ରାଜ୍ୟ | ସମ୍ବଲପୁର

ଗଡ଼ ବଞ୍ଚାଇବାକୁ ଉଦ୍ୟମ

ଗଡ଼  ବଞ୍ଚାଇବାକୁ  ଉଦ୍ୟମ

ବୌଦ୍ଧ,୧୫ା୩(ସ୍ବ.ପ୍ର.)(ଅଜିତ୍‌ କୁମାର ବାରିକ):  ୨୦୦୯ ମସିହା ସୀମା ନିର୍ଦ୍ଧାରଣ ପରେ ବୌଦ୍ଧ ନିର୍ବାଚନମଣ୍ଡଳୀ ହରଭଙ୍ଗା ବ୍ଲକର ୨୨ ପଞ୍ଚାୟତ, ବୌଦ୍ଧ ବ୍ଲକର ୧୧ ପଞ୍ଚାୟତ ଓ ବୌଦ୍ଧ ଏନ୍‌ଏସିକୁ ଗଠିତ ହୋଇଛି । 

ବୌଦ୍ଧ ହେଉଛି ଏକ କୃଷିପ୍ରଧାନ ଜିଲା । ଏହି ନିର୍ବାଚନମଣ୍ଡଳୀରେ ଜଳସେଚନ, ଶିକ୍ଷା, ଗମନାଗମନ, ପାନୀୟ ଜଳ ଓ ସ୍ବାସ୍ଥ୍ୟ ଭଳି ପ୍ରମୁଖ ସମସ୍ୟା ରହିଛି । ବୌଦ୍ଧ ଦେଇ ମହାନଦୀ ବହିଯାଇଥିଲେ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ପାନୀୟ ଜଳ ସମସ୍ୟା ମୁଣ୍ଡବ୍ୟଥାର କାରଣ ହୋଇ ସାଜିଛି ।  


  ବର୍ତ୍ତମାନର ବିଧାୟକ ତଥା ବାଚସ୍ପତି ପ୍ରଦୀପ କୁମାର ଅମାତ ୨୦୦୪ରୁ ବିଜୟୀ ହୋଇଆସୁଛନ୍ତି । 

ତାଙ୍କୁ ଖଣିି, ସ୍ବାସ୍ଥ୍ୟ ଓ ଅର୍ଥମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳିଛି ା ଦୁଇ ଦୁଇ ଥର ସେ ବାଚସ୍ପତି ପଦରେ ରହିଛନ୍ତି ା ହେଲେ ବୌଦ୍ଧ ନିର୍ବାଚନମଣ୍ଡଳୀର ସେଭଳି କିଛି ଆଖିଦୃଶିଆ ଉନ୍ନତି ହୋଇପାରିନାହିଁ ବୋଲି ବିରୋଧୀମାନେ ଅଭିଯୋଗ କରିଛନ୍ତି ା  ଜିଲାର ବହୁ ପୁରାତନ ପଞ୍ଚାୟତ ମହାବିଦ୍ୟାଳୟ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ପାଇନାହିଁ ।

ଆଦିବାସୀ ଅଧ୍ୟୁଷିତ ହରଭଙ୍ଗା ବ୍ଲକରେ ଶିକ୍ଷାର ଉନ୍ନତି ହୋଇ ପାରିନାହିଁ । ଏଠାରେ ମହିଳା ମହାବିଦ୍ୟାଳୟ ନାହିଁ । ହରଭଙ୍ଗା ବ୍ଲକ ଅଞ୍ଚଳରେ ଭଲ ରାସ୍ତାଟିଏ ନାହିଁ ା ଫଳରେ ବିଭିନ୍ନ ଅଞ୍ଚଳକୁ ପାନୀୟ ଜଳ, ସ୍ବାସ୍ଥ୍ୟସେବା ଠିକ୍‌ ଭାବେ ପହଞ୍ଚତ୍ ପାରିନାହିଁ । 

ଚାଷଜମିକୁ ମଧ୍ୟ ଜଳସେଚନ ସୁବିଧା ନ ଥିବା ବିରୋଧୀମାନେ ଅଭିଯୋଗ କରିଛନ୍ତି ।ଏପରି ସ୍ଥିତିକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ବି ଅସନ୍ତୋଷ ରହିଛି ା  ଏ ନେଇ ହରଭଙ୍ଗା ବ୍ଲକର କେତେଜଣ ଟାଣୁଆ ବିଜେଡି ନେତା ଗୁପ୍ତ ବୈଠକ କରି ବିଧାୟକଙ୍କ ବିରୋଧରେ ଅସନ୍ତୋଷ ଜାହିର କରିଛନ୍ତି । 

୨୦୧୪ ନିବାଚନ ପୂର୍ବରୁ କଂଗ୍ରେସର ଟାଣୁଆ ନେତା ନବକୁମାର ମିଶ୍ର ବିଜେଡିରେ ମିଶିବା ଯୋଗୁ ବିଧାୟକ ଅମାତଙ୍କୁ  ନିର୍ବାଚନ ବୈତରଣୀ ପାରହେବାକୁ ସୁବିଧା ହୋଇଥିଲା । ନବକୁମାର ବିଜେଡିରେ ନିଜର ସ୍ଥିତି ନେଇ ସନ୍ଦିହାନ ହୋଇପଡିବାରୁ ସେ ପୁଣି କଂଗ୍ରେସକୁ ଫେରିଛନ୍ତି । ଏହାପରେ ବରିଷ୍ଠ ଆଇନଜୀବୀ ଅକ୍ଷୟ କୁମାର ସାହୁ ବିଜେଡି ଟିକେଟ ପାଇଁ ଆଶାବାଦୀ ଥିବାରୁ ସେ ଅମାତଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି । ତଥାପି ବିଧାୟକ ଅମାତ ଟିକେଟ ପାଇବେ ବୋଲି ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି ା ଏ ନେଇ ବିଜୁ ଜନତା ଦଳ ଜୋନାଲ ସଭାପତି ଅଶୋକ କୁମାର ସାହୁ  କୁହନ୍ତି, ବିଧାୟକ ଅମାତ ଜିଲା ପାଇଁ ବହୁ କାମ କରିଛନ୍ତି । ତେଣୁ ଦଳ ତାଙ୍କୁ ହିଁ ଟିକେଟ ଦେବ, ଏଥିରେ କିଛି ଦ୍ୱିମତ ନାହିଁ ।  

  ପଞ୍ଚାୟତ ନିର୍ବାଚନରେ ଭାଜପା ତା’ର ଶକ୍ତି ବୃଦ୍ଧି କରିଛି ା ପ୍ରଥମ ଥର ପାଇଁ ୨ ଜିଲା ପରିଷଦ ଆସନ ହାତେଇବାରେ ଭାଜପା ସଫଳ ହୋଇଛି । କଂଗ୍ରେସର ଟାଣୁଆ ନେତା ସୁଶାନ୍ତ କୁମାର ପ୍ରଧାନ ୨୦୧୪ ନିର୍ବାଚନରେ ୪୩ ହଜାର ୪୭୦ ଖଣ୍ଡ ଭୋଟ ପାଇ ପରାଜିତ ହୋଇଥିଲେ । ଏବେ ସେ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଛନ୍ତି । ସେ ଟିକେଟ ପାଇଁ ଆଶାୟୀ ଅଛନ୍ତି । ଏଥିସହ ଜିଲା ସଭାପତି ସୌମିତ୍ରୀ ନାଏକ, ଚାଷୀ ନେତା ସୂର୍ଯ୍ୟନାରାୟଣ ମହାପାତ୍ର, ସାଧାରଣ ସମ୍ପାଦକ ବିପ୍ରଚରଣ ମହାନ୍ତି, ଜିଲା ପରିଷଦ ସଭ୍ୟ ଧନେଶ୍ୱର ଅମାତ, ପୂର୍ବତନ ଜିଲା ସଭାପତି ମନୋରଞ୍ଜନ ଦାସ, ମହିଳା ସଭାନେତ୍ରୀ ନମିତାରାଣୀ ଦାସ, ସୁଧାଂଶୁ ଡାଙ୍ଗ, ସରୋଜ ପ୍ରଧାନ ଟିକେଟ ଦୌଡରେ ଅଛନ୍ତି । ଏ ନେଇ ଜିଲା ଭାଜପା ସଭାପତି ସୌମିତ୍ରୀ ନାଏକ କୁହନ୍ତି, ଏଥର ଦଳ ଯୋଗ୍ୟ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବ । ଦଳ ଯାହାକୁ ପ୍ରାର୍ଥୀ କରିବ ତାଙ୍କ ପାଇଁ ସମସ୍ତେ କାମ କରିବେ ।

ସେହିପରି ବୌଦ୍ଧ ଜିଲାରେ କଂଗ୍ରେସର ସ୍ଥିତି ଦୁର୍ବଳ ଥିବାବେଳେ ଟାଣୁଆ ନେତା ନବକୁମାର ମିଶ୍ରଙ୍କ ଘରବାହୁଡା ଦଳ ପାଇଁ ଶୁଭଙ୍କର ହୋଇଛି । ୧୯୯୦ ମସିହାରୁ କଂଗ୍ରେସ ଏହି ଆସନରେ ପରାଜିତ ହୋଇଆସୁଛି । ଗୋଷ୍ଠୀ କନ୍ଦଳ ହିଁ ଦଳକୁ ଅଡୁଆରେ ପକାଇଛି । ଦଳ ଗତ ପଞ୍ଚାୟତ ନିର୍ବାଚନରେ କୌଣସି ଜିଲା ପରିଷଦ ଆସନ ହାତେଇପାରିନାହିଁ । ଏହା ପରେ ବି ଦଳ ଏଥର ଭଲ ପ୍ରଦର୍ଶନ କରିବ ବୋଲି ନେତା ଓ କର୍ମୀମାନେ ଆଶାବାଦୀ ଅଛନ୍ତି ।  ବରିଷ୍ଠ ନେତା ନବକୁମାର ମିଶ୍ର, ସୁଧୀର କର୍ଣ୍ଣ, ପୂର୍ବତନ ସଭାପତି ନାରାୟଣ ପରିଜା, ପିସିସି ସଦସ୍ୟ ରାୟ ସଞ୍ଜୀବ କୁମାର ଦେଓ, ଯାମିନୀ ମୁଖୀ, ମହିଳା ନେତ୍ରୀ ବିନ୍ଧ୍ୟାବିନୀ ସାହୁ, ଅଜିଜ ଖାଁ, ଚନ୍ଦ୍ରଶେଖର ପାଢୀ ଟିକେଟ ଦୌଡରେ ଅଛନ୍ତି । ଏ ନେଇ ଜିଲା କଂଗ୍ରେସ ସଭାପତି ସୁଧୀର କୁମାର ମହାକୁଡ କୁହନ୍ତି, ଦଳ ଏଥର ଉପଯୁକ୍ତ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେବ । ଆମେ ଚାଷୀ ଓ ଶିକ୍ଷକ ସମସ୍ୟାକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବୁ ା  ଧାନର ସହାୟକ  ମୂଲ୍ୟ ବୃଦ୍ଧି ଉପରେ ଦଳ ଗୁରୁତ୍ୱ ଆରୋପ କରିବ ା ସିପିଆଇ ମଧ୍ୟ ନିଜର ସ୍ଥିତି ଜାହିର କରିଛି । ସିପିଆଇର ଯୁବନେତା ଅବକାଶ ସାହୁ ପଞ୍ଚାୟତ ନିର୍ବାଚନରେ ୯ନଂ.  ଜିଲା ପରିଷଦ ଆସନରୁ ବିଜୟୀ ହୋଇଛନ୍ତି । ରାଜ୍ୟରେ କଂଗ୍ରେସ ଓ ସିପିଆଇ ମଧ୍ୟରେ ଆସନ ବୁଝାମଣା ହୋଇଥିବା ବେଳେ ବୌଦ୍ଧ ନିର୍ବାଚନମଣ୍ଡଳୀ କଂଗ୍ରେସ ନା ସିପିଆଇ ହାତକୁ ଯିବ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ତଥାପି ଯୁବନେତା ସାହୁ ଟିକେଟ୍‌ ପାଇବାକୁ ଆଶାବାଦୀ ଅଛନ୍ତି । ତାଙ୍କୁ ଟିକେଟ୍‌ ନ ମିଳିଲେ ମଧ୍ୟ ସେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି।   ଯଦି ମହିଳାମାନଙ୍କୁ ସୁଯୋଗ ଦେବା କଥା ବିଚାରକୁ ନିଆଯାଏ ତେବେ କଂଗ୍ରେସରୁ ବିନ୍ଧ୍ୟାବିନୀ ସାହୁ ଓ ଭାଜପାରୁ ନମିତାରାଣୀ ଦାସ ଟିକେଟ ଦୌଡରେ ଅଛନ୍ତି ା ହେଲେ ବିଜେଡିରୁ ସେପରି କୌଣସି ନେତ୍ରୀ ଆଗକୁ ଆସିନାହାନ୍ତି ।


All Right Reserved By

ରାଜ୍ୟ | ସମ୍ବଲପୁର

ଦେଶ ମେଲଣରେ ୧୬୦ ବିମାନ

ଦେଶ ମେଲଣରେ ୧୬୦ ବିମାନ

ଚାନ୍ଦବାଲି,୨୧।୩(ଡି.ଏନ.ଏ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେଶ ମେଲଣ ଗୁରୁବାର ଅନୁଷ୍ଠିତ ହୋଇଛି। ମତୋ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଲଣରେ ଚଳିତ ବର୍ଷ ୧୬୦ଟି ସୁସଜ୍ଜିତ ବିମାନରେ ଠାକୁର ମେଲଣ ପଡିଆକୁ ଆସିଥିଲେ। 

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।  

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

ଭଞ୍ଜନଗର,୨୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସୂର୍ଯ୍ୟ ମନ୍ଦିର ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶିବ ମନ୍ଦିର ରୁ ଚୋରି

ଶିବ ମନ୍ଦିର ରୁ ଚୋରି

ରୂପସା,୨୧।୩(ଡି.ଏନ.ଏ.): ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ କସିପଦା ଶିବମନ୍ଦିରରୁ ବୁଧବାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି।

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି।

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା।

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। 

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। 

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି।

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୧ା୩:ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ନୀତି ସମ୍ପନ୍ନ ହୋଇଛି। ଏହି ଉତ୍ସବକୁ ମେଣ୍ଢାପୋଡ଼ି ନୀତି କୁହାଯାଏ। 

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା