ସମ୍ପାଦକୀୟ |

ସଡ଼କ ନିରାପତ୍ତା

ସଡ଼କ ନିରାପତ୍ତା

ଶିବରାମ ଶତପଥୀ

ସଭ୍ୟତା ଓ ବିଜ୍ଞାନର ଅଗ୍ରଗତି ସହିତ ଦ୍ରୁତଗାମୀ ଯାନବାହନ ସଂଖ୍ୟା ବଢ଼ି ଚାଲେ। ସଡ଼କ ଦୁର୍ଘଟଣା ଯେ ଚାଳକର ଅସାବଧାନତାରୁ ଘଟେ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ। ଏଥିପାଇଁ ରାସ୍ତାଘାଟ ଓ ଯାନ୍ତ୍ରିକ ତ୍ରୁଟି ମଧ୍ୟ ସମପରିମାଣରେ ଦାୟୀ। ବେଗ ହିଁ ଉନ୍ନତିର ଲକ୍ଷଣ। ଅତଏବ ଯାନବାହନଗୁଡିକ ସଡ଼କରେ ଗଲାବେଳେ କ୍ଷିପ୍ରଗତି ଅବଲମ୍ବନ କରିବେ ଏଥିରେ ଦ୍ୱିରୁକ୍ତି ନାହିଁ। କିନ୍ତୁ ଗତି ସହିତ ଯାନ ଓ ରାସ୍ତା ଉନ୍ନତମାନର ହେବା ଆବଶ୍ୟକ। ଦୁର୍ଘଟଣା ଯୋଗୁ ପ୍ରତିଦିନ ମୂଲ୍ୟବାନ ଧନଜୀବନ ନଷ୍ଟ ହେବା ସହିତ ଅନେକେ ଚିରଦିନ ପାଇଁ ବିକଳାଙ୍ଗ ହୋଇ ଆଜୀବନ ଦୁଃଖ ଭୋଗ କରନ୍ତି।

ସଡ଼କ ଦୁର୍ଘଟଣାର ତ୍ରିବିଧ କାରଣ ହେଲା ରାସ୍ତାଦୋଷ, ଯାନର ଯାନ୍ତ୍ରିକ ତ୍ରୁଟି ଓ ଚାଳକର ଅସାବଧାନତା। ରାସ୍ତାଘାଟ ନିର୍ମାଣ ହେଲା ବେଳେ ସୁପର ଏଲିଭେଶନ ଠିକ୍‌ ଭାବେ ଦିଆ ନ ଯିବା, ନିର୍ମିତ ରାସ୍ତାର ଉଚିତ ରକ୍ଷଣାବେକ୍ଷଣ ଅଭାବରୁ ତା’ର ଅବସ୍ଥା ଶୋଚନୀୟ ହେବା ତଥା ରାସ୍ତାର ଉଭୟ ପାର୍ଶ୍ୱରେ ଜଳ ଜମି ରହିବାରୁ ରାସ୍ତାର ମୂଳଦୁଆ (ସବ୍‌ଗ୍ରେଡ୍‌) ଦୁର୍ବଳ ହୋଇ ଖାଲଖମା ସୃଷ୍ଟି ହେବା ଆଦି ରାସ୍ତାଦୋଷର ଅନ୍ତର୍ଭୁକ୍ତ।

କୌଟିଲ୍ୟ ଅର୍ଥଶାସ୍ତ୍ରରେ ଲେଖିଛନ୍ତି, ରାସ୍ତାର ଉପରିଭାଗ କମଠ ପୃଷ୍ଠ ପରି ହେବା ଉଚିତ, ଯାହାଦ୍ୱାରା ବୃଷ୍ଟି ଜଳ ରାସ୍ତା ଉପରେ ଜମି ନ ରହି ପାର୍ଶ୍ୱକୁ ଗଡିଯିବ। ରାସ୍ତାର ଏକମାତ୍ର ଶତ୍ରୁ ହେଉଛି ଜଳ। ଜଳ ସବ୍‌ଗ୍ରେଡ୍‌କୁ ସ୍ରବିଲେ ତାକୁ ଦୁର୍ବଳ କରିଦିଏ। ପରିଣାମତଃ ତା’ର ଧାରଣ ଶକ୍ତି (ଲୋଡ ବିୟରିଂ କାପାସିଟି) ହ୍ରାସ ପାଏ ଓ ରାସ୍ତାରେ ଗଭୀର ଗର୍ତ୍ତ ସୃଷ୍ଟି ହୁଏ। ଏ ଗର୍ତ୍ତଗୁଡିକୁ ମରାମତି କରି ତୁରନ୍ତ ବନ୍ଦ କରା ନ ଗଲେ ତା’ଦେଇ ଜଳ ପଶି ସଡକକୁ ଅଧିକ ଦୁର୍ବଳ କରିବାର ରାସ୍ତା ପ୍ରଶସ୍ତ କରେ। ସଡ଼କର ପାର୍ଶ୍ୱକୁ କେବଳ ଜଳ ବହିଯିବା ଯଥେଷ୍ଟ ନୁହେଁ। ଜଳ ନିମ୍ନକୁ ନ ବହି ପାର୍ଶ୍ୱରେ ଆବଦ୍ଧ ରହିଲେ ପରିସ୍ରବଣ ଯୋଗୁ ମୂଳଦୁଆକୁ ଦୁର୍ବଳ କରେ। ପୁନଶ୍ଚ ଦ୍ରୁତଗାମୀ ଗାଡି ବକ୍ର ପଥ ଦେଇ ଗତି କଲାବେଳେ ଯଦି ରାସ୍ତାରେ ଠିକ୍‌ ସୁପର ଏଲିଭେଶନ (ରାସ୍ତାର ବାହାର ଧାର ଭିତର ଧାରଠାରୁ ଉଚ୍ଚ ହେବା) ଦିଆଯାଇ ନ ଥାଏ ତେବେ ଗାଡି ଓଲଟି ଯିବାର ସମ୍ଭାବନାକୁ ଏଡାଇ ହେବ ନାହିଁ। ଆମ ଦେଶରେ ଦୁର୍ଭାଗ୍ୟବଶତଃ ଇଞ୍ଜିନିୟର ଓ ଠିକାଦାରମାନେ ଏପରି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକୁ ମିସ୍ତ୍ରି ହାତରେ ଛାଡି ଦିଅନ୍ତି, ଯେହେତୁ ଏଗୁଡିକ ସେମାନଙ୍କ ପାଇଁ ସାଧାରଣ କଥା।

ରାସ୍ତା ନିର୍ମାଣ ବେଳେ ମୂଳଦୁଆ ତଳର ମାଟି ଭିତରେ ଯଦି ପଥପାର୍ଶ୍ୱ ଗଛର ମୂଳ ଆଦି ରହିଯାଏ, ତେବେ ତାହା କାଳକ୍ରମେ ପଚିଶଢି ସେ ସ୍ଥାନରେ ଶୂନ୍ୟସ୍ଥାନ ସୃଷ୍ଟି କରେ। ତାହା ପୂର୍ଣ୍ଣ କରିବା ପାଇଁ ଉପରିସ୍ଥ ସଡ଼କ ସେ ସ୍ଥାନରେ ଦବିଯାଇ ରାସ୍ତାକୁ ବନ୍ଧୁର କରିଦିଏ। ଦ୍ୱିତୀୟତଃ ଭିତ୍ତିନିମ୍ନସ୍ଥ ମୃତ୍ତିକା ଯଦି କୃଷ୍ଣକାର୍ପାସ ବା ଚିକିଟା ମାଟି ଥାଏ, ତେବେ ଅନୂ୍ୟନ ଅଧାମିଟର ଗଭୀରର ମାଟି ଅପସାରଣ କରାଯାଇ ସେ ସ୍ଥାନରେ ବାଲି ବା କଙ୍କର ଭର୍ତ୍ତି କରାଯାଏ। ଏପରି ନ ହେଲେ ଗ୍ରୀଷ୍ମଋତୁରେ ଲାଜକୁଳି ଲତା ପରି ସେ ମାଟି ସଙ୍କୁଚିତ ହେବା ହେତୁ ସେ ସ୍ଥାନରେ ରାସ୍ତା ଧସିଯାଇ ପୃଷ୍ଠରେ ବନ୍ଧୁରତା ସୃଷ୍ଟି କରେ। ଏ ଲେଖକ ଦେଖିଛି ଆମେରିକାରେ ଯେଉଁ ସ୍ଥାନ ସାମୁଦ୍ରିକ ଚିକିଟା ମାଟି ବିଶିଷ୍ଟ ସେଠାରେ ଏ ପ୍ରକାର ବାଲି ଭର୍ତ୍ତି କରିବା ପ୍ରକ୍ରିୟା ବ୍ୟୟବହୁଳ ହୋଇଥିବାରୁ ଏହାକୁ ଉପେକ୍ଷା କରାଯାଇଥାଏ। ଫଳତଃ ଶୀତଋତୁରେ ସଡକ ଉପରେ ଗଭୀର ଫାଟ ଦେଖାଯାଏ। ଅବଶ୍ୟ ସେଠାରେ ସଡ଼କ ତୁରନ୍ତ ରକ୍ଷଣାବେକ୍ଷଣ କରାଯାଉଥିବାରୁ ବିଟୁମେନ (ପିଚୁ) ଗ୍ରାଉଟିଙ୍ଗ ଦ୍ୱାରା ଫାଟଗୁଡିକ ତତକ୍ଷଣାତ୍‌ ବନ୍ଦ କରାଯାଏ।

ବସ୍‌ ଓ ଟ୍ରକ୍‌ଗୁଡିକର ଫିଟ୍‌ନେସ୍‌ ଯଦି ନିୟମିତ ବ୍ୟବଧାନରେ ଯାଞ୍ଚ କରାଯାଉଥାନ୍ତା, ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଦୁର୍ଘଟଣା ହେବା ବହୁ ପରିମାଣରେ କମିଯାଇପାରନ୍ତା। ଯେତେଦିନ ଯାଏ ଗାଡି ଚାଲିଛି ସେତେଦିନ ଯାଏ ସାଧାରଣ ଧୁଆପୋଛା ବ୍ୟତୀତ ଆଉ କିଛି ଯାଞ୍ଚ କରିବାର ଆବଶ୍ୟକତା ଉପଲବ୍ଧି କରାଯାଏ ନାହିଁ। ଗାଡିର ଚକ ପରିବର୍ତ୍ତନ (ରୋଟେଶନ), ଇଞ୍ଜିନ ଓ ବ୍ରେକ୍‌ର ଅବସ୍ଥା, ବ୍ୟାଟେରି କୁଲିଙ୍ଗ ସିଷ୍ଟମ୍‌, ଟାୟାର, ଟ୍ୟୁବ୍‌, ସସ୍‌ପେନ୍ସନ ଆଦି କମ୍ପାନୀର ସ୍ବୀକୃତିପ୍ରାପ୍ତ ମେକାନିକ ଦ୍ୱାରା ଚେକ୍‌ କରାଇବା ବ୍ୟୟସାପେକ୍ଷ, ତେଣୁ କରାଯାଏ ନାହିଁ। ଫଳତଃ କେତେବେଳେ ଗାଡିର ବ୍ରେକ୍‌ ଫେଲ୍‌ ହେବ ବା ଗାଡିକୁ ଗୋଟେ ପାର୍ଶ୍ୱକୁ ଟାଣିନେବ କି ଚକ ଫାଟିଯିବ ତା’ର କିଛି ଠିକଣା ନ ଥାଏ। ଏଥିଯୋଗୁ ନିଜ ଗାଡି ଦୁର୍ଘଟଣାଗ୍ରସ୍ତ ହେବା ସହିତ ଅନ୍ୟଗାଡି ଓ ପଥଚାରୀଙ୍କୁ ମଧ୍ୟ କ୍ଷତି ପହଞ୍ଚାଏ। ପନ୍ଦରବର୍ଷ ଚଳାଇବା ପରେ ଗାଡିକୁ ରାସ୍ତା ପାଇଁ ଅନୁପଯୁକ୍ତ ଦର୍ଶାଇ ରେଜିଷ୍ଟ୍ରେଶନ ରଦ୍ଦ କରିବା ଦ୍ୱାରା ମଧ୍ୟ ଦୁର୍ଘଟଣାକୁ ଏଡାଇ ହେବ। ଅଧିକନ୍ତୁ, ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ଦୂଷିତ ବାଷ୍ପ ଗାଡିରୁ ନିର୍ଗତ ହେଲେ ପରିବେଶ ପ୍ରଦୂଷିତ ହେବା ସହିତ ଅନୁଗମନ କରୁଥିବା ଗାଡିର ଚାଳକ ଓ ଲୋକଙ୍କ ଦୃଷ୍ଟି ବ୍ୟାହତ ହୋଇ ଦୁର୍ଘଟଣା ଘଟାଇଥାଏ। ସଡକ ପରିବହନ ଅଧିକାରୀଙ୍କ କାର୍ଯ୍ୟ କେବଳ ଦ୍ୱିଚକ୍ର ଯାନ ଆରୋହୀଙ୍କ ଶିରସ୍ତ୍ରାଣ ଓ ଗାଡି ଚାଳକଙ୍କ ସିଟ୍‌ ବେଲ୍‌ଟ ଚେକ୍‌ରେ ସୀମିତ ନୁହେଁ, ତା’ ସହିତ ଉଲ୍ଲିଖିତ ବିଷୟଗୁଡିକ ପ୍ରତି ଦୃଷ୍ଟି ଦେଲେ ଦୁର୍ଘଟଣା କମ୍‌ କରି ହୁଅନ୍ତା।

ଦୁର୍ଘଟଣାର ତୃତୀୟ ଏବଂ ମୁଖ୍ୟ କାରଣ ହେଉଛି ଚାଳକର ଅସାବଧାନତା। କଥାରେ ଅଛି ନାଚି ନ ଜାଣିଲେ ଅଗଣାର ଦୋଷ। ଏ ଦୃଷ୍ଟିରୁ ବିଚାର କଲେ, ରାସ୍ତାର ଅବସ୍ଥା ଶୋଚନୀୟ ଥିଲେ ମଧ୍ୟ ପ୍ରତ୍ୟେକ ଚାଳକ ଯଦି ଶୀଘ୍ର ଯିବାର ପ୍ରତିଦ୍ୱନ୍ଦ୍ୱିତା ନ କରି ସାବଧାନତା ଅବଲମ୍ବନ କରନ୍ତି ତେବେ ଦୁର୍ଘଟଣା ଅନେକ ପରିମାଣରେ ହ୍ରାସ ପାଇପାରନ୍ତା। ଗାଡିକୁ କ୍ଷିପ୍ର ଗତିରେ ଚଳାଇ ଗନ୍ତବ୍ୟ ସ୍ଥାନରେ ଶୀଘ୍ର ପହଞ୍ଚିବା ନିଶା, ଆବଶ୍ୟକ ବିଶ୍ରାମ ଅଭାବରୁ ଚାଳକ ସଳଖ ସଡକରେ ଗାଡି ଚଳାଉ ଚଳାଉ ଢୁଳେଇ ପଡିବା, ଅନ୍ୟ ଅଗ୍ରଗାମୀ ଗାଡି ସହିତ ପ୍ରତିଦ୍ୱନ୍ଦ୍ୱିତା କରିବା, ମଦ୍ୟପାନ କରି ଗାଡି ଚଳାଇବା ଆଦି ପରିହାର୍ଯ୍ୟ କାରଣରୁ ଭୟାବହ ଦୁର୍ଘଟଣାରେ ଧନଜୀବନ ନଷ୍ଟ ହେବାର ନଜୀର ଅଛି। ମାନସିକ ଉତ୍ତେଜନା ବା ଅବସାଦଗ୍ରସ୍ତ ଅବସ୍ଥାରେ ଅଥବା ଶାରୀରିକ ବା ମାନସିକ ଅସୁସ୍ଥତା ସମୟରେ ଗାଡି ଚଳାଇବା ଯୋଗୁ ମଧ୍ୟ ଦୁର୍ଘଟଣା ଘଟିଥାଏ। ଚାଳକର ଦୃଷ୍ଟିଶକ୍ତି ହ୍ରାସ ଯୋଗୁ ଅଥବା କୁହୁଡି ବା ଅନ୍ଧକାର ହେତୁ ସଡ଼କ ସମ୍ୟକ୍‌ ପରିଦୃଷ୍ଟ ନ ହେଲେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଧନଜୀବନର ପ୍ରଭୂତ କ୍ଷତି ଘଟିଥାଏ। ବେଳେ ବେଳେ ରାସ୍ତାରେ ଗୋରୁ, କୁକୁଡା, କୁକୁର ଆଦିଙ୍କ ଅବାଧ ବିଚରଣ ହେତୁ ଦୁର୍ଘଟଣା ଘଟିଥାଏ। ବାରଣ ଥିବା ସତ୍ତ୍ୱେ ଚାଳକ ମୋବାଇଲରେ କଥା ହେବା ହେତୁ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥାଏ।

ରାସ୍ତାକଡ଼ରେ ସ୍ଥାନେ ସ୍ଥାନେ ବେଗ ନିର୍ଦ୍ଧାରକ ଫଳକ ଥିଲେ ଚାଳକ ସତର୍କତା ଅବଲମ୍ବନ କରେ। ଯେଉଁ ଦେଶର ରାସ୍ତାଗୁଡିକରେ ମାଇଲ ସ୍ତମ୍ଭ ବି ଲଗାଯାଇ ନ ଥାଏ ସେଠାରେ ବେଗ ନିର୍ଦ୍ଧାରକ ଫଳକ ଆଶା କରିବା ଶଶା ଶିରରେ ଶୃଙ୍ଗ ଆଶା କରିବା ସଦୃଶ। ଆମେରିକାର କ୍ଷେତ୍ରଫଳ ଆମ ଦେଶର ପ୍ରାୟ ଚାରିଗୁଣ। ରାଜପଥରେ ଯିବାକୁ ହେଲେ ଗାଡିର ବେଗ ଘଣ୍ଟା ପ୍ରତି ଅନୂ୍ୟନ ଶହେ କିଲୋମିଟର ରଖିବାକୁ ହୁଏ। ଗାଡିଗୁଡିକ ଏତେ ଶୀଘ୍ରଗାମୀ ହେବା ସତ୍ତ୍ୱେ ରାସ୍ତାର ନିୟମ ମାନି ଚାଲୁଥିବାରୁ ଦୁର୍ଘଟଣା କ୍ୱଚିତ୍‌ ସଂଘଟିତ ହୁଏ। ଚାଳକ ରାସ୍ତାର ନିୟମ ମାନୁଛି ତ, ମଦ୍ୟପାନ କରି ଗାଡି ଚଳାଉ ନାହିଁ ତ, ନିର୍ଦ୍ଧାରିତ ବେଗ ଅତିକ୍ରମ କରୁନାହିଁ ତ, ଶିଶୁକୁ ପଛ ସିଟ୍‌ରେ ଠିକ୍‌ ଭାବେ ବାନ୍ଧି ବସାଯାଇଛି ତ, ଚାଳକ ଓ ସହଯାତ୍ରୀ ସିଟ୍‌ ବେଲ୍ଟ ବାନ୍ଧିଛନ୍ତି ତ- ଏସବୁ ଯାଞ୍ଚ କରିବା ପାଇଁ ପୋଲିସ କ୍ଷିପ୍ରଗାମୀ ଗାଡି ଧରି ସ୍ଥାନେ ସ୍ଥାନେ ଲୁଚି ରହିଥାନ୍ତି। ସେ ରାଷ୍ଟ୍ରପତିଙ୍କ ପୁଅ ବା ଝିଅ ହେଲେ ମଧ୍ୟ ନିୟମ ଉଲ୍ଲଂଘନ କଲେ ଚାଳକକୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଏ। ସେଠାରେ ପୋଲିସ ରାଜନେତାଙ୍କ ନିୟନ୍ତ୍ରଣ-ବହିର୍ଭୂତ। ଆମ ଦେଶରେ ସେପରି ବ୍ୟବସ୍ଥା ଥିଲେ ଓ ଚାଳକମାନେ ନିୟମ ମାନି ଚାଲୁଥିଲେ ସଡକ ଦୁର୍ଘଟଣା ପ୍ରାୟ ଶତକଡା ନବେ କମିଯାଇଥାନ୍ତା।

ବି-୧୮, ପଦ୍ମପାଣି ବିହାର,ଶୈଳଶ୍ରୀ ବିହାର, ଭୁବନେଶ୍ୱର, ମୋ-୯୪୩୭୦୧୭୨୦୨

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା