ରେ ବଲିଉଡ ଅଭିନେତା ଅରବାଜ ଖାନ ସଲମାନଙ୍କୁ ଦଣ୍ଡ ଦେଉଥିବାର ଏକ ଦୃଶ୍ୟ ଦେଖାଯାଇଥିଲା। ଦୃଶ୍ୟରେ ଅରବାଜ୍‌ ସଲମାନଙ୍କୁ ଘୋଡା ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଠିକ୍‌ ଏପରି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଚାଇନାର ଦକ୍ଷିଣ-ପଶ୍ଚିମରେ ଥିବା ୟୁନ୍ନାନ ଅଞ୍ଚଳ ଜାଓଟାଙ୍ଗ ସହର ରାସ୍ତାରେ। ଗୁରୁବାର ଚାଇନାର ଜଣେ ମା’ ନିଜ ଶିଶୁକୁ ଦଣ୍ଡ ଦେବାପାଇଁ ନିଜ ସ୍କୁଟର ପଛରେ ବାନ୍ଧି ଘୋଷାଡି ଘୋଷାଡି ନେଇଥିଲେ। ଥରେ ଅଥବା ଦିନେ ନୁହେଁ ବରଂ ମା’ ଲଗାତାର ତିନିଦିନ ଧରି ଏପରି କରିଆସୁଥିଲେ।

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ପୁରୁଷଙ୍କ ତୁଳନାରେ ମହିଳାଙ୍କ ସ୍ବାସ୍ଥ୍ୟରେ ଅବନତି ହେଉଛି

ଓ୍ବାଶିଂଟନ: ପୁରୁଷଙ୍କ ତୁଳନାରେ ମହିଳା ସ୍ବାସ୍ଥ୍ୟରେ ସମ୍ପ୍ରତି ଏକ ନିଦ୍ଦିଷ୍ଟ ବୟସ ପରେ ଅବନତି ଦେଖାଯାଉଛି। ଏସମ୍ପର୍କରେ ଗବେଷକ ଏକ ରୋଚକ ତଥ୍ୟ ପ୍ରକାଶ କରିଛନ୍ତି। ୨୫ରୁ ୩୦ ବର୍ଷ ପରେ ମହିଳାଙ୍କ ସ୍ବାସ୍ଥ୍ୟ କ୍ରମଶଃ ଖରାପ ହେଉଥିବାରୁ ଗବେଷକ ସୂଚିତ କରିଛନ୍ତି।

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମୁଖସ୍ଥ କରିଛନ୍ତି ‘ଚିରାଗ’

ଲକ୍ଷ୍ନୌ: ଛୋଟବେଳେ ପାଠପଢ଼ା ଆରମ୍ଭ କରିବା ବେଳେ ସମସ୍ତେ ପଣିକିଆ ବା ଇଂରାଜୀରେ‘ମଲଟିପ୍ଲିକେସନ ଟେବୁଲ’ ପଢ଼ିଥିବେ ତ ନିଶ୍ଚୟ। କେହି କେହି ଏହାର ୨୫ଟି ଖନ୍ଦା ମନେରଖିଥାନ୍ତି ତ କେହି ଏହାର କେବଳ ୧୦ ଖନ୍ଦା। ବାକି ଗୁଣନ କରି ମାଲୁମ କରାଯାଇପାରେ। ତେବେ ଥରେ ଭାବି ଦେଖନ୍ତୁ ତ ୨୦ କୋଟି ପର୍ଯ୍ୟନ୍ତ ପଣିକିଆ ମନେରଖିବା କଥାକୁ। ଅସମ୍ଭବ ତ ନିଶ୍ଚୟ ଲାଗିବ। ହେଲେ ଜଣେ ଶିଶୁ ଏପରି କରି ଦେଖାଇଛନ୍ତି। ସେ ହେଉଛନ୍ତି ଉତ୍ତରପ୍ରଦେଶ ଶାହାରନ୍‌ପୁରରେ ରହୁଥିବା ଅଷ୍ଟମ ଶ୍ରେଣୀ ଛାତ୍ର ‘ଚିରାଗ’।

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ

ଓ୍ବାଶିଂଟନ: ଛୋଟ ଶିଶୁ ମଧ୍ୟ ଭଲମନ୍ଦ ବିଷୟରେ ଜାଣିପାରେ ବୋଲି ଗବେଷକ ସୂଚିତ କରିଛନ୍ତି। ସେମାନଙ୍କ ମସ୍ତିଷ୍କରେ ସ୍ବତଃ ଏହି ଧାରଣା ସୃଷ୍ଟି ହୋଇଥାଏ। ଗବେଷକ ଦୀର୍ଘଦିନ ଧରି କିଭଳି ଶିଶୁମାନେ ଚିନ୍ତା କରିଥାନ୍ତି ସେ ନେଇ ଅଧ୍ୟୟନ କରୁଥିଲେ।

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

କର୍ମଜୀବୀ ମହିଳା ଅଧିକ ଯତ୍ନଶୀଳା

ଓ୍ବାଶିଂଟନ: ସାଧାରଣ ମହିଳାଙ୍କ ଅପେକ୍ଷା କର୍ମଜୀବୀ ମହିଳା ପରିବାର ପ୍ରତି ଅଧିକ ଯତ୍ନଶୀଳା ରହିଥାନ୍ତି ବୋଲି ଗବେଷଣାରୁ ଜଣାପଡିଛି। ସେମାନେ ପରିବାରର ପ୍ରତିଟି ଦାୟିତ୍ୱ ଭଲ ଭାବେ ତୁଲାଉଥିବାବେଳେ ଯେ କୌଣସି ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ୍‌ କରିବା ପରେ ନିଷ୍ପତ୍ତି ନେଇଥାନ୍ତି।

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଏକୁଟିଆ ସନ୍ତାନ ବିଷାଦଗ୍ରସ୍ତ ହୁଅନ୍ତି

ଓ୍ବାଶିଂଟନ: ଏବେ ଆଧୁନିକତାର ସ୍ପର୍ଶରେ ଯୌଥ ପରିବାର ସଂଖ୍ୟା ହ୍ରାସ ପାଇବା ସହିତ ଦମ୍ପତିଙ୍କର ସନ୍ତାନ ସଂଖ୍ୟା ଗୋଟିଏରେ ସୀମିତ ରହୁଛି। ଏହାଦ୍ୱାରା ସନ୍ତାନର ଯତ୍ନ ନେବା ସହଜ ହେଉଛି ଓ ତାହାର ଭବିଷ୍ୟତ ମଧ୍ୟ ସୁରକ୍ଷିତ ହୋଇପାରୁଛି।

ମକରର ମହକ

ମକରର ମହକ

ମାଘର ଶୀତରେ ଆସେ ମକର। ଆଉ ମକର ଆସିଲେ, ଚାରିଆଡେ ଖେଳିଯାଏ ଖୁସିର ଲହରି। ଓଡ଼ିଶାରେ ଥିବା ତେଲୁଗୁ ସମ୍ପ୍ରଦାୟ ଏହାକୁ ପୋଙ୍ଗଲ ବା ସେମାନଙ୍କ ନୂଆ ବର୍ଷ ଭାବେ ପାଳନ କରୁଥିବାବେଳେ ଓଡ଼ିଶାର ବିଭିନ୍ନ ଜିଲାରେ ମକରକୁ ନେଇ ପାଳନ ହୋଇଥାଏ ଭିନ୍ନ ଭିନ୍ନ ପରମ୍ପରା। କେଉଁଠି ମକର ଚାଉଳ, ପିଠା ଓ ମିଠାରେ ମକରକୁ ସ୍ବାଗତ କରାଯାଏ ତ କେଉଁଠି କୁକୁଡ଼ା ଲଢେଇ ମକରର ମାହୋଲକୁ ସରଗରମ କରୁଥିବାବେଳେ ଆଉ କେଉଁଠି ଗୁଡ଼ିଉଡ଼ାରେ ସ୍ବାଗତ କରାଯାଏ ମକରକୁ....

ଅଟ୍ରି

ଅଟ୍ରି

ଓଡ଼ିଶାର ଅନ୍ୟତମ ପର୍ଯ୍ୟଟନସ୍ଥଳୀ ଭାବେ ଖୋର୍ଦ୍ଧାର ଅଟ୍ରି ଉଷ୍ଣପ୍ରସ୍ରବଣ ପ୍ରସିଦ୍ଧି ଲାଭ କରିଛି। ବର୍ଷର ସବୁ ସମୟରେ ଏଠାରେ ପର୍ଯ୍ୟଟକଙ୍କ ଯା’ଆସ ଲାଗି ରହୁଥିଲେ ହେଁ ମକର ସଂକ୍ରାନ୍ତିରେ ଏଠି ଅଧିକ ଭିଡ଼ ଜମିଥାଏ।

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ପ୍ରଥମ ରୋଜଗାର: ପରିବାର ସଦସ୍ୟ ଓ ସାଙ୍ଗସାଥୀଙ୍କ ପାଇଁ ଗିଫ୍ଟ କିଣିଥିଲି

ଅବସରପ୍ରାପ୍ତ ପ୍ରାଧ୍ୟାପିକା ତଥା ଅନୁବାଦିକା ମିନତି ପଟନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି... ଖୋର୍ଦ୍ଧା ଜିଲା କୁହୁଡିରେ ଆମ ଗାଁ। କୁହୁଡି ଜନତା ହାଇସ୍କୁଲ୍‌ରୁ ୮ମ ପଢିବା ପରେ ରାଉରକେଲାସ୍ଥିତ ଉଦିତ୍‌ନଗର ହାଇସ୍କୁଲ୍‌ରେ ନାଁ ଲେଖାଇଥିଲି। କାରଣ ରାଉରକେଲାରେ ବାପା ଚାକିରି କରୁଥିଲେ। ୧୯୬୫ରେ ସେଠାରୁ ଏକାଦଶ ପାସ୍‌ କରିବା ପରେ ସମ୍ବଲପୁର ମହିଳା ମହାବିଦ୍ୟାଳୟରୁ ପି.ୟୁ ସାରି ପୁରୀ ମହିଳା ମହାବିଦ୍ୟାଳୟରେ ବି.ଏ. ପଢିଥିଲି।

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ

ଲଣ୍ଡନ: ମହାକାଶ ଯାତ୍ରା ପରେ ପୃଥିବୀକୁ ଫେରୁଥିବା ମହାକାଶଚାରୀଙ୍କ ଦୃଷ୍ଟିଶକ୍ତି ପ୍ରଭାବିତ ହୋଇଥାଏ ବୋଲି ଚିକିତ୍ସା ବିଜ୍ଞାନୀମାନେ ଜାଣିପାରିଛନ୍ତି। ମହାକାଶର ମାଇକ୍ରୋଗ୍ରାଭିଟିରେ ମସ୍ତିଷ୍କର ଉପର ସ୍ତରରେ ସେରିବ୍ରୋସ୍ପାଇନାଲ୍‌ ଫ୍ଲୁଇଡ୍‌ ପହଞ୍ଚିପାରି ନ ଥାଏ।

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଆଧୁନିକ ସମାଜରେ ହିଂସା ବଢ଼ୁଛି

ଓ୍ବାଶିଂଟନ: ଆଧୁନିକ ସମାଜରେ ହିଂସା ବଢ଼ୁଛି ବୋଲି ଗେବଷକ କହିଛନ୍ତି। ସଭ୍ୟ ମାନବ ପ୍ରତିଟି କ୍ଷେତ୍ରରେ ବିଭିନ୍ନ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହୋଇଥାଏ। ଏହାର ମୁକାବିଲା ପାଇଁ ଅନେକ ସମୟରେ ହିଂସାକାଣ୍ଡ ଘଟୁଥାଏ।

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ନୂଆ ସ୍ବାଦ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି କରିଥାଏ

ମେଲବୋର୍ଣ୍ଣ : ମନୁଷ୍ୟ ମଧ୍ୟରେ ଏକ ନୂତନ ପ୍ରକାର ସ୍ବାଦ ଯୋଗୁ ପାସ୍ତା ଖାଇବା ପ୍ରତି ଆଗ୍ରହ ସୃଷ୍ଟି ହୋଇଥାଏ ବୋଲି ବୈଜ୍ଞାନିକ ଜାଣିପାରିଛନ୍ତି। ଏହା ହେଉଛି ସପ୍ତମ ପ୍ରକାର ସ୍ବାଦ ଯାହାକି ମନୁଷ୍ୟଠାରେ ରହିଥିବା ଗବେଷକ ଜାଣି ପାରିଛନ୍ତି।