ରାଜ୍ୟ | ଅନଗୁଳ-ଢେଙ୍କାନାଳ

ବଢୁଛି ସସ୍‌ପେନ୍ସ

ବଢୁଛି ସସ୍‌ପେନ୍ସ

 ଓଡ଼ାପଡ଼ା, ୧୫ା୩(ଦୀନେଶ ଦାସ):  ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ହେଉଛି ହିନ୍ଦୋଳ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଏହି ବିଧାନସଭା କ୍ଷେତ୍ରର ଆଶାୟୀମାନେ ଆରମ୍ଭ କରିଛନ୍ତି ଅଙ୍କକଷା। ସମସ୍ତଙ୍କ ଲାଗି ଏବେ ଟିକେଟ ହାତେଇବା ପ୍ରମୁଖ ପ୍ରସଙ୍ଗ ପାଲଟିଛି। ଆଶାୟୀଙ୍କ ସଂଖ୍ୟା ଦଳୀୟ ମୁଖିଆଙ୍କ ମୁଣ୍ଡବ୍ୟଥା ବଢ଼ାଇଥିବାବେଳେ କିଏ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବ କିଏ ବାଦ୍‌ ପଡ଼ିବ ତାକୁ ନେଇ ସସ୍‌ପେନ୍ସ ବଢ଼ିବାରେ ଲାଗିଛି। 

 ବିଜୁ ଜନତା ଦଳ (ବିଜେଡି) ପ୍ରତିଷ୍ଠା ହେବା ଦିନଠାରୁ ଏହି ଆସନକୁ ଦଖଲରେ ରଖି ଆସିଛି। ଚଳିତ ନିର୍ବାଚନରେ ମଧ୍ୟ ଗଡ଼ରକ୍ଷା କରିବାକୁ ରଣକୌଶଳ ପ୍ରସ୍ତୁତ କରୁଛି ଦଳ। ହେଲେ ଗତ ନିର୍ବାଚନଠାରୁ ଏବେ ସ୍ଥିତିରେ ଅନେକ ପରିବର୍ତ୍ତନ ଆସିଛି। ବିଧାୟିକା ସୀମାରାଣୀ ନାୟକଙ୍କ ସମେତ ଟିକେଟ ଦୌଡ଼ରେ ଡଜନେରୁ ଊର୍ଦ୍ଧ୍ୱ ଆଶାୟୀ ଅଛନ୍ତି। ସୀମାରାଣୀ ଦ୍ୱିତୀୟ ଥର ଟିକେଟ ପାଇବାକୁ ଆଶା ରଖିଥିବାବେଳେ ଏହା  ସେତେଟା ସହଜ ହେବନାହିଁ ବୋଲି ତାଙ୍କ ନିକଟତମ ମହଲରୁ ଶୁଣିବାକୁ ମିଳୁଛି। ଏ ନେଇ ବିଧାୟିକା କୁହନ୍ତି, ସବୁ ଦୃଷ୍ଟିକୋଣରୁ ନିର୍ବାଚନ ଲାଗି ସେ ପ୍ରସ୍ତୁତ ଅଛନ୍ତି। ବିଜେଡି ସଭାପତିଙ୍କ ନିଷ୍ପତ୍ତି ଏବଂ ନିର୍ଦ୍ଦେଶ ଅନୁଯାୟୀ ସେ କାର୍ଯ୍ୟ କରିବେ। ଟିକେଟକୁ ନେଇ ଦ୍ୱନ୍ଦ୍ୱ ଛିଣ୍ଡୁ ନ ଥିବାବେଳେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ ନାମ ଚର୍ଚ୍ଚାର ପରିସରକୁ ଆସିଛି। ସେ ବିଜେଡି ଟିକେଟରୁ ପୁଣିଥରେ ଭାଗ୍ୟ ପରୀକ୍ଷା କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ଅଞ୍ଜଳି ୨୦୦୦ରୁ କ୍ରମାଗତ ୩ଥର ବିଜେଡିରୁ ଲଢ଼ି ବିଜୟୀ ହେବା ସହ କ୍ୟାବିନେଟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି। ୨୦୧୨ ମିଡ୍‌ନାଇଟ ଅପରେଶନରେ ସନ୍ଦେହ ବଳୟକୁ ଆସିଥିବା ଅଞ୍ଜଳିଙ୍କୁ ୨୦୧୪ରେ ବିଜେଡି ଟିକେଟ ମିଳି ନ ଥିଲା। ସେ ସ୍ବାଧୀନ ଭାବେ ଲଢ଼ି ମାତ୍ର ୧୨, ୩୦୪ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଥିଲେ। ଏହା ପରେ ସେ ପୁଣି ବିଜେଡିରୁ ଟିକେଟ ପାଇବାକୁ ଲବି ଆରମ୍ଭ କରିଛନ୍ତି। ଏଥିରେ ବିଫଳ ହେଲେ ସେ ଅନ୍ୟ କୌଣସି ଦଳରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଅନ୍ୟ ଦଳରୁ ଲଢ଼ିବାକୁ ସିଧାସଳଖ ମନା କରିଛନ୍ତି ଅଞ୍ଜଳି। ଅଞ୍ଜଳି କୁହନ୍ତି, ସେ ବିଜେଡି ଟିକେଟ ଲାଗି ଆବେଦନ କରିଛନ୍ତି। ଟିକେଟ ମିଳିଲେ ସେ ନିର୍ବାଚନ ଲଢ଼ିବେ, ଯଦି ନ ମିଳେ ତା’ ହେଲେ ଅନ୍ୟ କୌଣସି ଦଳରୁ କିମ୍ବା ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ସେହିପରି ପୂର୍ବତନ ଜିଲା ପରିଷଦ ସଭାନେତ୍ରୀ ରେବତୀ ବେହେରା, ଆଇନଜୀବୀ କବିତାଞ୍ଜଳି ବେହେରା, ନମିତା ନାଏକ ମଧ୍ୟ ବିଜେଡି ଟିକେଟ ଲାଗି ଜୋରସୋର୍‌ ଲବିରେ ଅଛନ୍ତି। ୨୦୦୯ ବିଧାନସଭା ନିର୍ବାଚନରେ ରେବତୀ କଂଗ୍ରେସରୁ ପ୍ରାର୍ଥୀ ହୋଇ ୪୫,୨୫୨ ଭୋଟ ପାଇ ୨ୟ ସ୍ଥାନରେ ଏବଂ ୨୦୧୪ରେ କଂଗ୍ରେସ ପ୍ରାର୍ଥୀ ନମିତା ୩୦,୯୭୮ ଭୋଟ୍‌ ପାଇ ୩ୟ ସ୍ଥାନରେ ରହିଥିଲେ। ଉଭୟେ କଂଗ୍ରେସ ଦଳରୁ ଆସି ବିଜେଡିରେ ମିଶିଛନ୍ତି। କବିତାଞ୍ଜଳି ୨୦୦୪ରୁ ବିଜେଡିରେ ଅଛନ୍ତି। ନିଜ ନିଜର ସଙ୍ଗଠନକୁ ନେଇ ସମସ୍ତେ ବିଜେଡି ଟିକେଟ ପାଇବା ଲାଗି ଆଶାବାଦୀ। ସେହିପରି ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ତ୍ରିନାଥ ନାୟକଙ୍କ ଝିଅ ତଥା ଅଞ୍ଜଳି ବେହେରାଙ୍କ ଭଉଣୀ ସସ୍ମିତା ନାୟକ, ପୂର୍ବତନ କଂଗ୍ରେସ ବିଧାୟକ ରବିନାରାୟଣ ନାଏକ, ଢେଙ୍କାନାଳର ପୂର୍ବତନ ନଗରପାଳ ଇନ୍ଦ୍ରମଣି ବେହେରା, କୈଳାସ ନାଏକ ମଧ୍ୟ ଏହି ଦୌଡ଼ରେ ସାମିଲ ହୋଇଛନ୍ତି। 

ଭାଜପା ପକ୍ଷରୁ ଜିଲା ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ନାମ ସୁନିଶ୍ଚିତ ମନେକରାଯାଉଛି। ଏ ନେଇ ସେ କହୁନ୍ତି, ହିନ୍ଦୋଳ ନିର୍ବାଚନମଣ୍ଡଳୀରେ ସାଙ୍ଗଠନିକ କାର୍ଯ୍ୟ, ଲୋକସମ୍ପର୍କ ଏବଂ ଲୋକ ସମସ୍ୟାକୁ ନେଇ ସେ କାର୍ଯ୍ୟ କରୁଛନ୍ତି। ପଞ୍ଚାୟତ ନିର୍ବାଚନରେ ଜିଲା ପରିଷଦ ଭୋଟରେ ବିଜେଡିଠାରୁ ଭାଜପା ୭୦୦୦ରୁ ଊର୍ଦ୍ଧ୍ୱ ଭୋଟ ପାଇଛି। ଟିକେଟ ପାଇବା ଲାଗି ସେ ଶତପ୍ରତିଶତ ଆଶାବାଦୀ ଅଛନ୍ତି। ଚଳିତ ବିଧାନସଭା ନିର୍ବାଚନରେ ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ଭାଜପା ବିଜୟୀ ହେବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।ସେହିପରି କଂଗ୍ରେସରୁ ପୂର୍ବତନ ଜିଲା ପରିଷଦ ସଭ୍ୟା ମମତାଞ୍ଜଳି ବେହେରା, ବାମଦେବ ନାଏକ, ଦିବାକର ନାଏକ ଆଶାୟୀ ଅଛନ୍ତି। ଏ ନେଇ ମମତାଞ୍ଜଳି କୁହନ୍ତି, ଟିକେଟ ପାଇବା ଲାଗି ସେ ଆବେଦନ କରିଛନ୍ତି। ତାଙ୍କ ସହ ଆଉ ୨ଜଣ ମଧ୍ୟ ଆଶାୟୀ ଅଛନ୍ତି। ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି।

All Right Reserved By

ରାଜ୍ୟ | ଅନଗୁଳ-ଢେଙ୍କାନାଳ

ଦେଶ ମେଲଣରେ ୧୬୦ ବିମାନ

ଦେଶ ମେଲଣରେ ୧୬୦ ବିମାନ

ଚାନ୍ଦବାଲି,୨୧।୩(ଡି.ଏନ.ଏ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେଶ ମେଲଣ ଗୁରୁବାର ଅନୁଷ୍ଠିତ ହୋଇଛି। ମତୋ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଲଣରେ ଚଳିତ ବର୍ଷ ୧୬୦ଟି ସୁସଜ୍ଜିତ ବିମାନରେ ଠାକୁର ମେଲଣ ପଡିଆକୁ ଆସିଥିଲେ। 

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।  

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

ଭଞ୍ଜନଗର,୨୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସୂର୍ଯ୍ୟ ମନ୍ଦିର ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶିବ ମନ୍ଦିର ରୁ ଚୋରି

ଶିବ ମନ୍ଦିର ରୁ ଚୋରି

ରୂପସା,୨୧।୩(ଡି.ଏନ.ଏ.): ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ କସିପଦା ଶିବମନ୍ଦିରରୁ ବୁଧବାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି।

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି।

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା।

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। 

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। 

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି।

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୧ା୩:ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ନୀତି ସମ୍ପନ୍ନ ହୋଇଛି। ଏହି ଉତ୍ସବକୁ ମେଣ୍ଢାପୋଡ଼ି ନୀତି କୁହାଯାଏ। 

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା