ରାଜ୍ୟ | ଉପକୂଳ ଓଡିଶା

କାଳିଆ ଯୋଜନା ଟଙ୍କା ନପାଇ ଅନଶନରେ ବସିଲେ ଚାଷୀ

କାଳିଆ ଯୋଜନା ଟଙ୍କା ନପାଇ ଅନଶନରେ ବସିଲେ ଚାଷୀ

ପାଟକୁରା,୧୫।୩(ଡି.ଏନ୍‌.ଏ.): କେନ୍ଦ୍ରପଡ଼ା ଜିଲା ଗରଦପୁର ବ୍ଲକ ଅଧୀନ ବେଡ଼ାରୀ ପଞ୍ଚାୟତ ସମ୍ମୁଖରେ ଶୁକ୍ରବାର ବିଭିନ୍ନ ଗ୍ରାମର କୃଷକ କାଳିଆ ଯୋଜନାର ଟଙ୍କା ପାଇ ନ ଥିବା ନେଇ ଅନଶନରେ ବସିଛନ୍ତି। ଖବରପାଇ ସରପଞ୍ଚ  ଗୋକୁଳାନନ୍ଦ ବେହେରା ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିଛନ୍ତି। 

ଏହି ଅନଶନରେ ଅମୀୟ ନାୟକ,  ପହଲି ଚରଣ ଭୂୟାଁ, ଶୁକଦେବ ସାହୁ,  ଅରକ୍ଷିତ ଦାସ ପ୍ରମୁଖ ସାମିଲ ହୋଇଥିଲେ।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଘର ଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘର ଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ହାତ ଧରିଲେ ନବୀନ ନନ୍ଦ

ହାତ ଧରିଲେ ନବୀନ ନନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଯୋଗୁ ଦଳ ବଦଳାଉଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବୁଧବାର ବରିଷ୍ଠ ନେତା ନବୀନ ନନ୍ଦ ହାତ ଧରିଛନ୍ତି। 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

୨୧ ଯାଏ ବର୍ଷା ସମ୍ଭାବନା

୨୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟମରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା