ଖେଳ |

ଫେଡେରେଶନ କପ୍‌ ସିନିୟର: ଆଥଲେଟିକ୍ସ ଦୂତୀ, ଜଉନା, କିଶୋର ଫାଇନାଲରେ

ଫେଡେରେଶନ କପ୍‌ ସିନିୟର:  ଆଥଲେଟିକ୍ସ ଦୂତୀ, ଜଉନା, କିଶୋର ଫାଇନାଲରେ

ଭୁବନେଶ୍ୱର, ୧୫।୩(କ୍ରୀଡ଼ା ପ୍ରତିନିଧି)-
ପଟିଆଲାରେ ଆରମ୍ଭ ହୋଇଥିବା ଫେଡେରେଶନ କପ୍‌ ଜାତୀୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଦୂତୀ ଚାନ୍ଦ, ଜଉନା ମୁର୍ମୁ ଓ କିଶୋର କୁମାର ଜେନା ଯଥାକ୍ରମେ ମହିଳା ୨୦୦ ମିଟର, ୪୦୦ ମିଟର ହର୍ଡଲ୍ସ ଓ ପୁରୁଷ ଜାଭେଲିନ୍‌ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ଶୁକ୍ରବାର ୨୦୦ ମିଟରରେ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ହିଟ୍‌-୨ରେ ରେସ୍‌ କରି ୨୩.୮୯ ସେକେଣ୍ଡ ସମୟ ନେଇ ଅନ୍ୟ ପ୍ରତିଯୋଗିଙ୍କୁ ପଛରେ ପକାଇ ଦେଇଥିଲେ। ୨୦୦ ମିଟର ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ କର୍ନାଟକର ଏମ. ଲିକିଥ (୨୫.୪୬ ସେକେଣ୍ଡ), ଏନ.ଏସ. ଇଞ୍ଚାରା (୨୪.୫୮), ପି.ଜେ. ସ୍ନେହା(୨୪.୭୦), ତେଲେଙ୍ଗାନାର ହାରିକା ଦେବୀ ଆନ୍ଥାରାମ (୨୪.୭୩), ତାମିଲନାଡ଼ୁର ଭି.ରେବତୀ(୨୩.୯୦), ଏସ. ଧନଲକ୍ଷ୍ମୀ (୨୪.୩୮) ଓ ରାଜସ୍ଥାନର ହିନା(୨୪.୩୬)। ୪୦୦ ମିଟର ହର୍ଡଲ୍ସରେ ମଧ୍ୟ ଜଉନା ହିଟ୍‌-୨ରେ ରେସ୍‌ କରିଥିଲେ। ସେ ୫୯.୨୭ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିଥିଲେ। ଜଉନାଙ୍କ ସହ ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଆଥଲେଟ୍‌ମାନେ ହେଲେ ତାମିଲନାଡ଼ୁର ଆର.ଭି. ବିଶ୍ୱପ୍ରିୟ(୧:୦୧.୪୭), ଆର.ଭିଥିୟା(୫୯.୭୨), କର୍ନାଟକର ଏମ. ଅର୍ପିଥା(୫୯.୨୩), ଗୁଜରାଟର ସରିିତାବେନ୍‌ ଗାଏକ୍ୱାଡ୍‌(୫୯.୨୬), କେରଳର ଆର.ଅନୁ(୫୯.୩୬), ଭି.କେ. ସାଲିନି(୫୯.୬୪) ଓ ପଞ୍ଜାବର ବୀରପାଲ କୌର(୧:୦୦.୮୧)। ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟରେ ଭାଗ ନେଇଥିବା ଓଡ଼ିଶାର କିଶୋର କୁମାର ଜେନା ୬୬.୯୪ ମିଟର କ୍ଲିୟର କରି ଫାଇନାଲରେ ପ୍ରବେଶ କରିଛନ୍ତି। ଏଥିରେ ଭାଗ ନେଇଥିବା ଅନ୍ୟତମ ଓଡ଼ିଆ ଆଥଲେଟ୍‌ ଚିନ୍ମୟ ରଞ୍ଜନ ରଣା ୬୨.୧୬ ମିଟର ସହ ଯୋଗ୍ୟତା ପର୍ଯ୍ୟାୟର ୨୫ତମ ସ୍ଥାନରେ ରହିଛନ୍ତି। ଏହି ଇଭେଣ୍ଟର ଫାଇନାଲରେ ପ୍ରବେଶ କରିଥିବା ଅନ୍ୟ ପ୍ରତିଯୋଗୀମାନେ ହେଲେ ଉତ୍ତର ପ୍ରଦେଶର ଶିବପାଲ ସିଂ(୮୧.୮୫), ଅଭିଷେକ ସିଂ(୬୯.୫୪), ହରିୟାଣାର ରାଜେନ୍ଦର ସିଂ(୭୬.୩୧), ସାହିଲ ସିଲ୍‌ଓ୍ବାଲ(୬୯.୫୪), ବିକ୍ରାନ୍ତ ମଲିକ(୬୯.୧୦), ପରବିନ୍ଦର କୁମାର(୬୯.୦୯), ଦିଲ୍ଲୀର ବିପିନ କସାନା(୭୨.୦୩), ଅଭିଷେକ ଡ୍ରାଲ୍‌(୬୨.୨୭), ପଞ୍ଜାବର ଦେବିନ୍ଦର ସିଂ(୭୧.୫୩), ଗୁରପ୍ରତାପ ସିଂ(୭୦.୨୩) ଓ ରାଜସ୍ଥାନର ସୁନୀଲ କୁମାର ବିଶନ(୭୦.୭୬)। ମହିଳା୨୦୦ ମିଟର,୪୦୦ ମିଟର ଓ ପୁରୁଷ ଜାଭେଲିନ୍‌ ଥ୍ରୋ ଇଭେଣ୍ଟର ଫାଇନାଲ ଶନିବାର ଅନୁଷ୍ଠିତ ହେବ। ଚାମ୍ପିୟନଶିପରେ ସାମିଲ ହୋଇଥିବା ଅନ୍ୟ ଓଡ଼ିଆ ଆଥଲେଟମାନେ ହେଲେ ପୂର୍ଣ୍ଣିମା ହେମ୍ବ୍ରମ(ହେପ୍ଟାଥଲନ), ପ୍ରଜ୍ଞା ପ୍ରଶାନ୍ତି ସାହୁ (୧୦୦ମିଟର ହର୍ଡଲ୍ସ), ଅମୀୟ କୁମାର ମଲିକ(୧୦୦ମିଟର ଦୌଡ଼) ଓ ଆଶିଷ କୁମାର ପାତ୍ର (ଲଙ୍ଗଜମ୍ପ)।

All Right Reserved By

ଖେଳ |

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ଭାରତରେ କ୍ରିକେଟର ଭିନ୍ନ କ୍ରେଜ୍‌ ରହିଛି। ଏହାକୁ  ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏହାର ସମସ୍ତ ଲୋକପ୍ରିୟ ଟିମ୍‌ ମଧ୍ୟରୁ ଚେନ୍ନାଇ ସୁପରକିଙ୍ଗ(ସିଏସ୍‌କେ) ଅନ୍ୟତମ। ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ ଫ୍ୟାନ୍‌ ଫଲୋଇଙ୍ଗ ରହିଛି। ମାତ୍ର ସେମାନଙ୍କ ମଧ୍ୟରୁ ଆଇପିଏଲ୍‌ ସମୟରେ ନଜର ଆସୁଥିବା ଏନ୍‌. ସାର୍ବନନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।

ଧୋନୀଙ୍କ ଫେଭରାଇଟ ବାଇକ୍‌ ହେଲକଟ ଏକ୍ସଓ୍ବାନଥ୍ରିଟୁ

ଧୋନୀଙ୍କ ଫେଭରାଇଟ ବାଇକ୍‌ ହେଲକଟ ଏକ୍ସଓ୍ବାନଥ୍ରିଟୁ

ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ବର୍ତ୍ତମାନ ଅନ୍ୟତମ ଲୋକପ୍ରିୟ ଖେଳାଳି। କ୍ରିକେଟ ବ୍ୟତୀତ ଧୋନୀ ଆଉ ଯାହାକୁ ଖୁବ ଭଲ ପାଆନ୍ତି, ସେ ହେଲା ବାଇକ। 

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

ଚଣ୍ଡିଗଡ଼, ୨୦ା୩ (ପି.ଟି.)-ଫେବୃୟାରୀରେ ପୁଲ୍‌ଓ୍ବାମା ଆକ୍ରମଣ ଘଟଣାରେ ନିହତ ୫ ସିଆରପିଏଫ୍‌ ଯବାନଙ୍କ ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଁଏ ଦାନ କରିଛି। ଏହି ଯବାନମାନେ ପଞ୍ଜାବ ଓ ହିମାଚଳ ପ୍ରଦେଶର। 

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ଓଇରାସ (ପର୍ତ୍ତୁଗାଲ), ୨୦ା୩ (ଏଏଫ୍‌ପି)-ଚଳିତ ସପ୍ତାହରେ ୟୁରୋ ୨୦୨୦କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବାକୁଥିବା ବେଳେ କ୍ରିଷ୍ଟିଆନ ରୋନାଲ୍‌ଡୋ ତାଙ୍କ ଟିମ୍‌ମେଟଙ୍କ ସହିତ କ୍ୟାମ୍ପରେ ଯୋଗଦାନ କରିଛନ୍ତି। 

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି, ୨୦ା୩ (ପି.ଟି.)-ଫର୍ମରେ  ଥିବା ପ୍ରଜନେଶ ଗୁଣେଶ୍ୱରନ ମାୟାମି ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟର ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ପ୍ରବେଶ କରିଥିବାବେଳେ ଅନ୍ୟତମ ଭାରତୀୟ ଖେଳାଳି ରାମକୁମାର ରମାନାଥନ ଏଠାରେ ତାଙ୍କ ପ୍ରଥମ ବାଧା ଅତିକ୍ରମ କରିପାରି ନାହାନ୍ତି।

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସେକ୍ରେଟାରିଏଟ ରିକ୍ରିଏଶନ କ୍ଲବ ଆନୁକୂଲ୍ୟରେ ୧୪ତମ ଅଲ୍‌ ଓଡ଼ିଶା ଓପନ ଚେସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୩୦ ଓ ୩୧ ତାରିଖ ଦୁଇଦିନଧରି ଅନୁଷ୍ଠିତ ହେବ। 

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ:  ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ: ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ପ୍ରି-କ୍ୱାର୍ଟରରେ ବୃହତ୍‌ ବିଜୟ ସହ କଟକର ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ:  ନୌସେନା, ବାୟୁସେନା ଦଳ ବିଜୟୀ

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: ନୌସେନା, ବାୟୁସେନା ଦଳ ବିଜୟୀ

ବନ୍ତ,୨୦ା୩(ଡି.ଏନ୍‌.ଏ./ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମଠାରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୬ତମ ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ୬ଷ୍ଠ ଦିବସ ଖେଳ ଅନୁଷ୍ଠିତ ହୋଇ ଯାଇଛି।  

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ବାଲେଶ୍ୱର ଅଫିସ, ୨୦।୩-ରାଜସ୍ଥାନ ଜୟପୁରଠାରେ ଆସନ୍ତା ୨୪ରେ ଜାତୀୟସ୍ତରୀୟ ସିନିୟର ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୧୦ ବାଳିକା ଓ ୧୨ଜଣ ବାଳକ ଭାଗନେବେ। 

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶାର ରାଜଶ୍ରୀ ମହାପାତ୍ର ଓ ମୁକ୍ତା ମୁଣ୍ଡା ନିଜ ନିଜ ଟିମ୍‌ ଗେମ୍ସରେ ପଦକ ହାସଲ କରିଛନ୍ତି। 

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା:  କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା: କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ବିହାରର ପାଟନାସ୍ଥିତ ନିତ୍ୟ କଳା ମନ୍ଦିର ପରିସରରେ ଗତ ୨ ଦିନଧରି ୯ମ ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। 

୨୦୧୯ ପରେ ହକି ସିରିଜ ଇଭେଣ୍ଟ ଉଚ୍ଛେଦ କରିବ ଏଫ୍‌ଆଇଏଚ୍‌

୨୦୧୯ ପରେ ହକି ସିରିଜ ଇଭେଣ୍ଟ ଉଚ୍ଛେଦ କରିବ ଏଫ୍‌ଆଇଏଚ୍‌

ଲାଉସାନେ,୨୦।୩ (ପି.ଟି.)- ଚଳିତ ବର୍ଷ ପରେ ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ହକି ସିରିଜ ଇଭେଣ୍ଟଗୁଡିକୁ ଉଚ୍ଛେଦ କରିବ। ଏହା ବଦଳରେ ସଭ୍ୟ ଆସୋସିଏଶନଗୁଡିକୁ କଣ୍ଟିନେଣ୍ଟାଲ କ୍ୱାଲିଫାୟର୍ସ ଓ ଚାମ୍ପିୟନଶିପ୍‌ ଉପରେ ଅଧିକ ମନୋନିବେଶ କରିବାକୁ ଏଫ୍‌ଆଇଏଚ୍‌ ପ୍ରବର୍ତ୍ତାଇବ ବୋଲି କହିଛି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରାରମ୍ଭିକ ସଂସ୍କରଣ ଆଶାତୀତ ସଫଳତା ହାସଲ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା