ସମ୍ପାଦକୀୟ |

ନିର୍ବାଚନ ଓ ଦଳଡିଆଁ ରାଜନୀତି

ନିର୍ବାଚନ ଓ ଦଳଡିଆଁ ରାଜନୀତି

ଡ. ପ୍ରଫୁଲ୍ଲ କୁମାର ସାହୁ

ଆମ ଦେଶରେ ପ୍ରତି ପାଞ୍ଚ ବର୍ଷରେ ଥରେ ଏମିତି ଏକ ଋତୁ ଆସେ, ଯାହାର ନାଁ ନିର୍ବାଚନ। ଏହି ଋତୁ ପ୍ରକୃତିର ଛଅ ଋତୁ ଭଳି ନୁହେଁ କି ଏ ଋତୁରେ ବଦଳେନି ଜଳବାୟୁ। କେବଳ ସରଗରମ ହୋଇଉଠେ ରାଜନୈତିକ ପାଣିପାଗ ଓ ବଦଳିଯାଏ ନେତାଙ୍କ ଚିତ୍ର ଓ ଚରିତ୍ର। ନାଭିମଣ୍ଡଳରେ ତୈଳ ଲେପନ କରି ଶୋଇଥିବା କିଛି ନେତା ହଠାତ୍‌ ଚିହିଁିକି ଉଠନ୍ତି ଓ ଭୋଟରମାନଙ୍କୁ ଭେଟିବା ପାଇଁ ଗାଆଁକୁ ଗାଆଁ ବୁଲନ୍ତି ଠିକ୍‌ ହଳଦୀବସନ୍ତ ପରି। ସେତେବେଳେ ସେମାନେ ମାତ୍ରାଧିକ ବିନୟୀ, ମେଳାପୀ ଓ ମିଷ୍ଟଭାଷୀ ହୋଇଯାଆନ୍ତି ଏବଂ ଖୁବ୍‌ ଶସ୍ତା ହୋଇଯାଏ ସେମାନଙ୍କ ହସ ଓ ନମସ୍କାର। ଲୋକଙ୍କୁ ଦେଖିବା ମାତ୍ରେ ଆପେ ଆପେ ଯୋଡି ହୋଇଯାଏ ହାତ। ଓଠରୁ ଝରିପଡ଼େ ବାଳମୁକୁନ୍ଦ ହସ। ମହୁ ଜୁଡୁବୁଡୁ କଥା କହି ଭିକ୍ଷା କରନ୍ତି ଆଶୀର୍ବାଦ। 

ସାଧାରଣତଃ ନିର୍ବାଚନ ଋତୁ ଆସିବା ମାତ୍ରେ ଆରମ୍ଭ ହୋଇଯାଏ ଉଦ୍‌ଘାଟନ ଓ ଶିଳାନ୍ୟାସ ପର୍ବ। ଆପଣା ଆପଣା ରଣକୌଶଳ ନେଇ ନିର୍ବାଚନ ମଇଦାନକୁ ଓହ୍ଲେଇ ଆସନ୍ତି ସବୁ ରାଜନୈତିକ ଦଳ। ଦିଲ୍ଲୀଠାରୁ ପଲ୍ଲୀ ଯାଏ ଆୟୋଜିତ ହୁଏ ଶାନ୍ତି ଯାତ୍ରା, କ୍ରାନ୍ତି ଯାତ୍ରା, ଜନସମ୍ପର୍କ ଯାତ୍ରା, ସଦ୍‌ଭାବନା ଯାତ୍ରା ଓ ଆହୁରି ଏମିତି କେତେ କ’ଣ। ନେତାଙ୍କ ଗରମାଗରମ ଭାଷଣରେ ସବୁଠି କମ୍ପିଉଠେ ସଭାମଞ୍ଚ। ଲୋକଙ୍କ ସର୍ବନିମ୍ନ ଆବଶ୍ୟକତା ପଛେ ପୂରଣ ନ ହେଉ, ଦେଶ ବିକାଶ ପଛରେ ଧାଇଁଛି ବୋଲି ଗଣମାଧ୍ୟମରେ ଛାଇ ହୋଇଯାଏ ବିଜ୍ଞାପନ। ବିକାଶ ପ୍ରସଙ୍ଗକୁ ନେଇ ସରକାର ଓ ବିରୋଧୀ ପକ୍ଷ ଭିତରେ ଚାଲେ ଆକ୍ଷେପ ଓ ପ୍ରତିଆକ୍ଷେପ। ଏତିକିବେଳେ ନିର୍ବାଚନୀ ପାଣିପାଗକୁ ଆହୁରି ସରଗରମ କରିଦିଏ ନେତାଙ୍କ ଡିଆଁଡେଇଁ ଖେଳ ବା ଦଳବଦଳ। ସାଧାରଣତଃ ନିର୍ବାଚନ ଆସିଗଲେ ସବୁଦଳର କିଛି ସୁବିଧାବାଦୀ ନେତା ନିଜର ଲାଭକ୍ଷତିର ଅଙ୍କ କଷନ୍ତି ଏବଂ ଆବଶ୍ୟକ ମନେକଲେ ଗୋଟିଏ ଦଳରୁ ଅନ୍ୟ ଦଳକୁ ହୁମ୍ପା ମାରନ୍ତି ହନୁମନ୍ତ ପରି। ଏମାନଙ୍କ ଭିତରୁ କିଏ ଦଳର ଛାମୁଆ ନେତାଙ୍କ ଦ୍ୱାରା କୋଣଠେସା ହୋଇ ରହିଥାଏ ତ କିଏ ହରେଇଥାଏ ଟିକେଟ୍‌ ପାଇବାର ଆଶା। ଦୁର୍ନୀତିରେ ଛନ୍ଦିହୋଇ ପଡ଼ିଥିବା କେହି କେହି ନେତା ବି ଖୋଜନ୍ତି ନିରାପଦ ଆଶ୍ରା। କିଏ ପୁଣି ହାୱାକୁ ଆକଳନ କରି ଦଳବଦଳ କରେ ଯୁଆଡ଼େ ବର୍ଷା ସିଆଡ଼େ ଛତା ନ୍ୟାୟରେ।

ଗୋଟିଏ ରାଜନୈତିକ ଦଳ ଆଦର୍ଶରେ ପରିପୋଷିତ ଏହି ନେତାମାନେ ଦଳବଦଳ କରି ଖୁବ୍‌ ସହଜରେ ଗ୍ରହଣ କରିନେଇ ପାରନ୍ତି ଅନ୍ୟ ଗୋଟିଏ ଦଳର ଆଦର୍ଶ। ଏପରିକି ଦକ୍ଷିଣପନ୍ଥୀ ନେତାମାନେ କେତେବେଳେ ଧର୍ମନିରପେକ୍ଷବାଦୀଙ୍କ ଖୁଆଡ଼କୁ ଲମ୍ଫ ପ୍ରଦାନ କରନ୍ତି ତ କେତେବେଳେ ଦକ୍ଷିଣପନ୍ଥୀଙ୍କ ଖୁଆଡ଼ରେ ପଘା ପିନ୍ଧନ୍ତି ତଥାକଥିତ ଧର୍ମନିରପେକ୍ଷବାଦୀ ନେତା। ଅର୍ଥାତ୍‌ ଆରମ୍ଭରୁ ଏମାନଙ୍କ ପାଖରେ ନ ଥାଏ କୌଣସି ରାଜନୈତିକ ଆଦର୍ଶ। ଏହି ସୁବିଧାବାଦୀ ନେତାଙ୍କ ଦଳବଦଳ ମାନସିକତାକୁ ଅଧିକ ପ୍ରୋତ୍ସାହିତ କରନ୍ତି ପ୍ରାୟତଃ ପ୍ରତ୍ୟେକ ରାଜନୈତିକ ଦଳର ମଙ୍ଗୁଆଳମାନେ। ସେଥିପାଇଁ ସବୁ ଦଳ ପକ୍ଷରୁ ଆୟୋଜିତ ହୁଏ ମିଶ୍ରଣ ପର୍ବ ବା ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ। ସେଠାରେ ଦଳ ବଦଳକାରୀ ନେତାଙ୍କ ମୁଣ୍ଡରେ ଟୋପି ପିନ୍ଧେଇ କିମ୍ବା କାନ୍ଧରେ ଉତ୍ତରୀୟ ଲମ୍ବେଇ ତାଙ୍କୁ ଦଳ ପକ୍ଷରୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରନ୍ତି ଦଳପତି। ଅମୁକ ଦଳର ନେତା ନିଜ ସମର୍ଥକମାନଙ୍କ ସହିତ ଆସି ଆମ ଦଳରେ ଯୋଗ ଦେଇଥିବାରୁ ଦଳର ଶକ୍ତି ବୃଦ୍ଧି ହେଲା ବୋଲି କହି କର୍ମୀମାନଙ୍କର ମନୋବଳ ବୃଦ୍ଧି କରନ୍ତି ଖୁବ୍‌ ଉତ୍ସାହର ସହିତ। ସଦ୍ୟ ଦଳବଦଳ କରିଥିବା ନେତା ଜଣକ ସମ୍ବର୍ଦ୍ଧନାର ଉତ୍ତର ଦେବାକୁ ଯାଇ କହନ୍ତି, ଏ ଦଳର ନୀତି ଓ ଆଦର୍ଶ ଏବଂ ଦଳପତିଙ୍କ ଦକ୍ଷ ନେତୃତ୍ୱ ତାଙ୍କୁ ଏଠିକି ଟାଣିଆଣିଛି ଲୁହାକୁ ଚୁମ୍ବକ ଟାଣିଲା ପରି। ଏପରିକି ସେ ଅଳ୍ପଦିନ ପୂର୍ବରୁ ଯେଉଁ ଦଳର ଗୁଣଗାନ କରୁଥିଲେ, ତା’ର ଦୋଷଦୁର୍ବଳତା ବଖାଣିବା ସହ ସେ ଦଳର ସର୍ବୋଚ୍ଚ ନେତାଙ୍କୁ ତିରସ୍କାର କରନ୍ତି ଖୁବ୍‌ ରୁକ୍ଷ ଭାଷାରେ। ଶାଳୀନତା ଭୁଲି କେହି କେହି ଚାଲିଯାନ୍ତି ବ୍ୟକ୍ତିଗତ ସ୍ତରକୁ। ଦଳବଦଳର କାରଣ ଦର୍ଶାଇବାକୁ ଯାଇ କହନ୍ତି ଦଳ ନୀତି ଆଦର୍ଶରୁ ଦୂରେଇଯିବା ଫଳରେ ସେଠାରେ ନିଜକୁ ଖାପଖୁଆଇ କାମକରିବା ସମ୍ଭବ ନ ଥିଲା ତାଙ୍କ ଭଳି ଜଣେ ସ୍ବଚ୍ଛ ନେତାଙ୍କ ପାଇଁ।

କ୍ଷମତା ପଛରେ ଧାଇଁଥିବା ଏହି ଅଭ୍ୟାସଗତ ଦଳଛଡ଼ାମାନଙ୍କ ପାଇଁ ବଦଳିଗଲାଣି ଗଣତନ୍ତ୍ରର ପରିଭାଷା। ଏମାନେ ଟଙ୍କା ଫିଙ୍ଗି ଥାଟ ଗଢ଼ିପାରନ୍ତି, ବେଳ ଉଣ୍ଡି ଦଳବଦଳ କରିପାରନ୍ତି ଏବଂ ଟିକେଟ କିଣି ନିର୍ବାଚନ ଲଢ଼ିପାରନ୍ତି ନିଜର ପତିଆରା ବଳରେ। ଏମାନଙ୍କ କ୍ଷମତା ମୋହ ଆଗରେ କୌଣସି ମୂଲ୍ୟ ବହନ କରେନି ଦଳୀୟ ଆଦର୍ଶ ଓ ଗଣତାନ୍ତ୍ରିକ ମୂଲ୍ୟବୋଧ। ବିଚାରବୋଧ ଥିବା ପ୍ରତ୍ୟେକ ମଣିଷ ପ୍ରାୟତଃ ଏକ ଆଦର୍ଶକୁ ନେଇ ବଞ୍ଚେ, ଯେଉଁ ଆଦର୍ଶ ତା’ ସହିତ ଶେଷ ପର୍ଯ୍ୟନ୍ତ ଯୋଡ଼ିହୋଇ ରହିଥାଏ ଦେହର ବସ୍ତ୍ର ପରି। ଯଦି ତା’ର ଆଦର୍ଶ ଚାଲିଗଲା ତେବେ ତାହାର ବସ୍ତ୍ରହରଣ ହେଲା ବୋଲି କହିଲେ ଚଳେ। ଏହି ପ୍ରକ୍ରିୟା ସହିତ ବହୁ ପୂର୍ବରୁ ଅଭ୍ୟସ୍ତ ହୋଇସାରିଛି ଭାରତୀୟ ରାଜନୀତି। 

ଆମ ଦେଶର ଇତିହାସ କହେ, ଉତ୍ତମ ପ୍ରଜାନୁରଞ୍ଜକ ରାଜାମାନେ ଜ୍ଞାନୀ, ଗୁଣୀ ଓ ପ୍ରତିଭାଶାଳୀ ବ୍ୟକ୍ତିମାନଙ୍କୁ ବାଛି ବାଛି ସ୍ଥାନ ଦେଉଥିଲେ ନିଜ ଦରବାରରେ। ମାତ୍ର ସ୍ବାଧୀନତା ପରେ ଲୋକପ୍ରତିନିଧି ଆଇନରେ ରହିଲା ନାହିଁ କିଛିହେଲେ ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ ପ୍ରତିଭାର ମାପକାଠି। ତେଣୁ କ୍ଷମତାର ଅଳିନ୍ଦ ଭିତରକୁ ସହଜରେ ପ୍ରବେଶ କଲେ ଅନେକ ବାହୁବଳୀ ନେତା। ଏମାନେ ବିଧାନସଭା ଓ ସଂସଦ ଭଳି ପବିତ୍ର ଗୃହରେ ଚିନ୍ତାଗର୍ଭକ ବକ୍ତବ୍ୟ ରଖିପାରନ୍ତିନି ସତ, କିନ୍ତୁ ନାରାବାଜି, ହଟ୍ଟଗୋଳ ଓ ହଙ୍ଗାମା କରି ଅଚଳ କରିଦେଇ ପାରନ୍ତି ଗୃହ। ନିର୍ବାଚନ କମିଶନଙ୍କ ତାଗିଦା ସତ୍ତ୍ୱେ ଅପରାଧ ପୃଷ୍ଠଭୂମି ଥିବା କିଛି ନେତାଙ୍କୁ ପ୍ରାର୍ଥୀ ତାଲିକାରୁ ବାଦ୍‌ ଦେଇପାରୁନି କୌଣସି ଦଳ। କାରଣ ଗୃହରେ ହଙ୍ଗାମା କରିପାରୁଥିବା ଏହି ନେତାମାନେ ଦଳର ଗୋଟେ ଗୋଟେ ଅସ୍ତ୍ର। ଏ କଥାକୁ ଅନୁଭବ କରି କ୍ଷୋଭର ସହିତ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏକ ରାୟରେ କହିଛନ୍ତି, ରାଜନୀତି ଓ ଅପରାଧ ଉତ୍ତରମେରୁ ଓ ଦକ୍ଷିଣମେରୁ ପରି ନିର୍ଦ୍ଦିଷ୍ଟ ବ୍ୟବଧାନରେ ରହିବା ଉଚିତ। କିନ୍ତୁ ସେ ଦୁଇ ମେରୁ ଏବେ ଅଛନ୍ତି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ପରି। 

ଆମ ଦେଶରେ ଗଣତନ୍ତ୍ରର ସୁରକ୍ଷା ଦାୟିତ୍ୱ ରହିଛି ଜନତାଙ୍କ ହାତରେ। ମାତ୍ର ଜନତା ଜାଗରୁକ ନ ରହିବା କାରଣରୁ ବିଶ୍ୱର ସର୍ବବୃହତ୍‌ ଗଣତନ୍ତ୍ରକୁ ବାଟବଣା କରିସାରିଲେଣି ଏହି ସର୍ବଗିଳା ଦଳଛଡ଼ାମାନେ। ଏହି ପରିପ୍ରେକ୍ଷୀରେ ଜନତା ଜାଣିରଖିବା ଉଚିତ ନେତୃତ୍ୱ ନାଁରେ କପଟ କରୁଥିବା ସୁବିଧାବାଦୀମାନେ କେବେ ଅସଲି ନେତା ନୁହନ୍ତି, ବରଂ ସଫଳ ଅଭିନୟ କେବଳ ସେମାନଙ୍କ ଯୋଗ୍ୟତାର ମାପକାଠି। ଅଥଚ ଏମାନଙ୍କ ବାହୁବଳ ଓ ଅର୍ଥବଳ ଯୋଗୁ ନିର୍ବାଚନ ମଇଦାନରେ ତିଷ୍ଠି ପାରନ୍ତିନି ବହୁ ବିଦ୍ୱାନ୍‌ ଓ ସମ୍ବିଧାନବିତ୍‌। ଏପରିକି ବଡ଼ ବଡ଼ ଅପରାଧରେ ଜଡ଼ିତ ରହି ଜେଲଦଣ୍ଡ ଭୋଗୁଥିବା ଦାଗୀ ନେତାଙ୍କ ଠାରୁ ବି ହାରିଯାଆନ୍ତି ଯୋଗ୍ୟ ଓ ପ୍ରତିଭାବାନ୍‌ ପ୍ରାର୍ଥୀ। ଏହି ଧାରା ଯଦି ଜାରି ରହିବ ତେବେ ଗଣତନ୍ତ୍ରକୁ ଘୁଣପୋକ ପରି ଖାଇଯିବେ ଏହି ନକଲି ନେତାମାନେ। କ୍ରମଶଃ ବିପନ୍ନ ହୋଇପଡ଼ିବ ନିରୀହ ଜନତାର ଧନ, ଜୀବନ ଓ ସ୍ବାଧୀନତା। ଏହାକୁ ଦୃଷ୍ଟିରେ ରଖି ଜନତା ଜାଗି ଉଠିବା ଦରକାର। ଜନତା ଏମାନଙ୍କୁ ଚିହ୍ନିଗଲେ ଆଉ ସେମାନେ ଚାପଗ୍ରସ୍ତ ହେବେନି କି ପ୍ରହସନରେ ପରିଣତ ହେବନି ଆମ ନିର୍ବାଚନୀ ବ୍ୟବସ୍ଥା। ଯୋଗ୍ୟ ଓ ଶିକ୍ଷିତ ବ୍ୟକ୍ତି ରାଜନୀତି ପ୍ରତି ଆକୃଷ୍ଟ ହେବେ ଏବଂ ପୁନଃ ପ୍ରତିଷ୍ଠା ହୋଇପାରିବ ଆମ ଗଣତାନ୍ତ୍ରିକ ଆଦର୍ଶ ଓ ମୂଲ୍ୟବୋଧ। ସେ ପର୍ଯ୍ୟନ୍ତ ଲୋକେ ନୋଟାକୁ ଭୋଟ୍‌ ଦେଇ ନିଜର ପ୍ରତିବାଦ ଜଣେଇବା ବୋଧହୁଏ ଆମ ଗଣତନ୍ତ୍ର ପ୍ରତି ଅଧିକ ଶୁଭଙ୍କର।

ବିଜୁ ପଟ୍ଟନାୟକ ନଗର, ଭଦ୍ରକ, ମୋ- ୯୪୩୮୮୫୫୦୮୮


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସମ୍ପାଦକୀୟ/ ଛଦ୍ମ ଦେଶପ୍ରେମ

ସାଧାରଣତଃ ଉତ୍ତରପ୍ରଦେଶ ଓ ବିହାର ବୋର୍ଡ ପରୀକ୍ଷାରେ ପିଲାମାନେ ବହୁ ସମୟରେ ଅଜବ ଓ ଅଦ୍ଭୁତ ଉତ୍ତର ଲେଖିଥିବା ଶୁଣିବାକୁ ମିଳିଛି। ଏପରିକି ଭଲ ମାର୍କ୍ସ ପାଇବା ପାଇଁ ଉତ୍ତର ଖାତାରେ ଟଙ୍କା ଷ୍ଟାପଲ୍‌ କରିବାର ନଜିର ଅଛି।  ‘ବାପା ଗରିବ ଲୋକ, ପୁଣି ଥରେ ପରୀକ୍ଷା ଦେବା ଲାଗି ଟଙ୍କା ଦେଇପାରିବେ ନାହିଁ, ତେଣୁ ମୋତେ ପାସ୍‌ କରିଦିଅନ୍ତୁ’ କହି କେତେକ ପରୀ..

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ସ୍ବାସ୍ଥ୍ୟସେବାରେ ଦଳୀୟ ସ୍ବାର୍ଥ

ଡ. ନିଖିଳାନନ୍ଦ ପାଣିଗ୍ରାହୀ

ଚିକିତ୍ସାଳୟରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ଆଖି ଆଗରେ କାହାର ଛବି ନାଚି ଉଠିଥାଏ? କିଛି ସାଧାରଣ ଲୋକ ମନେ କରୁଥିବେ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କ ମୁଖମଣ୍ଡଳ। ଏମିତି ଏକ ଧାରଣା ଜନ୍ମିବା ପଛରେ ବିଭିନ୍ନ ନେତା ଓ ସମର୍ଥକମାନଙ୍କ ଜବରଦସ୍ତ ପ୍ରଚାର, ଅସଂଖ୍ୟ ବିଜ୍ଞାପନ ଏବଂ ରାସ୍ତାକଡ଼ର ତତ୍‌ସମ୍ପର୍କିତ ଏକାଧିକ ହୋର୍ଡିଂର ପ୍ରଭାବ ବି..

ଘରଚଟିଆର ତୁଳନା ନାହିଁ

ଘରଚଟିଆର ତୁଳନା ନାହିଁ

ପୀତାମ୍ବର ରାଉତ

ମହାନ୍‌ ପରିବେଶବିତ୍‌ ମହମ୍ମଦ ଦିଲଓ୍ବାର୍‌ଙ୍କ ଉଦ୍ୟମରେ ୨୦୧୦ରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ବିଶ୍ୱ ଘରଚଟିଆ ଦିବସ ରୂପେ ସମଗ୍ର ବିଶ୍ୱରେ ପାଳନ କରାଯାଇ ଆସୁଛି। ଘରଚଟିଆର ବୈଜ୍ଞାନିକ ନାମ ପାସେରିଡି। ଭୂମଧ୍ୟସାଗରୀୟ ଅଞ୍ଚଳରୁ ଆରମ୍ଭ କରି ବ୍ରିଟେନ୍‌, ଫ୍ରାନ୍ସ, ପ୍ୟାରିସ୍‌, ଜର୍ମାନୀ, ବେଲଜିୟମ୍‌, ଇଟାଲୀ, ନେଦରଲାଣ୍ଡ ଓ ଫିନ୍‌ଲାଣ୍ଡ..

ଏଇ ଭାରତରେ

ଏଇ ଭାରତରେ

ଜଣେ ବ୍ୟକ୍ତି ୧୦ଲକ୍ଷ ଟଙ୍କା ରାସ୍ତାପାର୍ଶ୍ୱରୁ ପାଇ ଫେରାଇଦେବା ଘଟଣା ତାଙ୍କୁ ମହାନତାର ପରିଚୟ ଦେଇଛି। ଏଥିପାଇଁ ଉକ୍ତ ବ୍ୟକ୍ତିଙ୍କୁ ପୁରସ୍କାର ସ୍ବରୂପ ୨ଲକ୍ଷ ଟଙ୍କା ଦିଆଯାଇଛି।  ଦିଲୀପ ପୋଦ୍ଦାର ନାମକ ଜଣେ ବ୍ୟକ୍ତି ସୁରଟର ଉମ୍ରା ଅଞ୍ଚଳରେ ଶାଢ଼ି ଶୋ’ରୁମ୍‌ରେ ସେଲ୍ସମ୍ୟାନ୍‌ ଭାବେ କାମ କରନ୍ତି। ପୋଦ୍ଦାର ମଧ୍ୟାହ୍ନଭୋଜନ ସାରି ଡ୍ୟୁଟିକୁ ଫେରୁଥିବା ବେଳେ ରାସ୍ତାପାର୍ଶ୍ୱରେ ଏକ ବ୍ୟାଗ୍‌..

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା