ଖେଳ |

ସୁପର କପ୍‌ ଫୁଟବଲ ମିନର୍ଭା ଖେଳିଲାନି: ପୁଣେକୁ ଓ୍ବାକ୍‌ ଓଭର

ସୁପର କପ୍‌ ଫୁଟବଲ  ମିନର୍ଭା ଖେଳିଲାନି:  ପୁଣେକୁ ଓ୍ବାକ୍‌ ଓଭର

ଭୁବନେଶ୍ୱର,୧୬।୩(ସ୍ପୋଟର୍‌ସ ବ୍ୟୁରୋ)- ଯାହା ଆଶଙ୍କା କରାଯାଉଥିଲା ତାହା ହେଲା।  ଶୁକ୍ରବାର ଖେଳାଯିବାକୁ ଥିବା ଏଫ୍‌ସି ପୁଣେ ସିଟି ବିପକ୍ଷ ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମିନର୍ଭା ପଞ୍ଜାବ ଅନୁପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛି। ଫଳରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ଦେଶର ଅଗ୍ରଣୀ ନକ୍‌ ଆଉଟ ଫୁଟବଲ ଟୁର୍ନାମେଣ୍ଟ ସୁପର କପ୍‌ ନେଇ ଅନିଶ୍ଚିତତା ଜାରି ରହିଛି ଓ ଟୁର୍ନାମେଣ୍ଟ ଆୟୋଜନ ନେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ମିନର୍ଭା ମ୍ୟାଚ୍‌ ନ ଖେଳିବାରୁ ପୁଣେ ସିଟି ଓ୍ବାକ୍‌ ଓଭର ପାଇ ସିଧାସଳଖ ଫାଇନାଲ ରାଉଣ୍ଡରେ ପ୍ରବେଶ କରିଛି। ଯଦି ସବୁ କିଛି ଠିକ୍‌ଠାକ ଚାଲେ ଫାଇନାଲ ରାଉଣ୍ଡରେ ପୁଣେ ୩୧ ତାରିଖରେ ଖେଳାଯିବାକୁ ଥିବା ଦ୍ୱିତୀୟ ମ୍ୟାଚ୍‌ରେ ଚେନ୍ନାଇ ସିଟି ଏଫ୍‌ସିକୁ ଭେଟିବ। ମିନର୍ଭାର ଏଭଳି ଆଚରଣକୁ ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅସନ୍ତୋଷ ଜାହିର କରିଛି। ମିନର୍ଭାର ଏଭଳି ନିଷ୍ପତ୍ତି ଗ୍ରହଣୀୟ ନୁହଁ ବୋଲି ଏଆଇଏଫ୍‌ଏଫ୍‌ କହିଛି। କେବଳ ସେତିକ ନୁହଁ ମ୍ୟାଚ୍‌ ପୂର୍ବରୁ ଖବରଦାତା ସମ୍ମିଳନୀରେ ଗୋକୁଳମ୍‌ କେରଳ ଓ ଆଇଜଲ ଏଫ୍‌ସି ଅନୁପସ୍ଥିତ ରହିବାରୁ ଶନିବାର ଖେଳାଯିବାକୁ ଥିବା ଦୁଇଟି କ୍ୱାଲିଫାୟର ମ୍ୟାଚ୍‌ ନେଇ ଆଶଙ୍କା ପ୍ରକାଶ ପାଇଛି। ମିନର୍ଭା ସମେତ ପୂର୍ବରୁ ଏହି ଟୁର୍ନାମେଣ୍ଟରୁ ଆଇ- ଲିଗ୍‌ର ୮ଟି ଦଳ ଓହରିଯିବାକୁ ଘୋଷଣା କରିଥିଲେ। ଫଳରେ ସୁପର କପ୍‌ର ଏହି ଦ୍ୱିତୀୟ ସଂସ୍କରଣ ଏଥର ତା’ର ଗୌରବ ତଥା ଆକର୍ଷଣ ହରାଇବା ଏକପ୍ରକାର ସ୍ପଷ୍ଟ ହୋଇଛି। 

ଏଆଇଏଫ୍‌ଏଫ୍‌ର ଅବହେଳା ତଥା ବୈମାତୃକ ମନୋଭାବକୁ ବିରୋଧ କରି ଆଇ- ଲିଗ୍‌ର ମିନର୍ଭା, ଚେନ୍ନାଇ ସିଟି, ଇଷ୍ଟ ବେଙ୍ଗଲ, ମୋହନ ବାଗାନ, ନେରୋକା, ଆଇଜଲ, ଗୋକୁଳମ କେରଳ ସମେତ ୮ ଦଳ ସୁପର କପ୍‌ରୁ ଓହରିଯିବାକୁ ନିଷ୍ପତ୍ତି ନେଇଥିଲେ। ଏହା ସତ୍ତ୍ୱେ ଆଶ୍ଚର୍ଯ୍ୟଜନକ ଭାବେ ଏହି ୮ଟି ଦଳ ମଧ୍ୟରୁ ୩ଟି ଦଳ ମିନର୍ଭା, ଗୋକୁଳମ କେରଳ ଓ ଆଇଜଲ ଏଫ୍‌ସି ସମ୍ପୂର୍ଣ୍ଣ ସାମର୍ଥ୍ୟ ସହ ଭୁବନେଶ୍ୱର ଆସିଛନ୍ତି। ଏହି ଦଳଗୁଡିକ ଶୁକ୍ରବାର ସମେତ ଶନିବାର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି। ମିନର୍ଭା ଏହା ପୂର୍ବରୁ ମ୍ୟାଚ୍‌ ପୂର୍ବର ଖବରଦାତା ସମ୍ମିଳନୀରେ ଯୋଗ ଦେଇ ନ ଥିଲା। ଏଥିସହିତ ଶୁକ୍ରବାର ଖେଳାଯିବାକୁ ଥିବା ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ପୁଣେ ସିଟି ଏଫ୍‌ସି ବିପକ୍ଷ ପ୍ରଥମ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ରେ ଅନୁପସ୍ଥିତ ରହି ଓହରିଯାଇଛି। 

ପୁଣି ଶନିବାର ଖେଳାଯିବାକୁ ଥିବା ତୃତୀୟ ଓ ଚତୁର୍ଥ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପାଇଁ ଆୟୋଜିତ ହୋଇଥିବା ଖବରଦାତା ସମ୍ମିଳନୀରେ ଗୋକୁଳମ ଓ ଆଇଜଲ ଅନୁପସ୍ଥିତ ରହିଥିଲେ। ଏହି ଦୁଇ ଦଳ କାର୍ଯ୍ୟସୂଚୀ ଅନୁଯାୟୀ ଯଥାକ୍ରମେ ଦିଲ୍ଲୀ ଡାଇନାମୋସ ଓ ଚେନ୍ନାଇନ୍‌ ଏଫ୍‌ସିକୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ଚେନ୍ନାଇନ୍‌ ବିପକ୍ଷରେ ଆଇଜଲ ଖେଳିବ ନାହିଁ ବୋଲି ସ୍ପଷ୍ଟ କରିଛି। ଶନିବାର ଆମେ ଚେନ୍ନାଇନ୍‌ ବିପକ୍ଷରେ ଖେଳିବୁନି । ଏଆଇଏଫ୍‌ଏଫ୍‌ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ, ତେଣୁ ଖେଳିବାର ସମ୍ଭାବନା ନାହିଁ ବୋଲି ବୋଲି ଆଇଜଲ ତରଫରୁ କୁହାଯାଇଛି। ଆମେ ଆଇ- ଲିଗ୍‌ର ୮ଟି ଦଳ ସଂଗଠିତ ହୋଇ ରହିଛୁ ଓ ମିଳିତ ଭାବେ ନିଷ୍ପତ୍ତି ନେବୁ ବୋଲି ଆଇଜଲ ବୈଷୟିକ ନିର୍ଦ୍ଦେଶକ ତଥା ଟିମ୍‌ ମ୍ୟାନେଜର ଡି. ହମିଙ୍ଗଥାନା କହିଛନ୍ତି।

ଅନ୍ୟପଟେ ମିନର୍ଭାର ଏହି ନିଷ୍ପତ୍ତି ଦେଶରେ ଫୁଟବଲର ଯଥେଷ୍ଟ କ୍ଷତି ପହଞ୍ଚାଇବ ବୋଲି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶଲ ଦାସ କହିଛନ୍ତି। ଏଆଇଏଫ୍‌ଏଫ୍‌ ଓ କ୍ଲବ୍‌ଗୁଡିକ ମଧ୍ୟରେ ମତପାର୍ଥକ୍ୟ ଥାଇପାରେ। କିନ୍ତୁ ଏଥିପାଇଁ ମ୍ୟାଚ୍‌ରୁ ଓହରିଯିବା ଏକ ପ୍ରକାର ପାଗଳାମି ଓ ଏହା ଗ୍ରହଣୀୟ ନୁହଁ ବୋଲି ଦାସ କହିଛନ୍ତି। ତେବେ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ଦ୍ୱାର ଖୋଲା ରହିଛି ବୋଲି ସେ କହିଛନ୍ତି।  ବର୍ତ୍ତମାନ ମିନର୍ଭା ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। କ୍ଲବ୍‌ଗୁଡିକ ପୁଣି ମୁଖ୍ୟସ୍ରୋତରେ ସାମିଲ ହେବା ସହ ଫୁଟବଲ ଖେଳିବେ ବୋଲି ସେ ଆଶା ପ୍ରକାଶ କରିଛନ୍ତି। ମିନର୍ଭା ଉପରେ କୌଣସି ଅର୍ଥଦଣ୍ଡ ଲାଗୁ କରାଯିବ କି ବୋଲି ପ୍ରଶ୍ନକୁ ସେ ଏଡାଇଯାଇଛନ୍ତି। ଟୁର୍ନାମେଣ୍ଟର ନିୟମ ଅନୁସାରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। 

ଏଆଇଏଫ୍‌ଏଫ୍‌ ଦ୍ୱାରା ଆଇ- ଲିଗ୍‌ର ସବୁ କ୍ଳବ ଅବହେଳିତ ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି। ଗତ ଫେବୃୟାରୀରେ କ୍ଲବ୍‌ଗୁଡିକ ଲିଖିତ ଭାବେ ଚିଠି ଲେଖି ଏଆଇଏଫ୍‌ଏଫ୍‌କୁ ଜଣାଇଥିଲେ। ଟାଇଟଲ ପ୍ରାୟୋଜକ ଥାଇ ମଧ୍ୟ ଏଆଇଏଫ୍‌ଏଫ୍‌ ଆର୍ଥିକ ଭାବେ କିଛି ସହାୟତା ପ୍ରଦାନ କରୁନାହିଁ ଓ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି) ମ୍ୟାଚ୍‌ ଖେଳିବାର ସୁଯୋଗ ମଧ୍ୟ ଦିଆଯାଉ ନାହିଁ ବୋଲି ମିନର୍ଭା ପୂର୍ବରୁ ଅଭିଯୋଗ ଆଣିଥିଲା। 

ଉଲ୍ଲେଖଥାଉ କି, ଏଆଇଏଫ୍‌ଏଫ୍‌ ଆନୁକୂଲ୍ୟରେ ନକ୍‌ଆଉଟ୍‌ ଭିତ୍ତିରେ ସୁପର କପ୍‌ ଟୁର୍ନାମେଣ୍ଟ ଖେଳାଯାଇଥାଏ। ଏଥିରେ ଆଇ- ଲିଗ୍‌ ଓ ଆଇଏସ୍‌ଏଲ୍‌ର ଶ୍ରେଷ୍ଠ ୬ଟି ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଥାନ୍ତି। ତେବେ ଉଭୟ ଲିଗ୍‌ର ନିମ୍ନରେ ଥିବା ୪ଟି ଲେଖାଏ ଦଳକୁ ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡ ଖେଳିବାକୁ ହୋଇଥାଏ। ଫାଇନାଲ ରାଉଣ୍ଡ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖରେ ଶେଷ ହେବ। ସେହିପରି ଏପ୍ରିଲ ୪ରୁ ୭ ତାରିଖ ମଧ୍ୟରେ ୪ଟି ଯାକ କ୍ୱାର୍ଟର ଫାଇନାଲ, ୯ ଓ ୧୦ରେ ସେମି, ଶେଷରେ ଏପ୍ରିଲ ୧୩ରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। 

All Right Reserved By

ଖେଳ |

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଆବୁଧାବି ଷ୍ଟାଡିୟମରେ ଟି୧୦ ଲିଗ୍‌ର ନୂଆ ଭେନ୍ୟୁ

ଦୁବାଇ, ୧୯।୩(ପି.ଟି.)- ଆବୁଧାବିସ୍ଥିତ ଜାୟେଦ କ୍ରିକେଟ ଷ୍ଟାଡିୟମ ଟି୧୦ କ୍ରିକେଟ ଲିଗ୍‌ର ନୂତନ ଭେନ୍ୟୁ ହୋଇଛି। ୨୦୧୯ ସିଜନଠାରୁ ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ଏଠାରେ ଟି୧୦ କ୍ରିକେଟ ଅନୁଷ୍ଠିତ ହେବ। 

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ଶଟ୍‌ଗନ ବିଶ୍ୱକପ୍‌ରେ ପୃଥ୍ବୀରାଜ, କ୍ୟନନଙ୍କ ପ୍ରଭାବୀ ପ୍ରଦର୍ଶନ

ନୂଆଦିଲ୍ଲୀ, ୧୯।୩(ପି.ଟି.)- ମେକ୍ସିକୋର ଅକାପୁଲକୋଠାରେ ଚାଲିଥିବା  ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଶଟ୍‌ଗନ ବିଶ୍ୱକପ୍‌ରେ ଦୁଇ ଭାରତୀୟ ଶୁଟର୍‌ ପୃଥ୍ବୀରାଜ ତୋଣ୍ଡାଇମାନ ଓ କ୍ୟନନ ଚେନାଇ ପ୍ରଭାବୀ ପ୍ରଦର୍ଶନ କରି ପୁରୁଷ ଟ୍ରାପ୍‌ ଇଭେଣ୍ଟର ଫାଇନାଲ ପଥରେ ଅଗ୍ରସର ହୋଇଛନ୍ତି।

ଭାରତ ପ୍ରଥମେ ଜାପାନକୁ ଭେଟିବ

ଭାରତ ପ୍ରଥମେ ଜାପାନକୁ ଭେଟିବ

ବେଙ୍ଗାଲୁରୁ, ୧୯ା୩ (ପି.ଟି.)-ମାଲେସିଆର ଇପୋଠାରେ ଆଜଲାନ ଶାହ କପ୍‌ ହକି ପ୍ରତିଯୋଗିତାରେ ପ୍ରଭାବୀ ପ୍ରଦର୍ଶନ ସହ ସିଜନ ଆରମ୍ଭ କରିବା ଲାଗି ଲକ୍ଷ୍ୟ ରଖିଛି ଭାରତୀୟ ପୁରୁଷ ହକି ଦଳ।  ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଲାଗି ରବିବାର ରାତିରେ ଦେଶ ଛାଡ଼ିବା ପୂର୍ବରୁ ଅଧିନାୟକ ମନପ୍ରୀତ ସିଂ ଖବରଦାତାମାନଙ୍କ ନିକଟରେ ଏକଥା ପ୍ରକାଶ କରିଛନ୍ତି।

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

ଭଲିବଲ ସଂଘରେ ମୁଣ୍ଡ ଟେକୁଛି ବିବାଦ

କଟକ ଅଫିସ,୧୯ା୩- ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ଅଧିନରେ ଥିବା ଓଡ଼ିଶା ଭଲିବଲ ଆସୋସିଏଶନ(ଓଭିଏ)ରେ ବିବାଦ ମୁଣ୍ଡ ଟେକିଛି । ବିବାଦ ପ୍ରସଙ୍ଗ ପଦାରେ ପଡ଼ି ନଥିଲେ ବି ଏ ନେଇ ଆସୋସିଏଶନ ନିକଟରେ ମଧ୍ୟ ଠୋସ ଖବର ରହିଛି । ଖୁବ ଶୀଘ୍ର ଓଡ଼ିଶାରେ ଓଭିଏର ଅନ୍ୟ ଏକ ସମାନ୍ତରାଳ ସଂଘ ତିଆରି ହେବ । ଓଭିଏ ଗାଦିରେ ଥିବା ପଦାଧିକାରୀଙ୍କ ବିରୋଧୀ ଗୋଷ୍ଠୀ ଏହି ସଂଘ ତିଆରି କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଜୁଭେନାଇଲ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟରରେ ଭୁବନେଶ୍ୱରର ପାରାମାଉଣ୍ଟ ସ୍ପୋର୍ଟିଂକୁ ୧୧ ରନରେ ହରାଇ କଟକର ଜୁଭେନାଇଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ରେ ଓଡ଼ିଶାର ଋତୁପର୍ଣ୍ଣା

ନୂଆଦିଲ୍ଲୀ, ୧୯।୩(ପି.ଟି.)- ହଂକଂଠାରେ ମଙ୍ଗଳବାରଠାରୁ ବ୍ୟାଡ୍‌ମିଣ୍ଟନ ଏସିଆ ଟିମ୍‌ ଚାମ୍ପିୟନଶିପ୍‌ ‘ତୋଙ୍ଗ୍‌ ୟୁନ୍‌ କାଇ କପ୍‌’ଅନୁଷ୍ଠିତ ହେବ। ଏଥିଲାଗି ଏଚ୍‌.ଏସ୍‌. ପ୍ରଣୟଙ୍କ ନେତୃତ୍ୱରେ ସୋମବାର ୧୩ ଜଣିଆ ଭାରତୀୟ ବ୍ୟାଡ୍‌ମିଣ୍ଟନ ଟିମ୍‌ ଘୋଷଣା ହୋଇଛି। 

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଇଞ୍ଜୁରି ସମସ୍ୟାକୁ ନେଇ ପୂର୍ଣ୍ଣିମା ଚିନ୍ତିତ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ଫେଡେରେଶନ୍‌ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ପୂର୍ଣ୍ଣିମା ହେମ୍ବ୍ରମ ଏବେ ଇଞ୍ଜୁରି ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି।

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଦୂତୀଙ୍କୁ ସ୍ବର୍ଣ୍ଣ, ପୂର୍ଣ୍ଣିମା ରୌପ୍ୟ

ଭୁବନେଶ୍ୱର, ୧୯।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ସୋମବାର ଶେଷ ହୋଇଥିବା ୨୩ତମ ଫେଡେରେଶନ କପ୍‌ ଜାତୀୟ ସିନିୟର ଆଥଲେଟିକ୍‌ ଚାମ୍ପିୟନଶିପ୍‌ରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ ଦକ୍ଷତା ଅନୁସାରେ ପ୍ରଦର୍ଶନ କରି ଡବଲ ସ୍ବର୍ଣ୍ଣ ପଦକଲାଭ କରିଛନ୍ତି। ପୂର୍ବରୁ ମହିଳା ୨୦୦ ମିଟରରେ ସ୍ବର୍ଣ୍ଣ ପାଇଥିବା ଏହି ଓଡ଼ିଆ ଯୁବତୀ ସୋମବାର ୧୦୦ ମିଟରରେ ମଧ୍ୟ ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୧୦୦ ମିଟର ଫାଇନାଲରେ ସେ ୧୧.୪୫ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି।

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ବିସିସିଆଇକୁ କ୍ଷତିପୂରଣ ଦେଲା ପାକିସ୍ତାନ କ୍ରିକେଟ ବୋର୍ଡ

ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଡିସ୍‌ପୁଟ୍‌ ରିଜୋଲ୍ୟୁଶନ କମିଟିରେ ଏହାର କ୍ଷତିପୂରଣ ମାମଲା ହାରିଯିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପ୍ରାୟ ୧.୬ନିୟୁତ ଆମେରିକୀୟ ଡଲାର ପ୍ରଦାନ  କରିବାକୁ ହୋଇଛି।

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ: କର୍ବରଙ୍କୁ ହରାଇ ବାଏଙ୍କା ଚାମ୍ପିୟନ

ଇଣ୍ଡିଆନ ଓ୍ବେଲ୍ସ (ୟୁଏସ୍‌), ୧୮।୩(ଏଏଫ୍‌ପି)- କାନାଡାର ଯୁବ ଟେନିସ ଖେଳାଳି ବାଏଙ୍କା ଆଣ୍ଡ୍ରେସ୍କୁ ଇଣ୍ଡିଆନ ଓ୍ବେଲ୍ସ ମହିଳା ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ୧୮ ବର୍ଷୀୟା ଏହି କାନାଡା ତାରକା ଫାଇନାଲ ମ୍ୟାଚ୍‌ରେ ଓ୍ବିମ୍ବେଲଡନ ଚାମ୍ପିୟନ ଆଞ୍ଜେଲିକ କର୍ବରଙ୍କୁ ୬-୪, ୩-୬, ୬-୪ ସେଟ୍‌ରେ ପରାସ୍ତ କରି ଏହି ସଫଳତା ପାଇଛନ୍ତି।

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ଅଭ୍ୟାସ ମ୍ୟାଚ୍‌ରେ ଓ୍ବାର୍ନରଙ୍କ ବିସ୍ଫୋରକ ଅର୍ଦ୍ଧଶତକ

ହାଇଦ୍ରାବାଦ,୧୮।୩- ଅଷ୍ଟ୍ରେଲିଆର ପୂର୍ବତନ ଉପ ଅଧିନାୟକ ଡେଭିଡ୍‌ ଓ୍ବାର୍ନର ଅଭ୍ୟାସ ମ୍ୟାଚରେ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। 

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ନାଡା ସହ କାର୍ଯ୍ୟ କରିବ ବିସିସିଆଇ

ମୁମ୍ବାଇ,୧୮।୩(ପିଟି)- ଜାତୀୟ ଆଣ୍ଟିଂ ଡୋପିଂ ସଂସ୍ଥା (ନାଡା) ସହ କାର୍ଯ୍ୟ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ସ୍ବଭାବରେ ପରିବର୍ତ୍ତନ ଆଣିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା