ରାଜ୍ୟ | ବାଲେଶ୍ୱର

ମହାନାଳ ପାଣିରେ ଭାସିବ ବେଗୁନିଆ

ମହାନାଳ ପାଣିରେ ଭାସିବ ବେଗୁନିଆ

ବାଲେଶ୍ୱର ଅଫିସ,୧୫।୩(ମାନସ ବିଶ୍ୱାଳ)-ବାଲେଶ୍ୱର ସହରର ଉତ୍ତର-ପଶ୍ଚିମ କୋଣରେ ରେମୁଣା ବ୍ଲକ ଅଧୀନ ହରିପୁର ପଞ୍ଚାୟତର ବେଗୁନିଆ ଗାଁ। ଅଳ୍ପ କିଛିଦୂରରେ ରହିଛି ବୁଢ଼ାବଳଙ୍ଗର ଶାଖା ନଦୀ ନୁଣିଆଯୋଡ଼ି। ସହର ନିକଟବର୍ତ୍ତୀ ହୋଇଥିବାରୁ ଉକ୍ତ ଅଞ୍ଚଳରେ ଦୀର୍ଘ ୨୦ବର୍ଷ ପୂର୍ବରୁ ଜନବସତି ଗଢିଉଠିଛି। ବିକାଶର ନାଁ ନାହଁଁି। ଉକ୍ତ ଅଞ୍ଚଳ ସହରାଞ୍ଚଳ ଏବଂ ପଞ୍ଚାୟତ ସୀମାରେ ହୋଇଥିବାରୁ କାହାରି ନଜର ପଡୁନି। ବଷର୍ର୍ାଦିନେ ଏମିତି ନୁଣିଆଯୋଡ଼ିର ନଦୀର ବନ୍ୟା ଏବଂ ସହରାଞ୍ଚଳରୁ ନିଷ୍କାସିତ ପାଣିରେ ଭାସି ଉଠେ। ସ୍ଥାନୀୟ ବାସିନ୍ଦା ନିଜସ୍ବ ଅର୍ଥରେ ନିର୍ମାଣ କରିଥିବା କଚ୍ଚା ରାସ୍ତା ଉପରେ ଅଣ୍ଟେ ଲେଖାଏଁ ପାଣି ସୁଅ ଛୁଟିଥାଏ। ଏପରି ଅବସ୍ଥାରେ ସହର ମହାନାଳର ମୁହଁ ଲମ୍ବିଛି ଉକ୍ତ ଗ୍ରାମକୁ। ସହଦେବଖୁଣ୍ଟା, ଚାନ୍ଦମାରିପଡ଼ିଆ, ବସ୍‌ଷ୍ଟାଣ୍ଡ ଅଞ୍ଚଳରୁ ନିଷ୍କାସିତ ଜଳ ମହାନାଳ ମାଧ୍ୟମରେ ଉକ୍ତ ଅଞ୍ଚଳର ସିଦ୍ଧେଶ୍ୱର ମନ୍ଦିର ପାଖରେ ଛାଡ଼ିବାର ଯୋଜନା କରୁଛି ବିଜ୍ଞାପିତ ଅଞ୍ଚଳର ପ୍ରଶାସନ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।  ଅଞ୍ଚଳବାସୀ ଏହାର ପ୍ରତିବାଦ କରି ଗୁରୁବାର  ଜିଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ମହାନାଳକୁ ସମ୍ପ୍ରସାରିତ କରି ଉକ୍ତ ଜଳକୁ ନୁଣିଆଯୋଡ଼ି ନଦୀରେ ଛାଡ଼ିବା ପାଇଁ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅସନ୍ତୋଷ ଆନ୍ଦୋଳନର ରୂପ ନେବ ବୋଲି ଉକ୍ତ ଅଞ୍ଚଳର ୱାର୍ଡ଼ସଭ୍ୟ ରାଜେନ୍‌ ପରିଡ଼ା କହିଛନ୍ତି।  

୨୦୧୮ ସେପ୍ଟେମ୍ବର ୨୪ତାରିଖ ମହାନାଳର ଶେଷ ଭାଗ ଉକ୍ତ ଅଞ୍ଚଳରେ ରହିଥିବାରୁ ବେଗୁନିଆ, ହରିପୁର, ଅରଡ଼ବଜାର ଏବଂ ସହଦେବଖୁଣ୍ଟା ଅଞ୍ଚଳବାସୀ ଏହାକୁ ନୁଣିଆଯୋଡ଼ି ନଦୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ଜିଲାପ୍ରଶାସନକୁ ଅବଗତ କରାଇଥିଲେ। କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ନ୍ୟାୟ ପାଇଁ ଗ୍ରାମବାସୀ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଉଚ୍ଚନ୍ୟାୟାଳୟ ଡବ୍ଲ୍ୟୁପି(ସି) (ନଂ.୨୫୭୨୯/୨୦୧୪) ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ଜିଲା ପ୍ରଶାସନ ଫାଇଲ୍‌୍‌ ତଳେ ଚାପି ରଖି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବାର ଜଣାପଡ଼ିଛି। ଉକ୍ତ ଅଞ୍ଚଳର ଟୁକୁନା ରାମ, ରମେଶ ଚନ୍ଦ୍ର ବେହେରା, ରାଜଶ୍ରୀ ମହାରଣା, ସୁଦର୍ଶନ ସେଠୀ, ସଚ୍ଚିନ୍ଦ୍ର ନାଥ ଗିରି ପ୍ରମୁଖଙ୍କ କହିବାନୁସାରେ ଅଞ୍ଚଳଟି ପଞ୍ଚାୟତ ଏବଂ ମ୍ୟୁନିସିପାଲିଟି ସୀମାରେ ହୋଇଥିବାରୁ ଉଭୟ ପ୍ରଶାସନ ଅବହେଳା କରୁଛନ୍ତି। ଏପରିକି ବିକାଶ ପାଇଁ ବିଧାୟକ, ଏମ୍‌ପି, ସରପଞ୍ଚ ଏପରିକି କୌଣସି ବିରୋଧୀ ଦଳର ନେତାମାନେ ମଧ୍ୟ ଦୃଷ୍ଟି ଦେଉନାହାନ୍ତି। ନିର୍ବାଚନ ସମୟରେ ଭୋଟ୍‌ ହାତେଇବା ପାଇଁ ବାରମ୍ବାର ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି। ଆଗାମୀ ନିର୍ବାଚନ ପୂର୍ବରୁ ଉକ୍ତ ଅଞ୍ଚଳର ବିକାଶ ଦୃଢ଼ ପ୍ରତିଶ୍ରୁତି ସହ କୃତ୍ରିମ ବନ୍ୟାରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା କରା ନ ଗଲେ ନିର୍ବାଚନ ବର୍ଜନ କରିବେ। ଅନ୍ୟପକ୍ଷରେ ନିଜର ସାମ୍ବିଧାନିକ ଅଧିକାର ପାଇଁ ଅଞ୍ଚଳବାସୀ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି।

ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳର ଜବରଦଖଲକୁ ଉଚ୍ଛେଦ କରାଯାଇ ମହାନାଳକୁ ସମ୍ପ୍ରସାରଣ କରାଯିବା ପାଇଁ ବିଜ୍ଞାପିତ ଅଞ୍ଚଳ ଏବଂ ତହସିଲ ତରଫରୁ ମିଳିତ ମାପଚୁପ କାର୍ଯ୍ୟ ଶେଷ ହୋଇଛି। କିନ୍ତୁ ସମୟ ଅଭାବ କାରଣରୁ କାର୍ଯ୍ୟ ଅଟକି ଯାଇଛି। ଚଳିତବର୍ଷ ବର୍ଷାଦିନ ପୂର୍ବରୁ ଏହା କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞାପିତ ଅଞ୍ଚଳ ପ୍ରଶାସନ ପକ୍ଷରୁ କୁହାଯାଇଛି।

All Right Reserved By

ରାଜ୍ୟ | ବାଲେଶ୍ୱର

ଘର ଚଟିଆଙ୍କ ସୁରକ୍ଷା ପାଇଁ  ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ଘର ଚଟିଆଙ୍କ ସୁରକ୍ଷା ପାଇଁ ଘରଚଟିଆ ବେଶରେ ସାଇକେଲ ଶୋଭାଯାତ୍ରା

ବ୍ରହ୍ମପୁର ଅଫିସ,୨୦।୩:  ଗଞ୍ଜାମ ଜିଲା ଆଞ୍ଚଳିକ ବିକାଶ ପରିଷଦ ଓ ବ୍ରହ୍ମପୁର ବନଖଣ୍ଡ  ପକ୍ଷରୁ ବୁଧବାର ବିଶ୍ବ ଘରଚଟିଆ ଦିବସ ପାଳନ କରାଯାଇଛି । 

ହାତ ଧରିଲେ ନବୀନ ନନ୍ଦ

ହାତ ଧରିଲେ ନବୀନ ନନ୍ଦ

ଭୁବନେଶ୍ୱର,୨୦।୩(ବ୍ୟୁରୋ): ଟିକେଟ ବଣ୍ଟନକୁ ନେଇ ଅସନ୍ତୋଷ ଯୋଗୁ ଦଳ ବଦଳାଉଛନ୍ତି ବିଭିନ୍ନ ଦଳର ନେତା। ଏହି କ୍ରମରେ ବୁଧବାର ବରିଷ୍ଠ ନେତା ନବୀନ ନନ୍ଦ ହାତ ଧରିଛନ୍ତି। 

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ନାମାଙ୍କନପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଛତ୍ରପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ ବେଳେ ଜିଲାର ବହୁ ବିଜେଡି ନେତା ଉପସ୍ଥିତ ଥିଲେ।

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ: ବିଜେଡି ଟିକେଟ ପାଇଁ ବଳ କଷାକଷି

ଭୁବନେଶ୍ୱର,(ବ୍ୟୁରୋ)/ବାଲିଅନ୍ତା,୨୦ା୩(ବ୍ୟୁରୋ): ଭୁବନେଶ୍ୱର ସହର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣା ବ୍ଲକକୁ ନେଇ ଗଠନ ହୋଇଛି ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀ। ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଏହି ଆସନ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି। 

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଲୋକ ସଭା ଆସନ: ଦେଖିବାକୁ ମିଳିପାରେ ନୂଆ ସମୀକରଣ

ଯାଜପୁର ଅଫିସ,୨୦ା୩: ଯାଜପୁର ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀ ଯଥା ଯାଜପୁର, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, କୋରେଇ ଓ ସୁକିନ୍ଦାକୁ ନେଇ ଯାଜପୁର ଲୋକ ସଭା ଆସନ ଗଠିତ। ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଏହି ଆସନରେ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ଦେବା ନିଶ୍ଚିତ। 

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି  ସମୀକରଣ

ସାଲେପୁର ବିଧାନସଭା ନିର୍ବାଚନମଣ୍ଡଳୀ: ଭାଜପାରେ ପ୍ରକାଶ, ବଦଳୁଛି ସମୀକରଣ

କଟକ ଅଫିସ,୨୦ା୩: କଟକ ଜିଲାର ସାଲେପୁର ବିଧାନସଭା ଆସନକୁ ନେଇ ସମୀକରଣ ବଦଳିବାରେ ଲାଗିଛି। ବିଶେଷକରି ବିଧାୟକ ପ୍ରକାଶ ଚନ୍ଦ୍ର ବେହେରା କଂଗ୍ରେସ ଛାଡ଼ି ରବିବାର ଭାଜପାରେ ଯୋଗଦେବା ପରେ ସାଲେପୁର ରାଜନୀତି ହଠାତ୍‌ କଡ଼ ଲେଉଟେଇଛି। 

୨୧ ଯାଏ ବର୍ଷା ସମ୍ଭାବନା

୨୧ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୨୦ା୩(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟମରେ ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ ଏବଂ ସୁନ୍ଦରଗଡ଼ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। 

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ସାରାବଙ୍ଗବାସୀଙ୍କ ନିଷ୍ପତ୍ତି: ମଦ, ଟଙ୍କା ବାଣ୍ଟିଲେ ଭୋଟ ଦେବୁନାହିଁ

ନୂଆପଡା ଅଫିସ,୨୦ା୩: ନିର୍ବାଚନ ବେଳେ ମଦ କିମ୍ବା ଟଙ୍କା ଦେଇ ମତଦାତାଙ୍କୁ କେହି ଯେପରି ପ୍ରଭାବିତ କରି ନ ପାରେ ସେଥିପାଇଁ ପ୍ରଶାସନ ସବୁବେଳେ ନିଘା ରଖିଥାଏ । ତଥାପି ନିର୍ବାଚନ ସମୟରେ ଏସବୁର ବହୁଳ ବ୍ୟବହାର ହେଉଥିବା ଅନେକ ନଜିର ରହିଛି। ହେଲେ ଏଥର ନୂଆପଡା ଜିଲାର ଆଦର୍ଶ ଗ୍ରାମପଞ୍ଚାୟତ ଭାବେ ପରିଗଣିତ ହେଉଥିବା ସାରାବଙ୍ଗ ଗ୍ରାମବାସୀ ନିଜ ତରଫରୁ ଏଥିରେ ରୋକ ଲଗାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀରରୁ କଂଗ୍ରେସ ପ୍ରାର୍ଥୀ ନରସିଂହ: ବିଜେଡି, ଭାଜପାର ଗଣିତ ଛିଣ୍ଡୁନି

ବଲାଙ୍ଗୀର ଅଫିସ, ୨୦ା୩: ବଲାଙ୍ଗୀର ବିଧାନସଭା ଆସନ ପାଇଁ ପୁରୁଖା ନେତା, ବିଧାୟକ ତଥା ବିରୋଧୀଦଳ ନେତା ନରସିଂହ ମିଶ୍ରଙ୍କୁ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଦଳ ପୁଣି ଦଳୀୟ ଟିକେଟ ଦେଇଛି ।  ଏନେଇ ସୋମବାର ବିଳମ୍ବିତ ରାତ୍ରିରେ ବିଧିବଦ୍ଧ ଘୋଷଣା ହେବା ପରେ ବଲାଙ୍ଗୀରରେ କଂଗ୍ରେସ କର୍ମୀ, ନେତା ଓ ସମର୍ଥକ ମହଲରେ ଉତ୍ସାହ ପରିଲକ୍ଷିତ ହୋଇଛି ।

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଗୋଇନ୍ଦା ରିପୋର୍ଟକୁ ନେଇ ବିଜେଡି-ଭାଜପା ମୁହାଁମୁହିଁ; ଜାଲ୍‌ ଚିଠି ଦେଖାଇ ବିଭ୍ରାନ୍ତ କରୁଛି ଭାଜପା: ବିଜେଡି

ଭୁବନେଶ୍ୱର,୨୦ା୩ (ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନିର୍ବାଚନ ଲଢିଲେ ହାରିଯିବେ ବୋଲି ଗୋଇନ୍ଦା ରିପୋର୍ଟ ଦେଇଥିବା ନେଇ ସୋମବାର ଭାଜପା ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏକ ଖବରଦାତା ସମ୍ମିଳନୀରେ କହିଥିଲେ। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା