ରାଜ୍ୟ | ସମ୍ବଲପୁର

ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ଆଶାୟୀ

ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି ଆଶାୟୀ

କୁଆଁରମୁଣ୍ଡା, ୧୫।୩(ମହେନ୍ଦ୍ର କୁମାର ସାହୁ) : ଭୌଗୋଳିକ ଦୃଷ୍ଟିକୋଣରୁ ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ସୁନ୍ଦରଗଡ଼ ଜିଲାର ସୀମାନ୍ତବର୍ତ୍ତୀ ଝାଡ଼ଖଣ୍ଡ ରାଜ୍ୟକୁ ଲାଗିଛି। ଏହି ନିର୍ବାଚନମଣ୍ଡଳୀ ବୀରମିତ୍ରପୁର ପୌରପାଳିକା ସମେତ କୁଆଁରମୁଣ୍ଡା, ନୂଆଗାଁ ଓ ବିଶ୍ରା ବ୍ଲକକୁ ନେଇ ଗଠିତ। ରାଉରକେଲା ଓ ରଘୁନାଥପାଲୀ ନିର୍ବାଚନମଣ୍ଡଳୀକୁ ଲାଗିଥିବାରୁ ଏହି ଆସନ ପାଇଁ ରାଉରକେଲା ନେତାଙ୍କ ହସ୍ତକ୍ଷେପ ରହିଛି। ଆଗାମୀ ନିର୍ବାଚନ ଲାଗି ସବୁଦଳରେ ଟିକେଟ ଆଶାୟୀଙ୍କ ଭିଡ ଲାଗିଛି ା ସେଥିରୁ ବିଜେଡିରେ ଆଶାୟୀଙ୍କ ସଂଖ୍ୟା ସର୍ବାଧିକ ବୋଲି ଜଣାପଡ଼ିଛି।

   ବୀରମିତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏବେ ବିଧାୟକ ଭାବେ ଜର୍ଜ ତିର୍କୀ ଅଛନ୍ତି। ୨୦୧୪ ନିର୍ବାଚନରେ ସେ ସମତାକ୍ରାନ୍ତି ଦଳରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଜର୍ଜ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ଶଙ୍କର ଓରାମଙ୍କୁ ୧୧ହଜାରରୁ ଊର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ପରାଜିତ କରିଥିଲେ। ୩ୟ ସ୍ଥାନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ଥିବାବେଳେ ୪ର୍ଥ ସ୍ଥାନରେ ଥିଲା ବିଜେଡି। ଜର୍ଜ ଏହି ନିର୍ବାଚନମଣ୍ଡଳୀରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ହେଲେ ନିର୍ବାଚନମଣ୍ଡଳୀରେ ସେଭଳି କିଛି ଆଖିଦୃଶିଆ ଉନ୍ନତି ପରିଲକ୍ଷିତ ହୋଇନାହିଁ ବୋଲି ବିରୋଧୀମାନେ କହୁଛନ୍ତି ା  ବିଏସ୍‌ଏଲ୍‌ କମ୍ପାନୀଠାରୁ ଆରମ୍ଭ କରି ଆଧୁନିକ ମେଟାଲିକ୍ସ ସମେତ କେତେକ କଳକାରଖାନା ବନ୍ଦ ହୋଇପଡିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବେକାରି ସମସ୍ୟା ବୃଦ୍ଧି ପାଉଛି ବୋଲି ସ୍ଥାନୀୟ ଲୋକେ ମତବ୍ୟକ୍ତ କରିଛନ୍ତି।  

ଜର୍ଜ ଗତ କିଛିଦିନ ତଳେ କଂଗ୍ରେସରେ ଯୋଗ ଦେଇଥିବାରୁ ତାଙ୍କୁ ଦଳ ସୁନ୍ଦରଗଡ଼ ଲୋକ ସଭା ପାଇଁ ଟିକେଟ୍‌ ଦେବାକୁ ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ବୀରମିତ୍ରପୁର ନିର୍ବାଚନମଣ୍ଡଳୀରୁ କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ କିଏ ହେବେ ତାହା ଜର୍ଜଙ୍କ ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିବା କଂଗ୍ରେସ ନେତାମାନେ ମତ ଦେଇଛନ୍ତି। ଏଠାରେ ଗତ ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରେମିଶ କେର୍କେଟାଙ୍କ ପୁଅ ରାଜେଶ କେର୍କେଟା ମଧ୍ୟ ଆଶାୟୀ ଅଛନ୍ତି। ରାଜେଶ କହନ୍ତି, ଏହି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟାର ସମାଧାନ ଦାବିନେଇ ସେ ଲଗାତାର ଆନ୍ଦୋଳନ କରି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଛନ୍ତି। ତାଙ୍କୁ ଦଳ ଟିକେଟ ଦେଲେ ସେ ନିର୍ବାଚନ ଲଢ଼ିବେ ବୋଲି କହିଛନ୍ତି।  ଅନ୍ୟ ଆଶାୟୀଙ୍କ ମଧ୍ୟରେ ଜର୍ଜଙ୍କ ଅନୁଗତ କୁଆଁରମୁଣ୍ଡା ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ସୁଷମା ନାଏକ, ସୁଲେମାନ କାଉଡିଆ, ପଟେଲ ବାର୍ଲା ଓ ସୁଶୀଲ କିଣ୍ଡୋ ନିଜ ନିଜ ସ୍ତରରେ ଟିକେଟ ପାଇଁ ଲବି ଆରମ୍ଭ କରୁଛନ୍ତି। 

  ସେହିପରି ଭାଜପା ଟିକେଟ୍‌ ପାଇଁ ରଘୁନାଥପାଲୀ ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଶଙ୍କର ଓରାମ ଆଶାୟୀ ଅଛନ୍ତି। ଏବେ ଠୁ ସେ ନିର୍ବାଚନମଣ୍ଡଳୀରେ ପ୍ରଚାର କାର୍ଯ୍ୟ ଚାଲୁ ରଖିଛନ୍ତି। ଗତ ନିର୍ବାଚନରେ ୨ୟ ସ୍ଥାନରେ ଥିବାରୁ ତାଙ୍କୁ ଏଥର ପ୍ରାର୍ଥୀ କରାଗଲେ ଦଳ ବିଜୟ ଲାଭ କରିବ ବୋଲି ଶଙ୍କର କହିଛନ୍ତି। ଭାଜପା ଜିଲା ମହିଳା ସଭାନେତ୍ରୀ ପୂର୍ଣ୍ଣିମା କେର୍କେଟା ପ୍ରାର୍ଥୀ ଦୌଡରେ ଥିବା ଆଲୋଚନା ହେଉଛି। 

    ତେବେ ବିଜେଡି (ବିଜୁ ଜନତା ଦଳ) ସ୍ଥିତି ପୂର୍ବାପେକ୍ଷା ଭଲ ଅଛି ବୋଲି ଦଳୀୟ ନେତାମାନେ ଦାବି କରିଛନ୍ତି। 

ଗତ ପଞ୍ଚାୟତ ନିର୍ବାଚନରେ ଜର୍ଜଙ୍କ ଗଡ଼ କୁହାଯାଉଥିବା କୁଆଁରମୁଣ୍ଡା ଓ ନୂଆଗାଁ ବ୍ଲକରେ ବିଜେଡି ପ୍ରାର୍ଥୀମାନେ ବିଜୟ ଲାଭ କରିଥିଲେ। ଉଭୟ ପଞ୍ଚାୟତ ସମିତି ଓ ବୀରମିତ୍ରପୁର ପୌରପାଳିକା ବିଜେଡି ଦଖଲରେ ଅଛି। ସବୁଦୃଷ୍ଟିରୁ ବିଧାୟକ ସିଟ୍‌ ହାତେଇବା ପାଇଁ ବିଜେଡିର ସ୍ଥିତି ପୂର୍ବାପେକ୍ଷା ଅଧିକ ସୁଦୃଢ ଅଛି ବୋଲି ସେମାନେ ସ୍ପଷ୍ଟ କରିଛନ୍ତି ା  ଏସବୁ ଦୃଷ୍ଟିରୁ ବିଜେଡି ପକ୍ଷରୁ ଅନେକ ନୂଆ ଚେହେରା ସାମ୍ନାକୁ ଆସିଛନ୍ତି। ବିଶେଷକରି କୁଆଁରମୁଣ୍ଡା ବ୍ଲକ ବିଜେଡି ସଭାପତି ତଥା ଡୁମେରଯୋର ସମିତି ସଭ୍ୟ ରାଜେନ୍ଦ୍ର କୁଜୁର ଆଗରେ ଅଛନ୍ତି। ସେ ତୃଣମୂଳସ୍ତରରେ ସଭା, ସମିତି ଆୟୋଜନ କରୁଛନ୍ତି। ବୁଥସ୍ତରୀୟ କମିଟି ଗଠନ କରି ବିଜେଡି ପ୍ରତି ଲୋକଙ୍କ ସହାନୁଭୂତି ବୃଦ୍ଧି କରିଚାଲିଛନ୍ତି। ସେ କହନ୍ତି, ଚଳିତ ନିର୍ବାଚନରେ ବୀରମିତ୍ରପୁରରୁ ବିଜେଡିକୁ ଜିତାଇବା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତିକୁ ଜୋରଦାର କରାଯିବ। ଦଳ ନିର୍ମଳ ଭାବମୂର୍ତ୍ତି ଥିବା ଉଚ୍ଚ ଶିକ୍ଷିତ ଯୁବକଙ୍କୁ ପ୍ରାର୍ଥୀ କରାଇଲେ ନିର୍ବାଚନ ଜିଣିବା କଷ୍ଟକର ହେବ ନାହିଁ ା 

ସେହିପରି ଅନ୍ୟତମ ଆଶାୟୀ ଭାବେ ସୁନ୍ଦରଗଡ଼ ଜିଲା ପରିଷଦ ଅଧ୍ୟକ୍ଷା ଏମ୍ମା ଏକ୍କାଙ୍କ ନାମ ଚର୍ଚ୍ଚା ହେଉଛି। ଏ ନେଇ ତାଙ୍କୁ ଯୋଗାଯୋଗ କରାଯିବାରୁ ସେ ଟିକେଟ୍‌ ଦୌଡରେ ନ ଥିବା କହିଛନ୍ତି। ମାତ୍ର ଦଳ ଯଦି ତାଙ୍କୁ ଚାହେଁ ତେବେ ସେ ପ୍ରାର୍ଥୀ ହେବେ ବୋଲି କହିଛନ୍ତି। ଅନ୍ୟ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ବିଧାୟକ ନିହାର ସୁରିନ, ନୂଆଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ମକଲୁ ଏକ୍କା ରହିଛନ୍ତି। ବହୁମୁଖୀ ସମବାୟ ସମିତିରେ ଚାକିରି କରୁଥିବା ଜନୈକ କର୍ମଚାରୀ ମଧ୍ୟ ବିଜେଡି ଟିକେଟ ଦୌଡରେ ଥିବା ପ୍ରଚାର ଚଳାଇଛନ୍ତି। ଜେଏମ୍‌ଏମ୍‌ ପକ୍ଷରୁ ସେବିଆନ ଆଇନ୍ଦ ମଧ୍ୟ ଏଥର ଦଳୀୟ ପ୍ରାର୍ଥୀ ହେବା ନେଇ ଆଲୋଚନା ଚାଲିଛି। କଂଗ୍ରେସ ଓ ଜେଏମ୍‌ଏମ୍‌ ମଧ୍ୟରେ ମେଣ୍ଟ ହୋଇଛି। ବୀରମିତ୍ରପୁର ନିର୍ବାଚନମଣ୍ଡଳୀ ଯେଉଁ ଦଳ ଭାଗରେ ପଡିବ ସେହି ଦଳର ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଆଲୋଚନା ହେଉଛି।

All Right Reserved By

ରାଜ୍ୟ | ସମ୍ବଲପୁର

ଦେଶ ମେଲଣରେ ୧୬୦ ବିମାନ

ଦେଶ ମେଲଣରେ ୧୬୦ ବିମାନ

ଚାନ୍ଦବାଲି,୨୧।୩(ଡି.ଏନ.ଏ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେଶ ମେଲଣ ଗୁରୁବାର ଅନୁଷ୍ଠିତ ହୋଇଛି। ମତୋ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଲଣରେ ଚଳିତ ବର୍ଷ ୧୬୦ଟି ସୁସଜ୍ଜିତ ବିମାନରେ ଠାକୁର ମେଲଣ ପଡିଆକୁ ଆସିଥିଲେ। 

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।  

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

ଭଞ୍ଜନଗର,୨୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସୂର୍ଯ୍ୟ ମନ୍ଦିର ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶିବ ମନ୍ଦିର ରୁ ଚୋରି

ଶିବ ମନ୍ଦିର ରୁ ଚୋରି

ରୂପସା,୨୧।୩(ଡି.ଏନ.ଏ.): ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ କସିପଦା ଶିବମନ୍ଦିରରୁ ବୁଧବାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି।

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି।

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା।

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। 

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। 

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି।

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୧ା୩:ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ନୀତି ସମ୍ପନ୍ନ ହୋଇଛି। ଏହି ଉତ୍ସବକୁ ମେଣ୍ଢାପୋଡ଼ି ନୀତି କୁହାଯାଏ। 

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା