ଅନ୍ତର୍ଜାତୀୟ |

ଭାରତ-ମ୍ୟାନ୍‌ମାର ସୀମା ନିକଟରେ ବୋମା ବିସ୍ଫୋରଣ

ଭାରତ-ମ୍ୟାନ୍‌ମାର ସୀମା ନିକଟରେ ବୋମା ବିସ୍ଫୋରଣ

ଇମ୍ଫାଲ,୧୩।୧୧: ଭାରତ-ମ୍ୟାନ୍‌ମାର ସୀମା ନିକଟ ମଣିପୁରର ଚନ୍ଦେଲ ଜିଲାରେ ସୋମବାର ଏକ ବୋମା ବିସ୍ଫୋରଣ ହୋଇ ଆସାମ ରାଇଫଲ-୧୮ର ଦୁଇ ଜଣ ଯବାନ ସହିଦ ହୋଇଛନ୍ତି। ସେମାନେ ହେଲେ ଇନ୍ଦ୍ର ସିଂହ ଏବଂ ସୋହନଲାଲ। ଏହାସହ ୬ଜଣ ଯବାନ ଆହତ ହୋଇଛନ୍ତି। ଯବାନମାନେ ସୁରକ୍ଷାକର୍ମୀଙ୍କ ସହ ପ୍ରାତଃଭ୍ରମଣରେ ଯାଇଥିବା ସମୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ପାଖରେ ସକାଳ ୬ଟାରେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି। ଏପର୍ଯ୍ୟନ୍ତ କୌଣସି ସଂଗଠନ ଏଥିରେ ସାମିଲ ଥିବା ସ୍ପଷ୍ଟ କରିନାହିଁ।

All Right Reserved By

ଅନ୍ତର୍ଜାତୀୟ |

ତାଲିବାନ ଆକ୍ରମଣରେ ୩୦ ଆଫଗାନ ସୈନିକ ମୃତ

ତାଲିବାନ ଆକ୍ରମଣରେ ୩୦ ଆଫଗାନ ସୈନିକ ମୃତ

କାବୁଲ, ୨୦।୬: କାବୁଲରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଆଫଗାନ ସୈନିକଙ୍କ ମୃତ୍ୟୁ ଘଟିଛି। ବାଦଗିସ୍‌ ଅଞ୍ଚଳରେ ଏକ ସେନା ଶିବିର ଉପରେ ବୁଧବାର ଆତଙ୍କବାଦୀ ଆକ୍ରମଣ କରିଥିଲେ।

ଆମେରିକାରେ ୫୨ ଭାରତୀୟ ଅଟକ

ଆମେରିକାରେ ୫୨ ଭାରତୀୟ ଅଟକ

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୨୦।୬: ଅବୈଧ ଅପ୍ରବାସ ନେଇ ଆମେରିକାରେ ୫୨ ଭାରତୀୟ ଅଟକ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଖ୍‌ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଡେମୋକ୍ରାଟିକ୍‌ ଲ’ମେକର୍‌ଙ୍କ ଏକ ଦଳ ନିକଟରେ ଆମେରିକାର ଓରେଗନ୍‌ସ୍ଥିତ ହାଜତକୁ ପରିଦର୍ଶନରେ ଯାଇଥିଲେ। ସେଠାରେ ମୋଟ ୧୨୩ ଜଣଙ୍କୁ ଅଟକ ରଖାଯାଇଥିବାବେଳେ ସେମାନଙ୍କ ମଧ୍ୟରେ ୫୨ ଜଣ ଭାରତୀୟ ରହିଥିବା ଜଣାପଡ଼ିଥିଲା।

ରେଲଓ୍ବେ ଶୌଚାଳୟରେ ପ୍ରସବ କଲେ ମହିଳା

ରେଲଓ୍ବେ ଶୌଚାଳୟରେ ପ୍ରସବ କଲେ ମହିଳା

ନୂଆଦିଲ୍ଲୀ/ଢ଼ାକା, ୨୦।୬: ଜଣେ ଭାରତୀୟ ମହିଳା ବାଂଲାଦେଶ ଢ଼ାକା ନିକଟସ୍ଥ କମାଲପୁର ରେଳଓ୍ବେ ଷ୍ଟେଶନ ଶୌଚାଳୟରେ ପ୍ରସବ କରିଛନ୍ତି।

ଯୁଦ୍ଧ ଓ ହିଂସା: ୬ କୋଟି ୮୫ ଲକ୍ଷ ଭିଟାମାଟି ଛାଡି ବେ’ଘର

ଯୁଦ୍ଧ ଓ ହିଂସା: ୬ କୋଟି ୮୫ ଲକ୍ଷ ଭିଟାମାଟି ଛାଡି ବେ’ଘର

ଜେନେଭା/ନୂଆଦିଲ୍ଲୀ,୨୦।୬: ପୃଥିବୀର ବିଭିନ୍ନ ଦେଶରେ ଦେଖାଦେଇଥିବା ଗୃହ ଯୁଦ୍ଧ ଓ ହିଂସା ଯୋଗୁ ୬ କୋଟି ୮୫ ଲକ୍ଷ ଲୋକ ବିଦେଶୀ ରାଷ୍ଟ୍ରରେ ନେଇଛନ୍ତି ଆଶ୍ରୟ। ଜାତିସଂଘ ରିଫ୍ୟୁଜି ଏଜେନ୍ସି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ସୂଚିତ କରାଯାଇଛି।

ଜେଫ୍‌ ବେଜୋସ୍‌ ସବୁଠାରୁ ଧନୀ

ଜେଫ୍‌ ବେଜୋସ୍‌ ସବୁଠାରୁ ଧନୀ

ସାନ୍‌ ଫ୍ରାନ୍‌ସିସ୍‌କୋ,୨୦-୬:ଫୋର୍ବସ ପତ୍ରିକା ପକ୍ଷରୁ ସୋମବାର ବିଶ୍ୱର ବିଲିୟନେୟାର୍‌ମାନଙ୍କ ତାଲିକା ପ୍ରକାଶ ପାଇଛି। ୧୪୧.୯ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଏଥିରେ ଆମାଜନ୍‌ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜେଫ୍‌ ବେଜୋସ୍‌ ପ୍ରଥମ ସ୍ଥାନରେ ରହିଛନ୍ତି। ଜୁନ୍‌ ୧ରୁ ବେଜୋସ୍‌ଙ୍କ ସମ୍ପତ୍ତିରେ ୫ ବିଲିୟନ୍‌ ଡଲାର ବୃଦ୍ଧି ଘଟିଛି। ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍‌ ଗେଟ୍‌ସ ୯୨.୯ ବିଲିୟନ୍‌ ଡଲାର ସମ୍ପତ୍ତି ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବିଶ୍ୱର ସବୁଠାରୁ ସଫଳ ନିବେଶକ ଓ୍ବାରେନ୍‌ ବଫେ ୮୨.୨ ବିଲିୟନ ଡଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି।

ଫିଫା ବିଶ୍ୱକପ: କଲମ୍ବିଆକୁ ହରାଇ ବିପର୍ଯ୍ୟୟ ଘଟାଇଲା ଜାପାନ

ଫିଫା ବିଶ୍ୱକପ: କଲମ୍ବିଆକୁ ହରାଇ ବିପର୍ଯ୍ୟୟ ଘଟାଇଲା ଜାପାନ

ସାରାନସ୍କ, ୧୯।୬(ଏଏଫପି)- ଫିଫା ବିଶ୍ୱକପର ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ ‘ଏଚ୍‌’ ମ୍ୟାଚରେ କଲମ୍ବିଆକୁ ୨-୧ ଗୋଲରେ ହରାଇ ଜାପାନ ବିପର୍ଯ୍ୟୟ ସୃଷ୍ଟି କରିଛି। ମ୍ୟାଚର ୨ୟ ମିନିଟରେ କାର୍ଲୋସ ସାଞ୍ଚେଜ ରେଡ୍‌ କାର୍ଡ ପାଇବା କଲମ୍ବିଆ ପାଇଁ ମହଙ୍ଗା ପଡ଼ିଥିବାବେଳେ ପୂରା ମ୍ୟାଚରେ ଦଳ ୧୦ ଜଣରେ ଖେଳିଥିଲା। ଫୁଟବଲ ବିଶ୍ୱକପରେ କୌଣସି ସାଉଥ୍‌ ଆମେରିକାନ ଫୁଟବଲ କନ୍‌ଫେଡେରେଶନ ଦଳ ବିପକ୍ଷରେ ଏକ ଏସିଆନ ଫୁଟବଲ କନ୍‌ଫେଡେରେଶନ ଦଳ ଜିତିବା ଏହାଥିଲା ପ୍ରଥମ ଘଟଣା। ୨୦୧୪ ବ୍ରାଜିଲ ବିଶ୍ୱକପରେ କଲମ୍ବିଆ

ପଛରେ ଭାରତ

ପଛରେ ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ୍‌,୧୯।୬: ପାକିସ୍ତାନ ଓ ଚାଇନା ଅପେକ୍ଷା ଭାରତ ନିକଟରେ କମ୍‌ ପରିମାଣର ପରମାଣୁ ଅସ୍ତ୍ରଶସ୍ତ୍ର ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ରୋହିଙ୍ଗ୍ୟା ଶିବିରର ମୁଖ୍ୟଙ୍କୁ ହତ୍ୟା

ରୋହିଙ୍ଗ୍ୟା ଶିବିରର ମୁଖ୍ୟଙ୍କୁ ହତ୍ୟା

ଢାକା,୧୯।୬: ବାଂଲାଦେଶର ଉଖିୟାରେ ଥିବା ବାଲୁଖାଇ ଶିବିରର ୧୧ ନମ୍ବର ବ୍ଲକରେ ରହୁଥିବା ରୋହିଙ୍ଗ୍ୟା ଶିବିରର ମୁଖ୍ୟ ଆରିଫ ଉଲ୍ଲା(୩୫)ଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।

ମହାକାଶରେ ଆମେରିକାର ରାଜୁତି ଯୋଜନା: ତିଆରି ହେବ ସ୍ପେସ୍‌ ଫୋର୍ସ

ମହାକାଶରେ ଆମେରିକାର ରାଜୁତି ଯୋଜନା: ତିଆରି ହେବ ସ୍ପେସ୍‌ ଫୋର୍ସ

ଓ୍ବାଶିଂଟନ,୧୯।୬: ଆମେରିକା ମହାକାଶରେ ରାଜୁତି କରିବା ଯୋଜନା ଆରମ୍ଭ କରିଛି। ଏନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସ୍ପେସ୍‌ ଫୋର୍ସ ତିଆରି କରିବା ଲାଗି ପେଣ୍ଟାଗନକୁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦୋଷରେ ୨୫ ବର୍ଷ ଜେଲଦଣ୍ଡ

ନିର୍ଦ୍ଦୋଷରେ ୨୫ ବର୍ଷ ଜେଲଦଣ୍ଡ

ଓ୍ବାଶିଂଟନ,୧୯।୬: ଅଦାଲତ ଏବଂ ସରକାରୀ କଳର ଭୁଲ ଯୋଗୁ ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଭୋଗିବାକୁ ପଡ଼ିଛି ୨୫ ବର୍ଷ ଜେଲଦଣ୍ଡ। ଆମେରିକାରେ ଘଟିଛି ଏପରି ଏକ ଘଟଣା।

ଏଫିଲ୍‌ ଟାଓ୍ବାରରେ ଲାଗିବ ୩ଶହ କୋଟି ଟଙ୍କାର କାଚ

ଏଫିଲ୍‌ ଟାଓ୍ବାରରେ ଲାଗିବ ୩ଶହ କୋଟି ଟଙ୍କାର କାଚ

ଫ୍ରାନ୍ସ,୧୮।୬: ଫ୍ରାନ୍ସରେ ଥିବା ଏଫିଲ୍‌ ଟାଓ୍ବାର ସାରା ବିଶ୍ୱରେ ବେଶ୍‌ ପରିଚିତ। ଏହା ସର୍ବୋଚ୍ଚ ଟାଓ୍ବାରର ମାନ୍ୟତା ପାଇଛି। ଏବେ ଏହାର ସୁରକ୍ଷା ପାଇଁ ଖର୍ଚ୍ଚ ହେଉଛି ପାଖାପାଖି ୩ଶହ କୋଟି ଟଙ୍କା।

ଲାଇଫ୍‌ ସପୋର୍ଟ ମେସିନ୍‌ରେ କୁଲସୁମ୍‌ ନଓ୍ବାଜ

ଲାଇଫ୍‌ ସପୋର୍ଟ ମେସିନ୍‌ରେ କୁଲସୁମ୍‌ ନଓ୍ବାଜ

ଲଣ୍ଡନ,୧୮।୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ପତ୍ନୀ କୁଲସୁମ୍‌ ନଓ୍ବାଜଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଛି। ଏବେ ସେ ଲାଇଫ୍‌ ସପୋର୍ଟ ମେଶିନ୍‌ରେ ଥିବା ସୂଚନା ମିଳିଛି।

Model This Week

ପ୍ରଭାତ