ଖେଳ |

ଏସିଆନ ୟୁଥ୍‌ ଆଥଲେଟିକ୍ସ : ପ୍ରଥମ ଦିବସରେ ଭାରତକୁ ୫ ପଦକ

ଏସିଆନ ୟୁଥ୍‌ ଆଥଲେଟିକ୍ସ : ପ୍ରଥମ ଦିବସରେ ଭାରତକୁ ୫ ପଦକ

ହଂକଂ,୧୬ା୩ (ପି.ଟି.)- ଏଠାରେ ଚାଲିଥିବା ଏସିଆନ ୟୁଥ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଭାରତ ୨ ସ୍ବର୍ଣ୍ଣ ସହ ୫ ପଦକ ହାସଲ କରିଛି। ଫିଲିପ ମହେଶ୍ୱରନ ଥାବିଥା ୧୨.୮୬ ସେକେଣ୍ଡ ଟାଇମିଂରେ ବାଳକ ୧୧୦ ମିଟର ହର୍ଡଲ୍ସ ଜିତି ଭାରତ ପାଇଁ ସ୍ବର୍ଣ୍ଣ ଆଣିଦେଇଛନ୍ତି।  ବିପିନ କୁମାର ବାଳକ ହାମର ଥ୍ରୋ (୬୯.୬୩ ମିଟର)ରେ ଦେଶ ପାଇଁ ଦ୍ୱିତୀୟ ସ୍ବର୍ଣ୍ଣ ଆଣି ଦେଇଥିଲେ। ଶୁକ୍ରବାର ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ ହର୍ଷିତା ଶେରାଓ୍ବତ୍‌। ସେ ବାଳିକା ହାମର ଥ୍ରୋ (୬୧.୯୩ ମିଟର)ରେ ରୌପ୍ୟ ଜିତିଥିଲେ। ଅନ୍ୟପକ୍ଷରେ ଦୀପକ ଯାଦବ ପୋଲ୍‌ଭଲ୍ଟ (୪.୭୦ ମିଟର)ରେ  ଏବଂ ଅଜୟ ବାଳକ ୧୫୦୦ମିଟର ରେସ୍‌ (୫୭.୨୫ ସେକେଣ୍ଡ)ରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ।

All Right Reserved By

ଖେଳ |

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଦୁବାଇ, ୧୯।୩(ପି.ଟି.)- ଆବୁଧାବିସ୍ଥିତ ଜାୟେଦ କ୍ରିକେଟ ଷ୍ଟାଡିୟମ ଟି୧୦ କ୍ରିକେଟ ଲିଗ୍‌ର ନୂତନ ଭେନ୍ୟୁ ହୋଇଛି। ୨୦୧୯ ସିଜନଠାରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏଠାରେ ଟି୧୦ କ୍ରିକେଟ ଅନୁଷ୍ଠିତ ହେବ। 

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୩(ପି.ଟି.)- ମେକ୍ସିକୋର ଅକାପୁଲକୋଠାରେ ଚାଲିଥିବା  ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଶଟ୍‌ଗନ ବିଶ୍ୱକପ୍‌ରେ ଦୁଇ ଭାରତୀୟ ଶୁଟର୍‌ ପୃଥ୍ବୀରାଜ ତୋଣ୍ଡାଇମାନ ଓ କ୍ୟନନ ଚେନାଇ ପ୍ରଭାବୀ ପ୍ରଦର୍ଶନ କରି ପୁରୁଷ ଟ୍ରାପ୍‌ ଇଭେଣ୍ଟର ଫାଇନାଲ ପଥରେ ଅଗ୍ରସର ହୋଇଛନ୍ତି।

ଭାରତ ପ୍ରଥମେ ଜାପାନକୁ ଭେଟିବ

ଭାରତ ପ୍ରଥମେ ଜାପାନକୁ ଭେଟିବ

ବେଙ୍ଗାଲୁରୁ, ୧୯ା୩ (ପି.ଟି.)-ମାଲେସିଆର ଇପୋଠାରେ ଆଜଲାନ ଶାହ କପ୍‌ ହକି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ସହ ସିଜନ ଆରମ୍ଭ କରିବା ଲାଗି ଲକ୍ଷ୍ୟ ରଖିଛି ଭାରତୀୟ ପୁରୁଷ ହକି ଦଳ।  ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ରବିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ ଅଧିନାୟକ ମନପ୍ରୀତ ସିଂ ଖବରଦାତାମାନଙ୍କ ନିକଟରେ ଏକଥା ପ୍ରକାଶ କରିଛନ୍ତି।

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

କଟକ ଅଫିସ,୧୯ା୩- ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ଅଧିନରେ ଥିବା ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ରେ ବିବାଦ ମୁଣ୍ଡ ଟେକିଛି । ବିବାଦ ପ୍ରସଙ୍ଗ ପଦାରେ ପଡ଼ି ନଥିଲେ ବି ଏ ନେଇ ଆସୋସିଏଶନ ନିକଟରେ ମଧ୍ୟ ଠୋସ ଖବର ରହିଛି । ଖୁବ ଶୀଘ୍ର ଓଡ଼ିଶାରେ ଓଭିଏର ଅନ୍ୟ ଏକ ସମାନ୍ତରାଳ ସଂଘ ତିଆରି ହେବ । ଓଭିଏ ଗାଦିରେ ଥିବା ପଦାଧିକାରୀଙ୍କ ବିରୋଧୀ ଗୋଷ୍ଠୀ ଏହି ସଂଘ ତିଆରି କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟରରେ ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂକୁ ୧୧ ରନରେ ହରାଇ କଟକର ଜୁଭେନାଇଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ନୂଆଦିଲ୍ଲୀ, ୧୯।୩(ପି.ଟି.)- ହଂକଂଠାରେ ମଙ୍ଗଳବାରଠାରୁ ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ ‘ତୋଙ୍ଗ୍‌ ୟୁନ୍‌ କାଇ କପ୍‌’ଅନୁଷ୍ଠିତ ହେବ। ଏଥିଲାଗି ଏଚ୍‌.ଏସ୍‌. ପ୍ରଣୟଙ୍କ ନେତୃତ୍ୱରେ ସୋମବାର ୧୩ ଜଣିଆ ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ ଘୋଷଣା ହୋଇଛି। 

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଫେଡେରେଶନ୍‌ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ପୂର୍ଣ୍ଣିମା ହେମ୍ବ୍ରମ ଏବେ ଇଞ୍ଜୁରି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ସୋମବାର ଶେଷ ହୋଇଥିବା ୨୩ତମ ଫେଡେରେଶନ କପ୍‌ ଜାତୀୟ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ଡବଲ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ପୂର୍ବରୁ ମହିଳା ୨୦୦ ମିଟରରେ ସ୍ବର୍ଣ୍ଣ ପାଇଥିବା ଏହି ଓଡ଼ିଆ ଯୁବତୀ ସୋମବାର ୧୦୦ ମିଟରରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୧୦୦ ମିଟର ଫାଇନାଲରେ ସେ ୧୧.୪୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି।

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିସ୍‌ପୁଟ୍‌ ରିଜୋଲ୍ୟୁଶନ କମିଟିରେ ଏହାର କ୍ଷତିପୂରଣ ମାମଲା ହାରିଯିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପ୍ରାୟ ୧.୬ନିୟୁତ ଆମେରିକୀୟ ଡଲାର ପ୍ରଦାନ  କରିବାକୁ ହୋଇଛି।

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୧୮।୩(ଏଏଫ୍‌ପି)- କାନାଡାର ଯୁବ ଟେନିସ ଖେଳାଳି ବାଏଙ୍କା ଆଣ୍ଡ୍ରେସ୍କୁ ଇଣ୍ଡିଆନ ଓ୍ବେଲ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ୧୮ ବର୍ଷୀୟା ଏହି କାନାଡା ତାରକା ଫାଇନାଲ ମ୍ୟାଚ୍‌ରେ ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ କର୍ବରଙ୍କୁ ୬-୪, ୩-୬, ୬-୪ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି।

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ହାଇଦ୍ରାବାଦ,୧୮।୩- ଅଷ୍ଟ୍ରେଲିଆର ପୂର୍ବତନ ଉପ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଅଭ୍ୟାସ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। 

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ମୁମ୍ବାଇ,୧୮।୩(ପିଟି)- ଜାତୀୟ ଆଣ୍ଟିଂ ଡୋପିଂ ସଂସ୍ଥା (ନାଡା) ସହ କାର୍ଯ୍ୟ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସ୍ବଭାବରେ ପରିବର୍ତ୍ତନ ଆଣିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା