ରାଜ୍ୟ | ରାୟଗଡା

ପାଣି ପାଇଁ ଯିବାକୁ ପଡ଼ୁଛି ଦେଢ କି.ମି.

ପାଣି ପାଇଁ ଯିବାକୁ ପଡ଼ୁଛି ଦେଢ କି.ମି.

ପାରଳାଖେମୁଣ୍ଡି, ୧୫।୩(ସ୍ବ.ପ୍ର.)- ଗଜପତି ଜିଲା ଗୁମ୍ମା ବ୍ଲକ ନାମନଗଡ ପଞ୍ଚାୟତର ବଣପାହାଡ ଘେରା ଲାଲୁସାହି ଗ୍ରାମରେ ବିଦ୍ୟୁତ ଓ ପାନୀୟଜଳ ଆଦି ନାନା ସମସ୍ୟା ଲାଗିରହିଛି। ପାଣି ପାଇଁ ଗ୍ରାମ ଠାରୁ ଦେଢ କି.ମି. ଦୂର ଯିବାକୁ ପଡୁଛି। ସମସ୍ୟା ଦୂର କ୍ଷେତ୍ରରେ ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

ଲାଲୁସାହି ଗ୍ରାମର ତଳସାହି ଓ ଉପରସାହିରେ ମୋଟ ୩୩ଟି ପରିବାରର ୧୫୦ରୁ ଊର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି। ସମସ୍ତେ ଆଦିବାସୀ ଓ ଗରୀବ ଶ୍ରେଣୀର। ଗ୍ରାମରେ ଜଳାଭାବ ସମସ୍ୟା ଦେଖାଦେଲାଣି। ଆଗକୁ ଏହା ଉତ୍କଟ ହେବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ସ୍ଥାନୀୟ ଚନ୍ଦନଗିରି ପାହାଡ ଉପରେ ପ୍ରାୟ ୫ଲକ୍ଷ ଟଙ୍କା ବ୍ୟୟରେ ଟାଙ୍କି ବସାଯାଇ ଝର ପାଣି ସଂଗ୍ରହ କରି ପାଇପ ଯୋଗେ ଯୋଗାଇବାର ବ୍ୟବସ୍ଥା ହୋଇଥିଲା। ୨ଟି ପାଇପ ପଏଣ୍ଟ  ମଧ୍ୟ ଲଗାଯାଇଥିଲା। ମାତ୍ର ଅଳ୍ପଦିନ ପରେ ଏହା ଖରାପ ହୋଇଯିବାରୁ ପାଣି ପାଇଁ ହଇରାଣ ହେବାକୁ ପଡୁଛି। ଉପରସାହି ମହିଳାମାନେ ପାହାଡ ତଳିଆ ଝର ଓ ପଥର କୂଅରୁ ପାଣି ଆଣିବାକୁ ବାଧ୍ୟ ହେଉଛନ୍ତି ା ସେହିପରି ତଳସାହିରେ ଥିବା ନଳକୂପରୁ ଗନ୍ଧଯୁକ୍ତ ପାାଣି ବାହାରୁଛି। ତାହାକୁ ବ୍ୟବହାର କରି ଲୋକେ ପେଟ ରୋଗରେ ପଡୁଛନ୍ତି। କୂଅର ପାଣି ଅପରିଷ୍କାର ହୋଇଯାଇଛି। ତେଣୁ ଲୋକେ ପାନୀୟଜଳ ଲାଗି ଡହଳବିକଳ ହେଉଛନ୍ତି। ଗ୍ରାମଠାରୁ ଦେଢ କି.ମି. ଦୂର ପଥର ଖାଲରେ ଜମିରହିଥିବା ଶିଉଳିଯୁକ୍ତ ଜଳକୁ ଲୋକେ କନାରେ ଛାଣି ଘରକୁ ଆଣି ବ୍ୟବହାର କରୁଛନ୍ତି ା ସେହିପରି ବିଦ୍ୟୁତ ବ୍ୟବସ୍ଥା କଥା ନ କହିବା ଭଲ। ଘରେ ଘରେ ମିଟର ଲଗାଯାଇଛି। ମାତ୍ର ଥରେ ବିଦ୍ୟୁତ୍‌ ବିଭ୍ରାଟ ହେଲେ କିମ୍ବା ଟ୍ରାନ୍ସଫର୍ମର ପୋଡିଗଲେ ଦୀର୍ଘଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିବାକୁ ପଡ଼ୁଛି ବୋଲି ଗ୍ରାମର ଶୁଶିଳା ଶବର, ଉଡିୟ ଭୂୟାଁ, ସାବିତ୍ରୀ ପରଜା, ସୁଭଦ୍ରା ଶବର, ପିଟର ରଇତ, ଗଣପତି ଶବର ପ୍ରମୁଖ କହିଛନ୍ତି। ସମସ୍ୟା ଦୂର ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। 

All Right Reserved By

ରାଜ୍ୟ | ରାୟଗଡା

ଘର ଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘର ଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ହାତ ଧରିଲେ ନବୀନ ନନ୍ଦ

ହାତ ଧରିଲେ ନବୀନ ନନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଯୋଗୁ ଦଳ ବଦଳାଉଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବୁଧବାର ବରିଷ୍ଠ ନେତା ନବୀନ ନନ୍ଦ ହାତ ଧରିଛନ୍ତି। 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

୨୧ ଯାଏ ବର୍ଷା ସମ୍ଭାବନା

୨୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟମରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା