ଫୁରସତ |

ସାର୍ବଜନୀନ ହେଲା ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ

ସାର୍ବଜନୀନ ହେଲା ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ

୧୯୯୧ ଅଗଷ୍ଟ ୨୩ରେ ଓ୍ବାଲର୍‌ଡ ଓ୍ବାଇଡ୍‌ ଓ୍ବେବ୍‌ ବା ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ସାର୍ବଜନୀନ ହୋଇଥିଲା। ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁ ହେଉଛି ଏକ ସୂଚନାସ୍ଥଳୀ ଯେଉଁଠାରେ ୟୁନିଫର୍ମ ରସୋର୍ସ ଲୋକେଟର୍ସ (ୟୁଆର୍‌ଏଲ୍‌) ଜରିଆରେ ନଥିପତ୍ର ଏବଂ ଅନ୍ୟାନ୍ୟ ସମ୍ବଳ ଚିହ୍ନଟ କରାଯାଇଥାଏ। ଏହା ହାଇପର୍‌ଟେକ୍ସ ଲିଙ୍କ୍‌ ସହ ସଂଯୋଗ ହୋଇଥାଏ ଏବଂ ଇଣ୍ଟରନେଟ୍‌ ଜରିଆରେ ବ୍ୟବହାରକାରୀ ଏହାର ସୁବିଧା ପାଇପାରିଥାନ୍ତି। ୧୯୮୯ରେ ଇଂଲିଶ୍‌ ବୈଜ୍ଞାନିକ ଟିମ୍‌ ବର୍ନର୍ସ-ଲି ପ୍ରଥମେ ଡବ୍ଲ୍ୟୁଡବ୍ଲ୍ୟୁଡବ୍ଲ୍ୟୁର ଉଦ୍ଭାବନ କରିଥିଲେ। ସୁଇଜରଲାଣ୍ଡର ସିଇଆର୍‌ଏନ୍‌ରେ କାର୍ଯ୍ୟରତ ଥିବାବେଳେ ୧୯୯୦ରେ ସେ ପ୍ରଥମ ଓ୍ବେବ୍‌ ବ୍ରାଉଜର୍‌ କମ୍ପ୍ୟୁଟର ପ୍ରୋଗ୍ରାମ ଲେଖିଥିଲେ। ଏହାପରେ ୧୯୯୧ରେ ପ୍ରଥମେ ଏହି ଓ୍ବେବ୍‌ ବ୍ରାଉଜର୍‌କୁ ସିଇଆର୍‌ଏନ୍‌ ବାହାରେ ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରାଯାଇଥିଲା।

All Right Reserved By

Model This Week

ନିକିତା

ଫୁରସତ |

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ଏଠି ଶାଗୁଣା ଓ ଚିଲଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ

ମଣିଷ ଭଳି ଶ୍ରେଷ୍ଠ ଜୀବଙ୍କ ପାଇଁ ରହିଛି ରେଷ୍ଟୁରାଣ୍ଟ ବ୍ୟବସ୍ଥା। ହେଲେ ଶାଗୁଣା ଓ ଚିଲଙ୍କ ପାଇଁ ରହିଥିବା ରେଷ୍ଟୁରାଣ୍ଟ କଥା ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। କିନ୍ତୁ ଆମ ଦେଶରେ ହିଁ ରହିଛି ଏମିତି ଏକ ରେଷ୍ଟୁରାଣ୍ଟ। କାନପୁର ଜୁଲୋଜିକାଲ ପାର୍କରେ ଖୋଲିଛି ଏହି ରେଷ୍ଟୁରାଣ୍ଟ। ଏଠି କେବଳ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ପାଇଁ ଖୋଲାଯାଇଛି ଏହି ନିଆରା ରେଷ୍ଟୁରାଣ୍ଟ।

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି  ୮୨ ଆପସ୍‌

୧୨ ବର୍ଷ ବୟସରେ ଆଦିତ୍ୟଙ୍କ ସଫଳତା: ତିଆରି କରିଛନ୍ତି ୮୨ ଆପସ୍‌

ଜବଲପୁର, ୨୦।୪ : ମଧ୍ୟପ୍ରଦେଶ ଜବଲପୁରରେ ରହୁଥିବା ଆଦିତ୍ୟ ଚୌବେ ମାତ୍ର ୧୨ ବର୍ଷ ବୟସରେ ତିଆରି କରିଛନ୍ତି ୮୨ ଆପସ୍‌। ସେ ସମ୍ପ୍ରତି ୮ ଶ୍ରେଣୀରେ ପାଠ ପଢ଼ୁଛନ୍ତି। ୯ ବର୍ଷ ବୟସରୁ ସେ ଏଭଳି ଆପସ୍‌ ତିଆରି କରୁଛନ୍ତି। ଇତି ମଧ୍ୟରେ ସେ ‘ଆଦି’ ନାମକ ଏକ ସଫ୍ଟଓ୍ବେର କମ୍ପାନୀର ମାଲିକ ହୋଇପାରିଛନ୍ତି।

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ପାଠପଢ଼ା ନିଶା: ୯୬ ବର୍ଷରେ ସ୍କୁଲ ଯାଉଛନ୍ତି ବୃଦ୍ଧା

ମେକ୍ସିକୋ, ୨୦।୪ : ପାଠ ପଢ଼ିବା ପାଇଁ ବୟସ ବାଧକ ସାଜେ ନାହିଁ। ଏହାର ଉଦାହରଣ ଦେଇଛନ୍ତି ମେକ୍ସିକୋର ଜଣେ ୯୬ ବର୍ଷ ବୟସ୍କା ବୃଦ୍ଧା। ସେ ହେଉଛନ୍ତି ଗୌଡାଲୁପେ ପାଲାସିଓସ୍‌। ପିଲାଦିନୁ ତାଙ୍କର ପାଠ ପଢ଼ିବା ପାଇଁ ଭାରି ସୌକ୍‌ ଥିଲା। ତେବେ ଅର୍ଥ ଅଭାବରୁ ତାଙ୍କ ସ୍ବପ୍ନ ପୂରଣ ହୋଇପାରି ନ ଥିଲା।

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

ଏକୁଟିଆପଣରେ ଲାଗିବ ପୂର୍ଣ୍ଣଚ୍ଛେଦ: ଏପ୍ରିଲ୍‌ ୨୨ରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବୟଂମ୍ବର

କଲିକତା, ୨୦।୪ : ଜୀବନସାଥିଙ୍କ ମୃତ୍ୟୁପରେ ଏକୁଟିଆ ଜୀବନ କାଟୁଥିବା ବରିଷ୍ଠ ନାଗରିକଙ୍କ ଜୀବନରେ ଆନନ୍ଦ ଭରିବା ପାଇଁ କଲିକତାର ସ୍ପୋର୍ଟସ ଜର୍ଣ୍ଣାଲିଷ୍ଟ କ୍ଲବ୍‌ରେ ଏପ୍ରିଲ୍‌ ୨୨ତାରିଖରେ ଏକ ସ୍ବୟଂମ୍ବରର ଆୟୋଜନ କରାଯାଇଛି। ବିବାହ କରିବାକୁ ଚାହୁଁଥିବା ବୃଦ୍ଧମାନଙ୍କୁ ଏଥିପାଇଁ ୬ ଶହ ଟଙ୍କା ଦେଇ ପଞ୍ଜିକରଣ କରିବାକୁ ହେବ।

ମଙ୍ଗଳରେ ସୁଶୁପ୍ତ ଜୀବନ

ମଙ୍ଗଳରେ ସୁଶୁପ୍ତ ଜୀବନ

ମିଆମି,୧୯।୪: ପୃଥିବୀର ଅନେକ ମରୁଭୂମିରେ ବର୍ଷ ବର୍ଷ ଧରି ବର୍ଷା ହୋଇ ନ ଥାଏ। କିନ୍ତୁ ସେଠାରେ ଅନେକ ଅଣୁଜୀବ ସୁଶୁପ୍ତ ଅବସ୍ଥାରେ ରହିଛନ୍ତି। ଉପଯୁକ୍ତ ପରିବେଶରେ ସେଭଳି ଅଣୁଜୀବ ବଂଶ ବିସ୍ତାର କରିଥାନ୍ତି। ସେହିପରି ମଙ୍ଗଳ ଗ୍ରହରେ ମଧ୍ୟ ସୁଶୁପ୍ତ ଅବସ୍ଥାରେ ଅନେକ ଅଣୁଜୀବ ରହିଛନ୍ତି। ଏନେଇ ମହାକାଶ ବିଜ୍ଞାନୀ ସୂଚନା ଦେଇଛନ୍ତି। ଦକ୍ଷିଣ ଆମେରିକାର ଆଟାକାମା ମରୁଭୂମିରେ ପ୍ରାୟ ୧୦ ବର୍ଷରେ ଥରେ ବର୍ଷା ହୋଇଥାଏ।

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ଇଞ୍ଜିନିୟରିଂ କ୍ୟାରିୟର ଛାଡି ଚା’ ବିକିଲେ ଦମ୍ପତି

ନାଗପୁର,୧୯।୪: ଚା’କୁ ଭଲପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡି ଦମ୍ପତି ଚା’ ଦୋକାନ କରିଛନ୍ତି। ପୂଜା ଓ ତାଙ୍କ ସ୍ବାମୀ ନୀତିନ ବିୟାନି ପୁଣେରେ ସଫ୍ଟଓ୍ବେର ଇଞ୍ଜିନିୟର ଭାବେ କାମ କରୁଥିଲେ।

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣ

ନୂଆଦିଲ୍ଲୀ: ଘୁଞ୍ଚିଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ। ଚଳିତମାସ ଏହାର ମହାକାଶ ଯାତ୍ରା ନେଇ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟକ୍ରମରେ ସାମାନ୍ୟ ପରିବର୍ତ୍ତନ ଆଣି ଚଳିତବର୍ଷ ଶେଷବେଳକୁ ଅକ୍ଟୋବର-ନଭେମ୍ବରରେ ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ କରିବା ଲାଗି ଯୋଜନା କରାଯାଇଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଅଧ୍ୟକ୍ଷ କେ. ଶିବନ୍‌ ବୁଧବାର କେନ୍ଦ୍ର ସରକାରଙ୍କୁ ଜଣାଇଛନ୍ତି।

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

‘କୁଇନ୍‌ ବି’ ହୋଇପାରେ କାଳ୍ପନିକ ଭାବଧାରା

ଓ୍ବାଶିଂଟନ୍‌,୧୮ା୪: ପୁରୁଷ ପ୍ରାଧାନ୍ୟ ବ୍ୟବସ୍ଥାକୁ ଜଣେ ମହିଳା ଉତ୍ତୀର୍ଣ୍ଣ ହେଲେ ସେ ତାଙ୍କର ଅଧସ୍ତନ ମହିଳା କର୍ମଚାରୀଙ୍କୁ ଖରାପ ବ୍ୟବହାର କରନ୍ତି ବୋଲି ଯାହା କୁହାଯାଏ ତାହା ମନଗଢ଼ା। ଏହା ଏକ ସଦ୍ୟତମ ଅଧ୍ୟୟନରୁ ଜାଣିବାକୁ ମିଳିଛି।

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ଭାରତୀୟ ବୈଜ୍ଞାନିକଙ୍କ କମାଲ: ଡେଙ୍ଗୁ ନିରୋଧୀ ଆୟୁର୍ବେଦିକ୍‌ ଔଷଧ

ନୂଆଦିଲ୍ଲୀ,୧୮ା୪- ଡେଙ୍ଗୁ ରୋଗ ନିରାକରଣ ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ଭାରତୀୟ ବୈଜ୍ଞାନିକମାନେ। ବିଶ୍ୱରେ ଏହା ପ୍ରଥମ ବୋଲି କୁହାଯାଉଛି। ଆସନ୍ତା ବର୍ଷ ସୁଦ୍ଧା ଏହି ଔଷଧ ବଜାରକୁ ଆସିବା ନେଇ ଅନୁମାନ କରାଯାଉଛି।

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ପଶ୍ଚିମବଙ୍ଗ: ମାଟିତଳେ ଥିଲା ଦ୍ୱିତୀୟ ବିଶ୍ୱଯୁଦ୍ଧ ବୋମା

ହଂସଖାଲି (ପଶ୍ଚିମବଙ୍ଗ),୧୮ା୪: ପଶ୍ଚିମବଙ୍ଗରୁ ଠାବ ହୋଇଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ଅମଳର ବୋମା। ରାଜ୍ୟର ନଦୀୟା ଜିଲାର ହଂସଖାଲି ଥାନା ଅନ୍ତର୍ଗତ ଛୋଟୋ ଚୁପ୍ରିଆ ଗ୍ରାମରେ ପୋଖରୀ ଖୋଳୁଥିବାବେଳେ ଦୁଇଟି ବୋମା ମାଟିତଳୁ ବାହାରିଛି। ସିଲିଣ୍ଡର ଭଳି ଦୁଇଟି ଜିନିଷ ମାଟିତଳୁ ବାହାରିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

କୃଷି ଅନୁକୂଳର ପର୍ବ

କୃଷି ଅନୁକୂଳର ପର୍ବ

ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଓଡ଼ିଆ ନବବର୍ଷର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଏହି ମହାନ୍‌ କୃଷି ଭିତ୍ତିକ ପର୍ବ ଆମ ରାଜ୍ୟ ତଥା ଦେଶରେ ପାରମ୍ପରିକ ରୀତିରେ ପାଳିତ ହୋଇ ଆସୁଅଛି । ସକଳ କୃଷି କାର୍ଯ୍ୟ ଆଜି ଦିନ ଠାରୁ ହିଁ ଆରମ୍ଭ କରା ଯାଇଥାଏ । ତେଣୁ ଚାଷୀ ଭାଇମାନେ ଏହି ଦିବସଟିକୁ ସମସ୍ତ ଚାଷ କାର୍ଯ୍ୟର ଶୁଭାରମ୍ଭ ଦିବସ ଭାବେ ଗ୍ରହଣ କରି ଅକ୍ଷିମୁଠି ବୁଣିଥାନ୍ତି ।

 ମାଟି ଓ ବିହନ ବିଶୋଧନ

ମାଟି ଓ ବିହନ ବିଶୋଧନ

ରୋଗ, ପୋକ ଆକ୍ରମଣ ଯୋଗୁ ଆମ ରାଜ୍ୟର ଧାନ, ପନିପରିବା, ତୈଳବୀଜ, ଡାଲିଜାତୀୟ ଇତ୍ୟାଦି ବିଭିନ୍ନ ଫସଲର ଉତ୍ପାଦନ ହ୍ରାସ ପାଇଥାଏ। ସାଧାରଣତଃ ଆମ ରାଜ୍ୟରେ ଚାଷ କରାଯାଉଥିବା ଫସଲରେ ମାଟି ଏବଂ ବିହନଜନିତ ରୋଗର ମାତ୍ରା ବହୁଳ ଭାବେ ପରିଲକ୍ଷିତ ହୋଇଥାଏ ।