ସମ୍ପାଦକୀୟ |

ଆଜିର ଅର୍ଥନୀତି/ ନିରାପତ୍ତା ଆଗ

ଆଜିର ଅର୍ଥନୀତି/ ନିରାପତ୍ତା ଆଗ

ଭାରତ ତା’ର ସମସ୍ତ ବୋଇଂ ୭୩୭ମାକ୍ସ୮ ବିମାନକୁ ଉଡ଼ାଣ ଅନୁପଯୋଗୀ ଘୋଷଣା କରିଦେଇଛି ଏବଂ ତାହା ତତ୍କାଳ କାର୍ଯ୍ୟକାରୀ ହୋଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ମଙ୍ଗଳବାର ରାତିରେ ଆବଶ୍ୟକ ନବୀକରଣ ଓ ସୁରକ୍ଷା ବ୍ୟବସ୍ଥା କରାଯିବା ପର୍ଯ୍ୟନ୍ତ ସମସ୍ତ ବୋଇଂ ମାକ୍ସ୮ ବିମାନର ଉଡ଼ାଣ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି। ଶେଷରେ ଆମେରିକା ମଧ୍ୟ ଏହି ଜେଟ୍‌ବିମାନର ଉଡ଼ାଣକୁ ବନ୍ଦ ରଖିଥିବା ଗୁରୁବାର ଘୋଷଣା କରିଛି। ରାଜନୈତିକ ଓ ଅନ୍ତର୍ଜାତୀୟ ଚାପରେ ଟ୍ରମ୍ପ ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି। ଏହା ପୂର୍ବରୁ ଫ୍ରାନ୍ସ, ବ୍ରିଟେନ୍‌, ଜର୍ମାନୀ, ମାଲେସିଆ, ଓମାନ ଓ ଅନ୍ୟ ପ୍ରାୟ ୧୦ଟି ଦେଶ ଏହି ବିମାନର ଚଳାଚଳକୁ ବାତିଲ କରିସାରିଛନ୍ତି। ପାଞ୍ଚମାସ ଭିତରେ ଏକ ବୋଇଙ୍ଗ୍‌ ୭୩୭ମାକ୍ସ୮ ବିମାନର ଦ୍ୱିତୀୟ ଥର ଦୁର୍ଘଟଣା ଘଟିବା ପରେ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା। ରବିବାର ଇଥିଓପିଆନ୍‌ ଏୟାରଲାଇନ୍ସର ଏକ ନୂତନ ୭୩୭ମାକ୍ସ୮ ବିମାନ ଆଦିସ୍‌ ଆବାବାରୁ ନାଇରୋବି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଏଥିରେ ସମସ୍ତ ୧୫୭ ଜଣ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଏହା ପୂର୍ବରୁ ଗତ ଅକ୍ଟୋବର ମାସରେ ଇଣ୍ଡୋନେସିଆରେ ଏକ ଲାୟନ ଏୟାର୍‌ଜେଟ୍‌ (ସମାନ ଗଢ଼ଣର ବିମାନ) ଜାକର୍ତ୍ତାରୁ ଉଡ଼ାଣର ଅଳ୍ପ ସମୟ ଭିତରେ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୮୯ ଜଣ ଲୋକଙ୍କର ମୃତ୍ୟୁ ଘଟିଥିଲା। ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନଟି ମାତ୍ର ଚାରିମାସରୁ କମ୍‌ ଦିନର ପୁରୁଣା। ସେଥିପାଇଁ ଏହି ବିମାନରେ ଆବଶ୍ୟକ ନିରାପତ୍ତା ବ୍ୟବସ୍ଥା ନ ଥିବା ଓ ଗଢ଼ଣରେ ତ୍ରୁଟି ଥିବା ସନ୍ଦେହ କରି ଚାଇନା, ତୁର୍କୀ, ଇଣ୍ଡୋନେସିଆ, ବ୍ରାଜିଲ, ମେକ୍ସିକୋ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ଦକ୍ଷିଣ କୋରିଆ ଓ ନର୍‌ଓ୍ବେ ପ୍ରଭୃତି ରାଷ୍ଟ୍ର ବୋଇଂ ମାକ୍ସ୮ର ଉଡ଼ାଣକୁ ବନ୍ଦ କରିଛନ୍ତି। ମାଲେସିଆ ଆମେରିକା ଏରୋସ୍ପେସ୍‌ କମ୍ପାନୀରୁ ଏହି ବିମାନ କିଣିବା ପାଇଁ ବରାଦ ଦେଇଥିବା ବେଳେ ବୁଧବାର ତାହାକୁ ପ୍ରତ୍ୟାହାର କରିନେଇଛି। ବର୍ତ୍ତମାନ ସାରା ବିଶ୍ୱରେ ୩୫୦ଟି ମାକ୍ସ୮ ବିମାନ ପ୍ରଚଳିତ ଥିବା ବେଳେ ୫୦୦୦ରୁ ଊର୍ଦ୍ଧ୍ୱ ବିମାନ ପାଇଁ ବରାଦ ଦିଆଯାଇଥିଲା। 

ସାରା ବିଶ୍ୱରେ ପ୍ରତିକ୍ରିୟା ପ୍ରକାଶ ପାଇବା ଯୋଗୁ ବୋଇଂର ଶେୟାର ହ୍ରାସ ପାଇଛି ଏବଂ ଏହାର ବଜାର ଦର ହ୍ରାସ ପାଇଛି। ଫଳରେ ଏହାର କୋଟି କୋଟି ଟଙ୍କା କ୍ଷତି ଘଟିଛି। ସ୍ପାଇସ୍‌ଜେଟ ହେଉଛି ଏକମାତ୍ର ଭାରତୀୟ ଏୟାର୍‌ଲାଇନ୍‌ ଯାହାର ୧୨ଟି ବୋଇଂ ୭୩୭ମାକ୍ସ୮ ବିମାନ ଅଛି। ଜେଟ୍‌ ଏୟାର୍‌ଓ୍ବେଜ୍‌ର ମଧ୍ୟ ଏପରି ୫ଟି ବିମାନ ଅଛି। କିନ୍ତୁ ଏୟାର୍‌ଲାଇନର କ୍ଷତି ଯୋଗୁ ଏଗୁଡ଼ିକର ଉଡ଼ାଣ ବନ୍ଦ ରହିଥିଲା। ବେସାମରିକ ବିମାନ ଚଳାଚଳ ବିଭାଗ ବୋଇଂ ୭୩୭ମାକ୍ସ୮ର ଉଡ଼ାଣକୁ ନିଷିଦ୍ଧ କରିବା ପରେ ବୁଧବାର ସ୍ପାଇସ୍‌ଜେଟର ଶେୟାର ତଳକୁ ଖସିଯାଇଛି। ଉଭୟ ଏକ୍ସଚେଞ୍ଜରେ ସ୍ପାଇସ୍‌ଜେଟର ଅର୍ଥଲଗାଣର ପ୍ରମାଣପତ୍ର (ସ୍କ୍ରିପ୍‌) ଦିନକ ଭିତରେ ୮ ପ୍ରତିଶତ ହ୍ରାସ ପାଇଥିବା ବେଳେ ଏହା କ୍ଷତିର ପରିମାଣ କୌଣସି ପ୍ରକାରେ ୨ ପ୍ରତିଶତରୁ କିଛି ଅଧିକ କମାଇ ବିଏସ୍‌ଇରେ ଶେୟାର ମୂଲ୍ୟ ଟ୭୭.୧୫ ରଖିବାରେ ସଫଳ ହୋଇଛି। ଗୁରୁବାର ସ୍ପାଇସ୍‌ଜେଟର ଅଂଶଧନ ୨.୫ ପ୍ରତିଶତ ଭରଣା ହୋଇପାରିଛି। ଇତିମଧ୍ୟରେ ମାକ୍ସ ବିମାନଗୁଡ଼ିକୁ ନିରାପଦ ବୋଲି ପ୍ରମାଣ କରିବାକୁ ବିଶ୍ୱର ବୃହତ୍ତମ ବିମାନ ନିର୍ମାତା ବୋଇଂ ଉପରେ ପ୍ରବଳ ଚାପ ପଡ଼ୁଛି। କମ୍ପାନୀ ତା’ର ଓ୍ବେବ୍‌ସାଇଟ୍‌ରେ ବିମାନର ସୁରକ୍ଷା ମାନଦଣ୍ଡ ଉପରେ ଗୁରୁତ୍ୱ ଦେଉଛି ବୋଲି ପ୍ରକାଶ କରିଛି।  କିନ୍ତୁ ନିରାପତ୍ତା ପ୍ରତି ଗୁରୁତ୍ୱ ଦେଉଛି ବୋଲି ନିଜେ ଖାଲି କଥାରେ କହିଦେଲେ ତାହା ଗ୍ରହଣୀୟ ହୋଇପାରିବ ନାହିଁ। 

ଭାରତ ସମେତ ବିଭିନ୍ନ ଦେଶ ବୋଇଂ ୭୩୭ମାକ୍ସ ସିରିଜ୍‌ ବିମାନଗୁଡ଼ିକର ଉଡ଼ାଣକୁ ନିଷିଦ୍ଧ କରିବା ଦ୍ୱାରା ଅନ୍ତର୍ଜାତୀୟ ଗମନାଗମନ ଓ ପର୍ଯ୍ୟଟନ ବ୍ୟାହତ ହେବ, ଭାରତ ଯାହାର ଏକ ବଡ଼ ଲାଭାର୍ଥୀ ଥିଲା। ଏହାଦ୍ୱାରା ବିମାନ କମ୍ପାନୀଗୁଡ଼ିକର ବ୍ୟାପକ ଆର୍ଥିକ କ୍ଷତି ହେବା ସହ ବିଭିନ୍ନ ଦେଶର କର୍ପୋରେଟ୍‌ ଓ ପର୍ଯ୍ୟଟନ ସମ୍ଭାବନା ମଧ୍ୟ ପ୍ରଭାବିତ ହେବ। ଏହା ଅନ୍ୟ ବିମାନଗୁଡ଼ିକ ଉପରେ ସାମୟିକ ଚାପ ପକାଇବ। ତଥାପି ଯାତ୍ରୀ ନିରାପତ୍ତା ଦୃଷ୍ଟିରୁ ଏହା ଏକ ଯଥାର୍ଥ ନିଷ୍ପତ୍ତି। ଗତ ଛଅମାସ ଭିତରେ ଘଟିଥିବା ଦୁଇଟି ବୋଇଙ୍ଗ୍‌ ବିମାନ ଦୁର୍ଘଟଣାର କାରଣ ଅଦ୍ୟାବଧି ଜଣାପଡ଼ି ନ ଥିବା ବେଳେ କମ୍ପାନୀ ଏହାର ବିମାନ ଉପରେ ଜନସାଧାରଣଙ୍କର ରହିଆସିଥିବା ବିଶ୍ୱାସକୁ ପୁଣି ଫେରାଇ ଆଣିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ। ଇଥିଓପିଆନ ଏୟାର୍‌ଲାଇନ୍ସ ଗୁରୁବାର କହିଛି ଯେ, ଏହା ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲାକ୍‌ବକ୍ସକୁ ବିଶ୍ଳେଷଣ ପାଇଁ ପ୍ୟାରିସ୍‌ ପଠାଇଛି। ଦୁର୍ଘଟଣାର କାରଣ ସମ୍ବନ୍ଧରେ ବ୍ଲାକ୍‌ବକ୍ସ କିଛି ସୂଚନା ଦେଇପାରେ। କିନ୍ତୁ ଦୁଇଟି ଦୁର୍ଘଟଣାର କାରଣ ଜାଣିବା ପାଇଁ ଏକ ବହୁସଂସ୍ଥୀୟ ତଦନ୍ତ ହେବା ଉଚିତ। ଯାତ୍ରୀମାନଙ୍କ ନିରାପତ୍ତା ମୁଖ୍ୟ ବୋଲି ବୋଇଂ କମ୍ପାନୀ ବିବୃତି ଦେଇଥିବା ବେଳେ ଆମେ ଆଶା କରୁଛୁ କମ୍ପାନୀ ସେ ଦିଗରେ କାର୍ଯ୍ୟ କରିବ। ବିମାନ ଶିଳ୍ପରେ ଯାତ୍ରୀମାନଙ୍କ ନିରାପତ୍ତାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଆଉ କିଛି ବି ନୁହେଁ। ଦୁର୍ଘଟଣା ଆଡ଼କୁ ଟାଣି ନେଉଥିବା ଯାନ୍ତ୍ରିକ ତ୍ରୁଟିର କାରଣ ଖୋଜିବା ପାଇଁ ଏହାର ବିମାନ ବିଜ୍ଞାନ, ଡିଜାଇନ, ସଫ୍ଟଓ୍ବେର ପ୍ରଭୃତିର ତନଖି କରିବା କମ୍ପାନୀର ଦାୟିତ୍ୱ। ତା’ଛଡ଼ା ନିରାପତ୍ତା ଉପରେ ପ୍ରଭାବ ପକାଉଥିବା ଅନ୍ୟ ଜିନିଷ ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ। ସେଗୁଡ଼ିକ ମଧ୍ୟରେ ରହିଛି ବିମାନ ବନ୍ଦରର ଭିତ୍ତିଭୂମି, ପାଇଲଟ୍‌ ଓ ଏଟିସି (ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର)ମାନଙ୍କ ତାଲିମ, ସଫ୍ଟଓ୍ବେର ସିଙ୍କ୍ରୋନାଇଜେଶନ ଏବଂ ସର୍ବୋପରି ପାଇଲଟ୍‌ ଓ ବିମାନ କର୍ମଚାରୀମାନଙ୍କ ପାଇଁ ଚାପମୁକ୍ତ ପରିବେଶ। ନିରାପତ୍ତା ଆଗ, ଆଉ ସବୁ ପଛ।

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା