ଅପରାଧ | ବାଲେଶ୍ୱର

ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ: ବାସି ଖାଦ୍ୟ, ବିକ୍ରି ନିଷେଧ ରୋଷେଇ ମସଲା ନଷ୍ଟ

ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଚଢ଼ାଉ: ବାସି ଖାଦ୍ୟ, ବିକ୍ରି ନିଷେଧ ରୋଷେଇ ମସଲା ନଷ୍ଟ

ବାଲେଶ୍ୱର ଅଫିସ,୧୫।୩-ବାଲେଶ୍ୱର ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର ଟିମ୍‌ ସହଯୋଗରେ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଷ୍ଟେଶନ ଛକସ୍ଥିତ କେତେକ ହୋଟେଲ୍‌ ଏବଂ ଫାଷ୍ଟଫୁଡ୍‌ ଦୋକାନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ୨୫କି.ଗ୍ରା.ରୁ ଊର୍ଦ୍ଧ୍ୱ ବାସି ଖାଦ୍ୟ ଏବଂ ୩କି.ଗ୍ରା.ରୁ ଊର୍ଦ୍ଧ୍ୱ ବିକ୍ରି ନିଷେଧ ରଙ୍ଗ ଓ ରୋଷେଇ ବ୍ୟବହୃତ ବିଭିନ୍ନ ମସଲା ସହିତ ୧୦ଲିଟରରୁ ଊର୍ଦ୍ଧ୍ୱ ପୋଡ଼ା ତେଲ ନଷ୍ଟ କରି ଦିଆଯାଇଥିବାର ଜଣାପଡ଼ିଛି। 

ଜିଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ଅନୁଶ୍ରୀ ଖଟୁଆ, ରାସାୟନିକ ପରୀକ୍ଷକ (ଭୁବନେଶ୍ୱର) ପତିତପାବନ ମହାପାତ୍ର, ନମୁନା ସଂଗ୍ରାହକ (ଭୁବନେଶ୍ୱର) ପ୍ରମୋଦ କୁମାର,  ବହୁମୁଖୀ ସ୍ବାସ୍ଥ୍ୟ ନିରୀକ୍ଷକ ଗଦାଧର ବେହେରା, କର୍ମଚାରୀ ନିତ୍ୟାନନ୍ଦ ପତି ପ୍ରମୁଖ ପୂର୍ବ ପ୍ରସ୍ତୁତ ଅନୁସାରେ ଚଢ଼ାଉ କରିଥିଲେ। ଷ୍ଟେଶନ ଛକସ୍ଥିତ ମା’ ଇଣ୍ଟରନ୍ୟାଶନାଲ, ଝାଡ଼େଶ୍ୱର, ଦିଗ୍‌ବିଜୟ ଇଣ୍ଟରନ୍ୟାଶନାଲ, ମେରିଡ଼ିଆନ୍‌, ଭାଗ୍ୟଶ୍ରୀ ଓ ନନା ହୋଟେଲ ଏବଂ ଝାଡ଼େଶ୍ୱର ରେଷ୍ଟୁରାଣ୍ଟ, କଟ୍‌ରି କିଚେନ୍‌ ଫାଷ୍ଟଫୁଡ୍‌ ସେଣ୍ଟର ସମେତ ୪ରୁ ଊର୍ଦ୍ଧ୍ୱ ଛୋଟମୋଟ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ମିଳିଥିବା ବାସି ଖାଦ୍ୟ, ବିକ୍ରି ନିଷେଧ ରୋଷେଇରେ ବ୍ୟବହୃତ ମସଲା, ପୋଡ଼ାତେଲ ଆଦିକୁ ଅଧିକାରୀମାନେ ଫିନାଇଲ୍‌ ଓ ବ୍ଲିଚିଂ ପକାଇ ନଷ୍ଟ କରିଦେଇଥିଲେ। ଭବିଷ୍ୟତରେ ଏହାର ପୁନରାବୃତ୍ତି ନ ହେବା ପାଇଁ ହୋଟେଲ୍‌ ମାଲିକମାନଙ୍କୁ ଚେତାବନୀ ମଧ୍ୟ ବିଭାଗୀୟ ତରଫରୁ ଦିଆଯାଇଛି। ସୂଚନାନୁଯାୟୀ କିଛିଦିନ ପୂର୍ବରୁ ଜିଲାରେ ୪ଟି ଖାଦ୍ୟ ସୁରକ୍ଷା ମାମଲା ଏଡ଼ିଏମ୍‌ କୋର୍ଟରେ ରୁଜୁ ହୋଇଥିବାର ଜିଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ଖଟୁଆ ପ୍ରକାଶ କରିଛନ୍ତି। 

All Right Reserved By

ଅପରାଧ | ବାଲେଶ୍ୱର

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ଜିଲା ମିର୍ଜାପୁର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୁଣା ବଜାର ପୋଲିସ ୧୦୦୦ ଲିଟର ଦେଶୀ ମଦ ବୋଝେଇ ଏକ ବୋଲେରୋ ଜବତ କରିଛି l 

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁର,୧୯ା୩(ସ୍ବ.ପ୍ର.)- ରଣପୁର ଥାନା ଚମ୍ପତିପୁର ଛକରେ ମଙ୍ଗଳବାର ପୋଲିସ ଚଢାଉ କରି ୩୬ ବୋତଲ ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନିରଞ୍ଜନ ପାତ୍ର (୩୪) ଓ ଅଭିମନୁ ସାହୁ (୩୦)।

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସ କବ୍‌ଜାରେ ୫ଜଣିଆ ଡକାୟତି ଦଳ

ପୋଲିସ କବ୍‌ଜାରେ ୫ଜଣିଆ ଡକାୟତି ଦଳ

ସୋରଡା,୧୯ା୩(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି। ସୋମବାର ମଧ୍ୟ ରାତିରେ ସୋରଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗାଜଲବାଡି-ଦାରିଙ୍ଗବାଡି ରାସ୍ତା ୨ନଂ. ଘାଟିରେ ଚଢାଉ କରି ଡକାୟତି ପାଇଁ ଯୋଜନା କରୁଥିବା ଏକ ୫ଜଣିଆ ଦଳକୁ କାବୁ କରିଛି। ସେମାନେ ହେଲେ ଆସିକା ପାକଲାପଲିର ଟୁକୁନା ପରିଡା, ଗଉଡିଆର ପ୍ରମୋଦ ପ୍ରଧାନ, କବିସୂର୍ଯ୍ୟନଗରରର ରବୀନ୍ଦ୍ର ଦଳେଇ, ପାକଲାପଲିର ଚକାନୟନ ନାହାକ, ଭଞ୍ଜନଗର ଗୋଲାସାହିର ଭାଗିରଥି ନାୟକ। ସେମାନଙ୍କ ନିକଟରୁ ୨ଟି ଦୁଇ ଚକିଆ ଗାଡି, ଗୋଟିଏ ବନ୍ଧୁକ, ୨ଟି ଖଣ୍ଡା, ୩ଟି ଟର୍ଚ୍ଚ ଲାଇଟ, ଲୁହାରଡ ଆଦି ଜବତ କରାଯାଇଛି। ଏନେଇ ନଂ.୪୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବଡଗଡ, ବୁଗୁଡା, ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର ଥାନାରେ ୩୦ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।

 ୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

୪ ଶହ ଲିଟର ମଦ ସହ ବୋଲେରୋ ଜବତ: ୨ ଗିରଫ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା ଜାତୀୟ ରାଜପଥ ରାଣୀତାଲ ନିକଟରୁ ମଙ୍ଗଳବାର ଏକ ମଦଭର୍ତ୍ତି  ବୋଲେରୋ ଜବତ କରାଯାଇଛି।

ନକଲି  ଜର୍ଦ୍ଦା  କାରଖାନରେ ଚଢ଼ାଉ : ଲକ୍ଷାଧିକ  ଟଙ୍କାର  ଜର୍ଦ୍ଦା , ଯନ୍ତ୍ରାଂଶ  ଜବତ

ନକଲି ଜର୍ଦ୍ଦା କାରଖାନରେ ଚଢ଼ାଉ : ଲକ୍ଷାଧିକ ଟଙ୍କାର ଜର୍ଦ୍ଦା , ଯନ୍ତ୍ରାଂଶ ଜବତ

ଭଦ୍ରକ ଅଫିସ,୧୯।୩: ଭଦ୍ରକ ଜିଲା  ପୁରୁଣା ବଜାର ପୋଲିସ ସୋମବାର  ବିଳମ୍ବିତ  ରାତିରେ ଏକ ନକଲି ଜର୍ଦ୍ଦା କାରଖାନା ଠାବ କରିଛି l ଥାନାଧିକାରୀ ପ୍ରଜ୍ଞା ମହାନ୍ତିଙ୍କ ନେତୃତ୍ୱରେ ଛଡ଼ାକମହଲା  ସୁଲତାନନଗରରେ ବହୁଦିନ ଧରି  ଚାଲିଥିବା ଏହି  ନକଲି ଜର୍ଦ୍ଦା କାରଖାନା ଉପରେ  ଚଢ଼ାଉ କରାଯାଇଥିଲା।

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ଭିଜିଲାନସ ଜାଲରେ ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ

ବୌଦ୍ଧ, ୧୮।୩ (ସ୍ବ.ପ୍ର.)-   ବୌଦ୍ଧ ଖାଉଟି ସୁରକ୍ଷା ମଞ୍ଚର ଷ୍ଟେନୋ  ସୋମବାର ବୌଦ୍ଧ ଭିଜିଲାନସ ବିଭାଗ ଦ୍ୱାରା ଗିରଫ ହୋଇଛନ୍ତି। ଭିଲାନସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ଜିଲାର ଜାମପାଲି ଗ୍ରାମର ସତ୍ୟ ପ୍ରଧାନ ନିଜ ଘରର ବିଦ୍ୟୁତ୍‌ ବିଲ ରେଗୁଲାର ପୈଠ କରୁଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ (ସାଉଥକୋ) ପକ୍ଷରୁ ୪୧ ହଜାର ଟଙ୍କା ଫାଇନ କରିଛନ୍ତି। 

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

୪ କୁଇଣ୍ଟାଲ ମହୁଲପୋଚ, ଦେଶୀ ରନ୍ଧାମଦ ଜବତ

କୋଲାବିରା,୧୮।୩ (ଡି.ଏନ.ଏ.): ଝାରସୁଗୁଡା ଜିଲା କୋଲାବିରା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦେଶୀରନ୍ଧା ମଦ ପ୍ରସ୍ତୁତ କରାଯାଇ ବ୍ୟବସାୟ କରାଯାଉଛି। ଲୋକେ ଏହାକୁ ଆୟର ପନ୍ଥା ଭାବେ ଗ୍ରହଣ କରି ନେଉଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା