ଖେଳ |

ନ୍ୟୁଜିଲାଣ୍ଡ ମସ୍‌ଜିଦ୍‌ରେ ଗୁଳିକାଣ୍ଡ : ଆକ୍ରମଣରୁ ବର୍ତ୍ତିଗଲେ ବାଂଲାଦେଶ ଖେଳାଳି

ନ୍ୟୁଜିଲାଣ୍ଡ ମସ୍‌ଜିଦ୍‌ରେ ଗୁଳିକାଣ୍ଡ : ଆକ୍ରମଣରୁ ବର୍ତ୍ତିଗଲେ ବାଂଲାଦେଶ ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ, ୧୬ା୩ (ପି.ଟି.)-ନ୍ୟୁଜିଲାଣ୍ଡର ଏକ ମସ୍‌ଜିଦରେ ବନ୍ଧୁକଧାରୀଙ୍କ ଅତର୍କିତ ଗୁଳିମାଡ଼ରେ ଶୁକ୍ରବାର ଅତିକମ୍‌ରେ ୪୯ଜଣ ଲୋକ ନିହତ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଭ୍ରମଣକାରୀ ବାଂଲାଦେଶ କ୍ରିକେଟ ଟିମ୍‌ ଅଳ୍ପକେ ବର୍ତ୍ତିଯାଇଛି। ଶନିବାର  ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ଖେଳାଯିବାକୁଥିବା ତୃତୀୟ ତଥା ଅନ୍ତିମ କ୍ରିକେଟ ଟେଷ୍ଟକୁ ବାତିଲ କରିଦିଆଯାଇଛି। ଏହା ବାଂଲାଦେଶ ଟୁର୍‌ର ଶେଷ ମ୍ୟାଚ ଥିଲା। ଦେଶର ପ୍ରଧାନମନ୍ତ୍ରୀ ଜାସିଣ୍ଡା ଆର୍ଡର୍ନ ଘଟଣାର ନିନ୍ଦା କରିବା ସହ ନ୍ୟୁଜିଲାଣ୍ଡ ଇତିହାସରେ ଏହାକୁ ଅନ୍ୟତମ କଳାଦିବସ ବୋଲି କହିଛନ୍ତି।  

ଆକ୍ରମଣର କାରଣ ସ୍ପଷ୍ଟ ଜଣାପଡ଼ି ନ ଥିଲେ ମଧ୍ୟ ଏହା ଏକ ଆତଙ୍କବାଦୀ କାର୍ଯ୍ୟକଳାପ ବୋଲି ସେ କହିଛନ୍ତି। ଖବର ଅନୁସାରେ ବାଂଲାଦେଶ ଟିମ୍‌ ହାଗ୍‌ଲେ ପାର୍କସ୍ଥିତ ଏକ ମସ୍‌ଜିଦ୍‌ରେ ପ୍ରାର୍ଥନା କରିବା ଉଦ୍ଦେଶ୍ୟରେ ଯାଇଥିବାବେଳେ ଏହି ଗୁଳିକାଣ୍ଡ ଘଟିଥିଲା। ଭ୍ରମଣକାରୀ ଦଳର ମ୍ୟାନେଜର ଖାଲେଦ ମାସୁଦ ଏଠାରେ ଖବରଦାତାମାନଙ୍କୁ କହିଛନ୍ତି, ଆମେ ସୌଭାଗ୍ୟ ବଶତଃ ବଞ୍ଚତ୍ୟାଇଛୁ। ମସ୍‌ଜିଦ ଭିତରୁ କ୍ଷତ ବିକ୍ଷତ ଓ ରକ୍ତ ରଞ୍ଜିତ ଅବସ୍ଥାରେ ଲୋକେ ବାହାରୁଥିବା ଆମେ ଦେଖିବାକୁ ପାଇଥିଲୁ। କୌଣସି ଏକ ହରର୍‌ ଫିଲ୍ମର ଦୃଶ୍ୟ ଭଳି ମନେ ହୋଇଥିଲା। ଆକ୍ରମଣ ଭୟରେ ଆମେ ସମସ୍ତେ ଟିମ୍‌ ବସ୍‌ରେ ୮ରୁ ୧୦ ମିନିଟ୍‌ ପର୍ଯ୍ୟନ୍ତ ମୁଣ୍ଡ ନୁଆଁଇ ବସି ରହିବା ଛଡ଼ା ଆମର ଅନ୍ୟ କୌଣସି ଉପାୟ ନ ଥିଲା।  ଘଟଣାବେଳେ ବସ୍‌ ଭିତରେ ଟିମ୍‌ର ଭାରତୀୟ ପର୍‌ଫର୍ମାନ୍ସ ଆନାଲିଷ୍ଟ ଶ୍ରୀନିବାସ ଚନ୍ଦ୍ରସେକରନ ମଧ୍ୟ ଉପସ୍ଥିତ ଥିଲେ। ସେ ହେଉଛନ୍ତି ମୁମ୍ବାଇର ଜଣେ କମ୍ପ୍ୟୁଟର ଇଞ୍ଜିନିୟର, ଯିଏକି ପରବର୍ତ୍ତୀ ସମୟରେ କ୍ରିକେଟ ଆନାଲିଷ୍ଟ ଭାବେ କାର୍ଯ୍ୟ କରିଆସୁଛନ୍ତି। ଆଉ ଜଣେ ଭାରତୀୟ ହେଲେ ଦଳର ସ୍ପିନ ପରାମର୍ଶଦାତା ସୁଶୀଲ ଯୋଶି। ସେ କିନ୍ତୁ ଟିମ୍‌ ହୋଟେଲରେ ଥିଲେ। ଚନ୍ଦ୍ରସେକରନ କହିଛନ୍ତି, ଏଭଳି ଏକ ଭୟାନକ ପରିସ୍ଥିତିରେ ଆମେ ସ୍ତବ୍ଧ ହୋଇଯାଇଥିଲୁ।  କିଛି ସମୟ ଆମେ ନିର୍ବାକ୍‌ ହୋଇଯାଇଥିଲୁ। ଯୋଶିଙ୍କୁ ଏ ବିଷୟରେ ପଚରାଯିବାରେ ସେ କହିଥିଲେ, ମୁଁ ସୁରକ୍ଷିତ ଅଛି। ବର୍ତ୍ତମାନ ମୁଁ ଏହି ଘଟଣା ସମ୍ପର୍କରେ କିଛି କହିପାରିବି ନାହିଁ। ବୁଧବାର ମୁଁ ଭାରତ ଫେରିଯିବି ବୋଲି କହିଥିଲେ।  ଟିମ୍‌ ବସ୍‌ରେ ବାଂଲାଦେଶ ଦଳର ୧୭ଜଣ ସଦସ୍ୟ ଥିଲେ। ସେମାନେ ସୁରକ୍ଷିତ ଭାବେ ହୋଟେଲକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଗୁଳିକାଣ୍ଡକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି। ମୁଖ୍ୟ କାର୍ଯ୍ୟନିର୍ବାହୀ ଡେଭିଡ ରିଚାର୍ଡସନ କହିଛନ୍ତି ତୃତୀୟ ଟେଷ୍ଟ ମ୍ୟାଚକୁ ବାତିଲ ନିଷ୍ପତ୍ତିକୁ ଆଇସିସି ପୂର୍ଣ୍ଣ ସମର୍ଥନ କରୁଛି।

All Right Reserved By

ଖେଳ |

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଦୁବାଇ, ୧୯।୩(ପି.ଟି.)- ଆବୁଧାବିସ୍ଥିତ ଜାୟେଦ କ୍ରିକେଟ ଷ୍ଟାଡିୟମ ଟି୧୦ କ୍ରିକେଟ ଲିଗ୍‌ର ନୂତନ ଭେନ୍ୟୁ ହୋଇଛି। ୨୦୧୯ ସିଜନଠାରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏଠାରେ ଟି୧୦ କ୍ରିକେଟ ଅନୁଷ୍ଠିତ ହେବ। 

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୩(ପି.ଟି.)- ମେକ୍ସିକୋର ଅକାପୁଲକୋଠାରେ ଚାଲିଥିବା  ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଶଟ୍‌ଗନ ବିଶ୍ୱକପ୍‌ରେ ଦୁଇ ଭାରତୀୟ ଶୁଟର୍‌ ପୃଥ୍ବୀରାଜ ତୋଣ୍ଡାଇମାନ ଓ କ୍ୟନନ ଚେନାଇ ପ୍ରଭାବୀ ପ୍ରଦର୍ଶନ କରି ପୁରୁଷ ଟ୍ରାପ୍‌ ଇଭେଣ୍ଟର ଫାଇନାଲ ପଥରେ ଅଗ୍ରସର ହୋଇଛନ୍ତି।

ଭାରତ ପ୍ରଥମେ ଜାପାନକୁ ଭେଟିବ

ଭାରତ ପ୍ରଥମେ ଜାପାନକୁ ଭେଟିବ

ବେଙ୍ଗାଲୁରୁ, ୧୯ା୩ (ପି.ଟି.)-ମାଲେସିଆର ଇପୋଠାରେ ଆଜଲାନ ଶାହ କପ୍‌ ହକି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ସହ ସିଜନ ଆରମ୍ଭ କରିବା ଲାଗି ଲକ୍ଷ୍ୟ ରଖିଛି ଭାରତୀୟ ପୁରୁଷ ହକି ଦଳ।  ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ରବିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ ଅଧିନାୟକ ମନପ୍ରୀତ ସିଂ ଖବରଦାତାମାନଙ୍କ ନିକଟରେ ଏକଥା ପ୍ରକାଶ କରିଛନ୍ତି।

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

କଟକ ଅଫିସ,୧୯ା୩- ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ଅଧିନରେ ଥିବା ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ରେ ବିବାଦ ମୁଣ୍ଡ ଟେକିଛି । ବିବାଦ ପ୍ରସଙ୍ଗ ପଦାରେ ପଡ଼ି ନଥିଲେ ବି ଏ ନେଇ ଆସୋସିଏଶନ ନିକଟରେ ମଧ୍ୟ ଠୋସ ଖବର ରହିଛି । ଖୁବ ଶୀଘ୍ର ଓଡ଼ିଶାରେ ଓଭିଏର ଅନ୍ୟ ଏକ ସମାନ୍ତରାଳ ସଂଘ ତିଆରି ହେବ । ଓଭିଏ ଗାଦିରେ ଥିବା ପଦାଧିକାରୀଙ୍କ ବିରୋଧୀ ଗୋଷ୍ଠୀ ଏହି ସଂଘ ତିଆରି କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟରରେ ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂକୁ ୧୧ ରନରେ ହରାଇ କଟକର ଜୁଭେନାଇଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ନୂଆଦିଲ୍ଲୀ, ୧୯।୩(ପି.ଟି.)- ହଂକଂଠାରେ ମଙ୍ଗଳବାରଠାରୁ ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ ‘ତୋଙ୍ଗ୍‌ ୟୁନ୍‌ କାଇ କପ୍‌’ଅନୁଷ୍ଠିତ ହେବ। ଏଥିଲାଗି ଏଚ୍‌.ଏସ୍‌. ପ୍ରଣୟଙ୍କ ନେତୃତ୍ୱରେ ସୋମବାର ୧୩ ଜଣିଆ ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ ଘୋଷଣା ହୋଇଛି। 

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଫେଡେରେଶନ୍‌ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ପୂର୍ଣ୍ଣିମା ହେମ୍ବ୍ରମ ଏବେ ଇଞ୍ଜୁରି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ସୋମବାର ଶେଷ ହୋଇଥିବା ୨୩ତମ ଫେଡେରେଶନ କପ୍‌ ଜାତୀୟ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ଡବଲ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ପୂର୍ବରୁ ମହିଳା ୨୦୦ ମିଟରରେ ସ୍ବର୍ଣ୍ଣ ପାଇଥିବା ଏହି ଓଡ଼ିଆ ଯୁବତୀ ସୋମବାର ୧୦୦ ମିଟରରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୧୦୦ ମିଟର ଫାଇନାଲରେ ସେ ୧୧.୪୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି।

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିସ୍‌ପୁଟ୍‌ ରିଜୋଲ୍ୟୁଶନ କମିଟିରେ ଏହାର କ୍ଷତିପୂରଣ ମାମଲା ହାରିଯିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପ୍ରାୟ ୧.୬ନିୟୁତ ଆମେରିକୀୟ ଡଲାର ପ୍ରଦାନ  କରିବାକୁ ହୋଇଛି।

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୧୮।୩(ଏଏଫ୍‌ପି)- କାନାଡାର ଯୁବ ଟେନିସ ଖେଳାଳି ବାଏଙ୍କା ଆଣ୍ଡ୍ରେସ୍କୁ ଇଣ୍ଡିଆନ ଓ୍ବେଲ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ୧୮ ବର୍ଷୀୟା ଏହି କାନାଡା ତାରକା ଫାଇନାଲ ମ୍ୟାଚ୍‌ରେ ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ କର୍ବରଙ୍କୁ ୬-୪, ୩-୬, ୬-୪ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି।

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ହାଇଦ୍ରାବାଦ,୧୮।୩- ଅଷ୍ଟ୍ରେଲିଆର ପୂର୍ବତନ ଉପ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଅଭ୍ୟାସ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। 

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ମୁମ୍ବାଇ,୧୮।୩(ପିଟି)- ଜାତୀୟ ଆଣ୍ଟିଂ ଡୋପିଂ ସଂସ୍ଥା (ନାଡା) ସହ କାର୍ଯ୍ୟ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସ୍ବଭାବରେ ପରିବର୍ତ୍ତନ ଆଣିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା