ସମ୍ପାଦକୀୟ |

ପାର୍ଶ୍ୱପ୍ରବେଶ

 ପାର୍ଶ୍ୱପ୍ରବେଶ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌

ପାର୍ଶ୍ୱପ୍ରବେଶ (ଲାଟରାଲ ଏଣ୍ଟ୍ରି) ଦିଗରେ ମୋଦି ସରକାରଙ୍କ ପଦକ୍ଷେପ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। କେନ୍ଦ୍ର ସରକାରଙ୍କ ୧୦ଟି ଯୁଗ୍ମ ସଚିବ ପଦରେ ନିଯୁକ୍ତି ପାଇଁ ଗତବର୍ଷ ଘରୋଇ କ୍ଷେତ୍ରରୁ ଆସିଥିବା ପ୍ରାୟ ୬୦୦୦ ଦରଖାସ୍ତ ମଧ୍ୟରୁ ୮୯ ଜଣଙ୍କ ନାମକୁ ଶର୍ଟଲିଷ୍ଟ କରାଯାଇଥିବା ଜଣାପଡ଼ିଛି। ଉକ୍ତ ୧୦ଟି ପଦବୀ ରାଜସ୍ବ, ଅର୍ଥସେବା, ଅର୍ଥନୈତିକ ବ୍ୟାପାର, କୃଷି ଓ କୃଷକ କଲ୍ୟାଣ, ସଡ଼କ ପରିବହନ ଓ ରାଜପଥ, ନୌପରିବହନ, ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ନୂତନ ଓ ନବୀକରଣଯୋଗ୍ୟ ଶକ୍ତି, ବେସାମରିକ ବିମାନ ଚଳାଚଳ ଓ ବାଣିଜ୍ୟ ବିଭାଗରେ ଖାଲିପଡ଼ିଛି। ଗତବର୍ଷ ଡିସେମ୍ବର ମାସରେ କାର୍ମିକ ମନ୍ତ୍ରଣାଳୟ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍‌ସି) ହାତରେ ଉକ୍ତ ପ୍ରାର୍ଥୀ ଚୟନ ଦାୟିତ୍ୱ ନ୍ୟସ୍ତ କରିଥିଲା। ୟୁପିଏସ୍‌ସି ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ନିଜର ଯୋଗ୍ୟତା, ଅଭିଜ୍ଞତା ଆଦି ପୁଙ୍ଖାନୁପୁଙ୍ଖ ବିବରଣୀଯୁକ୍ତ ଦରଖାସ୍ତ ଆହ୍ବାନ କରିଥିଲା। ଉକ୍ତ ୮୯ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ ଲେଖାଏ କୃଷି ସମବାୟ ଓ କୃଷକ କଲ୍ୟାଣ ଏବଂ ନୌପରିବହନ, ୧୩ ଜଣ ବେସାମରିକ ବିମାନ ଚଳାଚଳ, ୧୦ ଜଣ ଅର୍ଥସେବା, ୯ ଜଣ ଲେଖାଏ ରାଜସ୍ବ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି, ୮ ଜଣ ସଡ଼କ ପରିବହନ ଓ ରାଜପଥ, ୭ ଜଣ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ୩ ଜଣ ଅର୍ଥନୈତିକ ବ୍ୟାପାର ବିଭାଗ ଏବଂ ୨ ଜଣ ବାଣିଜ୍ୟ ବିଭାଗରେ ଯୁଗ୍ମ ସଚିବ ପଦରେ ନିଯୁକ୍ତି ପାଇଁ ସଂକ୍ଷିପ୍ତୀକୃତ ତାଲିକାରେ ସ୍ଥାନ ପାଇଛନ୍ତି। ବାବୁମାନଙ୍କ ପାଇଁ ଉଦ୍ଦିଷ୍ଟ ଏହି ପଦବୀଗୁଡ଼ିକରେ ଅଣବାବୁମାନଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରକ୍ରିୟା ଚାଲିଥିବାରୁ ବାବୁମାନେ ଏହାକୁ ଘୋର ବିରୋଧ କରୁଥିବା ଦେଖାଯାଉଛି। ସେଥିପାଇଁ ସରକାରଙ୍କ ନୀତି ଅନୁଯାୟୀ ସତର୍କତାର ସହ ପ୍ରକ୍ରିୟା ଚାଲିଥିବାରୁ ଏଥିରେ ବିଳମ୍ବ ଘଟୁଥିବା କୁହାଯାଉଛି। 

ତେବେ ବାବୁଗିରିରେ ଅଣବାବୁଙ୍କ ପ୍ରବେଶ କିଛି ନୂଆ ନୁହେଁ। ମାତ୍ର ଅଣବାବୁମାନଙ୍କୁ ଏଥିରୁ ଦୂରେଇ ରଖିବାକୁ ଚାହୁଁଥିବା ବାବୁମାନେ ଉକ୍ତ ପ୍ରକ୍ରିୟାକୁ ସବୁବେଳେ ବିରୋଧ କରିଆସିଛନ୍ତି। ଯଦିଚ ପ୍ରତ୍ୟେକ ସରକାରରେ ଅଣବାବୁଙ୍କ ପାର୍ଶ୍ୱପ୍ରବେଶର ଦୃଷ୍ଟାନ୍ତ ରହିଛି, ମୋଦି ସରକାର ଏ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ନୀତି ଗ୍ରହଣ କରିଛନ୍ତି। 

ପାର୍ଶ୍ୱପ୍ରବେଶର ପ୍ରଥମ ପ୍ରଚେଷ୍ଟା କରାଯାଇଥିଲା ୧୯୫୯ ମସିହାରେ, ଯେତେବେଳେ ତତ୍କାଳୀନ ସରକାର ଘରୋଇ କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ଆଣିବାର ଆବଶ୍ୟକତା ଅନୁଭବ କରିବା ସହ ଇଣ୍ଡଷ୍ଟ୍ରିଆଲ ମ୍ୟାନେଜ୍‌ମେଣ୍ଟ ପୁଲ୍‌ (ଆଇଏମ୍‌ପି) ପ୍ରତିଷ୍ଠା କରିଥିଲେ। ଏହା ମାଧ୍ୟମରେ ମେଧାବୀମାନଙ୍କ ଦ୍ୱାରା ମଧ୍ୟମ ଓ ଉଚ୍ଚସ୍ତରର ପଦବୀ ପୂରଣ କରିବାର ଲକ୍ଷ୍ୟ ରହିଥିଲା। ଏହି ଅବସରରେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକରେ ଭି. କୃଷ୍ଣମୂର୍ତ୍ତି (ସେଲ୍‌, ଭେଲ୍‌ ଓ ମାରୁତି), ପ୍ରକାଶ ଲାଲ ଟଣ୍ଡନ (ଷ୍ଟେଟ୍‌ ଟ୍ରେଡିଂ କର୍ପୋରେଶନ ଅଫ୍‌ ଇଣ୍ଡିଆ, ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଓ ନ୍ୟାଶ୍‌ନାଲ କାଉନ୍‌ସିଲ ଅଫ୍‌ ଆପ୍ଲାଏଡ୍‌ ଇକୋନମିକ୍‌ ରିସର୍ଚ୍ଚ) ଏବଂ ଟେକ୍ନୋକ୍ରାଟ୍‌ ଲୋଭରାଜ କୁମାର (ସଚିବ, ପେଟ୍ରୋଲିୟମ୍‌ ମନ୍ତ୍ରଣାଳୟ) ପ୍ରଭୃତି ନିଯୁକ୍ତି ପାଇଥିଲେ। ସ୍ବାଭାବିକଭାବେ ନିଜର କ୍ଷେତ୍ରାଧିକାରକୁ ଅଣବାବୁମାନେ ଚୋରାଇ ନେଉଛନ୍ତି ବୋଲି ଅନୁଭବ କରି ବାବୁମାନେ ଏହାକୁ ବିରୋଧ କରିବା ଯୋଗୁ ୧୯୭୩ ମସିହାରେ ଏ କାର୍ଯ୍ୟକ୍ରମର ଅନ୍ତ ଘଟିଥିଲା। 

ସେହି ସମୟରୁ ଟେକ୍ନୋକ୍ରାଟ୍‌ମାନଙ୍କୁ ସମୟାନୁକ୍ରମେ ବାବୁଗିରିକୁ ଅଣାଯାଇଛି, ଯଥା- ଅର୍ଥନୀତିଜ୍ଞ: ଆଇ.ଜି. ପଟେଲ, ଏଲ୍‌.କେ. ଝା (ପୂର୍ବତନ ରିଜର୍ଭ ବ୍ୟାଙ୍କ ଗଭର୍ନର), ମୋଣ୍ଟେକ୍‌ ସିଂ ଆହଲୁଓ୍ବାଲିଆ (ପୂର୍ବତନ ପ୍ଲାନିଂ କମିଶନ ଉପାଧ୍ୟକ୍ଷ), ବୈଜ୍ଞାନିକ (ଡ. ଏପିଜେ ଅବଦୁଲ କଲାମ), ଇଞ୍ଜିନିୟର (କେ.ସି.ଆର୍‌. ଚାରି, ମନତୋଷ ସୋନ୍ଧି, ଏସ୍‌. ବରଦରାଜନ୍‌, କେ.ପି.ପି. ନାମ୍ବିଆର) ଏବଂ  ଦୂରଦର୍ଶୀ ଉଦ୍ୟୋଗପତି (ସାମ ପିଟ୍ରୋଡା)। ସେମାନେ ଅନେକ ସଫଳତାର ଅଧିକାରୀ ହେବା ସହ ସେମାନଙ୍କ ସଫଳତା ବାବୁମାନଙ୍କୁ ଅଭିଭୂତ କରିଦେଇଥିଲା ଓ ଏବେ ବି କରୁଛି। 

ବର୍ତ୍ତମାନ ସରକାର ଯେଉଁ ନୀତି ଆପଣେଇଛନ୍ତି ତାହା ପ୍ରତି ନୀତି ଆୟୋଗର ସମର୍ଥନ ରହିଛି। ଷଷ୍ଠ ବେତନ ଆୟୋଗ ଓ ଦ୍ୱିତୀୟ ପ୍ରଶାସନିକ ସଂସ୍କାର ଆୟୋଗ ମଧ୍ୟ ପାର୍ଶ୍ୱପ୍ରବେଶକୁ ଦୃଢ଼ଭାବେ ସମର୍ଥନ କରନ୍ତି। ତା’ ସତ୍ତ୍ୱେ ଏ କ୍ଷେତ୍ରରେ ପଦକ୍ଷେପ ନେଲାବେଳେ ମୋଦି ସରକାର ଯଥାସାଧ୍ୟ ସତର୍କତା ଅବଲମ୍ବନ କରୁଛନ୍ତି, ଯେପରି କ୍ଷମତାଶାଳୀ ଆଇଏଏସ୍‌ ବାବୁମାନଙ୍କର ଅହଂକାର ଆହତ ନ ହୁଏ। ଏ ପାର୍ଶ୍ୱପ୍ରବେଶ ମାଧ୍ୟମରେ ଘରୋଇ କ୍ଷେତ୍ରରୁ ବିଶେଷଜ୍ଞମାନଙ୍କୁ ଆଣି ସରକାରୀ ସଂସ୍ଥାଗୁଡ଼ିକରେ ନିଯୁକ୍ତି ଦେବା ପାଇଁ ସମ୍ପ୍ରତି ସରକାର ଯେଉଁ ପଦକ୍ଷେପ ନେଉଛନ୍ତି, ତାହାଦ୍ୱାରା କ’ଣ ପ୍ରକୃତରେ ନୂଆ ମେଧା ଅମଲାତନ୍ତ୍ରକୁ ଆସିବେ? ସାଧାରଣ ନିର୍ବାଚନ ଆଉ ମାତ୍ର ଅଳ୍ପ କେଇ ମାସ ବାକି ରହିଲା। ତେଣୁ ନୂଆ ସରକାର ଗଠନ ହେବା ପୂର୍ବରୁ ମୋଦିଙ୍କର ଯୋଜନା ସଫଳ ହେବାର ସମ୍ଭାବନା କ୍ଷୀଣ।  

Email: dilipcherian@gmail.com

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା