ଖେଳ |

ପାକିସ୍ତାନ କ୍ରିକେଟ ବୋର୍ଡର ନିନ୍ଦା

ପାକିସ୍ତାନ କ୍ରିକେଟ ବୋର୍ଡର ନିନ୍ଦା

କରାଚୀ, ୧୬ା୩ (ପି.ଟି.)-ଖ୍ରୀଷ୍ଟଚର୍ଚ୍ଚ ମସ୍‌ଜିଦ୍‌ ଆକ୍ରମଣ ଘଟଣାକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ  ନିନ୍ଦା  ଓ ଦୁଃଖ ପ୍ରକାଶ କରାଯାଇଛି। ପ୍ରତିବାଦ ସ୍ବରୂପ ଏଠାରେ ଶୁକ୍ରବାର ପେଶାଓ୍ବାର ଓ ଇସ୍‌ଲାମାବାଦ୍‌ ଫ୍ରାଞ୍ଚାଇଜ୍‌ ମଧ୍ୟରେ ଅନୁଷ୍ଠିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ମ୍ୟାଚ୍‌ବେଳେ ଉଭୟ ଦଳର ଖେଳାଳିମାନେ ହାତରେ କଳା ଆର୍ମବ୍ୟାଣ୍ଡ୍‌ ପରିଧାନ କରିଥିଲେ। ପିସିବି ଚେୟାରମ୍ୟାନ ଏହେସାନ ମନି ଏହାକୁ ଅମାନବୀୟ ଆତଙ୍କବାଦୀ ଆକ୍ରମଣ ବୋଲି ବର୍ଣ୍ଣନା କରିବା ସହ କାପୁରୁଷତା କାର୍ଯ୍ୟ ବୋଲି କହିଛନ୍ତି।


‘ଆମେ ଭାଗ୍ୟବାନ’

ଖ୍ରୀଷ୍ଟଚର୍ଚ୍ଚ ମସ୍‌ଜିଦ୍‌  ଗୁଳିକାଣ୍ଡ ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବାରୁ ଆମେ ନିଜକୁ ଭାଗ୍ୟବାନ ମନେ କରୁଛୁ ବୋଲି ବାଂଲାଦେଶ କ୍ରିକେଟ ମ୍ୟାନେଜର ଖାଲେଦ ମାସୁଦ ପ୍ରକାଶ କରିଛନ୍ତି। ଆମେ ଯଦି ୩ା୪ ମିନିଟ୍‌ ପୂର୍ବରୁ  ପହଞ୍ଚତ୍ ଯାଇଥାନ୍ତୁ ତେବେ ମସ୍‌ଜିଦ୍‌ ଭିତରେ ଥାନ୍ତୁ। ହୁଏତ ଆମେ ମଧ୍ୟ ଗୁଳିମାଡ଼ର ଶିକାର ହୋଇଥାନ୍ତୁ।


କ୍ରିକେଟ ମହଲରେ ପ୍ରତିକ୍ରିୟା

ଏହି ଘଟଣା ତାଙ୍କୁ  ଗଭୀର ଦୁଃଖ ପହଞ୍ଚାଇବା ସହ ବ୍ୟଥିତ କରିଛି ବୋଲି ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି କହିଛନ୍ତି। ଏହା ଭୀରୁ ଓ କାପୁରୁଷତାର କାର୍ଯ୍ୟ ବୋଲି ସେ କହିଛନ୍ତି।  ନ୍ୟୁଜିଲାଣ୍ଡ କ୍ରିକେଟର ଜିମ୍ମି ନିଶାମ କହିଛନ୍ତି ଏହି ଘଟଣା  ଶୁଣିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ବିଶ୍ୱରେ ମାନବିକତା ପ୍ରତି ବିପଦ ଦେଖା ଦେଇଛି ବୋଲି ଭାରତର ସିନିୟର ଅପ୍‌ ସ୍ପିନର ହରଭଜନ ସିଂ କହିଛନ୍ତି,  ବିଶ୍ୱରେ ଆତଙ୍କବାଦୀ କାର୍ଯ୍ୟକଳାପ  ବୃଦ୍ଧି ପାଇବାରେ ଲାଗିଛି। ଆତଙ୍କବାଦୀଙ୍କର କୌଣସି ଧର୍ମ ନାହିଁ।  ଅଷ୍ଟ୍ରେଲିଆର ପୂର୍ବତନ  କ୍ରିକେଟ ଅଧିନାୟକ ମାଇକେଲ କ୍ଲାର୍କ ଏବଂ ପୂର୍ବତନ ଶ୍ରୀଲଙ୍କା କ୍ରିକେଟ କୋଚ୍‌ ଡେଭ ହ୍ବାଟମୋର୍‌ ଗଭୀର ଶୋକ ପ୍ରକାଶ କରିବା ସହ ମୃତକ ପରିବାର ପ୍ରତି ସମବେଦନା ଜ୍ଞାପନ କରିଛନ୍ତି।

All Right Reserved By

ଖେଳ |

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଦୁବାଇ, ୧୯।୩(ପି.ଟି.)- ଆବୁଧାବିସ୍ଥିତ ଜାୟେଦ କ୍ରିକେଟ ଷ୍ଟାଡିୟମ ଟି୧୦ କ୍ରିକେଟ ଲିଗ୍‌ର ନୂତନ ଭେନ୍ୟୁ ହୋଇଛି। ୨୦୧୯ ସିଜନଠାରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏଠାରେ ଟି୧୦ କ୍ରିକେଟ ଅନୁଷ୍ଠିତ ହେବ। 

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୩(ପି.ଟି.)- ମେକ୍ସିକୋର ଅକାପୁଲକୋଠାରେ ଚାଲିଥିବା  ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଶଟ୍‌ଗନ ବିଶ୍ୱକପ୍‌ରେ ଦୁଇ ଭାରତୀୟ ଶୁଟର୍‌ ପୃଥ୍ବୀରାଜ ତୋଣ୍ଡାଇମାନ ଓ କ୍ୟନନ ଚେନାଇ ପ୍ରଭାବୀ ପ୍ରଦର୍ଶନ କରି ପୁରୁଷ ଟ୍ରାପ୍‌ ଇଭେଣ୍ଟର ଫାଇନାଲ ପଥରେ ଅଗ୍ରସର ହୋଇଛନ୍ତି।

ଭାରତ ପ୍ରଥମେ ଜାପାନକୁ ଭେଟିବ

ଭାରତ ପ୍ରଥମେ ଜାପାନକୁ ଭେଟିବ

ବେଙ୍ଗାଲୁରୁ, ୧୯ା୩ (ପି.ଟି.)-ମାଲେସିଆର ଇପୋଠାରେ ଆଜଲାନ ଶାହ କପ୍‌ ହକି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ସହ ସିଜନ ଆରମ୍ଭ କରିବା ଲାଗି ଲକ୍ଷ୍ୟ ରଖିଛି ଭାରତୀୟ ପୁରୁଷ ହକି ଦଳ।  ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ରବିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ ଅଧିନାୟକ ମନପ୍ରୀତ ସିଂ ଖବରଦାତାମାନଙ୍କ ନିକଟରେ ଏକଥା ପ୍ରକାଶ କରିଛନ୍ତି।

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

କଟକ ଅଫିସ,୧୯ା୩- ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ଅଧିନରେ ଥିବା ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ରେ ବିବାଦ ମୁଣ୍ଡ ଟେକିଛି । ବିବାଦ ପ୍ରସଙ୍ଗ ପଦାରେ ପଡ଼ି ନଥିଲେ ବି ଏ ନେଇ ଆସୋସିଏଶନ ନିକଟରେ ମଧ୍ୟ ଠୋସ ଖବର ରହିଛି । ଖୁବ ଶୀଘ୍ର ଓଡ଼ିଶାରେ ଓଭିଏର ଅନ୍ୟ ଏକ ସମାନ୍ତରାଳ ସଂଘ ତିଆରି ହେବ । ଓଭିଏ ଗାଦିରେ ଥିବା ପଦାଧିକାରୀଙ୍କ ବିରୋଧୀ ଗୋଷ୍ଠୀ ଏହି ସଂଘ ତିଆରି କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟରରେ ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂକୁ ୧୧ ରନରେ ହରାଇ କଟକର ଜୁଭେନାଇଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ନୂଆଦିଲ୍ଲୀ, ୧୯।୩(ପି.ଟି.)- ହଂକଂଠାରେ ମଙ୍ଗଳବାରଠାରୁ ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ ‘ତୋଙ୍ଗ୍‌ ୟୁନ୍‌ କାଇ କପ୍‌’ଅନୁଷ୍ଠିତ ହେବ। ଏଥିଲାଗି ଏଚ୍‌.ଏସ୍‌. ପ୍ରଣୟଙ୍କ ନେତୃତ୍ୱରେ ସୋମବାର ୧୩ ଜଣିଆ ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ ଘୋଷଣା ହୋଇଛି। 

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଫେଡେରେଶନ୍‌ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ପୂର୍ଣ୍ଣିମା ହେମ୍ବ୍ରମ ଏବେ ଇଞ୍ଜୁରି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ସୋମବାର ଶେଷ ହୋଇଥିବା ୨୩ତମ ଫେଡେରେଶନ କପ୍‌ ଜାତୀୟ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ଡବଲ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ପୂର୍ବରୁ ମହିଳା ୨୦୦ ମିଟରରେ ସ୍ବର୍ଣ୍ଣ ପାଇଥିବା ଏହି ଓଡ଼ିଆ ଯୁବତୀ ସୋମବାର ୧୦୦ ମିଟରରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୧୦୦ ମିଟର ଫାଇନାଲରେ ସେ ୧୧.୪୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି।

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିସ୍‌ପୁଟ୍‌ ରିଜୋଲ୍ୟୁଶନ କମିଟିରେ ଏହାର କ୍ଷତିପୂରଣ ମାମଲା ହାରିଯିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପ୍ରାୟ ୧.୬ନିୟୁତ ଆମେରିକୀୟ ଡଲାର ପ୍ରଦାନ  କରିବାକୁ ହୋଇଛି।

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୧୮।୩(ଏଏଫ୍‌ପି)- କାନାଡାର ଯୁବ ଟେନିସ ଖେଳାଳି ବାଏଙ୍କା ଆଣ୍ଡ୍ରେସ୍କୁ ଇଣ୍ଡିଆନ ଓ୍ବେଲ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ୧୮ ବର୍ଷୀୟା ଏହି କାନାଡା ତାରକା ଫାଇନାଲ ମ୍ୟାଚ୍‌ରେ ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ କର୍ବରଙ୍କୁ ୬-୪, ୩-୬, ୬-୪ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି।

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ହାଇଦ୍ରାବାଦ,୧୮।୩- ଅଷ୍ଟ୍ରେଲିଆର ପୂର୍ବତନ ଉପ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଅଭ୍ୟାସ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। 

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ମୁମ୍ବାଇ,୧୮।୩(ପିଟି)- ଜାତୀୟ ଆଣ୍ଟିଂ ଡୋପିଂ ସଂସ୍ଥା (ନାଡା) ସହ କାର୍ଯ୍ୟ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସ୍ବଭାବରେ ପରିବର୍ତ୍ତନ ଆଣିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା