ଖେଳ |

ବିଶ୍ୱ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌: ଭାରତୀୟ ପୁରୁଷ ଦଳ ୪ର୍ଥ

ବିଶ୍ୱ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌: ଭାରତୀୟ ପୁରୁଷ ଦଳ ୪ର୍ଥ

ଅଷ୍ଟାନା (କାଜାଖସ୍ତାନ), ୧୫-୩ (ପି.ଟି.)-ଏଠାରେ ଚାଲିଥିବା ବିଶ୍ୱ ଟିମ୍‌ ଚେସ୍‌ ଚାମ୍ପିୟନଶିପ୍‌ର ଭାରତୀୟ ପୁରୁଷ ଦଳ ଚତୁର୍ଥ ସ୍ଥାନ ସହ ଅଭିଯାନ ଶେଷ କରିଛନ୍ତି। ଗୁରୁବାର ପ୍ରତିଯୋଗିତାର ୯ମ ତଥା ଅନ୍ତିମ ରାଉଣ୍ଡରେ    ରୁଷିଆଠାରୁ ୧.୫-୨.୫ ବ୍ୟବଧାନ ପରାଜିତ ହେବା ଦ୍ୱାରା ଭାରତ ପୋଡିୟମ ଫିନିଶ୍‌ରୁ ବଞ୍ଚତ୍ତ ହୋଇଛି।  ୮ମ ରାଉଣ୍ଡ ସୁଦ୍ଧା ମିଳିତ ଦ୍ୱିତୀୟ ସ୍ଥାନରେ ଥିବା ଭାରତ ଯଦି ଏହି ମୁକାବିଲାକୁ ୨-୨ରେ ଡ୍ର ରଖିପାରି ଥାନ୍ତା ତେବେ ବ୍ରୋଞ୍ଜ ପଦକ ଏବଂ ବିଜୟ ଲାଭ କରିଥିଲେ ରୌପ୍ୟ ଲାଭ କରିପାରିଥାନ୍ତା। କିନ୍ତୁ ଦୁର୍ଭାଗ୍ୟଜନକ ଭାବେ ଦଳ ପରାସ୍ତ ହୋଇଯାଇଥିଲା। ଚତୁର୍ଥ ବୋର୍ଡରେ ଜାତୀୟ ଚାମ୍ପିୟନ ଅରବିନ୍ଦ ଚିଥାମ୍ବରମ ଦିମିତ୍ରୀ ଆନ୍ଦ୍ରିକିନ୍‌ଙ୍କୁ ପରାସ୍ତ କରିବାର ବଡ଼ ସୁଯୋଗ ପାଇ ହାତଛଡ଼ା କରିଥିଲେ। ଦ୍ୱିତୀୟ ବୋର୍ଡରେ ସୂର୍ଯ୍ୟ ଗାଙ୍ଗୁଲି କଡ଼ା ମୁକାବିଲା କରି ମଧ୍ୟ ଇଆନ ନେପମନିଆଚିଙ୍କୁ ହରାଇ ପାରି ନ ଥିଲେ। ଉଭୟ ଗେମ୍‌ ଡ୍ର ରହିଥିଲା। ପୂର୍ବରୁ ଟପ୍‌ ବୋର୍ଡରେ ବି. ଅଧିବନ ସର୍ଗେ କାର୍ଜାକିନ୍‌ ସହ ତାଙ୍କ ଗେମ୍‌ ଡ୍ର ରଖିଥିଲେ। କିନ୍ତୁ ଏସ. ପି. ସେଥୁରମଣ ତୃତୀୟ ବୋର୍ଡରେ ଆଲେକ୍‌ଜାଣ୍ଡର ଗ୍ରୀସ୍‌ଚୁକ୍‌ଙ୍କ ବିପକ୍ଷ ଗେମ୍‌ ପରାଜିତ ହୋଇଯାଇଥିଲେ। ପୂର୍ବରୁ ରୁଷିଆ ଗୋଟିଏ ରାଉଣ୍ଡ ଖେଳ ବାକିଥାଇ ସ୍ବର୍ଣ୍ଣ ପଦକ ଜିତି ସାରିଥିଲା। ଗୁରୁବାର ଦଳ ଆଉ ଏକ ବିଜୟ ଦ୍ୱାରା ଦଳର ପଏଣ୍ଟ ସଂଖ୍ୟା ୧୬କୁ ବୃଦ୍ଧି ପାଇଥିଲା। ଇଂଲଣ୍ଡ ୩.୫-୦.୫ ରେ ସ୍ବିଡେନକୁ ପରାସ୍ତ କରି ୧୩ ପଏଣ୍ଟ ସହ ରୌପ୍ୟ ପଦକ ହାସଲ କରିଥିଲା। ଅନ୍ୟପକ୍ଷରେ ଚାଇନା୨.୫-୧.୫ ବ୍ୟବଧାନରେ ସ୍ଥାନୀୟ କାଜାଖସ୍ତାନକୁ ହରାଇ ୧୨ ପଏଣ୍ଟ ସହ ବ୍ରୋଞ୍ଜ ବିଜୟୀ ହୋଇଛି। ଭାରତ ଏହାର ୩ ଷ୍ଟଲଓ୍ବାର୍ଟ ବିଶ୍ୱନାଥନ ଆନନ୍ଦ, ପି. ହରିକ୍ରିଷ୍ଣା ଓ ଭିଦିତ୍‌ ଗୁଜରାଠୀଙ୍କ ବିନା ଏହି ପ୍ରତିଯୋଗିତାରେ ଅବତୀର୍ଣ୍ଣ ହୋଇଥିଲା। ଦଳ ୧୧ ପଏଣ୍ଟ ଅର୍ଜନ କରି ଚତୁର୍ଥ ହୋଇଥିଲା।


All Right Reserved By

ଖେଳ |

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ସିଏସ୍‌କେ ଅଧିନାୟକ ଧୋନୀଙ୍କ ଜବ୍‌ରା ଫ୍ୟାନ୍‌

ଭାରତରେ କ୍ରିକେଟର ଭିନ୍ନ କ୍ରେଜ୍‌ ରହିଛି। ଏହାକୁ  ଦୃଷ୍ଟିରେ ରଖି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୃଷ୍ଟି। ଏହାର ସମସ୍ତ ଲୋକପ୍ରିୟ ଟିମ୍‌ ମଧ୍ୟରୁ ଚେନ୍ନାଇ ସୁପରକିଙ୍ଗ(ସିଏସ୍‌କେ) ଅନ୍ୟତମ। ଟିମ୍‌ର ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ବଡ଼ ଫ୍ୟାନ୍‌ ଫଲୋଇଙ୍ଗ ରହିଛି। ମାତ୍ର ସେମାନଙ୍କ ମଧ୍ୟରୁ ଆଇପିଏଲ୍‌ ସମୟରେ ନଜର ଆସୁଥିବା ଏନ୍‌. ସାର୍ବନନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରନ୍ତି।

ଧୋନୀଙ୍କ ଫେଭରାଇଟ ବାଇକ୍‌ ହେଲକଟ ଏକ୍ସଓ୍ବାନଥ୍ରିଟୁ

ଧୋନୀଙ୍କ ଫେଭରାଇଟ ବାଇକ୍‌ ହେଲକଟ ଏକ୍ସଓ୍ବାନଥ୍ରିଟୁ

ମହେନ୍ଦ୍ର ସିଂ ଧୋନୀ କ୍ରିକେଟ ଜଗତର ବର୍ତ୍ତମାନ ଅନ୍ୟତମ ଲୋକପ୍ରିୟ ଖେଳାଳି। କ୍ରିକେଟ ବ୍ୟତୀତ ଧୋନୀ ଆଉ ଯାହାକୁ ଖୁବ ଭଲ ପାଆନ୍ତି, ସେ ହେଲା ବାଇକ। 

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

୨୫ ଲକ୍ଷ ଟଙ୍କା ଦାନକଲା କିଙ୍ଗ୍ସ ଇଲେଭେନ

ଚଣ୍ଡିଗଡ଼, ୨୦ା୩ (ପି.ଟି.)-ଫେବୃୟାରୀରେ ପୁଲ୍‌ଓ୍ବାମା ଆକ୍ରମଣ ଘଟଣାରେ ନିହତ ୫ ସିଆରପିଏଫ୍‌ ଯବାନଙ୍କ ପ୍ରତ୍ୟେକ ପରିବାର ପିଛା ୫ ଲକ୍ଷ ଟଙ୍କା ଲେଖାଁଏ ଦାନ କରିଛି। ଏହି ଯବାନମାନେ ପଞ୍ଜାବ ଓ ହିମାଚଳ ପ୍ରଦେଶର। 

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ପର୍ତ୍ତୁଗାଲ କ୍ୟାମ୍ପରେ ଯୋଗଦେଲେ ରୋନାଲ୍‌ଡୋ

ଓଇରାସ (ପର୍ତ୍ତୁଗାଲ), ୨୦ା୩ (ଏଏଫ୍‌ପି)-ଚଳିତ ସପ୍ତାହରେ ୟୁରୋ ୨୦୨୦କ୍ୱାଲିଫାଇଙ୍ଗ୍‌ ଆରମ୍ଭ ହେବାକୁଥିବା ବେଳେ କ୍ରିଷ୍ଟିଆନ ରୋନାଲ୍‌ଡୋ ତାଙ୍କ ଟିମ୍‌ମେଟଙ୍କ ସହିତ କ୍ୟାମ୍ପରେ ଯୋଗଦାନ କରିଛନ୍ତି। 

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି ମାଷ୍ଟର୍ସ ଟେନିସ୍‌: ପ୍ରଜନେଶ ବିଜୟୀ

ମାୟାମି, ୨୦ା୩ (ପି.ଟି.)-ଫର୍ମରେ  ଥିବା ପ୍ରଜନେଶ ଗୁଣେଶ୍ୱରନ ମାୟାମି ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟର ଫାଇନାଲ କ୍ୱାଲିଫାଇଙ୍ଗ ରାଉଣ୍ଡରେ ପ୍ରବେଶ କରିଥିବାବେଳେ ଅନ୍ୟତମ ଭାରତୀୟ ଖେଳାଳି ରାମକୁମାର ରମାନାଥନ ଏଠାରେ ତାଙ୍କ ପ୍ରଥମ ବାଧା ଅତିକ୍ରମ କରିପାରି ନାହାନ୍ତି।

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଅଲ୍‌ ଓଡ଼ିଶା ଓପନ ଚେସ୍‌ ୩୦ରୁ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ସେକ୍ରେଟାରିଏଟ ରିକ୍ରିଏଶନ କ୍ଲବ ଆନୁକୂଲ୍ୟରେ ୧୪ତମ ଅଲ୍‌ ଓଡ଼ିଶା ଓପନ ଚେସ୍‌ ଟୁର୍ନାମେଣ୍ଟ ଚଳିତ ମାସ ୩୦ ଓ ୩୧ ତାରିଖ ଦୁଇଦିନଧରି ଅନୁଷ୍ଠିତ ହେବ। 

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ:  ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ: ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ଅନ୍ତିମ ପ୍ରି-କ୍ୱାର୍ଟରରେ ବୃହତ୍‌ ବିଜୟ ସହ କଟକର ନିମପୁର ସ୍ପୋର୍ଟିଂ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। 

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ:  ନୌସେନା, ବାୟୁସେନା ଦଳ ବିଜୟୀ

ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ: ନୌସେନା, ବାୟୁସେନା ଦଳ ବିଜୟୀ

ବନ୍ତ,୨୦ା୩(ଡି.ଏନ୍‌.ଏ./ସ୍ବ.ପ୍ର.)- ଭଦ୍ରକ ଜିଲା ବନ୍ତ ବ୍ଲକ ଟିଲୋ ହନୁମାନଜୀଉ ମିନି ଷ୍ଟାଡିୟମଠାରେ ଟିଲୋ ଆଥ୍‌ଲେଟିକ୍‌ ଆସୋସିଏଶନ ଆନୁକୂଲ୍ୟରେ ଚାଲିଥିବା ୨୬ତମ ସର୍ବଭାରତୀୟ ପ୍ରଦୀପ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ୬ଷ୍ଠ ଦିବସ ଖେଳ ଅନୁଷ୍ଠିତ ହୋଇ ଯାଇଛି।  

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ଜାତୀୟସ୍ତରୀୟ ଖୋଖୋ ପ୍ରତିଯୋଗିତା ୨୪ରେ: ଓଡ଼ିଶା ବାଳିକା, ବାଳକ ଦଳ ଭାଗନେବ

ବାଲେଶ୍ୱର ଅଫିସ, ୨୦।୩-ରାଜସ୍ଥାନ ଜୟପୁରଠାରେ ଆସନ୍ତା ୨୪ରେ ଜାତୀୟସ୍ତରୀୟ ସିନିୟର ଖୋ-ଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଓଡ଼ିଶାର ୧୦ ବାଳିକା ଓ ୧୨ଜଣ ବାଳକ ଭାଗନେବେ। 

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସ: ରାଜଶ୍ରୀଙ୍କୁ ରୌପ୍ୟ, ମୁକ୍ତା ଜିତିଲେ ବ୍ରୋଞ୍ଜ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)-ଆବୁଧାବିଠାରେ ଚାଲିଥିବା ସ୍ପେଶାଲ ଅଲିମ୍ପିକ୍ସ ଓ୍ବାଲର୍‌ଡ ସମର ଗେମ୍ସରେ ଓଡ଼ିଶାର ରାଜଶ୍ରୀ ମହାପାତ୍ର ଓ ମୁକ୍ତା ମୁଣ୍ଡା ନିଜ ନିଜ ଟିମ୍‌ ଗେମ୍ସରେ ପଦକ ହାସଲ କରିଛନ୍ତି। 

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା:  କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା: କ୍ରିଷ୍ଣା ରାଓ, ପ୍ରାଣକୃଷ୍ଣଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ବିହାରର ପାଟନାସ୍ଥିତ ନିତ୍ୟ କଳା ମନ୍ଦିର ପରିସରରେ ଗତ ୨ ଦିନଧରି ୯ମ ପୂର୍ବ ଭାରତ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି। 

୨୦୧୯ ପରେ ହକି ସିରିଜ ଇଭେଣ୍ଟ ଉଚ୍ଛେଦ କରିବ ଏଫ୍‌ଆଇଏଚ୍‌

୨୦୧୯ ପରେ ହକି ସିରିଜ ଇଭେଣ୍ଟ ଉଚ୍ଛେଦ କରିବ ଏଫ୍‌ଆଇଏଚ୍‌

ଲାଉସାନେ,୨୦।୩ (ପି.ଟି.)- ଚଳିତ ବର୍ଷ ପରେ ଆନ୍ତର୍ଜାତିକ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ହକି ସିରିଜ ଇଭେଣ୍ଟଗୁଡିକୁ ଉଚ୍ଛେଦ କରିବ। ଏହା ବଦଳରେ ସଭ୍ୟ ଆସୋସିଏଶନଗୁଡିକୁ କଣ୍ଟିନେଣ୍ଟାଲ କ୍ୱାଲିଫାୟର୍ସ ଓ ଚାମ୍ପିୟନଶିପ୍‌ ଉପରେ ଅଧିକ ମନୋନିବେଶ କରିବାକୁ ଏଫ୍‌ଆଇଏଚ୍‌ ପ୍ରବର୍ତ୍ତାଇବ ବୋଲି କହିଛି। ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ର ପ୍ରାରମ୍ଭିକ ସଂସ୍କରଣ ଆଶାତୀତ ସଫଳତା ହାସଲ କରିଛି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା