ଅନ୍ତର୍ଜାତୀୟ |

ପତ୍ନୀଙ୍କ ଲଭ୍‌ ଟେଷ୍ଟ ନେଉ ନେଉ ହସ୍ପିଟାଲ ପହଞ୍ଚିଲେ ସ୍ବାମୀ

ପତ୍ନୀଙ୍କ ଲଭ୍‌ ଟେଷ୍ଟ ନେଉ ନେଉ ହସ୍ପିଟାଲ ପହଞ୍ଚିଲେ ସ୍ବାମୀ

ବେଜିଂ,୧୫।୩: ପୂର୍ବ ଚାଇନାରେ ଘଟିଥିବା ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ସ୍ବାମୀ ତାଙ୍କ ପତ୍ନୀଙ୍କ ଲଭ୍‌ ଟେଷ୍ଟ ନେଉ ନେଉ ହିସ୍ପଟାଲ ପହଞ୍ଚି ଯାଇଛନ୍ତି। ଘଟଣାଟି ହେଉଛି, ପେନ୍‌ ନାମକ ଜଣେ ବ୍ୟକ୍ତିଙ୍କର ତାଙ୍କ ପତ୍ନୀଙ୍କ ସହ ଝଗଡା ହୋଇଥିଲା। ସେ ତାଙ୍କ ପତ୍ନୀଙ୍କ ଲଭ୍‌ ଟେଷ୍ଟ ନେବାକୁ ଯାଇ ରାତିରେ ଏକ ରାସ୍ତା ମଝିରେ ଠିଆ ହୋଇ ଯାଇଥିଲେ। ତେବେ ସେଇ ବାଟଦେଇ ଯାଉଥିବା ଗାଡି ଗୁଡିକ କୌଣସି ମତେ ବାଟ କାଟି ଚାଲି ଯାଇଥିଲେ। ହେଲେ ସେହି ବାଟରେ ଆସିଥିବା ଏକ ଭ୍ୟାନ୍‌ ପେନ୍‌ଙ୍କ ଆଡକୁ ମାଡି ଆସୁଥିବା ଦେଖି ତାଙ୍କ ପତ୍ନୀ ସେଠାରୁ ଦୌଡି ପଳାଇଥିଲେ। ଫଳରେ ଭ୍ୟାନଟି ପେନ୍‌ଙ୍କ ଦେହରେ ଧକ୍କା ହେବା ସହ ତାଙ୍କୁ କିଛି ବାଟ ଘୋଷାଡି ନେଇଯାଇଥିଲା। ତୁରନ୍ତ ଭ୍ୟାନରେ ଯାଉଥିବା ଡ୍ରାଇଭର ଓହ୍ଲାଇପଡି ପେନ୍‌ଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କର ବିଶେଷ କିଛି କ୍ଷତି ହୋଇ ନ ଥିବା ଡାକ୍ତର କହିଥିବା ବେଳେ ଛାତିରେ କେତୋଟି ହାଡ଼ ଭାଙ୍ଗିବା ସହ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଛି। ତେବେ ପତ୍ନୀଙ୍କ ଲଭ୍‌ ଟେଷ୍ଟରେ ସେ କେତେ ନମ୍ବର ଦେବେ ତାହା ତାଙ୍କ ଅନୁଭୂତି ହିଁ କହିବ। 

All Right Reserved By

ଅନ୍ତର୍ଜାତୀୟ |

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

ଓ୍ବାଶିଂଟନ, ୧୯।୩: ଜାତିସଂଘରେ ୨୦୧୮ରେ ୨୫୯ଟି ଯୌନଶୋଷଣ ମାମଲା ସମ୍ପର୍କରେ ଅଭିଯୋଗ ହୋଇଛି। ୨୦୧୭ ତୁଳନାରେ ଏଭଳି ଘଟଣାରେ ଶତପ୍ରତିଶତ ବୃଦ୍ଧି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

ଲଣ୍ଡନ,୧୯।୩: ୧୮୮୮ରେ ଦେହଜୀବୀଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରିବା ସହ ତାଙ୍କ ଶରୀରରୁ ଅଙ୍ଗ କାଢ଼ିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ୧୩୦ ବର୍ଷ ପରେ ସିରିୟଲ କିଲର ‘ଜୈକ ଦ ରିପର’କୁ ଧରିବାର ସଫଳ ହୋଇଛି  ପୋଲିସ।

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ଘର ବାହୁଡା ହେଲେ ଅପହୃତ ୭ ଭାରତୀୟଙ୍କ ମଧ୍ୟରୁ ଜଣେ

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନର ବାଘଲାନ ଅଞ୍ଚଳରୁ ପ୍ରାୟ ୧୦ମାସ ତଳେ ଅପହୃତ ହୋଇଥିବା ୭ ଜଣ ଭାରତୀୟଙ୍କ ମଧ୍ୟରୁ ଜଣେ ଭାରତ ଫେରିଥିବା ସୂଚନା ମିଳିଛି। 

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ତାଣ୍ଡବ ରଚିଲା ‘ଇଦାଇ’: ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ମାପୁଟୋ,୧୯।୩: ଦକ୍ଷିଣ ଆଫ୍ରିକାର ମୋଜାମ୍ବିକ୍ୱୁରେ ତାଣ୍ଡବ ରଚିଛି ଘୂର୍ଣ୍ଣିଝଡ଼ ‘ଇଦାଇ’। ମାଜାମ୍ବିକ୍ୱୁ ରାଷ୍ଟ୍ରପତି ଫିଲିପ୍‌ ନ୍ୟୁଷି କହିଛନ୍ତି ‘ଇଦାଇ’ ପ୍ରଭାବରେ ଅତିକମ୍‌ରେ ହଜାରେ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ହୋଇଛନ୍ତି। 

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ମୁମ୍ବାଇ ଆକ୍ରମଣକୁ ସବୁଠାରୁ କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ କହିଲା ଚାଇନା

ବେଜିଂ/ନୂଆଦିଲ୍ଲୀ,୧୯।୩: ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ‘ଗ୍ଲୋବାଲ ଟେରରିଷ୍ଟ’ ଘୋଷଣା କରିବାକୁ ନେଇ ଚାଇନା ଏକ ପ୍ରକାର ଅମଙ୍ଗ ଥିଲା।

ଭାରତୀୟ ହେବେ ପରବର୍ତ୍ତୀ ବୌଦ୍ଧ ଧର୍ମଗୁରୁ : ଦଲାଇ ଲାମା

ଭାରତୀୟ ହେବେ ପରବର୍ତ୍ତୀ ବୌଦ୍ଧ ଧର୍ମଗୁରୁ : ଦଲାଇ ଲାମା

ଧର୍ମଶାଳା/ତିବ୍ବତ,୧୯।୩: ବୌଦ୍ଧଧର୍ମର ପରବର୍ତ୍ତୀ ଧର୍ମଗୁରୁ ଚାଇନାରୁ ନ ହୋଇ ଭାରତରୁ ହେବାର ସଙ୍କେତ ଦେଇଛନ୍ତି ଦଲାଇ ଲାମା। ଜଣେ ଭାରତୀୟ ତାଙ୍କର ଉତ୍ତରାଧିକାରୀ ହେବେ। 

ହ୍ବାଟ୍ସଆପ ଆଣ୍ଡ୍ରଏଡ୍‌ କିବୋର୍ଡରେ ଆଣିବ ଟ୍ରାନ୍ସଜେଣ୍ଡର ଇମୋଜି

ହ୍ବାଟ୍ସଆପ ଆଣ୍ଡ୍ରଏଡ୍‌ କିବୋର୍ଡରେ ଆଣିବ ଟ୍ରାନ୍ସଜେଣ୍ଡର ଇମୋଜି

ଓ୍ବାଶିଂଟନ୍‌,୧୮।୩: ଫେସବୁକ୍‌ର ହ୍ବାଟ୍ସ ଆପ୍‌ ଏବେ ତା’ର ପ୍ଲାଟଫର୍ମରେ କିଛି ପରିବର୍ତ୍ତନ କରିବାକୁ ଯାଉଛି। ଏହି ସୋସିଆଲ ମିଡିଆ ଆପ୍‌ କେତେ ଗୁଡିଏ ନୂଆ ଫିଚର, ଇମୋଜି ଓ ଷ୍ଟିକର ଆଣିବାକୁ ଯୋଜନା କରୁଛି।

ସ୍ପେସ୍‌ ମିଶନରେ ବାଧା: ଭାଇରସ୍‌ ଯୋଗୁ ଚର୍ମରୋଗ ହେବା ଆଶଙ୍କା

ସ୍ପେସ୍‌ ମିଶନରେ ବାଧା: ଭାଇରସ୍‌ ଯୋଗୁ ଚର୍ମରୋଗ ହେବା ଆଶଙ୍କା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୮।୩: ଭବିଷ୍ୟତରେ ମଙ୍ଗଳ ସମେତ ଅନ୍ୟ ଗ୍ରହକୁ ମାନବ ମିଶନ ପଠାଯିବା ପାଇଁ ମହାକାଶ ଗବେଷଣା ସଂସ୍ଥାଗୁଡ଼ିକ ପକ୍ଷରୁ କରାଯାଉଥିବା ପ୍ରୟାସରେ ସୃଷ୍ଟି ହୋଇଛି ବାଧା। 

ଜିମ୍ବାଓ୍ବେରେ ପ୍ରବଳ ଝଡ଼: ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଜିମ୍ବାଓ୍ବେରେ ପ୍ରବଳ ଝଡ଼: ଶହେରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ମଲାଓ୍ବି,୧୮।୩: ଜିମ୍ବାଓ୍ବେରେ ଘୂର୍ଣ୍ଣିବାତ୍ୟା ‘ଇଦାଇ’ ତାଣ୍ଡବ ରଚିଛି। ଏପର୍ଯ୍ୟନ୍ତ ଏଥିରେ ଶହେରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇଥିବା ଆକଳନ କରାଯାଇଛି। ଲକ୍ଷ ଲକ୍ଷ ଲୋକ ଏହାଦ୍ୱାରା ପ୍ରଭାବିତ ହେବା ସହ ଶହ ଶହ ଲୋକ ନିଖୋଜ ଥିବା କୁହାଯାଉଛି।

ପ୍ରଘଟ ହୋଇଛି ନୂଆ ତଥ୍ୟ;କେମ୍ବ୍ରିଜ ଆନାଲିଟିକା ଦ୍ୱାରା ଡାଟା ଚୋରିକୁ ଫେସବୁକ୍‌ ଜାଣିଥିଲା

ପ୍ରଘଟ ହୋଇଛି ନୂଆ ତଥ୍ୟ;କେମ୍ବ୍ରିଜ ଆନାଲିଟିକା ଦ୍ୱାରା ଡାଟା ଚୋରିକୁ ଫେସବୁକ୍‌ ଜାଣିଥିଲା

ଲଣ୍ଡନ,୧୮-୩: କେମ୍ବ୍ରିଜ ଆନାଲିଟିକା ଦ୍ୱାରା ତଥ୍ୟ ଚୋରି ସଂକ୍ରାନ୍ତରେ ଫେସବୁକ୍‌ର କିଛି ଅଧିକାରୀ ଜାଣିଥିଲେ ବୋଲି ଆମେରିକାର ସଂଘୀୟ ସରକାରୀ ଓକିଲ ତଦନ୍ତ କରି ଜାଣିପାରିଛନ୍ତି।

ମାଡି ଆସିଲା ବନ୍ୟା: ୫୦ ମୃତ ଅନେକ ନିଖୋଜ

ମାଡି ଆସିଲା ବନ୍ୟା: ୫୦ ମୃତ ଅନେକ ନିଖୋଜ

ଜାକର୍ତ୍ତା,୧୭।୩: ଇଣ୍ଡୋନେସିଆରେ ପ୍ରବଳ ବର୍ଷା ହେବା ଫଳରେ ହଠାତ୍‌ ବନ୍ୟା ଆସିବାରୁ ଅତିକମ୍‌ରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଥିରେ ଅନେକ ନିଖୋଜ ହୋଇଥିବା କୁହାଯାଉଛି। ଇଣ୍ଡୋନେସିଆର ପୂର୍ବ ଭାଗରେ ଏହି ବନ୍ୟା ଆସିବା ଫଳରେ ଲୋକେ ଭୟଭୀତ ହୋଇଯାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା