ରାଜ୍ୟ |

ରାଜଧାନୀରେ ଲୁଟେରାଙ୍କ ଆତଙ୍କ: ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ; ୫ ସ୍ଥାନରୁ ଲୁଟ୍‌; ଦିନରେ ବୁଲିଲା ଖଣ୍ଡା, ଭୁଜାଲି

ରାଜଧାନୀରେ ଲୁଟେରାଙ୍କ ଆତଙ୍କ: ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ; ୫ ସ୍ଥାନରୁ ଲୁଟ୍‌; ଦିନରେ ବୁଲିଲା ଖଣ୍ଡା, ଭୁଜାଲି

ଭୁବନେଶ୍ୱର,୧୬।୩ (ବ୍ୟୁରୋ)- କମିଶନରେଟ ପୋଲିସକୁ ଆଉ ଡରୁ ନାହାନ୍ତି ଅପରାଧୀ। ରାଜଧାନୀରେ ସକ୍ରିୟ ହୋଇଉଠିଛନ୍ତି ଏକାଧିକ ଲୁଟେରା ଗ୍ୟାଙ୍ଗ୍‌। ଶୁକ୍ରବାର ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନାଞ୍ଚଳରେ ଗ୍ୟାଙ୍ଗ୍‌ ସଦସ୍ୟମାନେ ଅଧଘଣ୍ଟା ଧରି ଆତଙ୍କ ଖେଳାଇଛନ୍ତି। ଖଣ୍ଡା, ଭୁଜାଲିରେ ହାଣିବା ସହ ବନ୍ଧୁକ ଦେଖାଇ ୫ ସ୍ଥାନରୁ ଲୁଟ୍‌ କରିଛନ୍ତି।  ଶୈଳଶ୍ରୀବିହାର ଫେଜ୍‌-୭, ପଟିଆ, ବିଡିଏ କଲୋନୀରେ ୪ଟି ଓ ରଘୁନାଥପୁର ନିକଟରେ ଗୋଟିଏ ଲୁଟ୍‌ ହୋଇଛି। ଲୁଟେରାମାନେ ମର୍ଣ୍ଣିଂ ଓ୍ବାକ୍‌ରେ ଯାଉଥିବା ଲୋକଙ୍କୁ ଟାର୍ଗେଟ କରିଥିବାବେଳେ ପ୍ରତିରୋଧ କରିବାକୁ ଯାଇ ସେମାନଙ୍କ ଆକ୍ରମଣରେ ୪ଜଣ ଆହତ ହୋଇଛନ୍ତି।  ସବୁଠୁ ବଡ କଥା ହେଲା  ଲୁଟ୍‌ ପରେ ବି ଲୁଟେରାମାନେ ପଳାୟନ ନ କରି ଲୋକଙ୍କୁ ଖଣ୍ଡା, ଭୁଜାଲି, ବନ୍ଧୁକ ଧରି ଗୋଡ଼ାଇଛନ୍ତି। ଲୋକ ଓ ଘର ଉପରକୁ ଟେକାପଥର ମାଡ଼ କରିଛନ୍ତି। ଲୁଟେରାଙ୍କ ଏଭଳି ଆତଙ୍କରାଜ ଦେଖି ଲୋକେ ଅତ୍ୟନ୍ତ ଭୟଭୀତ ହୋଇପଡିଛନ୍ତି। ଅନ୍ୟପକ୍ଷରେ  ଖବର ପାଇବା ସତ୍ତ୍ୱେ ପୋଲିସ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚତ୍ଥିଲା। ସେତେବେଳକୁ ଲୁଟେରାମାନେ ପାର୍‌ ହୋଇଯାଇଥିଲେ। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବାବେଳେ କମିଶନରେଟ ପୋଲିସର କାର୍ଯ୍ୟଧାରାକୁ ନେଇ ନାନା ପ୍ରଶ୍ନ ଉଠାଇଛନ୍ତି।

ସ୍ତ୍ରୀଠାରୁ ଅଳଙ୍କାର ଲୁଟିଲେ, ସ୍ବାମୀଙ୍କୁ ହାଣିଲେ: ଲୁଟେରାଙ୍କ ଟେକା ମାଡ଼, ଝରକା କାଚ ଭାଙ୍ଗିଲା

ସକାଳ ପ୍ରାୟ ୫ଟା ୩୫ ହେବ। ଶୈଳଶ୍ରୀବିହାର ଫେଜ୍‌-୭ ପ୍ଲଟ୍‌ ନଂ.ଏଚ୍‌ଆଇଜି-୭୨ରେ ରହୁଥିବା ଗାୟତ୍ରୀ ମୁଦୁଲି ଯୋଗ କରିବାକୁ ଘରୁ ବାହାରିଥିଲେ।  ଦୁଇଟି ବାଇକ୍‌ରେ ୫ଜଣ ଲୁଟେରା ଖଣ୍ଡା ଓ ବନ୍ଧୁକ ଧରି କଲୋନୀରେ ବୁଲୁଥିବା ଦେଖି ଭୟରେ ଘର ଭିତରକୁ ପଶିଯାଇଥିଲେ। କିଛି ସମୟ ପରେ ଲୁଟେରାମାନେ ନ ଥିବା ଦେଖି ଘରୁ ବାହାରିଥିଲେ। ଆମେରିକାରେ ରହୁଥିବା ଝିଅ ସହ ଫୋନ୍‌ରେ କଥା ହୋଇ ଚାଲିଚାଲି ଯୋଗ କରିବାକୁ ଯାଉଥିଲେ। ହଠାତ୍‌ ସମ୍ପୃକ୍ତ ଲୁଟେରାମାନେ ତାଙ୍କ ବେକରେ ଭୁଜାଲି ଲଗାଇ ପିନ୍ଧିଥିବା ସୁନା ଚେନ୍‌, ମୁଦି, ଚୁଡ଼ି ଓ କାନଫୁଲ ନେଇଯାଇଥିଲେ। ଫୋନ୍‌ରେ କଥା ହେଉଥିବା ଝିଅ ଲୁଟ୍‌ ହେଉଥିବା ଜାଣି ତୁରନ୍ତ ବାପା ଭାବଗ୍ରାହୀଙ୍କୁ ଜଣାଇଥିଲେ। ଭାବଗ୍ରାହୀ ଘରୁ ବାହାରି ଆସି ଲୁଟେରାଙ୍କୁ ବିରୋଧ କରିଥିଲେ। ହେଲେ ଲୁଟେରା ତାଙ୍କ ହାତକୁ ଭୁଜାଲିରେ ହାଣି ଦେଇଥିଲେ। ପାଟିଶୁଣି ପଡୋଶୀ ବିଭୁ ଦାଶ ମାଡ଼ି ଆସୁଥିବା ଦେଖି ଲୁଟେରାମାନେ ତାଙ୍କ ଉପରେକୁ ଟେକାପଥର ମାଡ଼ କରିବାରୁ ସେ ଆହତ ଥିଲେ।  ପରେ ଅନ୍ୟଲୋକେ ଲୁଟେରାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲେ। ମାତ୍ର ଲୁଟେରାମାନେ ଫେରାର ନ ହୋଇ ବାଇକକୁ ପାର୍କିଂ କରି ଲୋକଙ୍କୁ ଖଣ୍ଡା ଓ ବନ୍ଧୁକ ଧରି ଗୋଡାଇଥିଲେ। ଲୋକେ ଭୟରେ ଘର ଭିତରକୁ ପଶିଯିବା ପରେ ସେମାନେ ଘରର ଝରକାକୁ ଟେକାପଥର ମାଡ଼ କରିଥିଲେ। ଏଥିରେ ଏକାଧିକର ଘରର ଝରକା କାଚ ଭାଙ୍ଗି ଯାଇଛି।  ଲୁଟେରାମାନେ ଅଧଘଣ୍ଟା ଧରି ଆତଙ୍କ ଖେଳାଇ ଆରାମରେ ଚାଲିଯାଇଥିଲେ।  ସ୍ଥାନୀୟ ଲୋକେ ପୋଲିସକୁ ଫୋନ୍‌ କରିଥିଲେ ମଧ୍ୟ ପିସିଆର୍‌ ଭ୍ୟାନ୍‌ ଏକ ଘଣ୍ଟା ପରେ ଆସିଥିବା ଲୋକେ କହିଛନ୍ତି।

ନେଇଗଲେ ସୁନା ଚେନ, ମୁଦି

ଏହାର କିଛି ସମୟ ପୂର୍ବରୁ ଲୁଟ୍‌ର ଶିକାର ହୋଇଥିଲେ ଶୈଳଶ୍ରୀବିହାରରେ ରହୁଥିବା ନେତ୍ରମଣୀ କାଣ୍ଡି। ସେ ମର୍ଣ୍ଣିଂ ଓ୍ବାକ୍‌ରେ ଘରୁ ବାହାରି ଯାଉଥିବାବେଳେ ଲୁଟେରାମାନେ ତାଙ୍କୁ ଭୁଜାଲି ଦେଖାଇ ସୁନାଚେନ୍‌ ଓ କାନଫୁଲ ଲୁଟି ନେଇଥିଲେ। ବିଡିଏ କଲୋନୀରେ ରହୁଥିବା ଉତ୍ତମ କୁମାର କର ମର୍ଣ୍ଣିଂଓ୍ବାକ୍‌ରେ ଯାଉଥିବାବେଳେ ଲୁଟେରାଙ୍କ ହାବୁଡ଼ରେ ପଡିଥିଲେ। ସେମାନେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରି   ସୁନାଚେନ୍‌ ଓ ମୁଦି ନେଇଯାଇଥିଲେ। ସେହିଭଳି ପଟିଆରେ ରହୁଥିବା ନିଶାନ୍ତ ମିଶ୍ର ମଧ୍ୟ ଲୁଟ୍‌ର ଶିକାର ହୋଇଛନ୍ତି। ସେ ପଟିଆ ଷ୍ଟେଶନ ଆଡକୁ ଚାଲିଚାଲି ଯାଉଥିବାବେଳେ  ଲୁଟେରାମାନେ ତାଙ୍କୁ  ଆକ୍ରମଣ କରି ସୁନା ଚେନ ଓ ମୁଦି ନେଇଛନ୍ତି।

ଅନ୍ୟପକ୍ଷରେ ନନ୍ଦନକାନନ ଥାନା ରଘୁନାଥପୁର ନିକଟରେ ଲୁଟେରାମାନେ ସମାନ ଢଙ୍ଗରେ ଲୁଟ୍‌ କରିଥିଲେ। ରଘୁନାଥପୁରରେ ଭଡ଼ାରେ ରହୁଥିବା ଶରତ ରାୟ ଓ ତାଙ୍କ ସ୍ତ୍ରୀ  ଭୋର୍‌ ସମୟରେ ମର୍ଣ୍ଣିଂଓ୍ବାକ୍‌ରେ ଘରୁ ବାହାରି ପଟିଆ ବିଗ୍‌ବଜାର ଯାଇଥିଲେ। ସେଠାରୁ ଫେରୁଥିବାବେଳେ ରଘୁନାଥପୁର ଗାଁମୁଣ୍ଡ ବୁଢାନାଳ ନିକଟରେ ଦୁଇଟି ବାଇକରେ ୫ଜଣ ଲୁଟେରା ଆସି ସେମାନଙ୍କୁ ଅଟକାଇଥିଲେ। କେହିକିଛି ବୁଝିବା ପୂର୍ବରୁ ଲୁଟେରାମାନେ ଶରତଙ୍କ ସ୍ତ୍ରୀଙ୍କୁ ପ୍ରଥମେ ଆକ୍ରମଣ କରିଥିଲେ। ଶରତ ଏହାକୁ ବିରୋଧ କରିବାକୁ ଲୁଟେରାମାନେ ତାଙ୍କୁ ଲୁହାରଡ୍‌ରେ ପିଟିବା ସହ  ଭୁଜାଲିରେ ହାଣିଦେଇଥିଲେ। ସେ ତଳେ ପଡିଯିବା ପରେ ସ୍ତ୍ରୀଙ୍କଠାରୁ ସୁନାଚେନ୍‌, ଚୁଡ଼ି,  କାନଫୁଲ ଲୁଟିନେଇ ଫେରାର ହୋଇଯାଇଥିଲେ।

ଗୋଟିଏ ଗ୍ୟାଙ୍ଗ୍‌ ସମ୍ପୃକ୍ତ

ଚନ୍ଦ୍ରଶେଖରପୁର ଓ ନନ୍ଦନକାନନ ଥାନାଞ୍ଚଳରେ ହୋଇଥିବା ୫ ଲୁଟ୍‌ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ ସମ୍ପୃକ୍ତ ଥିବା ପୋଲିସ ଜାଣିବାକୁ ପାଇଛି। ସବୁସ୍ଥାନରେ ଦୁଇଟି ବାଇକ୍‌ରେ ୫ଜଣ ଲୁଟେରା ସମାନ ଢଙ୍ଗରେ ଲୁଟ୍‌ପାଟ କରିଛନ୍ତି। ପ୍ରଥମେ ରଘୁନାଥପୁର, ତା’ପରେ ବିଡିଏ କଲୋନୀ ଓ ପରେ ଶୈଳଶ୍ରୀବିହାରରେ ଲୁଟ୍‌ କରିଥିବା ଅନୁମାନ କରାଯାଉଛି।

ଏନେଇ ପୋଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି, ଅଭିଯୋଗ ପହଞ୍ଚତ୍ବା ପରେ ଚନ୍ଦ୍ରଶେଖରପୁର ଥାନାରେ କେସ୍‌ ନଂ-୧୨୫,୧୨୬,୧୨୭,୧୨୮/୧୯ରେ ୪ଟି ମାମଲା ଓ ନନ୍ଦନକାନନ ଥାନାରେ ଅନ୍ୟ ଏକ ମାମଲା ରୁଜୁ ହୋଇଛି। ଲୁଟେରାଙ୍କୁ ଧରିବା ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇ ତଦନ୍ତ କରାଯାଉଛି।  ସିସିଟିଭି ଆଧାରରେ ଲୁଟେରାଙ୍କୁ ଧରିବାକୁ ଚଢାଉ ଜାରି ରଖିଛି। ଖୁବ୍‌ଶୀଘ୍ର ସେମାନେ ଧରାହେବେ। ଏଥିସହ ଏସବୁ ଅଞ୍ଚଳରେ ପାଟ୍ରୋଲିଂ ଜୋର୍‌ଦାର କରାଯିବ ବୋଲି ସେ କହିଛନ୍ତି।

All Right Reserved By

ରାଜ୍ୟ |

ଘର ଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘର ଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ହାତ ଧରିଲେ ନବୀନ ନନ୍ଦ

ହାତ ଧରିଲେ ନବୀନ ନନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଯୋଗୁ ଦଳ ବଦଳାଉଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବୁଧବାର ବରିଷ୍ଠ ନେତା ନବୀନ ନନ୍ଦ ହାତ ଧରିଛନ୍ତି। 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

୨୧ ଯାଏ ବର୍ଷା ସମ୍ଭାବନା

୨୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟମରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା