ଅପରାଧ | ବ୍ରହ୍ମପୁର

ଦମ୍ପତିଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଜେଲ

ଦମ୍ପତିଙ୍କୁ ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ ଜେଲ

ଛତ୍ରପୁର,୧୫।୩(ଡି.ଏନ.ଏ.)-ଛତ୍ରପୁର ଥାନା ବଡମାଧପୁର ଗାଁରେ ଦମ୍ପତିଙ୍କୁ ଆକ୍ରମଣ ଓ ତାଙ୍କ ଘରେ ପଶି ଭଙ୍ଗାରୁଜା କରିବା ମାମଲାର ମୁଖ୍ୟ ଅଭିଯୁକ୍ତ ୬ ମାସ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ଛତ୍ରପୁର ଥାନା ବଡମାଧପୁର ଗାଁର ଏନ୍‌. କ୍ରିଷ୍ଣା ରେଡ୍ଡୀ। ଛତ୍ରପୁର ସବ୍‌ଡିଭିଜନାଲ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଜୟ ପ୍ରକାଶ ନାୟକ ଦଣ୍ଡାଦେଶ ଶୁଣାଇଛନ୍ତି। ଦଣ୍ଡାଦେଶ ପାଇଥିବା ଜଣକହେଲେ ଛତ୍ରପୁର ଥାନା ବଡମାଧପୁର ଗାଁର ଏନ୍‌. କ୍ରିଷ୍ଣା ରେଡ୍ଡୀ। ଅପରପକ୍ଷରେ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅନ୍ୟ ଅଭିଯୁକ୍ତମାନଙ୍କୁ ବିଚାରପତି ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରକାଶ ଯେ, ୨୦୧୭ ଅଗଷ୍ଟ ୩ରେ କ୍ରିଷ୍ଣା ଏବଂ ଅନ୍ୟମାନେ ଉକ୍ତ ଗାଁର ସୁବାସ ସାହୁଙ୍କ ଘରେ ପଶି ଭଙ୍ଗାରୁଜା କରିଥିଲେ। ପରେ ସୁବାସ ଓ ତାଙ୍କ ସ୍ତ୍ରୀ ଲିଲିଙ୍କୁ ଆକ୍ରମଣ କରିଥିଲେ। ଏନେଇ ଲିଲିଙ୍କ ପକ୍ଷରୁ ୨୦୧୭ ଅଗଷ୍ଟ ୪ରେ ଛତ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ଏହାକୁ ଭିତ୍ତିକରି ଛତ୍ରପୁର ପୋଲିସ (ନଂ.୧୦୭/୧୭)ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ କ୍ୟାଡର୍‌ ଏପିପି ରାଜେଶ କୁମାର ମିଶ୍ର, ଏପିପି କୃଷ୍ଣ ଚନ୍ଦ୍ର ବେହେରା ଏବଂ ମୁଦାଲା ପକ୍ଷରୁ ପଦ୍ମ ଚରଣ ସାହୁ ମାମଲା ପରିଚାଳନା କରୁଥିଲେ।

All Right Reserved By

ଅପରାଧ | ବ୍ରହ୍ମପୁର

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ଜିଲା ମିର୍ଜାପୁର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୁଣା ବଜାର ପୋଲିସ ୧୦୦୦ ଲିଟର ଦେଶୀ ମଦ ବୋଝେଇ ଏକ ବୋଲେରୋ ଜବତ କରିଛି l 

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁର,୧୯ା୩(ସ୍ବ.ପ୍ର.)- ରଣପୁର ଥାନା ଚମ୍ପତିପୁର ଛକରେ ମଙ୍ଗଳବାର ପୋଲିସ ଚଢାଉ କରି ୩୬ ବୋତଲ ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନିରଞ୍ଜନ ପାତ୍ର (୩୪) ଓ ଅଭିମନୁ ସାହୁ (୩୦)।

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସ କବ୍‌ଜାରେ ୫ଜଣିଆ ଡକାୟତି ଦଳ

ପୋଲିସ କବ୍‌ଜାରେ ୫ଜଣିଆ ଡକାୟତି ଦଳ

ସୋରଡା,୧୯ା୩(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି। ସୋମବାର ମଧ୍ୟ ରାତିରେ ସୋରଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗାଜଲବାଡି-ଦାରିଙ୍ଗବାଡି ରାସ୍ତା ୨ନଂ. ଘାଟିରେ ଚଢାଉ କରି ଡକାୟତି ପାଇଁ ଯୋଜନା କରୁଥିବା ଏକ ୫ଜଣିଆ ଦଳକୁ କାବୁ କରିଛି। ସେମାନେ ହେଲେ ଆସିକା ପାକଲାପଲିର ଟୁକୁନା ପରିଡା, ଗଉଡିଆର ପ୍ରମୋଦ ପ୍ରଧାନ, କବିସୂର୍ଯ୍ୟନଗରରର ରବୀନ୍ଦ୍ର ଦଳେଇ, ପାକଲାପଲିର ଚକାନୟନ ନାହାକ, ଭଞ୍ଜନଗର ଗୋଲାସାହିର ଭାଗିରଥି ନାୟକ। ସେମାନଙ୍କ ନିକଟରୁ ୨ଟି ଦୁଇ ଚକିଆ ଗାଡି, ଗୋଟିଏ ବନ୍ଧୁକ, ୨ଟି ଖଣ୍ଡା, ୩ଟି ଟର୍ଚ୍ଚ ଲାଇଟ, ଲୁହାରଡ ଆଦି ଜବତ କରାଯାଇଛି। ଏନେଇ ନଂ.୪୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବଡଗଡ, ବୁଗୁଡା, ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର ଥାନାରେ ୩୦ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।

ନକଲି  ଜର୍ଦ୍ଦା  କାରଖାନରେ ଚଢ଼ାଉ : ଲକ୍ଷାଧିକ  ଟଙ୍କାର  ଜର୍ଦ୍ଦା , ଯନ୍ତ୍ରାଂଶ  ଜବତ

ନକଲି ଜର୍ଦ୍ଦା କାରଖାନରେ ଚଢ଼ାଉ : ଲକ୍ଷାଧିକ ଟଙ୍କାର ଜର୍ଦ୍ଦା , ଯନ୍ତ୍ରାଂଶ ଜବତ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା  ପୁରୁଣା ବଜାର ପୋଲିସ ସୋମବାର  ବିଳମ୍ବିତ  ରାତିରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି l ଥାନାଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଛଡ଼ାକମହଲା  ସୁଲତାନନଗରରେ ବହୁଦିନ ଧରି  ଚାଲିଥିବା ଏହି  ନକଲି ଜର୍ଦ୍ଦା କାରଖାନା ଉପରେ  ଚଢ଼ାଉ କରାଯାଇଥିଲା।

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ବୌଦ୍ଧ, ୧୮।୩ (ସ୍ବ.ପ୍ର.)-   ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ  ସୋମବାର ବୌଦ୍ଧ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଭିଲାନସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜ ଘରର ବିଦ୍ୟୁତ୍‌ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଛନ୍ତି। 

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

କୋଲାବିରା,୧୮।୩ (ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀରନ୍ଧା ମଦ ପ୍ରସ୍ତୁତ କରାଯାଇ ବ୍ୟବସାୟ କରାଯାଉଛି। ଲୋକେ ଏହାକୁ ଆୟର ପନ୍ଥା ଭାବେ ଗ୍ରହଣ କରି ନେଉଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା