ଜୀବନଚର୍ଯ୍ୟା |

ଆଜ୍‌ମା ରୋଗୀଙ୍କ ପାଇଁ ଲାଭଦାୟକ ଜହ୍ନି

ଆଜ୍‌ମା ରୋଗୀଙ୍କ ପାଇଁ ଲାଭଦାୟକ ଜହ୍ନି

ସବୁଜ ପନିପରିବା ଖାଇଲେ ଶରୀରରେ ରକ୍ତ ବୃଦ୍ଧି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତେଣୁ ଡାକ୍ତରମାନେ ନିତିଦିନିଆ ଖାଦ୍ୟରେ ସବୁଜ ପନିପରିବ ସାମିଲ କରିବାକୁ ପରାମର୍ଶ ଦେଇଥାଆନ୍ତି। ସେମିତି ଏକ ପରିବା ହେଉଛି ଜହ୍ନି। ଏହା ପ୍ରାୟତଃ ପ୍ରତି ଓଡ଼ିଆ ଘରର ବାଡିରେ ମିଳିଥାଏ।

-ଜହ୍ନିରେ ଥିବା ବିଟା କାରୋଟିନ୍‌ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ।

-ଏଥିରେ ରହିଛି ଭିଟାମିନ୍‌ ସି ଯାହା ଆଜ୍‌ମା ରାଗୀଙ୍କ ପାଇଁ ବେଶ୍‌ ଲାଭକାରୀ। 

-ଜହ୍ନି କୋଲେଷ୍ଟ୍ରଲ କମ୍‌ କରିବାରେ ସହାୟକ ହୋଇଥାଏ। ଏପରିକି ରକ୍ତରେ ଥିବା ଖରାପ କୋଲେଷ୍ଟ୍ରଲକୁ ବାହାର କରିବାରେ ଏହା ସହାୟକ ହୋଇଥାଏ। 

-ଏଥିର ଥିବା ଫାଇବର ହଜମ କରିବାରେ ସାହାଯ୍ୟ କରିଥାଏ। ଏହାକୁ ଖାଇଲେ ପେଟ ସମସ୍ୟା ଠିକ୍‌ ହୋଇଥାଏ। 

-ଏଥିରେ ରହିଛି ଭିଟାମିନ୍‌ ବି କମ୍ପ୍ଲେକ୍ସ। ଗର୍ଭବତୀମାନେ ଏହାକୁ ଖାଇବା ଦ୍ୱାରା ଶିଶୁ ସୁସ୍ଥ ହୋଇ ଜନ୍ମ ହୋଇଥାଏ।

-ଏଥିରେ ଆଦୌ କ୍ୟାଲୋରି ନ ଥିବାରୁ ଏହା ଶରୀରର ଓଜନ ବୃଦ୍ଧି କରି ନ ଥାଏ ଓ ଶୀଘ୍ର ଭୋଗ ମଧ୍ୟ ଲାଗି ନ ଥାଏ। 

All Right Reserved By

ଜୀବନଚର୍ଯ୍ୟା |

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ସିଗାରେଟ ଅଭ୍ୟାସରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଭଜା...

ବାଇଗଣ ପ୍ରତି ଲୋକଙ୍କର ଏକ ପସନ୍ଦର ପରିବା। ଏଥିରେ ଅନେକ ପୋଷକତତ୍ତ୍ୱ ରହିଛି। ୧୫ ଶହ ଶତାବ୍ଦୀରୁ ଭାରତରେ ଏହି ପରିବା ଚାଷ ଆରମ୍ଭ ହୋଇଥିଲା। 

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ଉଷୁମ ପାଣିରେ ଏହାକୁ ମିଶାଇ ପିଇଲେ ଶରୀରରେ ସୃଷ୍ଟି ହୁଏ ବିଷ କ୍ରିୟା....

ମେବବହୁଳତାରୁ ଦୂରେଇ ରହିବା ପାଇଁ କେତେକ ଉଷୁମ ପାଣିରେ ମହୁ ମିଶାଇ ପିଇଥାନ୍ତି। ତେବେ ଏହା ପିଇଲେ ଶରୀରରେ ବିଷ କ୍ରିୟା ସୃଷ୍ଟି ହୋଇଥାଏ ଆୟୁବେର୍ଦରେ ଉଲ୍ଲେଖ ରହିଛି। ମହୁ ଅନେକ ପୋଷକ ତତ୍ତ୍ୱରେ ଭରପୁର।

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ଏହି ସବୁ ସମସ୍ୟାରୁ ମୁକ୍ତିଦିଏ ସୋରିଷ ତେଲ

ସୋରିଷ ତେଲ, ଘିଅ, ରିଫାଇନ୍‌ ଆଦି ତେଲକୁ ଆମେ ଖାଦ୍ୟ ପ୍ରସ୍ତୁତିରେ  ବ୍ୟବହାର କରିଥାଉ। କେତେକ ସ୍ଥାନରେ ନଡ଼ିଆ ତେଲ ବ୍ୟବହାର କରାଯାଇ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ। ପ୍ରତ୍ୟେକ ତେଲରେ ବିଭିନ୍ନ ଖାଦ୍ୟସାର ରହୁଥିଲେ ହେଁ ସୋରିଷ ତେଲରେ ପ୍ରସ୍ତୁତ ବ୍ୟଞ୍ଜନ ଶରୀର ପାଇଁ ବିଶେଷ ଉପକାରୀ ହୋଇଥାଏ। 

ଉଡେନ୍‌ ବାସନର ଯତ୍ନ

ଉଡେନ୍‌ ବାସନର ଯତ୍ନ

ଲେମ୍ବୁ: ଉଡେନ ବାସନକୁ ସଫା କରିବାକୁ ହେଲେ ଲେମ୍ବୁରସର ବ୍ୟବହାର କରିବା ବହୁତ ଭଲ। ଏଥିପାଇଁ ଆପଣ ଗରମପାଣିରେ ଲେମ୍ବୁରସ କେଇ ବୁନ୍ଦା ମିଶାଇ ଦିଅନ୍ତୁ। ଏଥିରେ ୧୫ମିନିଟ୍‌ ବୁଡ଼ାଇ ଛାଡ଼ି ଦିଅନ୍ତୁ। ପୁଣି ଏହାକୁ କାଢ଼ି ଶୁଖିଲା କପଡ଼ାରେ ପୋଛି ସଫାକରି ଦିଅନ୍ତୁ। 

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ସୋୟା ୬୫,ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପାତ୍ରରେ କିଛି ପାଣି ଗ୍ୟାସରେ ଗରମ କରନ୍ତୁ। ପାଣି ଫୁଟିବାକୁ ଆରମ୍ଭ କଲେ ଆଞ୍ଚ ବନ୍ଦ କରି ଦିଅନ୍ତୁ। ଏହାପରେ ସୋୟାବିନ୍‌କୁ ପକାଇ ୧୦-୧୫ ମିନିଟ୍‌ ପର୍ଯ୍ୟନ୍ତ ଢାଙ୍କି ରଖନ୍ତୁ। ନିର୍ଦ୍ଧାରିତ ସମୟ ପରେ ସୋୟାବିନ୍‌କୁ ପାଣିରୁ କାଢ଼ି ତାକୁ ଭଲଭାବେ ହାତରେ ଚିପୁଡି  ଏକ ପାତ୍ରରେ ରଖନ୍ତୁ। ଏବେ ସେହି ପାତ୍ରରେ ଅଦା ରସୁଣ ପେଷ୍ଟ, ହଳଦୀ, ଦହି, ବେସନ, କର୍ନଫ୍ଲୋର,

ହୋଲି ସମୟରେ  କେଶର ଯତ୍ନ

ହୋଲି ସମୟରେ କେଶର ଯତ୍ନ

ହୋଲି ରଙ୍ଗର ଖେଳ। ଏହି ପର୍ବରେ ଚାରିଆଡ଼େ ଖାଲି ରଙ୍ଗ। ଏଥିରେ ସମସ୍ତେ ସମସ୍ତଙ୍କୁ ରଙ୍ଗ ଲଗାଇଥାନ୍ତି। କେମିକାଲଯୁକ୍ତ ରଙ୍ଗରୁ କିପରି କେଶକୁ ରକ୍ଷା କରିବେ । କେଶରେ ରଙ୍ଗ ଲଗାଇବା ଦ୍ୱାରା କେଶ ଡ୍ରାଏ ହୋଇଯାଏ,କେଶ ଝଡ଼ିବା,କେଶର ଚମକ କମିବା ଏକ ସାଧାରଣ ସମସ୍ୟା ।

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଅସ୍ବାଭାବିକ ଗର୍ଭାଶୟ, ଗର୍ଭପାତ

ଡା. ଲିପ୍‌ସା ମିଶ୍ର 

ବେଳେବେଳେ ଗର୍ଭାଶୟରେ ହେଉଥିବା ବନ୍ଧ୍ୟାତ୍ୱ ଜନ୍ମଜାତ ହୋଇପାରେ (ଜନ୍ମଗତ ତ୍ରୁଟି) । ବନ୍ଧ୍ୟାତ୍ୱ ବ୍ୟତୀତ, ସେଗୁଡ଼ିକ ଅସ୍ବାଭାବିକ ଗର୍ଭପାତର କାରଣ ହୋଇପାରେ ଏବଂ ଗର୍ଭଧାରଣ ପାଇଁ ଅସୁବିଧା ସୃଷ୍ଟିକରିପାରେ।

ଏକ ଅସ୍ବାଭାବିକ ଗର୍ଭାଶୟ ସହିତ ସମ୍ପୂର୍ଣ୍ଣ ଗର୍ଭଧାରଣର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ । 

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ..

ହୋଲି ଖେଳିବା ପୂର୍ବରୁ ଆପଣ ନିଜ ଶରୀର ଏବଂ କେଶରେ ଭଲ ଭାବରେ  ତେଲ ଲଗାଇ ଦିଅନ୍ତୁ। ତେଲ ଲଗାଇବା ଦ୍ୱାରା ଏହା ଶରୀର ସଂସ୍ପର୍ଶରେ ଏତେଟା ଆସି ନ ଥାଏ ଫଳରେ ତ୍ୱଚା ଏବଂ କେଶକୁ ରଙ୍ଗ ଦାଉରୁ ରକ୍ଷା ମିଳିଥାଏ। 

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅର୍ଶରୁ ଦୂରେଇ ରହିବା ପାଇଁ ଦରଫୁଟା ଭାତ ଉତୁରା ପେଜରେ ପିଅନ୍ତୁ ଚାମଚେ ଏହି କ୍ଷୀର...

ଅମୃତଭଣ୍ଡାରେ ଭରି ରହିଛି ଅନେକ ଅମୃତ ଗୁଣ। ଏହାର ବହୁ ଔଷଧୀୟ ଗୁଣ ଥିବାରୁ ଖାଦ୍ୟରେ ଏହାକୁ ନିୟମିତ ଗ୍ରହଣ କଲେ ଅନେକ ରୋଗ ଦୂର ହୁଏ। 

ମୁଖମଣ୍ଡଳରେ  ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ମୁଖମଣ୍ଡଳରେ ଚମକ ଆଣିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ...

ସ୍ବାସ୍ଥ୍ୟ ସମ୍ବନ୍ଧିତ ଛୋଟ ଛୋଟ ସମସ୍ୟା ପାଇଁ କେତେକ ଡାକ୍ତରଙ୍କ ସହିତ ପରାମର୍ଶ କରିଥାନ୍ତି । କିନ୍ତୁ କେତେକ ସମସ୍ୟା ଘରୋଇ ଉପଚାରରେ ସହଜରେ ଦୂର ହୋଇପାରିଥାଏ। 

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ...

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଶାଓ୍ବାରରେ ଗାଧୋଇଲେ ମିଳିଥାଏ ଏହି ଫାଇଦା

ଝିଅମାନେ ସବୁବେଳେ ଚାହିଁଥାନ୍ତି କେମିତି ତାଙ୍କ ତ୍ୱଚା ଗ୍ଲୋ କରୁ। ଖାସ୍‌ ଏଥିପାଇଁ ଭଲ ବ୍ରାଣ୍ଡର ପ୍ରସାଧନ ସାମଗ୍ରୀ ବ୍ୟବହାର କରିବା ସହ ଉତ୍ତମ ଖାଦ୍ୟ ଏବଂ ବ୍ୟାୟାମ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି ତ୍ୱଚାର ଯତ୍ନ ନେବା ପାଇଁ ଶାଓ୍ବାରଠାରୁ ଆଉ ଭଲ କିଛି ଉପାୟ ନାହିଁ। ସ୍କିନ୍‌ ଆଣ୍ଡ ବ୍ୟୁଟି ବିଶେଷଜ୍ଞ ବିଶାଲ ମୁଦ୍‌ଗିଲ୍‌ କୁହନ୍ତି ଯଦି ତ୍ୱଚାର ଯତ୍ନ ନେବାକୁ ଚାହୁଁଛନ୍ତି ତେବେ ଶାଓ୍ବାରରେ ଗାଧୋଇବା ପ୍ରତି ଧ୍ୟାନ ଦିଅନ୍ତୁ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା