ଫୁରସତ |

ବିଶ୍ୱର କ୍ଷୁଦ୍ରତମ ସର୍ଜିକାଲ୍‌ ରୋବୋ

ବିଶ୍ୱର କ୍ଷୁଦ୍ରତମ ସର୍ଜିକାଲ୍‌ ରୋବୋ

ବ୍ରିଟେନ୍‌ର ବୈଜ୍ଞାନିକମାନେ ଶଲ୍ୟ ଚିକିତ୍ସା କରିବା ଲାଗି ସକ୍ଷମ ବିଶ୍ୱର ସବୁଠାରୁ କ୍ଷୁଦ୍ରତମ ରୋବୋ ବିକଶିତ କରିବାରେ ସଫଳତା ହାସଲ କରିଛନ୍ତି। ଏହାକୁ ସର୍ଜିକାଲ ରୋବୋ ବୋଲି କୁହାଯାଉଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ରୋବୋ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ ରୋଗୀଙ୍କ ଅସ୍ତ୍ରୋପଚାର କରିବାରେ ସକ୍ଷମ ରହିବ। ରିପୋର୍ଟ ମୁତାବକ ଅନୂ୍ୟନ ୧୦୦ ଜଣ ବୈଜ୍ଞାନିକ ଏବଂ ଇଞ୍ଜିନିୟର୍‌ଙ୍କ ଏକ ଦଳ ମୋବାଇଲ ଫୋନ୍‌ ଏବଂ ମହାକାଶ ଲାଗି ବିକଶିତ ବୈଷୟିକ ବିଦ୍ୟାକୁ ଆଧାର କରି ଏହି ରୋବୋଟିକ୍‌ ଆର୍ମ ପ୍ରସ୍ତୁତ କରିଛନ୍ତି। ଶରୀରରେ ମାତ୍ର ଏକ ଛୋଟ କଣା କରି ଏହି ରୋବା ଜରିଆରେ ଅସ୍ତ୍ରୋପଚାର ସମ୍ଭବ ହୋଇପାରିବ। ବୈଜ୍ଞାନିକମାନେ ଏହି ସର୍ଜିକାଲ୍‌ ରୋବୋର ନାମ ‘ଭର୍ସିୟସ୍‌’ ରଖିଛନ୍ତି। ଅବିକଳ ମଣିଷର ବାହୁ ଭଳି ଦେଖା ଯାଉଥିବା ଏହି ସର୍ଜିକାଲ ରୋବୋ ଲାପୋରୋସ୍କୋପିକ୍‌ ଉପାୟରେ କରାଯାଉଥିବା ବିଭିନ୍ନ ଧରଣର ଅସ୍ତ୍ରୋପଚାର କରିପାରିବ। ହାର୍ନିଆ, କୋଲେଷ୍ଟରଲ୍‌, ପ୍ରୋଷ୍ଟେଟ୍‌ ଗ୍ରନ୍ଥି ଅପରେଶନ ବ୍ୟତୀତ ନାକ, କାନ, ଗଳାର ଅପରେଶନ କରିପାରିବ। ଏହି ରୋବୋର ନିୟନ୍ତ୍ରଣ ଶଲ୍ୟ ଚିକତ୍ସକମାନେ ଥ୍ରିଡି ସ୍କ୍ରିନ୍‌ ଜରିଆରେ ମଧ୍ୟ କରିପାରିବେ ବୋଲି କେମ୍ବ୍ରିଜ୍‌ ମେଡିକାଲ୍‌ ରୋବୋଟିକ୍ସ ପକ୍ଷରୁ କୁହାଯାଇଛି।

All Right Reserved By

Model This Week

Model This Week

ଫୁରସତ |

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହସ୍ପିଟାଲରେ ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ

ହ୍ୟୁଷ୍ଟନ୍‌: ସ୍ତ୍ରୀ ଆରପାରିକୁ ଯିବାର କିଛିଦିନ ବିତିଛି କି ନାହିଁ ଏବେ ହସ୍ପିଟାଲରେ ଶଯ୍ୟାଶାୟୀ ହୋଇଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜର୍ଜ ଏଚ୍‌.ଡବ୍ଲ୍ୟୁ. ବୁଶ୍‌। ସଂକ୍ରମଣଜନିତ ରୋଗରେ ସେ ପୀଡ଼ିତ ଅଛନ୍ତି।

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

ବୟସର ଅପରାହ୍ନରେ ବି ସାଥୀ ଲୋଡ଼ା

କଲିକତା: ନିଃସଙ୍ଗ ଜୀବନ ଅନେକ ଯନ୍ତ୍ରଣାଦାୟକ। ଏହା କେବଳ ମାନସିକ ସ୍ତରରେ ବ୍ୟକ୍ତିକୁ ଦୁଃଖ ଦିଏ ନାହିଁ, ଅନେକ ରୋଗକୁ ମଧ୍ୟ ଡାକିଆଣେ। ତେଣୁ ସୁସ୍ଥ ଓ ସୁଖମୟ ଜୀବନ ପାଇଁ ସାଥୀଟିଏ ଜରୁରୀ।

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

କାଳିଦାସଙ୍କ ଅଭିଜ୍ଞାନ ଶାକୁନ୍ତଳମ୍‌ ସତ୍ୟାସତ୍ୟ ସମ୍ପର୍କରେ ମିଳିବ ତଥ୍ୟ

ଡେରାଡୁନ୍‌, ୨୪।୪ : ମହାକବି କାଳିଦାସଙ୍କ ଦ୍ୱାରା ରଚିତ ବିଶ୍ୱ ବିଖ୍ୟାତ ନାଟକ ଅଭିଜ୍ଞାନ ଶାକୁନ୍ତଳମ୍‌ର ସତ୍ୟାସତ୍ୟ ନେଇ ଏବେ ତଥ୍ୟ ମିଳିପାରିବାର ଆଶା ରହିଛି। ନାଟକରେ ବର୍ଣ୍ଣନା କରାଯାଇଥିବା ଉତ୍ତରଖଣ୍ଡ ଗଢ଼ଓ୍ବାଲ ଅଞ୍ଚଳର ଡେରଡୁନ୍‌ ନିକଟରେ ଥିବା କୋଟଦ୍‌ବାରସ୍ଥିତ କଣ୍ବାଶ୍ରମ ଅଞ୍ଚଳରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗକୁ ଖୋଦନ କାର୍ଯ୍ୟ ପାଇଁ ଅନୁମତି ମିଳିଛି। ଏଠାରେ ମାଳିନୀ ନଦୀ ତଟରେ କଣ୍ବାଶ୍ରମ ନାମକ ଏକ ଅଞ୍ଚଳ ରହିଛି। ତେବେ ଏଠାରେ ପୁରାତନ ଆଶ୍ରମ ଭଳି କୌଣସି ଭଗ୍ନାବଶେଷ ନାହିଁ। ହୁଏତ ଏହା ମାଟିତଳେ ପୋତି ହୋଇ ରହିଛି।

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

କେଟ୍‌-ଓ୍ବିଲିୟମ୍‌ଙ୍କ କୋଳରେ ୩ୟ ସନ୍ତାନ

ଲଣ୍ଡନ: ବ୍ରିଟେନ ରାଜ ପରିବାରରେ ଖୁସିର ଲହରି। ପ୍ରିନ୍ସ ଓ୍ବିଲିୟମ୍‌ ଏବଂ ତାଙ୍କ ଅର୍ଦ୍ଧାଙ୍ଗିନୀ କେଟ୍‌ ମିଡିଲ୍‌ଟନ୍‌ ପୁଣି ପୁତ୍ର ସନ୍ତାନ ଲାଭ କରିଛନ୍ତି। ସୋମବାର ଡଚେସ୍‌ ଅଫ୍‌ କ୍ୟାମ୍ବ୍ରିଜ୍‌ ତୃତୀୟ ସନ୍ତାନକୁ ଜନ୍ମ ଦେଇଥିବା କେନ୍‌ସିଙ୍ଗ୍‌ଟନ୍‌ ପ୍ୟାଲେସ୍‌ ପକ୍ଷରୁ କୁହାଯାଇଛି। ନୂଆ ପ୍ରିନ୍ସଙ୍କ ଓଜନ ୩.୮୨ କେଜି। ଶିଶୁପୁତ୍ରର ଜନ୍ମବେଳେ ୩୫ ବର୍ଷୀୟ ଓ୍ବିଲିୟମ୍‌ ସେଠାରେ ଉପସ୍ଥିତ ଥିଲେ।

ବିଷ ବଳୟ ଆମ ରୋଷେଇଘର

ବିଷ ବଳୟ ଆମ ରୋଷେଇଘର

ରୋଷେଇଘର ଆମ ପାଇଁ ଏକ ଅତି ପବିତ୍ର ସ୍ଥାନ। ଧନଦାତ୍ରୀ ଦେବୀ ଲକ୍ଷ୍ମୀ ଏଥିମଧ୍ୟରେ ଅବସ୍ଥାନ କରନ୍ତି ବୋଲି ଆମର ବିଶ୍ୱାସ। ତେଣୁ ଆମେ ଏହାକୁ ଯଥାସମ୍ଭବ ସଫାସୁତରା ରଖୁ। ଭିନ୍ନ ଦୃଷ୍ଟିରେ ଦେଖିଲେ ସେଠାରେ ଆମ ଖାଦ୍ୟ ପ୍ରସ୍ତୁତ କରାଯାଉଥିବାରୁ ଏହା ଏକାନ୍ତ ଆବଶ୍ୟକ। କିନ୍ତୁ ଏହି ଘର ଭିତରର ଆବଦ୍ଧ ବାୟୁ ଅତ୍ୟନ୍ତ ଦୂଷିତ। କାରଣ ଏବେ ବି ଆମ ଦେଶର ଅଧିକାଂଶ ରୋଷେଇରେ ବ୍ୟବହୃତ ହେଉଛି କାଠ, କୋଇଲା ଓ ଘଷି ଭଳି ଇନ୍ଧନ, ଯହିଁରୁ ନିର୍ଗତ ହୁଏ ବହୁ ବିଷାକ୍ତ ବାଷ୍ପ, ଧୂଆଁ ଓ ଧୂଳି ।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ବଢ଼ୁଛି ବରିଷ୍ଠ ନାଗରିକଙ୍କ ଆୟ

ନୂଆଦିଲ୍ଲୀ,୨୩।୪: ବୟସର ଅପରାହ୍ନରେ ଲୋକମାନେ ପିଲାଙ୍କ ପାଇଁ ବୋଝ ପାଲଟିଯାଆନ୍ତି ବୋଲି ସାଧାରଣରେ କୁହାଯାଏ। ଆୟ ନ ଥିବାରୁ ଅନେକ ବୟସ୍କ ବ୍ୟକ୍ତି ଯନ୍ତ୍ରଣାରେ ଦିନ କାଟନ୍ତି। କିନ୍ତୁ ସଦ୍ୟ ଏକ ରିପୋର୍ଟ ଏହି ଧାରଣାକୁ ଭୁଲ୍‌ ପ୍ରମାଣ କରିଦେଇଛି। ଭାରତରେ ବରିଷ୍ଠ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଧୁରିବାରେ ଲାଗିଛି। ଏମାନେ ଆୟ କରିବା ସହ ଦେଶର ପ୍ରମୁଖ ଗ୍ରାହକ ଗୋଷ୍ଠୀରେ ସାମିଲ ହୋଇଛନ୍ତି ବୋଲି ଏକ ସର୍ଭେରୁ ଜଣାପଡ଼ିଛି। ତେବେ ବୃଦ୍ଧାବସ୍ଥାରେ ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଉଥିବାରୁ ଏହି ବାବଦକୁ ଅଧିକ ଖର୍ଚ୍ଚ କରୁଛନ୍ତି।

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ବରବେଶରେ ବାନ୍ଧବୀଙ୍କୁ ବିବାହ କଲେ ଯୁବତୀ

ନୂଆଦିଲ୍ଲୀ, ୨୩।୪ : ଅଗ୍ରା ଏତ୍ମାଦୌଲା ଥାନା ଅଞ୍ଚଳରେ ଏକ ସାମୁହିକ ବିବାହ ଉତ୍ସବରେ ଜଣେ ଯୁବତୀ ବର ବେଶରେ ତାଙ୍କ ବାନ୍ଧବୀଙ୍କୁ ବିବାହ କରିଛନ୍ତି। ପରେ ଏସମ୍ପର୍କରେ ପରିବାର ଲୋକ ଜାଣିବାରୁ ପୋଲିସର ସହାୟତା ଲୋଡିଛନ୍ତି। ଦୁଇ ବାନ୍ଧବୀଙ୍କ ଦୀର୍ଘଦିନ ଧରି ସମଲିଙ୍ଗୀ ସମ୍ପର୍କ ରହିଥିଲା। ତେବେ ଏହାକୁ କିପରି ବିବାହରେ ପରିଣତ କରିବେ ସେନେଇ ଯୋଜନା ପ୍ରସ୍ତୁତ କରିଥିଲେ।

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ପ୍ରାଣୀଙ୍କ ଭୂକମ୍ପ ସୂଚନା ନେଇ ଦ୍ୱିମତ

ଲଣ୍ଡନ,୨୩ା୪: ଭୂକମ୍ପର କିଛି ସମୟ ପୂର୍ବରୁ କୁକୁର, ବିରାଡି ଏପରି କି ଗୋରୁ ଗାଈ ଅସ୍ବାଭାବିକ ଆଚରଣ ପ୍ରଦର୍ଶନ କରନ୍ତି ବୋଲି ଦୀର୍ଘଦିନରୁ ବିଶ୍ୱାସ କରାଯାଇ ଆସୁଛି। କିନ୍ତୁ ଏହା ପ୍ରମାଣସିଦ୍ଧ ନୁହେଁ ବୋଲି ସଦ୍ୟ କରାଯାଇଥିବା ଏକ ଅଧ୍ୟୟନରୁ ଜାଣିବାକୁ ମିଳିଛି। ଏହି ଅଧ୍ୟୟନ ‘ବୁଲେଟିନ୍‌ ଅଫ୍‌ ଦି ସିସ୍‌ମୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା’ ଜର୍ନାଲ୍‌ରେ ପ୍ରକାଶ ପାଇଛି।

ଉଦ୍ଭିଦରୁ ଇନ୍ଧନ

ଉଦ୍ଭିଦରୁ ଇନ୍ଧନ

ପ୍ରତିଦିନ ପୃଥିବୀରେ ୯,୫୦,୦୦,୦୦୦ ବ୍ୟାରେଲ(ଏକ ବ୍ୟାରେଲ ୨୦୦ ଲିଟର) ପେଟ୍ରୋଲିୟମ ତୈଳ ଇନ୍ଧନ ହିସାବରେ ବ୍ୟବହୃତ ହେଉଅଛି। ଦୈନିକ ହାରାହାରି ମୁଣ୍ଡପିଛା ତିନିଲିଟର। ପେଟ୍ରୋଲିୟମ ଲାଟିନ ଶବ୍ଦ ପେଟ୍ରା (ପଥର) ଏବଂ ଓଲିୟମ (ତେଲ)ରୁ ଆସିଅଛି।

ମାର୍ଟିନା ମୁନ୍‌ ମିଶନ

ମାର୍ଟିନା ମୁନ୍‌ ମିଶନ

ମହାକାଶବିଜ୍ଞାନ କ୍ଷେତ୍ରରେ ନୂଆ ତଥ୍ୟ ଜାଣିବାକୁ ବିଭିନ୍ନ ଦେଶର ମହାକାଶବିଜ୍ଞାନୀମାନେ ଚେଷ୍ଟା ଚଳାଇଛନ୍ତି। ବିଶେଷଭାବରେ ମଙ୍ଗଳ ଗ୍ରହ ସମ୍ପର୍କରେ ରୋଚକ ତଥ୍ୟ ଜାଣିବାକୁ ଅନେକ ଦେଶ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏଠାରେ ଜୀବସତ୍ତା ଥିଲା କି ନାହିଁ ତାହା ଜାଣିବାକୁ ଉଦ୍ୟମ ଜାରି ରହିଛି। ଏଥିପାଇଁ ଜାପାନର ମହାକାଶବିଜ୍ଞାନୀମାନେ ଆରମ୍ଭ କରିବାକୁ ଯାଉଛନ୍ତି ‘ମାର୍ଟିନା ମୁନ୍‌ ମିଶନ’।

ଫର୍ନିଚର ଡିଜାଇନର ରୋବୋ

ଫର୍ନିଚର ଡିଜାଇନର ରୋବୋ

ରୋବୋର କାର୍ଯ୍ୟ ତାଲିକାରେ ଆଉ ଏକ କଥାକୁ ନିକଟରେ ସାମିଲ କରାଯାଇଛି। ବେଶ୍‌ କିଛି ବର୍ଷ ପ୍ରୟାସ କରିବା ପରେ ଏଥିରେ ସଫଳ ହୋଇଛନ୍ତି ସିଙ୍ଗାପୁରର ବୈଜ୍ଞାନିକମାନେ। ସିଙ୍ଗାପୁରସ୍ଥିତ କଣ୍ଟ୍ରୋଲ ରୋବୋଟିକ୍‌ ଇଣ୍ଟେଲିଜେନ୍ସ ଗ୍ରୁପ୍‌ (ସିଆରଆଇଜି)ର ବୈଜ୍ଞାନିକମାନେ ଏଭଳି ଏକ ରୋବୋ ପ୍ରସ୍ତୁତ କରିଛନ୍ତି, ଯାହା କେତେକ ଫର୍ନିଚର୍‌ର ଡିଜାଇନ କରିପାରିବ।