ଜାତୀୟ |

ଅଧିକ ଯୌତୁକ ଦାବିକରି ବିବାହର ପ୍ରଥମ ଦିନ ନବବଧୂଙ୍କୁ ବଳାତ୍କାର କଲେ ସ୍ବାମୀ, ଦିଅର

ଅଧିକ ଯୌତୁକ ଦାବିକରି ବିବାହର ପ୍ରଥମ ଦିନ ନବବଧୂଙ୍କୁ ବଳାତ୍କାର କଲେ ସ୍ବାମୀ, ଦିଅର

ମୁଜାଫରନଗର,୧୫।୩: ଉତ୍ତର ପ୍ରଦେଶ ମୁଜାଫର ନଗରରୁ ଆସିଛି ଏକ ଛାତିଥରା ଖବର। ଏଠାରେ ଜଣେ ନବବଧୂଙ୍କୁ ଅଧିକ ଯୌତୁକ ଆଣିବାକୁ କହି ବିବାହର ପ୍ରଥମ ଦିନ ରାତିରେ ତାଙ୍କ ସ୍ବାମୀ ଓ ଦିଅର ମିଶି ତାଙ୍କୁ ବଳତ୍କାର କରିଥିବା ଜଣାପଡିଛି। ତେବେ ପୀଡିତା ରାତିସାରା ଯନ୍ତ୍ରଣାରେ ଛଟପଟ ହୋଇଥିଲେ ସୁଦ୍ଧା ତାଙ୍କୁ ତା’ ପୂର୍ବଦିନ ହସ୍ପିଟାଲ ଅଣାଯାଇଥିଲା। ଏବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ଏହା ଗତ ୬ ତାରିଖର ଘଟଣା ହୋଇଥିବା ବେଳେ ଗତ ଗୁରୁବାର ଏହା ଗଣମାଧ୍ୟମ ସାମ୍ନାକୁ ଆସିଛି। ପୀଡିତାଙ୍କ ଭାଇ ଅଭିଯୋଗ କରିଛନ୍ତି କି ସେ ଭଉଣୀ ବାହାଘରରେ ପ୍ରାୟ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ହେଲେ ପୁଅଘର ଲୋକେ ଅଧିକ ଯୌତୁକ ମାଗିବା ସହ ସେଦିନ ଅଧିକାଂଶ ଲୋକ ନିଶାରେ ଥାଇ ତାଙ୍କ ଭଉଣୀଙ୍କୁ ଗଣ ବଳାତ୍କାର କରିଥିବା ସେ କହିଛନ୍ତି। 

All Right Reserved By

ଜାତୀୟ |

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

୫ ବର୍ଷରେ ୧୫୩ ଏମ୍‌ପିଙ୍କ ସମ୍ପତ୍ତିରେ ୧୪୨ ପ୍ରତିଶତ ବୃଦ୍ଧି ପାଇଥିଲା: ପ୍ରଥମ ସ୍ଥାନରେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ,୨୦।୩: ଆଗକୁ ଲୋକସଭା ନିର୍ବାଚନ। ଇତିମଧ୍ୟରେ  ଆସୋସିଏସନ୍‌ ଫର ଡେମୋକ୍ରାଟିକ୍‌ ରିଫର୍ମ(ଏଡିଆର୍‌)ପକ୍ଷରୁ ଜାରି ହୋଇଛି ଏକ ରିପୋର୍ଟ। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ଲାଇନଚ୍ୟୁତ

ଅମ୍ବାଲା,୨୦।୩: ହିମାଲୟାନ୍‌ କୁଇନ୍‌ ଏକ୍ସପ୍ରେସ୍‌ର ୪ବଗି ବୁଧବାର ଲାଇନଚ୍ୟୁତ  ହୋଇଛି।

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଅରୁଣାଚଳ ପ୍ରଦେଶରେ ଭାଜପାକୁ ଝଟ୍‌କା: ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁଲେ

ଇଟାନଗର,୨୦।୩: ଅରୁଣାଚଳ ପ୍ରଦେଶରେ ଶାସକ ଭାଜପାକୁ ଶକ୍ତ ଝଟ୍‌କା ଲାଗିଛି। ଏଠାରେ ଶାସକ ଭାଜପାର ୨ ମନ୍ତ୍ରୀଙ୍କ ସମେତ ୧୪ ବିଧାୟକ ବାଡ଼ ଡେଇଁ ନ୍ୟାସନାଲ ପିପୁଲସ୍‌ ପାର୍ଟି(ଏନ୍‌ପିପି)ରେ ଯୋଗଦେଇଛନ୍ତି।

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ଟୁଇଟରରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟା

ମୁମ୍ବାଇ,୨୦।୩: ଟୁଇଟରରେ ଏବେ ଦବଙ୍ଗ ଭାଇଜାନ୍‌ ସଲମାନ୍‌ ଖାଁ ଏବଂ ଚୁଲ୍‌ବୁଲୀ ଅଭିନେତ୍ରୀ ଆଲିୟା ଭଟ୍ଟଙ୍କ ଏକ ଫଟୋ ନେଇ ଚର୍ଚ୍ଚା ଜାରି ରହିଛି। ଫଟୋରେ ସଲମାନ୍‌ଙ୍କ କୋଳରେ ବେବି ଆଲିୟାଙ୍କୁ ଦେଖିବାକୁ ମିଳୁଛି। 

ରାଜନୀତି କରିବେ ସନ୍ନି ଲିଓନ୍‌

ରାଜନୀତି କରିବେ ସନ୍ନି ଲିଓନ୍‌

ମୁମ୍ବାଇ,୨୦।୩: ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନ୍‌ ରାଜନୀତି କରିବେ। ମାନେ ରିୟଲ ଲାଇଫ୍‌ରେ ନୁହେଁ। ସେ ଏକ ତାମିଲ୍‌ ଫିଲ୍ମରେ ରାଜନେତ୍ରୀ ଭାବେ ଅଭିନୟ କରିବେ।

ଚତୁର୍ଥୀ ରାତିରେ ବରକୁ ଛାଡି କନ୍ୟା ଫେରାର

ଚତୁର୍ଥୀ ରାତିରେ ବରକୁ ଛାଡି କନ୍ୟା ଫେରାର

ଜୟପୁର,୨୦।୩: ରାଜସ୍ଥାନ ଧୋଲପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଚତୁର୍ଥୀ ରାତିରେ ବରକୁ ଏକାଛାଡ଼ି କନ୍ୟା ଫେରାର ହୋଇଯାଇଛି। ବର ଘର ସଦସ୍ୟ ପୋଲିସକୁ ଏନେଇ ଖବର ଦେବା ପରେ କନ୍ୟାକୁ ଜଙ୍ଗଲରୁ ଉଦ୍ଧାର କରାଯାଇଛି। 

ଫୋନ ନ ଲାଗିବାରୁ ପୁରୁଷ ବନ୍ଧୁଙ୍କ ଉପରେ ଆଣିଲେ ବଳାତ୍କାର ଅଭିଯୋଗ

ଫୋନ ନ ଲାଗିବାରୁ ପୁରୁଷ ବନ୍ଧୁଙ୍କ ଉପରେ ଆଣିଲେ ବଳାତ୍କାର ଅଭିଯୋଗ

ନୂଆଦିଲ୍ଲୀ,୧୯।୩: ଖରାପ ନେଟଓ୍ବାର୍କ ଯୋଗୁ ପୁରୁଷ ବନ୍ଧୁଙ୍କ ସହ ହୋଇପାରି ନ ଥିଲା ସମ୍ପର୍କ। ଧୋକା ଆଶଙ୍କାରେ ବନ୍ଧୁଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଲେ ଯୁବତୀ।

ମନ୍ଦିରରେ ପ୍ରିୟଙ୍କା ପୂଜା କରୁଥିବା ସମୟରେ ବାହାରେ ଶୁଭୁଥିଲା ‘ହର ହର ମୋଦି’

ମନ୍ଦିରରେ ପ୍ରିୟଙ୍କା ପୂଜା କରୁଥିବା ସମୟରେ ବାହାରେ ଶୁଭୁଥିଲା ‘ହର ହର ମୋଦି’

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ପୂର୍ବାଞ୍ଚଳ ଗସ୍ତର ଦ୍ୱିତୀୟ ଦିନରେ ମଙ୍ଗଳବାର ସେ ମିର୍ଜାପୁରର ବିନ୍ଧ୍ୟବାସିନୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। 

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ସହଯୋଗ କରୁ ନ ଥିବାରୁ ରବର୍ଟ ଭଦ୍ରାଙ୍କୁ ରିମାଣ୍ଡରେ ନେବାକୁ ଚାହୁଁଛି ଇଡି

ନୂଆଦିଲ୍ଲୀ,୧୯।୩: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ବଢ଼ୁଛି ବିବାଦ।

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ଫେରାଇବାରୁ ମିଳିଲା ପୁରସ୍କାର

ସୁରଟ, ୧୯।୩: ଗୁଜୁରାଟର ସୁରଟରେ ଜଣେ ସେଲ୍ସମ୍ୟାନ ରାସ୍ତାରେ ପଡିଥିବା ଟଙ୍କା ଭର୍ତ୍ତି ବ୍ୟାଗକୁ ତାର ମାଲିକଙ୍କୁ ଫେରାଇବାରୁ ତାଙ୍କୁ ପୁରସ୍କୁତ କରାଯାଇଛି। 

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

୧୪ ବର୍ଷ ବାଳକଙ୍କୁ ସାହସିକତା ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୯।୩: ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଙ୍ଗଳବାର ସାହସିକତା ପାଇଁ କେତେଜଣ ଶହୀଦ ଯବାନଙ୍କ ପତ୍ନୀଙ୍କୁ କିର୍ତ୍ତୀ ଚକ୍ର ପ୍ରଦାନ କରିଛନ୍ତି। ତେବେ ସାହସିକତା ପାଇଁ ସେ ଜମ୍ମୁ-କଶ୍ମୀରର ଜଣେ ୧୪ ବର୍ଷ ବାଳକଙ୍କୁ ମଧ୍ୟ ସମ୍ମାନୀତ କରିଛନ୍ତି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା