ରାଜ୍ୟ |

ପ୍ରାର୍ଥୀ ତାଲିକା ଘୋଷଣା ନେଇ ଛକାପଞ୍ଝା

ପ୍ରାର୍ଥୀ ତାଲିକା ଘୋଷଣା ନେଇ ଛକାପଞ୍ଝା

ଭୁବନେଶ୍ୱର,୧୫।୩ (ବ୍ୟୁରୋ): ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ କିଛିଦିନ ପରେ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଏହା ପୂର୍ବରୁ ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ଭାଜପା ଏବଂ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରିବେ। ସମୟ କମ୍‌ ଥିବାବେଳେ କୌଣସି ଦଳ ଏଯାଏ ପ୍ରାର୍ଥୀ ତାଲିକା ଘୋଷଣା କରିପାରି ନାହାନ୍ତି। ଆଶାୟୀଙ୍କ ଭିଡ ବଢୁଥିବାରୁ  ପ୍ରାର୍ଥୀ ଚୟନ ସବୁ ଦଳ ପାଇଁ ଏକ ପ୍ରକାର ସମସ୍ୟା ସୃଷ୍ଟି କରୁଥିବା ଚର୍ଚ୍ଚା ଜୋର ଧରିଛି। ରାଜ୍ୟରେ ଲଗାତର ୪ଥର ଶାସନ କ୍ଷମତାରେ ଥିବା ବିଜେଡି ପାଇଁ ଏଥର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉଭୟ ଲୋକ ସଭା ଏବଂ ବିଧାନସଭା ଆସନର ଏକାଧିକ ପ୍ରାର୍ଥୀଙ୍କ ଟିକେଟ ବିଜେଡି ଏଥର ପରିବର୍ତ୍ତନ କରୁଥିବା ସ୍ପଷ୍ଟ ହେବାରେ ଲାଗିଛି। ତେବେ ପରିବର୍ତ୍ତିତ ସ୍ଥାନରେ ନୂଆ ମୁହଁକୁ ଆଗକୁ ଆଣିବାପରେ ଦଳରେ ଯେପରି ବିଦ୍ରୋହ ନ ବଢ଼େ ତାହା ମୁଖ୍ୟତଃ ବିଜେଡି ପାଇଁ ଚିନ୍ତା ବଢାଇଦେଇଛି। ଏଇ କିଛିଦିନ ମଧ୍ୟରେ ରାଜ୍ୟର ଏକାଧିକ କଂଗ୍ରେସ ଓ ଭାଜପା ନେତାଙ୍କୁ ବିଜେଡି ନିଜ ଦଳରେ ସାମିଲ କରିବାରେ ଲାଗିଛି। ଅନ୍ୟ ଦଳରୁ ଆମଦାନୀ କରୁଥିବା ଅଧିକାଂଶ ନେତାଙ୍କୁ ମଧ୍ୟ ବିଜେଡି ଟିକେଟ ଦେବାର ପ୍ରତିଶ୍ରୁତି ଦେଇ ଆଣୁଥିବା ଶୁଣିବାକୁ ମିଳୁଛି। ଏଭଳି ସ୍ଥିତିରେ ସେହିସବୁ ସ୍ଥାନରେ ବିଜେଡିରେ ଦୀର୍ଘଦିନ ଧରି ପଡି ରହିଥିବା ଆଶାୟୀମାନେ ନିଜର ରାଜନୈତିକ ଭବିଷ୍ୟତ ନେଇ ଚିନ୍ତାରେ ପଡିଯାଇଛନ୍ତି। ଫଳରେ ବିଜେଡିରୁ ଟିକେଟ ନ ପାଇବାର ଆଭାସ  ପାଇ ସାରିଥିବା ବହୁ ନେତା ବର୍ତ୍ତମାନ ଭାଜପାକୁ ବିକଳ୍ପ ଭାବେ ବାଛି ନେଉଛନ୍ତି। ଯେଉଁମାନେ ବିଜେଡି ଟିକେଟ ନ ପାଇବେ ସେମାନେ ପ୍ରଥମ ପସନ୍ଦ ଭାବେ ଭାଜପାକୁ ଡିଆଁ ମାରିବାକୁ ଚାହୁଁଛନ୍ତି। ଗତ ମଙ୍ଗଳବାର ମଧ୍ୟ ଏନେଇ ଭାଜପା ରାଜ୍ୟ ପ୍ରଭାରୀ ଅରୁଣ ସିଂ ସାମାନ୍ୟ ସୂଚନା ଦେଇଛନ୍ତି। ଶାସକ ଦଳର ବହୁ ନେତା ଏବେ ଆମ ଯୋଗାଯୋଗରେ ରହିଛନ୍ତି। ଆଗକୁ ବହୁ ଭଲ ଖବର ଆସିବ ବୋଲି ଅରୁଣ କହିବାପରେ ରାଜନୈତିକ ମହଲରେ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଭାଜପାର ଜଣେ ବରିଷ୍ଠ ନେତାଙ୍କ କହିବା ଅନୁଯାୟୀ, ଶାସକ ଦଳର ପ୍ରାୟ ୬ଜଣ ଏମ୍‌ପି ପ୍ରାର୍ଥୀ ବର୍ତ୍ତମାନ ଦଳର ଶୀର୍ଷସ୍ତରୀୟ ନେତାଙ୍କ ଯୋଗାଯୋଗରେ ଅଛନ୍ତି। ଏହାସହ ବିଜେଡିର ଏକାଧିକ ବିଧାୟକ ପ୍ରାର୍ଥୀ ମଧ୍ୟ ଭାଜପା ଟିକେଟରେ ଏଥର ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି, ଯେଉଁଥିପାଇଁ ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଥିବା ମଧ୍ୟ ସେ ମତ ରଖିଛନ୍ତି। 

ସେହିପରି ବିଜେଡି ଅଧିକାଂଶ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କରି ସାରିଥିବା ବେଳେ ସେହିସବୁ ସ୍ଥାନର ଅସନ୍ତୁଷ୍ଟମାନଙ୍କୁ ବୁଝାଇବା ଶେଷ ହୋଇନାହିଁ। ଏଥିଲାଗି ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଛି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜଣେ ଅଧିକାରୀଙ୍କଠାରୁ ଶୁଣିବାକୁ ମିଳିଛି। ତାଙ୍କ କହିବା ଅନୁଯାୟୀ ଯଦି ଆମ ଦଳରୁ ଏବେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯାଏ ତେବେ ଅସନ୍ତୁଷ୍ଟ ଗୋଷ୍ଠୀ ସଙ୍ଗବଦ୍ଧ ହୋଇ ପଦ୍ମ ଆଡେ ଡିଆଁ ମାରିବେ। ତେଣୁ ଅସନ୍ତୁଷ୍ଟ ଗୋଷ୍ଠୀକୁ ବୁଝାଇ ଶୁଝାଇ ରଖିବା ପାଇଁ ଦଳର କେତେଜଣ ଯୁବ ନେତାଙ୍କୁ ଦାୟିତ୍ୱ ଦିଆଯାଇଛି। ତେଣୁ ଅସନ୍ତୁଷ୍ଟଙ୍କୁ ବୁଝାଇବା ପାଇଁ ୪ଟି ପର୍ଯ୍ୟାୟରେ ନେତାଙ୍କୁ ଭାଗ ଭାଗ କରାଯାଇଛି। ଏପରି କି ଅନେକଙ୍କୁ ଲାଭବାନ ପଦପଦବୀ ଦେବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଉଥିବା ସେ କହିଛନ୍ତି। ତେବେ ଭାଜପା ପକ୍ଷରୁ ଆସନ୍ତା ୧୭ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହେବାକୁ ଥିବା ଦଳୀୟ ସୂତ୍ରରୁ ଜଣାପଡିଛି। ତେଣୁ ଭାଜପାର ତାଲିକା ଘୋଷଣା ହେବାପରେ ବିଜେଡି ନିଜ ତାଲିକା ପ୍ରକାଶ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ମଧ୍ୟ ୧୭ରେ ପ୍ରାର୍ଥୀ ତାଲିକା ଘୋଷଣା କରାଯିବାର ଯଥେଷ୍ଟ ସମ୍ଭାବନା ରହିଛି। ପିସିସି ପକ୍ଷରୁ ପ୍ରାୟ ପ୍ରାର୍ଥୀ ତାଲିକା ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଯାଇଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାଲିକାରେ ଅଧିକାଂଶ ମହିଳାଙ୍କୁ ସ୍ଥାନ ଦେବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଯେଉଁଥିପାଇଁ ନିରଞ୍ଜନ ପୁନର୍ବାର ଓଡିଶା ଆସି ମହିଳା ପ୍ରାର୍ଥୀ ଯୋଗାଡରେ ଲାଗି ପଡିଛନ୍ତି।  ଆସନ୍ତା ୧୬ରେ ଶେଷ ପର୍ଯ୍ୟାୟ ଏଆଇସିସି(ଅଖିଳ ଭାରତ କଂଗ୍ରେସ କମିଟି) ସ୍କ୍ରିନିଂ କମିଟି ବସି ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରସ୍ତୁତ କରିବା ପରେ ତାହା ସିଇସି(ସେଣ୍ଟ୍ରାଲ ଇଲେକ୍ସନ କମିଟି) ନିକଟକୁ ପଠାଇବ। ଏହାର ଦିନକ ପରେ କିମ୍ବା ସେହିଦିନ ହିଁ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି ଶୁଣିବାକୁ ମିଳୁଛି। ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ୧୬ କିମ୍ବା ୧୭ରେ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି କହିଛନ୍ତି। ସେହିପରି ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି ଯେ, ଦଳ ପକ୍ଷରୁ କେବେ ପ୍ରାର୍ଥୀ ତାଲିକା ଘୋଷଣା ହେବ ସେନେଇ କେନ୍ଦ୍ରରୁ ସୂଚନା ଆସିବା ପରେ ଜଣାପଡିବ। ତଥାପି ଖୁବ୍‌ଶୀଘ୍ର ଏନେଇ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି।  


All Right Reserved By

ରାଜ୍ୟ |

ଘର ଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘର ଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ହାତ ଧରିଲେ ନବୀନ ନନ୍ଦ

ହାତ ଧରିଲେ ନବୀନ ନନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଯୋଗୁ ଦଳ ବଦଳାଉଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବୁଧବାର ବରିଷ୍ଠ ନେତା ନବୀନ ନନ୍ଦ ହାତ ଧରିଛନ୍ତି। 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

୨୧ ଯାଏ ବର୍ଷା ସମ୍ଭାବନା

୨୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟମରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା