ଖେଳ |

ଓ୍ବେବ୍‌ସିରିଜରେ ଧୋନୀ: ପ୍ରଥମ ଥର ଲାଗି ଆଇପିଏଲ୍‌ ଫିକ୍ସିଂ ଅଭିଯୋଗ ବେଳର ଅନୁଭୂତି ବଖାଣିବେ

ଓ୍ବେବ୍‌ସିରିଜରେ ଧୋନୀ: ପ୍ରଥମ ଥର ଲାଗି ଆଇପିଏଲ୍‌ ଫିକ୍ସିଂ ଅଭିଯୋଗ ବେଳର ଅନୁଭୂତି ବଖାଣିବେ

ବମ୍ବେ: ଭାରତୀୟ କ୍ରିକେଟ ଦଳର ଜଣେ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ସେ ନିଜର ଶାନ୍ତ ସ୍ବଭାବ ଓ ଧୁଆଁଧାର ବ୍ୟାଟିଂକୁ ନେଇ ନିଜର ପ୍ରଶଂସକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିିଛନ୍ତି। ୨୦୧୬ରେ ଧୋନୀଙ୍କ ଜୀବନ କାହାଣୀ ଉପରେ ନିର୍ମାଣ ହୋଇଥିଲା ଫିଲ୍ମ ‘ଏମ୍‌ଏସ୍‌ ଧୋନୀ: ଦ ଅନ୍‌ଟୋଲ୍ଡ ଷ୍ଟୋରୀ’। ଏଥିରେ ଧୋନୀଙ୍କ ପିଲାବେଳରୁ ଖେଳ ପ୍ରତି ଥିବା ଦୁର୍ବଳତା, ଟିଟି ଭାବେ କାର୍ଯ୍ୟ କରିବା, ଭାରତୀୟ ଦଳରେ ଯୋଗଦାନ ଓ ବ୍ୟକ୍ତିଗତ ଜୀବନ ଉପରେ ଅନେକ କିଛି ଦେଖାଯାଇଥିଲା। ଏବେ ଧୋନୀଙ୍କ ଉପରେ ଏକ ଓ୍ବେବ୍‌ସିରିଜ ‘ରୋର୍‌ ଅଫ୍‌ ଦ ଲାୟନ୍‌’ ନିର୍ମାଣ ହେବାକୁ ଯାଉଛି। ଏହାର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍‌। 

 ୨୦୧୩ ଆଇପିଏଲ୍‌ରେ ସ୍ପୋର୍ଟ ଫିକ୍ସିଂ ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଚେନ୍ନାଇ ସୁପରକିଙ୍ଗସ୍‌ ଉପରେ ୨ ବର୍ଷର ପ୍ରତିବନ୍ଧକ ଲଗାଯାଇଥିଲା। ସେତେବେଳେ ଏହାର ପ୍ରଭାବ ଦଳର ଅଧିନାୟକ ଥିବା ଧୋନୀଙ୍କ ଉପରେ ପଡ଼ିଥିଲା। ମାତ୍ର ୨୦୧୮ରେ ଦଳ ପୁର୍ବଭଳି ଆଇପିଏଲ୍‌କୁ ଫେରିବା ସହ ମ୍ୟାଚ୍‌ ଜିତିଥିଲା। ହେଲେ ଉକ୍ତ ସମୟରେ ଖେଳାଳୀମାନେ ବିଶେଷକରି ଧୋନୀଙ୍କ ଉପରେ ବିତିଥିବା ଘଟଣାବଳୀକୁ ଉକ୍ତ ଓ୍ବେବ୍‌ସିରିଜରେ ଦେଖାଯିବ। ଧୋନୀ ଦର୍ଶକଙ୍କ ସହ ମନକଥା ସେୟାର କରିବେ।

ପ୍ରକାଶଯୋଗ୍ୟ, ଓ୍ବେବ୍‌ସିରିଜ ଛଡ଼ା କବିର ଖାନ୍‌ ଫିଲ୍ମ୮୩ର ନିର୍ମାଣ କରୁଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ ରଣବିର ସିଂଙ୍କୁ ଦେଖିବାକୁ ମିଳିବ। ୧୯୮୩ରେ ଭାରତୀୟ ଦଳ ବିଶ୍ୱକପ୍‌ କ୍ରିକେଟ ଜିତିବା ବିଷୟବସ୍ତୁ ଉପରେ ଫିଲ୍ମଟି ପର୍ଯ୍ୟବେଶିତ।


All Right Reserved By

ଖେଳ |

ଖେଳ ପରେ ଏବେ ରାଜନୀତି: ୨୦୧୯ ନିର୍ବାଚନକୁ ଓହ୍ଲାଇପାରନ୍ତି ଗମ୍ଭୀର, ହରଭଜନ, ଯୋଗେଶ୍ୱର, ବାଇଚୁଙ୍ଗ..

ଖେଳ ପରେ ଏବେ ରାଜନୀତି: ୨୦୧୯ ନିର୍ବାଚନକୁ ଓହ୍ଲାଇପାରନ୍ତି ଗମ୍ଭୀର, ହରଭଜନ, ଯୋଗେଶ୍ୱର, ବାଇଚୁଙ୍ଗ..

ରାଜନୀତିରେ ଅଭିନେତା କି ଖେଳାଳିଙ୍କ ଚେହେରା କିଛି ନୂଆ କଥା ନୁହେଁ। ନିଜ ନିଜ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବା ପରେ ଏମାନେ ରାଜନୀତିମୁହାଁ ହୋଇଥାନ୍ତି।

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ଭାରତରେ କ୍ରିକେଟର ଭିନ୍ନ କ୍ରେଜ୍‌ ରହିଛି। ଏହାକୁ  ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏହାର ସମସ୍ତ ଲୋକପ୍ରିୟ ଟିମ୍‌ ମଧ୍ୟରୁ ଚେନ୍ନାଇ ସୁପରକିଙ୍ଗ(ସିଏସ୍‌କେ) ଅନ୍ୟତମ। ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ ଫ୍ୟାନ୍‌ ଫଲୋଇଙ୍ଗ ରହିଛି। ମାତ୍ର ସେମାନଙ୍କ ମଧ୍ୟରୁ ଆଇପିଏଲ୍‌ ସମୟରେ ନଜର ଆସୁଥିବା ଏନ୍‌. ସାର୍ବନନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।

ଧୋନୀଙ୍କ ଫେଭରାଇଟ ବାଇକ୍‌ ହେଲକଟ ଏକ୍ସଓ୍ବାନଥ୍ରିଟୁ

ଧୋନୀଙ୍କ ଫେଭରାଇଟ ବାଇକ୍‌ ହେଲକଟ ଏକ୍ସଓ୍ବାନଥ୍ରିଟୁ

ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ବର୍ତ୍ତମାନ ଅନ୍ୟତମ ଲୋକପ୍ରିୟ ଖେଳାଳି। କ୍ରିକେଟ ବ୍ୟତୀତ ଧୋନୀ ଆଉ ଯାହାକୁ ଖୁବ ଭଲ ପାଆନ୍ତି, ସେ ହେଲା ବାଇକ। 

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

ଚଣ୍ଡିଗଡ଼, ୨୦ା୩ (ପି.ଟି.)-ଫେବୃୟାରୀରେ ପୁଲ୍‌ଓ୍ବାମା ଆକ୍ରମଣ ଘଟଣାରେ ନିହତ ୫ ସିଆରପିଏଫ୍‌ ଯବାନଙ୍କ ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଁଏ ଦାନ କରିଛି। ଏହି ଯବାନମାନେ ପଞ୍ଜାବ ଓ ହିମାଚଳ ପ୍ରଦେଶର। 

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ଓଇରାସ (ପର୍ତ୍ତୁଗାଲ), ୨୦ା୩ (ଏଏଫ୍‌ପି)-ଚଳିତ ସପ୍ତାହରେ ୟୁରୋ ୨୦୨୦କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବାକୁଥିବା ବେଳେ କ୍ରିଷ୍ଟିଆନ ରୋନାଲ୍‌ଡୋ ତାଙ୍କ ଟିମ୍‌ମେଟଙ୍କ ସହିତ କ୍ୟାମ୍ପରେ ଯୋଗଦାନ କରିଛନ୍ତି। 

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି, ୨୦ା୩ (ପି.ଟି.)-ଫର୍ମରେ  ଥିବା ପ୍ରଜନେଶ ଗୁଣେଶ୍ୱରନ ମାୟାମି ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟର ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ପ୍ରବେଶ କରିଥିବାବେଳେ ଅନ୍ୟତମ ଭାରତୀୟ ଖେଳାଳି ରାମକୁମାର ରମାନାଥନ ଏଠାରେ ତାଙ୍କ ପ୍ରଥମ ବାଧା ଅତିକ୍ରମ କରିପାରି ନାହାନ୍ତି।

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସେକ୍ରେଟାରିଏଟ ରିକ୍ରିଏଶନ କ୍ଲବ ଆନୁକୂଲ୍ୟରେ ୧୪ତମ ଅଲ୍‌ ଓଡ଼ିଶା ଓପନ ଚେସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୩୦ ଓ ୩୧ ତାରିଖ ଦୁଇଦିନଧରି ଅନୁଷ୍ଠିତ ହେବ। 

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ:  ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ: ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ପ୍ରି-କ୍ୱାର୍ଟରରେ ବୃହତ୍‌ ବିଜୟ ସହ କଟକର ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ:  ନୌସେନା, ବାୟୁସେନା ଦଳ ବିଜୟୀ

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: ନୌସେନା, ବାୟୁସେନା ଦଳ ବିଜୟୀ

ବନ୍ତ,୨୦ା୩(ଡି.ଏନ୍‌.ଏ./ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମଠାରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୬ତମ ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ୬ଷ୍ଠ ଦିବସ ଖେଳ ଅନୁଷ୍ଠିତ ହୋଇ ଯାଇଛି।  

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ବାଲେଶ୍ୱର ଅଫିସ, ୨୦।୩-ରାଜସ୍ଥାନ ଜୟପୁରଠାରେ ଆସନ୍ତା ୨୪ରେ ଜାତୀୟସ୍ତରୀୟ ସିନିୟର ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୧୦ ବାଳିକା ଓ ୧୨ଜଣ ବାଳକ ଭାଗନେବେ। 

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶାର ରାଜଶ୍ରୀ ମହାପାତ୍ର ଓ ମୁକ୍ତା ମୁଣ୍ଡା ନିଜ ନିଜ ଟିମ୍‌ ଗେମ୍ସରେ ପଦକ ହାସଲ କରିଛନ୍ତି। 

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା:  କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା: କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ବିହାରର ପାଟନାସ୍ଥିତ ନିତ୍ୟ କଳା ମନ୍ଦିର ପରିସରରେ ଗତ ୨ ଦିନଧରି ୯ମ ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା