ସମ୍ପାଦକୀୟ |

ବୌଦ୍ଧତନ୍ତ୍ର ଓ ଓଡ଼ିଶା

 ବୌଦ୍ଧତନ୍ତ୍ର ଓ ଓଡ଼ିଶା

ଶଶିଭୂଷଣ ରଥ

‘ତନ୍ତ୍ର’ ଶବ୍ଦ ଅତ୍ୟନ୍ତ ଗଭୀର। ଏହାର ଅନ୍ୟ ଏକ ଅର୍ଥ ହେଲା ଶୀଘ୍ର ନିର୍ମାଣ କରିବା। ବହୁ ପୂର୍ବରୁ ତନ୍ତ୍ର ଶବ୍ଦର ବ୍ୟବହାର ରହିଛି। ମହାଭାରତରେ ନ୍ୟାୟଶାସ୍ତ୍ର, ଯୋଗଶାସ୍ତ୍ର, ଧର୍ମଶାସ୍ତ୍ରକୁ ତନ୍ତ୍ର ଅନ୍ତର୍ଗତ କରାଯାଇଥିବା ବେଳେ ଆଦି ଶଙ୍କରାଚାର୍ଯ୍ୟ ସାଂଖ୍ୟ ଦର୍ଶନକୁ ମଧ୍ୟ ତନ୍ତ୍ର ଅଭିହିତ କରିଛନ୍ତି। ମୂଳତଃ ଆମ ଦର୍ଶନ ଆଗମ ଓ ନିଗମ ଉପରେ ଆଧାରିତ। ସମଗ୍ର ବେଦାନ୍ତ, ଜ୍ଞାନ, ଉପାସନା କର୍ମ ଆଦି ‘ନିଗମ’ ଅନ୍ତର୍ଭୁକ୍ତ ହେବା ସ୍ଥଳେ ଏସବୁ ସାଧନାର ଉପାୟ, ପ୍ରକ୍ରିୟା ଆଦି ‘ଆଗମ’। ତନ୍ତ୍ର ‘ଆଗମ’ର ଅନ୍ତର୍ଭୁକ୍ତ। 

କୁହାଯାଏ ପଞ୍ଚମୁଖୀ ଶିବ-ଶଙ୍କରଙ୍କ ପାଞ୍ଚଗୋଟି ମୁଖର ନାମ ‘ସଦ୍ୟୋଜାତ’, ‘ବାମଦେବ’, ‘ଅଘୋର’, ‘ତତ୍‌ପୁରୁଷ’ ଓ ‘ଈଶାନ’। ଚାରୋଟି ଚାରିଦିଗମୁଖୀ ଓ ପଞ୍ଚମଟି ଊର୍ଦ୍ଧ୍ୱମୁଖୀ। ଏହି ପାଞ୍ଚମୁଖରୁ ଯଥାକ୍ରମେ ୫, ୫, ୫, ୫ ଓ ୮ ଏପରି ୨୮ଟି ତନ୍ତ୍ରର ଉଦ୍‌ଗମ ହୋଇଥିଲା। 

ଓଡ଼ିଶାରେ ମହାଯାନ ମତ ତନ୍ତ୍ର ଦ୍ୱାରା ପ୍ରଭାବିତ ହୋଇଥିଲା। ମହାଯାନୀ ବୌଦ୍ଧ ଆଚାର୍ଯ୍ୟଗଣ ‘ପ୍ରଜ୍ଞାପାରମିତା’ଙ୍କୁ ପ୍ରଥମେ ଶାସ୍ତ୍ର ରୂପରେ ଏବଂ ପରେ ଦେବୀ ରୂପରେ ଉପାସନା ଆରମ୍ଭ କରିଥିଲେ। ଏହି ଦେବୀ ଉପାସନା ସହ ବୌଦ୍ଧତନ୍ତ୍ରର ଉନ୍ମେଷ ହୋଇଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ଓଡ଼ିଶାର ରତ୍ନଗିରି, ତାରପୁର, ଚୌଦ୍ୱାର, ମହାକାଳପଡା, ଭଦ୍ରକ, ବଜ୍ରକୋଟ, ବୌଦ୍ଧ, ଚିତ୍ରେଶ୍ୱରୀ, ନରାଜ, ଦନ୍ତପୁର ଆଦି ମୂଳତଃ ବୌଦ୍ଧପୀଠ, ଯେଉଁଠି ତନ୍ତ୍ରସାଧନା କରାଯାଉଥିଲା ଏବଂ ପ୍ରଥମ ତିନୋଟି ସ୍ଥାନରୁ ପ୍ରଜ୍ଞାପାରମିତା ମୂର୍ତ୍ତି ମିଳିଛି। ଏସବୁ ସ୍ଥାନ ପ୍ରଜ୍ଞାପାରମିତା ପୀଠ ଭାବେ ଖ୍ୟାତି ଲାଭ କରିିଥିଲା ବୌଦ୍ଧଯୁଗରେ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ବିରଜା, ଦ୍ୱିଭୁଜା ମହିଷମର୍ଦ୍ଦିନୀ ଦୁର୍ଗା- ବିଶ୍ୱର ପ୍ରଥମ ଦ୍ୱିଭୁଜା ଦୁର୍ଗା ମୂର୍ତ୍ତି ବୋଲି କୁହାଯାଏ, ଯାହାଙ୍କୁ ଅନୁକରଣ କରି ପ୍ରଜ୍ଞାପାରମିତା ମୂର୍ତ୍ତିମାନ ନିର୍ମାଣ କରାଯାଇଥିଲା। ଓଡ଼ିଶାରେ ବହୁସଂଖ୍ୟାରେ ପ୍ରଜ୍ଞାପାରମିତା ମୂର୍ତ୍ତି ମିଳେ। ବାମ ହସ୍ତରେ ସେ ପ୍ରଜ୍ଞାପାରମିତା ଶାସ୍ତ୍ର ଓ ଦକ୍ଷିଣ ହସ୍ତରେ ରକ୍ତକମଳ ଧାରଣ କରିଥାନ୍ତି। 

ଗବେଷକମାନେ କହନ୍ତି ଯେ, ବୌଦ୍ଧତନ୍ତ୍ରର ପ୍ରଧାନ ଆଚାର୍ଯ୍ୟ ନାଗାର୍ଜୁନ ବ୍ରାହ୍ମଣ ହୋଇ ମଧ୍ୟ ବୌଦ୍ଧଧର୍ମରେ ଦୀକ୍ଷିତ ହୋଇ ପରିମଳଗିିରିରେ ଦୀର୍ଘ ସାଧନା କରି ଅନେକ ଶାସ୍ତ୍ର ରଚନା କରିଥିଲେ-ପ୍ରଜ୍ଞାପାରମିତା ଶାସ୍ତ୍ର, ମୂଳ ମାଧ୍ୟମିକ ଶାସ୍ତ୍ର, ଉପାୟ କୌଶଲ୍ୟ ହୃଦୟ ଶାସ୍ତ୍ର ଆଦି। ତାଙ୍କ ସମୟ ଦ୍ୱିତୀୟ ଶତାବ୍ଦୀ ଶେଷରୁ ତୃତୀୟ ଶତାବ୍ଦୀର ପ୍ରାରମ୍ଭ ପର୍ଯ୍ୟନ୍ତ ଥିଲା। ତାଙ୍କ ରଚିତ ଶୂନ୍ୟବାଦ ସମ୍ବଳିତ ‘ଚତୁଃଶତକ’ ହୁଏନ୍‌ସାଂଙ୍କ ଦ୍ୱାରା ଚାଇନା ଭାଷାରେ ଅନୂଦିତ ହୋଇଥିଲା। 

ନାଗାର୍ଜୁନଙ୍କ ପରି ଅସଙ୍ଗ, ବସୁବନ୍ଧୁ, ଦିଙ୍‌ନାଗ, ଶଙ୍କରସ୍ବାମୀ, ବୁଦ୍ଧଘୋଷ ଓ ଧର୍ମକୀର୍ତ୍ତି ଆଦି ଆଚାର୍ଯ୍ୟବୃନ୍ଦ ସଂସ୍କୃତରେ ଅନେକ ରଚନା କରି ବୌଦ୍ଧଧର୍ମର ସାରତତ୍ତ୍ୱ ବୁଝାଇଥିଲେ। ବସୁବନ୍ଧୁଙ୍କ ଜ୍ୟେଷ୍ଠଭ୍ରାତା ଥିଲେ ଅସଙ୍ଗ। ତାଙ୍କଠାରୁ ଉପଦେଶ ଗ୍ରହଣ କରି ବସୁବନ୍ଧୁ ବିଜ୍ଞାନବାଦୀ ହୋଇଥିଲେ ଏବଂ ଅଗଣିତ ଶାସ୍ତ୍ର ରଚନା କରିଥିଲେ। ବୋଧିସତ୍ତ୍ୱ ଯାନ, ବୁଦ୍ଧଯାନ, ବୁଦ୍ଧ ଗୁହ୍ୟୋପଦେଶ, ସର୍ବବୁଦ୍ଧ ତୀର୍ଥ, ଏକଯାନ ଉପଦେଶ ସୂତ୍ର, ଉତ୍ତମ ଧର୍ମ ଆଦି ଅନେକ ମୂଲ୍ୟବାନ ଗ୍ରନ୍ଥର ରଚନାକାର ଭାବେ ତାଙ୍କର ପ୍ରସିଦ୍ଧି ରହିଛି। କୁହାଯାଏ ଯେ ଉଭୟ ଅସଙ୍ଗ ଓ ବସୁବନ୍ଧୁ ଶ୍ରୀକ୍ଷେତ୍ର ପୁରୀରେ କୌଶିକ ଗୋତ୍ରରେ ଜନ୍ମଲାଭ କରିଥିଲେ। ସେପରି ବୁଦ୍ଧଙ୍କ ପ୍ରିୟଶିଷ୍ୟ ତପସୁ ଓ ଭଲ୍ଲୁକ, ବୁଦ୍ଧଙ୍କ ଜୀବାବସ୍ଥାରେ ତାଙ୍କର ନଖ ଓ କେଶ ଆଣି ବିଭିନ୍ନ ସ୍ଥାନରେ ସ୍ତୂପ ନିର୍ମାଣ କରିଥିଲେ। ପରବର୍ତ୍ତୀ ସମୟରେ ରତ୍ନଗିରି, ପୁଷ୍ପଗିରି ଆଦି ଦଶଟି ସ୍ତୂପ ସ୍ଥାପନା କରିଥିଲେ ଅଶୋକ। 

ପଞ୍ଚମୁଖୀ ଶିବଙ୍କ ମୁଖରୁ ୨୮ ପ୍ରକାର ତନ୍ତ୍ର ସୃଷ୍ଟି ହେବା ପରି, ମହାଶୂନ୍ୟ ବା ବଜ୍ରରୁ ପଞ୍ଚଧ୍ୟାନୀ ବୁଦ୍ଧଙ୍କ ସୃଷ୍ଟି- ଅମିତାଭ, ଅକ୍ଷୋଭ୍ୟ, ବୈରୋଚନ ଓ ରତ୍ନସମ୍ଭବ। ଏହି ପଞ୍ଚଧ୍ୟାନୀ ବୁଦ୍ଧଙ୍କ ଶକ୍ତିଦେବୀ ହେଉଛନ୍ତି ପାଣ୍ଡରା, ଲୋଚନା, ତାରା, ମାମକୀ ଓ ବଜ୍ରଧାତେଶ୍ୱରୀ। ଏମାନଙ୍କ ସନ୍ତାନମାନେ ଯଥାକ୍ରମେ ପଦ୍ମପାଣି, ବଜ୍ରପାଣି, ସାମନ୍ତଭଦ୍ର, ବିଶ୍ୱପାଣି ଓ ରତ୍ନପାଣି। ଏହି ପଞ୍ଚବୁଦ୍ଧଙ୍କ ବର୍ଣ୍ଣ ଲୋହିତ, ନୀଳ, ଶ୍ୱେତ, ସବୁଜ ଓ ପୀତ। କ୍ରମେ ଅନ୍ୟାନ୍ୟ ଦେବଦେବୀ ଏ ତନ୍ତ୍ରସାଧନାରେ ପ୍ରବେଶ କଲେ। ତନ୍ମଧ୍ୟରୁ ମଞ୍ଜୁଶ୍ରୀ, ମାରିଚୀ, ଅପରାଜିତା, ସମ୍ବର, ହୟଗ୍ରୀବ, ଯମାରି, ମୈତ୍ରେୟ, ହେରୁକ ଆଦି ପ୍ରଧାନ।

ଯାଜପୁର ବିରଜା କ୍ଷେତ୍ରକୁ ଉଡୀୟାନ ପୀଠ କୁହାଯାଏ, ଯେଉଁଠାରୁ ବୌଦ୍ଧତନ୍ତ୍ର ଜନ୍ମ ନେଇଥିଲା ବୋଲି ତିବ୍ବତର କିମ୍ବଦନ୍ତୀ କହେ। ଏହି ପୀଠରୁ ହିନ୍ଦୁ ତନ୍ତ୍ର ମଧ୍ୟ ବିକଶିତ ହୋଇଥିଲା। ପରବର୍ତ୍ତୀ ସମୟରେ ପୁରୀ, ଅସ୍ତରଙ୍ଗ, ପ୍ରାଚୀ ଉପତ୍ୟକା ଅଞ୍ଚଳରୁ ମାରୀଚିଙ୍କ ମୂର୍ତ୍ତି ପ୍ରତ୍ନତତ୍ତ୍ୱବିତ୍‌ମାନେ ଆବିଷ୍କାର କରିଛନ୍ତି। ମାରୀଚି ତନ୍ତ୍ରଦେବୀ, ବଜ୍ରଯାନୀମାନଙ୍କ ଆରାଧ୍ୟା। ସାତୋଟି ଘୁଷୁରି ଦ୍ୱାରା ଟଣାଯାଉଥିବା ରଥ, ଯାହାର ସାରଥି ସ୍ବୟଂ ରାହୁ ଗ୍ରହ, ସେ ରଥରେ ଆସୀନା ମାରୀଚି।  ଯାଜପୁର ଅଞ୍ଚଳରେ ତନ୍ତ୍ର ସାଧନା ପାଇଁ ଅନେକ ବୌଦ୍ଧପୀଠ ଓ ବିହାର ନିର୍ମାଣ କରାଯାଇଥିଲା। ତନ୍ମଧ୍ୟରୁ ଲଳିତଗିରି, ରତ୍ନଗିରି, ଉଦୟଗିରି, ପୁଷ୍ପଗିରି ଆଦି ପ୍ରସିଦ୍ଧ।  

ପୀତୋପାଦ ‘କାଳଚକ୍ରଯାନ’ ତନ୍ତ୍ର ପ୍ରବର୍ତ୍ତନ କରିଥିଲେ। ଏହା ମହାକାଳ ଶିବଙ୍କ ଉପାସନା ମାଧ୍ୟମରେ କାଳ ବା ମୃତ୍ୟୁକୁ ଉତ୍ତରଣ କରିବାର ତନ୍ତ୍ରଯୋଗ। ତାଙ୍କର ଶିଷ୍ୟ ଜୟଦ୍ରଥ କାଳଚକ୍ରଯାନ ଶାସ୍ତ୍ରଗୁଡିକୁ ତିବ୍ବତୀୟ ଭାଷାରେ ଅନୁବାଦ କରିଥିଲେ। ଓଡ଼ିଆ ତନ୍ତ୍ରାଚାର୍ଯ୍ୟ, ଚୋବେଶକଳ୍ପ, ପଦ୍ମବଜ୍ର, ଲୁଇପାଦ, ଇନ୍ଦ୍ରଭୂତି, ଲଳିତଜବଜ୍ର, ଗମ୍ଭୀରାବଜ୍ର, ଜୟଦ୍ରଥ ବିଶ୍ୱବନ୍ଦିତ ହେଲେ ମଧ୍ୟ ଓଡ଼ିଶାରେ ସେମାନଙ୍କ ବିଷୟରେ ଯଥେଷ୍ଟ ଗବେଷଣା ହୋଇନାହିଁ। ପ୍ରାଚୀନ ନାଳନ୍ଦା ପରି ଓଡ଼ିଶାରେ ଏକ ‘ବୁଦ୍ଧ ଦର୍ଶନ ବିଶ୍ୱବିଦ୍ୟାଳୟ’ ଗଠନ କରି ଗବେଷଣା ବ୍ୟବସ୍ଥା କରାକଲେ ସମଗ୍ର ବିଶ୍ୱର ଗବେଷକ ପୁନର୍ବାର ଓଡ଼ିଶା ଆସନ୍ତେ ଅଧ୍ୟୟନ ପାଇଁ!

ମୋ-୮୮୯୫୫୦୦୫୪୩


All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା