ରାଜ୍ୟ |

ଚୌଦ୍ୱାର ଜେଲରେ କମିିଶନରେଟ ପୋଲିସର ଚଢ଼ାଉ

ଚୌଦ୍ୱାର ଜେଲରେ କମିିଶନରେଟ ପୋଲିସର ଚଢ଼ାଉ

ଚୌଦ୍ୱାର, ୧୫ା୩ (ଡି.ଏନ୍‌.ଏ.)- ଚୌଦ୍ୱାର ମଣ୍ଡଳ କାରାଗାର ଉପରେ ଗୁରୁବାର ଅଚାନକ ଚଢ଼ାଉ କରିଥିଲା କମିଶନରେଟ ପୋଲିସ। ପୂର୍ବାହ୍ନ ସାଢେ ୧୧ରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଦେଢ ଘଣ୍ଟା ଧରି ଚାଲିଥିଲା ଏହି ଅପରେଶନ।  ପୋଲିସ କମିଶନର ସତ୍ୟଜିତ ମହାନ୍ତିଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଜେଲ୍‌ର ୫୦ରୁ ଊର୍ଦ୍ଧ୍ୱ ସେଲ୍‌, ୯୮୨ଜଣ କଏଦୀ ଓ ଜେଲ୍‌ ପରିସର ବିଭିନ୍ନ ସ୍ଥାନକୁ ତନ୍ନତନ୍ନ କରି ଯାଞ୍ଚ କରିଥିଲା।  ଡିସିପି ଅଖିଳେଶ୍ୱର ସିଂଙ୍କ ସମେତ ଏଡିସିପି, ୮ ଥାନାର ଆଇଆଇସି ଓ ୬ ପ୍ଲାଟୁନ ଫୋର୍ସ ଏଥିରେ ସାମିଲ୍‌ ଥିଲେ।  ତେବେ ଜେଲ୍‌ରେ ସେଭଳି କୌଣସି ଆପତ୍ତିଜନକ ସାମଗ୍ରୀ ମିଳି ନ ଥିବା ଚଢ଼ାଉ ପରେ କମିଶନର ମହାନ୍ତି ସୂଚନା ଦେଇଛନ୍ତି।

ଗତ କିଛିଦିନ ହେବ ବିଭିନ୍ନ ଘଟଣାକୁ ନେଇ ଚର୍ଚ୍ଚାରେ ରହିଛି ଚୌଦ୍ୱାର ସର୍କଲ ଜେଲ। ଗତ ୯ ତାରିଖରେ ସୁଭ୍ରାଂଶୁ ଶେଖର ଦାସ ନାମକ ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁକୁ ନେଇ ଏବେ ବିବାଦ ଉପୁଜିଛି। ମୃତ୍ୟୁର କିଛିଦିନ ପୂର୍ବରୁ ସୁଭ୍ରାଂଶୁଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯେଉଁଥିରେ ସେ ଜେଲ୍‌ରେ ଦିଆଯାଉଥିବା ନିର୍ଯାତନା ଓ ଅନ୍ୟ କେତେକ ଗୁପ୍ତ କଥା କହି ନ୍ୟାୟ ନିବେଦନ କରୁଥିବା ଦେଖାଯାଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହେବା ଘଟଣା ରହସ୍ୟମୟ ହୋଇପଡିଥିଲା। ତେବେ ଭାଇରାଲ ଭିଡିଓକୁ ନେଇ ସୁଭ୍ରାଂଶୁଙ୍କୁ ଜେଲ୍‌ କର୍ମଚାରୀ ପିଟି ପିଟି ମାରିଦେଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକେ। ଘଟଣାର ନିରପେକ୍ଷ ତଦନ୍ତ ଦାବି କରି  ଚୌଦ୍ୱାର ଥାନାରେ ଏତଲା ମଧ୍ୟ ଦେଇଥିଲେ। ଏହାବାଦ୍‌ ଜେଲ ଭିତରେ ମୋବାଇଲ ଫୋନ୍‌ ବ୍ୟବହାର, ନିଶା କାରବାର, କଏଦୀଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦିଆଯାଉଥିବା ଭଳି ସଙ୍ଗିନ ଅଭିଯୋଗ ପୂର୍ବରୁ ବାରମ୍ବାର ହୋଇଆସୁଛି। ସେହିପରି ଜେଲ ଭିତରର ବେଆଇନ କାର୍ଯ୍ୟକଳାପର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏସବୁ ଘଟଣା ଜେଲ୍‌ର ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ ଜେଲ୍‌ କର୍ତ୍ତୃପକ୍ଷ ଏସବୁ ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି। ଏପରିସ୍ଥଳେ କମିଶନରେଟ ପୋଲିସର ଚଢ଼ାଉ ଓ ଜେଲ୍‌ ଭିତରକୁ କିଛି ନ ମିଳିବା ଘଟଣା ଅନେକ ପ୍ରଶ୍ନ ସାମ୍ନାକୁ ଆଣିଛି। କାରଣ ୨୦୧୪ରେ ଚୌଦ୍ୱାର ଜେଲରେ ଚଢାଉ କରାଯାଇ ବିଭିନ୍ନ କମ୍ପାନୀର ମୋବାଇଲ୍‌ ଫୋନ୍‌, ସିମ୍‌ କାର୍ଡ,ଏଲ୍‌ଇଡି ଟିଭି, ପରଫ୍ୟୁମ୍‌ ଓ ବିପୁଳ  ଗୁଟ୍‌ଖା ଜବତ ହୋଇଥିଲା। ୨୦୧୬ରେ ଚଢ଼ାଉ ସମୟରେ ମଧ୍ୟ ଜେଲ୍‌ର ଥିବା ବିଭିନ୍ନ ସେଲ୍‌ରୁ ବହୁ ପରିମାଣର ନିଶା ସାମଗ୍ରୀ ଜବତ ହୋଇଥିଲା। ତେବେ ସୁଭ୍ରାଂଶୁ ଜେଲ୍‌ ଭିତର ଗୁମର ସମ୍ପର୍କରେ  ଭିଡିଓ ଶୁଟିଂ କରି ତାହାକୁ ଭାଇରାଲ କରିବା ଓ ତାଙ୍କର ମୃତ୍ୟୁ ଘଟଣା ପରେ ଜେଲ୍‌ ଭିତରକୁ ମୋବାଇଲ୍‌ ଫୋନ୍‌ ଯାଉଥିବା ସ୍ପଷ୍ଟ ହୋଇଥିଲା। ଏହାପରେ ଜେଲ୍‌ କର୍ତ୍ତୃପକ୍ଷ ଜେଲ୍‌ ଭିତରେ ଯାଞ୍ଚ କରି ଏଭଳି ଆପତ୍ତିଜନକ ସାମଗ୍ରୀକୁ ନେଇଯାଇଥିବା କୁହାଯାଉଛି। ଏ ସମ୍ପର୍କରେ ଜେଲ ଅଧୀକ୍ଷକ ରବୀନ୍ଦ୍ର ନାଥ ସ୍ବାଇଁ କୁହନ୍ତି,  ଏବେ ଜେଲ୍‌ରେ ସେଭଳି କୌଣସି ଅନିୟମିତତା ଓ ଅବ୍ୟବସ୍ଥା ହୋଇନାହିଁ। ଯାହାସବୁ ଘଟିଛି ତାହା ପୂର୍ବର ଘଟଣା। ମୋବାଇଲ ଭାଇରାଲ ଘଟଣା ମଧ୍ୟ ପୂର୍ବର। ଏହା କେବଳ ଅପପ୍ରଚାର ବୋଲି ସେ କ୍ଷୋଭର ସହ ପ୍ରକାଶ କରିଥିଲେ। 

ପୋଲିସ କମିଶନର ମହାନ୍ତିଙ୍କ କହିବାନୁଯାୟୀ, ଜେଲ କର୍ତ୍ତୃପକ୍ଷ ନିୟମିତ ଭାବେ ଜେଲର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଯାଞ୍ଚ କରୁଛନ୍ତି। ନିର୍ବାଚନ ସମୟରେ ବିଚାରାଧୀନ  ଓ ଆଜୀବନ କଏଦୀମାନେ ଜେଲ୍‌ ଭିତରେ ରହି ଅପରାଧ ନିୟନ୍ତ୍ରଣ କରିବା ଆଶଙ୍କା ରହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ପ୍ରତିଶେଧକ ପଦକ୍ଷେପ ସ୍ବରୂପ ଏହି ଚଢାଉ କରାଯାଇଥିଲା। ତେବେ କଏଦୀ ମୃତ୍ୟୁ ମାମଲାରେ ଜଣେ ଏସିପିକୁ ତଦନ୍ତ ଦାୟିତ୍ୱ ଦିଆଯାଇଛି ଓ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମହାନ୍ତି କହିଛନ୍ତି।

All Right Reserved By

ରାଜ୍ୟ |

ଘର ଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘର ଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ହାତ ଧରିଲେ ନବୀନ ନନ୍ଦ

ହାତ ଧରିଲେ ନବୀନ ନନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଯୋଗୁ ଦଳ ବଦଳାଉଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବୁଧବାର ବରିଷ୍ଠ ନେତା ନବୀନ ନନ୍ଦ ହାତ ଧରିଛନ୍ତି। 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

୨୧ ଯାଏ ବର୍ଷା ସମ୍ଭାବନା

୨୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟମରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା