ରାଜ୍ୟ |

ଦିଲ୍ଲୀରୁ ଫେରିଲେ ଦାମ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ ପାଛୋଟି ଆଣିଲେ ସମର୍ଥକ

ଦିଲ୍ଲୀରୁ ଫେରିଲେ ଦାମ: ବିମାନବନ୍ଦରରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, ଶୋଭାଯାତ୍ରାରେ ପାଛୋଟି ଆଣିଲେ ସମର୍ଥକ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଭାଜପାରେ ବରିଷ୍ଠ ନେତା ଦାମୋଦର ରାଉତ ଯୋଗ ଦେଇ ଶୁକ୍ରବାର ଦିଲ୍ଲୀରୁ ଫେରିଛନ୍ତି। ଦାମ ଫେରିବା ପରେ ଭୁବନେଶ୍ୱର ବିମାନବନ୍ଦରରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ଏପରିକି ଏକ ଶୋଭାଯାତ୍ରାରେ ଦାମକୁ ଦଳୀୟ କର୍ମୀ ଓ ସମର୍ଥକମାନେ ପାଛୋଟି ଆଣିଛନ୍ତି। 

ଦାମ ବିମାନବନ୍ଦରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନବୀନଙ୍କ ଉପରେ ବର୍ଷିଛନ୍ତି। ନବୀନ ସରକାରଙ୍କ ଅବସାନ ଘଟାଇବାକୁ ମୋର ଏ ପ୍ରୟାସ। ଭାଜପା ନେତୃତ୍ୱରେ ଓଡ଼ିଶାବାସୀ ଏ ଦୁର୍ନୀତି ଓ ଅପଶାସନରୁ ମୁକ୍ତି ପାଇପାରିବେ। ମୋର ବିଶ୍ୱାସ ଓଡ଼ିଶାବାସୀ ମୋ ସହ ମିଶି ଏ ଭଷ୍ଟାଚାରୀଙ୍କୁ ହଟାଇବେ ବୋଲି ସେ କହିଛନ୍ତି।

ପ୍ରକାଶଯୋଗ୍ୟ, କିଛି ଦିନ ଧରି ଦାମଙ୍କୁ ନେଇ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇ ଉଠିଥିଲା। ଦାମଙ୍କ ଦିଲ୍ଲୀ ଗସ୍ତ ପରେ ସେ ଭାଜପାରେ ଯୋଗଦେଇପାରନ୍ତି ବୋଲି କୁହାଯାଉଥିଲା। ମାତ୍ର ସେ ଏ ବିଷୟରେ ନିଜ ସମର୍ଥକଙ୍କ ସହ ବିଚାରବିମର୍ଶ କରୁଥିବା କହିଆସୁଥିଲେ। ହେଲେ ଶେଷରେ ଗୁରୁବାର ବିଧିବଦ୍ଧ ଭାବେ ଦାମ ଭାଜପାରେ ସାମିଲ ହୋଇଛନ୍ତି। ଦିଲ୍ଲୀସ୍ଥିତ ଭାଜପା ମୁଖ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି।


All Right Reserved By

ରାଜ୍ୟ |

ଦେଶ ମେଲଣରେ ୧୬୦ ବିମାନ

ଦେଶ ମେଲଣରେ ୧୬୦ ବିମାନ

ଚାନ୍ଦବାଲି,୨୧।୩(ଡି.ଏନ.ଏ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେଶ ମେଲଣ ଗୁରୁବାର ଅନୁଷ୍ଠିତ ହୋଇଛି। ମତୋ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଲଣରେ ଚଳିତ ବର୍ଷ ୧୬୦ଟି ସୁସଜ୍ଜିତ ବିମାନରେ ଠାକୁର ମେଲଣ ପଡିଆକୁ ଆସିଥିଲେ। 

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।  

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

ଭଞ୍ଜନଗର,୨୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସୂର୍ଯ୍ୟ ମନ୍ଦିର ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶିବ ମନ୍ଦିର ରୁ ଚୋରି

ଶିବ ମନ୍ଦିର ରୁ ଚୋରି

ରୂପସା,୨୧।୩(ଡି.ଏନ.ଏ.): ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ କସିପଦା ଶିବମନ୍ଦିରରୁ ବୁଧବାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି।

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି।

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା।

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। 

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। 

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି।

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୧ା୩:ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ନୀତି ସମ୍ପନ୍ନ ହୋଇଛି। ଏହି ଉତ୍ସବକୁ ମେଣ୍ଢାପୋଡ଼ି ନୀତି କୁହାଯାଏ। 

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା