ସମ୍ପାଦକୀୟ |

ନାଚି ନ ଜାଣି ଅଗଣା ଦୋଷ

 ନାଚି ନ ଜାଣି ଅଗଣା ଦୋଷ

ରଞ୍ଜନ ସାହୁ

ଦୋଷ ଦେବା ଲୋକଙ୍କର ଏକ ପ୍ରବୃତ୍ତି। ସମ୍ପ୍ରତି ଦେଖାଯାଏ ଯେ, ସରକାରଙ୍କ କାର୍ଯ୍ୟାବଳୀ ଉପରେ ଲୋକମାନେ ବହୁଳଭାବେ ଦୋଷାରୋପ କରିଚାଲିଛନ୍ତି। ସରକାରଙ୍କୁ ଦୋଷ ଦେଲେ ନିଜର ନାଗରିକୋଚିତ ଧର୍ମ ପାଳନ ହେଲା ବୋଲି ନିଶ୍ଚିନ୍ତରେ ନିଦ୍ରା ଯାଉଛନ୍ତି। ଯଦି ପୋଲଟିଏ ଭୁଶୁଡ଼ି ପଡ଼ିଲା, ସେଥିପାଇଁ ସରକାର ଦୋଷୀ ବୋଲି ଅନେକେ କହନ୍ତି। ତଦନୁରୂପ କୁହାଯାଏ: ଗୁଟ୍‌ଖା ଖାଇବା ବନ୍ଦ ହେଲାନାହିଁ- ସରକାରଙ୍କର ଦୋଷ। ପଲିଥିନ ବ୍ୟବହାରକୁ ପ୍ରତିରୋଧ କରିହେଲାନାହିଁ- ସରକାରଙ୍କର ଦୋଷ। ମନ୍ଦିରରେ ଫାଟ ଦିଶିଲା- ସରକାରଙ୍କର ଦୋଷ। ଜନହିତୈଷୀ ଯୋଜନାଗୁଡ଼ିକ ସଫଳ ହେଉନାହିଁ- ସରକାରଙ୍କର କୋହଳ ନୀତିର ଦୋଷ। ଅଫିସ୍‌ଗୁଡ଼ିକରେ ସୁଚାରୁରୂପେ କାର୍ଯ୍ୟ ଚାଲୁନାହିଁ, ଲାଞ୍ଚ ବିନା କାମ ହେଉନାହିଁ- ଦୋଷ ସରକାରଙ୍କର। ଡାକ୍ତରଖାନାରେ ରୋଗୀ ସେବା ଯଥୋଚିତ ହେଉନାହିଁ- ଦୋଷ ସବୁ ସରକାରଙ୍କର। ଶିକ୍ଷାୟତନଗୁଡ଼ିକରେ ପାଠପଢ଼ା ଆଦୌ ହେଉନାହିଁ- ଏଥିସକାଶେ ସରକାରଙ୍କର ନୀତି ଦୋଷଯୁକ୍ତ। ବାହାଘର ଭୋଜିରେ ଭେଜାଲ ଖାଦ୍ୟ ଖାଇ ଲୋକେ ମଲେ- ସରକାର ଦୋଷୀ। ରାସ୍ତାରେ ବେପରୁଆ ଗାଡ଼ି ଚଳାଇ ଅନେକେ ମୃତାହତ ହେଉଛନ୍ତି- ସରକାର ପୂରା ଦୋଷୀ। ବୃଦ୍ଧ ବରିଷ୍ଠ ନାଗରିକଙ୍କୁ ସନ୍ତାନମାନେ ଉପେକ୍ଷା କରୁଛନ୍ତି- ଦୋଷ ସରକାରଙ୍କର। ଚାଷୀମାନଙ୍କ ଉଦ୍ଦେଶ୍ୟରେ ଆସିଥିବା ଋଣ ଅଣଚାଷୀମାନେ ହଡ଼ପ କରିନେଉଛନ୍ତି- ସରକାରୀ ଶାସନରେ ଅବ୍ୟବସ୍ଥା। ରାସ୍ତାଘାଟ ନିୟମିତ ପରିଷ୍କାର ପରିଚ୍ଛନ୍ନ ହେଉନାହିଁ- ସରକାରଙ୍କର ଅବହେଳା। ରାତିରେ ମଶା ପ୍ରବଳ କାମୁଡ଼ୁଛନ୍ତି- ବୁଝୁନାହାନ୍ତି ସରକାର। ବାୟୁମଣ୍ଡଳ ପ୍ରଦୂଷିତ- ସରକାର ଉଦାସୀନ। ଏ ବର୍ଷ ଭଲ ମୌସୁମୀ ବର୍ଷା ହେଲା ନାହିଁ- ସରକାରଙ୍କର ଅପାରଗତା। ବର୍ଷା ଅଭାବରୁ ମରୁଡ଼ି ଦେଖାଦେଲା- ସରକାରଙ୍କର ଅପରିଣାମଦର୍ଶିତା। ନାରୀମାନଙ୍କୁ ଅଧିକ ଆଇନଗତ ସ୍ବାଧୀନତା ଦେବା ହେତୁ ସେମାନେ ଉଚ୍ଛୃଙ୍ଖଳ ହେଉଛନ୍ତି- ସରକାରଙ୍କର ଅବିମୃଶ୍ୟକାରିତା। ପ୍ରେମୀଯୁଗଳଙ୍କ ପାଇଁ ସୁନ୍ଦର, ସୁରକ୍ଷିତ, ନିର୍ଜ୍ଜନ ପାର୍କଟିଏ ନ ଥିବାରୁ ଅସହିଷ୍ଣୁମାନେ ହୀନସ୍ତା କରୁଛନ୍ତିି- ସରକାରଙ୍କର ନାହିଁ ସହଯୋଗିତା।

ଉପରୋକ୍ତ ଦୃଷ୍ଟାନ୍ତଗୁଡ଼ିକୁ ଅନୁଧ୍ୟାନ କଲେ ଉପଲବ୍ଧି ହୁଏ ଯେ ସରକାରଙ୍କ ଛଡ଼ା ନାଗରିକମାନଙ୍କର ଦେଶ ପ୍ରତି ତାଙ୍କର କୌଣସି କର୍ତ୍ତବ୍ୟ ନାହିଁ। ସବୁ କର୍ତ୍ତବ୍ୟ ଶାସକର। ଆମେ ସତରେ ଭାବୁ ଯିଏ ସରକାର ଗଢ଼େ ସବୁ ଦୋଷ ତାହାର। ଏହା କିନ୍ତୁ ଏକ ଅମୂଳକ ଚିନ୍ତାଧାରା। ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସରକାର ବୋଇଲେ ପ୍ରତ୍ୟେକ ଜନତାଙ୍କୁ ବୁଝାଏ। ଏ କଥା କେବେ ବୁଝିବେ ସାଧାରଣ ପ୍ରଜା? ସରକାରର ସେମିତି କିଛି ଭିନ୍ନ ସଂଜ୍ଞା ବହନକାରୀ ଅର୍ଥ ନାହିଁ। ଦେଶ ପାଇଁ ସମସ୍ତେ ଦାୟିତ୍ୱବାନ୍‌ ହେବା ବିଧେୟ। ଏଠାରେ ସମସ୍ତେ ଉତ୍ତରଦାୟୀ। ସରକାରଙ୍କର ଯେତିକି କର୍ତ୍ତବ୍ୟ ପ୍ରଜାଙ୍କର ମଧ୍ୟ ସେତିକି । 

ଏ ସମ୍ପର୍କରେ ଉପଦେଶ ସମ୍ବଳିତ କଥନିକାଟିଏ ଆଲୋଚନା କଲେ ସ୍ପଷ୍ଟ ହେବ ପ୍ରସଙ୍ଗଟି। ଊଣାଧିକେ ଅନେକେ ଜାଣିଥିବେ ପୁରାକାଳରେ ଗୋଟିଏ ସମୃଦ୍ଧିଶାଳୀ ଭୂଭାଗ ଭାରତବର୍ଷରେ ସର୍ବବିଦିତ ଥିଲା। ସେଠାର ରାଜାଙ୍କର ପ୍ରଜାନୁରକ୍ତି ଯେତିକି ଥିଲା ପ୍ରଜାଙ୍କର ସେତିକି ରାଜଭକ୍ତି ଥିଲା। ସେଠାରେ ସମସ୍ତ ପ୍ରକାରର ଉନ୍ନତିମୂଳକ କାର୍ଯ୍ୟ ନିର୍ବିରୋଧରେ, ନିରାଡ଼ମ୍ବର ଓ ନିଷ୍ଠାପର ଭାବେ ସମ୍ପାଦିତ ହେଉଥିଲା। ସାଧାରଣ ଜନତା ଏଥିପାଇଁ ଶ୍ରଦ୍ଧାଶୀଳଭାବେ ପ୍ରଗାଢ଼ ସହଯୋଗ କରୁଥିଲେ। ଏକଦା କେତେଜଣ ପରିବ୍ରାଜକ ସେ ଜନପଦରେ ଆସି ପହଞ୍ଚତ୍ଲେ। ଚତୁର୍ଦ୍ଦିଗ ପରିକ୍ରମା କରି ଶେଷରେ ସେମାନେ ଗୋଟିଏ ବୃକ୍ଷଚ୍ଛାୟା ତଳକୁ ଯାଇ ଥକ୍କା ମେଣ୍ଟାଇଲେ। ପୂର୍ବରୁ ସେଠାରେ ତିନିଚାରିଜଣ ଅଧିବାସୀ ଉପବିଷ୍ଟ ହୋଇ ଗପସପରେ ମଗ୍ନ ଥିଲେ। ଆଗନ୍ତୁକମାନେ ଗ୍ରାମବାସୀଙ୍କୁ ଉଦ୍ଦେଶ୍ୟ କରି କହିଲେ, ରାଜ୍ୟଟି ବେଶ୍‌ ଉନ୍ନତ, ପରିଷ୍କୃତ ଓ ସମ୍ଭ୍ରାନ୍ତ। ହେଲେ ଗୋଟିଏ ଜିନିଷ ଊଣା ଅଛି ଏଠି। ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନଙ୍କ ନିମିତ୍ତ ଏଠାରେ ଆବଶ୍ୟକ ଆଶ୍ରୟସ୍ଥଳୀଟିଏ ନାହିଁ। ଏଥିପାଇଁ ପ୍ରକୃତରେ ଶାସକ ସମ୍ପୂର୍ଣ୍ଣ ଦାୟୀ। 

ହଠାତ୍‌ ଅଧିବାସୀଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ବିନମ୍ର ଗଳାରେ କହିଲେ, ମହାଭାଗ! ଆପଣଙ୍କର ଅନୁମାନ ଭିତ୍ତିହୀନ। ରାଜାଙ୍କର ଏଥିରେ ଦୋଷ ନାହିଁ। କାରଣଟି ହେଲା- ଆମେ ସମସ୍ତେ ନାଗରିକ ପଣ କରିଛୁ; ବିଦେଶାଗତ ଅଭ୍ୟାଗତମାନେ ହେଲେ ଆମ ସମସ୍ତଙ୍କର ଅତିଥି। ସେମାନଙ୍କୁ ଉତ୍ତମ ପରିଚର୍ଯ୍ୟା କରିବା ସମସ୍ତଙ୍କର ନୈତିକ କର୍ତ୍ତବ୍ୟ। ଆପଣମାନେ କୃପାକରି ଆଜି ମୋ ଘରେ ଆଶ୍ରୟ ନିଅନ୍ତୁ। ମୁଁ ଯଥାସାଧ୍ୟ ଆତିଥେୟତା ପ୍ରଦାନ କରି ନିଜକୁ ଧନ୍ୟ ମନେକରିବି। ସତ କହିବାକୁ ଗଲେ, ଆମ୍ଭମାନଙ୍କର ଏହି ଭଦ୍ରଜନୋଚିତ ପ୍ରବୃତ୍ତି ଯୋଗୁ ଏଠାରେ ଆଶ୍ରୟ ପାଇଁ ଆଶ୍ରୟସ୍ଥଳଟିଏ ନିର୍ମାଣ କରିବାର ପ୍ରୟୋଜନୀୟତା ପଡ଼ିନାହିଁ। ନଚେତ୍‌ ଏହି ସାମାନ୍ୟ ଅତିଥି ନିବାସଟିଏ ପାଇଁ ଆମର ରାଜା କାର୍ପଣ୍ୟ କରି ନ ଥା’ନ୍ତେ। 

ଲୋକଟିର ବିନୟୀ ଆମନ୍ତ୍ରଣ ଓ ସାଧୁବାକ୍ୟପୂର୍ଣ୍ଣ ନମ୍ରତାରେ ସମସ୍ତେ କୃତଜ୍ଞତା ପ୍ରକାଶ କଲେ। ପଥଚାରୀମାନେ ତାଙ୍କୁ ମହତ୍ତ୍ୱପୂର୍ଣ୍ଣ ଆଖିରେ ଚାହିଁଲେ ଘଡ଼ିଏ।  ଏଭଳି ଅମାୟିକ, ଭଦ୍ର, ସରଳ ମଣିଷ ବର୍ତ୍ତମାନ ସମାଜରେ କାହାନ୍ତି? ସ୍ବାର୍ଥାନ୍ଧ, ସୁବିଧାବାଦୀ, ଆମତ୍କୈନ୍ଦ୍ରିକଙ୍କ ସଂଖ୍ୟା ବର୍ତ୍ତମାନ ଅଗଣନ। ବିନା ପରିଶ୍ରମରେ, ବିନା ସାଧନାରେ, ବିନା ପ୍ରଚେଷ୍ଟାରେ ସବୁ କାର୍ଯ୍ୟ ସୁଚାରୁରୂପେ ହେଉ ବୋଲି ପ୍ରାୟ ଚାହୁଁଛନ୍ତି ସେମାନେ। ତାହା ସମ୍ପୂର୍ଣ୍ଣ ସମ୍ଭବପର ହେଉ ନ ଥିବାରୁ ଶାସକଙ୍କୁ ଦୋଷ ଦେବା ଭଳି ମାନସିକତା ଉଦୟ ହେଉଛି ସେମାନଙ୍କର। ଲାଗୁଛି ଯେମିତି, ନିଜେ ସରକାର ଗଢ଼ିଥିଲେ ନିର୍ଭୁଲ କାର୍ଯ୍ୟଗୁଡ଼ାଏ କରିପକାଇ ଥାଆନ୍ତେ ଓ ପାରଙ୍ଗମତା ଦର୍ଶାଇ ଗୁପ୍ତଯୁଗ ସମ ସୁବର୍ଣ୍ଣଯୁଗଟିଏ ପ୍ରତିଷ୍ଠା କରିପକାଇ ଥାଆନ୍ତେ!! 

ଏଲ୍‌.ପି-୮୬, ଲକ୍ଷ୍ମୀସାଗର ବିଡିଏ କଲୋନୀ, ଭୁବନେଶ୍ୱର, ମୋ-୯୮୬୧୦୬୦୮୦୩

All Right Reserved By

ସମ୍ପାଦକୀୟ |

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସମ୍ପାଦକୀୟ/ଅନୁଚିତ ନିଯୁକ୍ତି

ସୁପ୍ରିମ୍‌କୋର୍ଟର ପୂର୍ବତନ ବିଚାରପତି ପିନାକୀ ଚନ୍ଦ୍ର ଘୋଷ ଦେଶର ପ୍ରଥମ ଲୋକପାଳ ହେବା ମାର୍ଚ୍ଚ ୧୭ରେ ସ୍ଥିର ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ ଚୟନ କମିଟି ତାଙ୍କ ନାମ ସୁପାରିସ କରିଥିଲା। ଲୋକପାଳ ଚୟନ ନେଇ ଫେବୃୟାରୀ ଶେଷ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେ..

ମୃତ୍ୟୁ ପରେ ଜୀବନ

ମୃତ୍ୟୁ ପରେ ଜୀବନ

ବୈକୁଣ୍ଠନାଥ ମିଶ୍ର

ଜନ୍ମ ପରେ ମୃତ୍ୟୁ ଏକ ଅବଧାରିତ ସତ୍ୟ। ଆଧୁନିକ ବିଜ୍ଞାନ ସବୁ କ୍ଷେତ୍ରରେ ସଫଳତା ପାଇଥିଲେ ମଧ୍ୟ ମୃତ୍ୟୁକୁ ଟାଳିପାରି ନାହିଁ। ମୃତ୍ୟୁ ପରବର୍ତ୍ତୀ ଘଟଣା ଉପରେ ବିଜ୍ଞାନ ସମ୍ପୂର୍ଣ୍ଣ ନୀରବ। ତଥାପି କେତେକ ଘଟଣା ଓ ତତ୍‌ସମ୍ବନ୍ଧୀୟ ମତାମତକୁ ପରୀକ୍ଷା କଲେ ଆମେ ମୃତ୍ୟୁପରବର୍ତ୍ତୀ ଅବସ୍ଥା ବିଷୟରେ ଅନୁମାନ କରିପାରିବା। ଆଜକୁ ବହୁବର୍ଷ ପୂର୍ବର ଏକ ଘଟଣା ଏବେ ମଧ୍ୟ ମୋ ହୃଦୟରେ ଆଲୋଡନ ସୃଷ୍ଟି କରେ। ଶୈଶବ ସମୟରେ ଘଟିଥିବା ଉକ୍ତ ଘଟଣାର ଜଟିଳତାକୁ ହୃ..

ଗୋପାଳଙ୍କ ଓଗାଳ

ଗୋପାଳଙ୍କ ଓଗାଳ

ଡ. ଭାଗ୍ୟଲିପି ମଲ୍ଲ

ଦୋଳପୂନେଇଁ ଆସିଲେ ମନେପଡ଼େ ଗଁା ଦାଣ୍ଡ। ସଞ୍ଜ ଆକାଶରେ ଉଇଁ ଆସୁଥାଏ ଉକିଆ ଜହ୍ନ। ଜହ୍ନ ଉପରକୁ ଉଠେ। ପବନରେ ଭାସି ଆସେ କୃଷ୍ଣ-ସଂଗୀତ। ”ଫଗୁଣ ମାସରେ ଦୋଳଗୋବିନ୍ଦ, ଫଗୁ ଖେଳୁଥା’ନ୍ତି ପରମାନନ୍ଦ। ଫଗୁ ଗୁଣ୍ଡିରେ ଝିମିରି ମିଶାଇ, ଫଗୁ ଖେଳୁଥା’ନ୍ତି ଯଦୁ ଗୋସାଇଁ, ମୋ’ କାହ୍ନାରେ।“ ..

ଏଇ ଭାରତରେ

ଏଇ ଭାରତରେ

ଦେଶର ବିିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ବେଳେବେଳେ ଉତ୍ତେଜନା ସୃଷ୍ଟିହୁଏ। ଏଥିପାଇଁ ଧନସମ୍ପଦ କ୍ଷୟ ହେବା ସହିତ ଜୀବନ ହାନି ମଧ୍ୟ ଘଟିଥାଏ। କିନ୍ତୁ ଜୀବନ ମରଣ ସମସ୍ୟାରେ ପଡ଼ିବା ପରେ ଦୁଇ ସମ୍ପ୍ରଦାୟର ବ୍ୟକ୍ତିଙ୍କ ମନରେ ସୃଷ୍ଟି ହୋଇଛି ମାନବିକତା। ଏଭଳି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ଦୁଇଜଣ ମହିଳା। ନିଜ ନିଜ ସ୍ବାମୀଙ୍କ ଜୀବନ ବଞ୍ଚାଇବା..

ଆତଙ୍କର ସିଧା ପ୍ରସାରଣ

ଆତଙ୍କର ସିଧା ପ୍ରସାରଣ

ଆତଙ୍କବାଦ କାର୍ଯ୍ୟକଳାପକୁ ବର୍ଣ୍ଣଭିତ୍ତିକ ଘୃଣା ପୁନଶ୍ଚ ଖୋରାକ ଯୋଗାଇଲାଣି। ୧୫ ମାର୍ଚ୍ଚ ୨୦୧୯ରେ ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚ ସହରର ଦୁଇଟି ମସ୍‌ଜିଦ୍‌ରେ ଘଟିଥିବା ଗଣହତ୍ୟା ଏହାର ସଦ୍ୟ ଦୃଷ୍ଟାନ୍ତ। ଏଥିରେ ୫ଜଣ ଭାରତୀୟଙ୍କ ସମେତ ପ୍ରାୟ ୫୦ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ଅନେକେ ଆହତ ହୋଇଛନ୍ତି। ଏହି ଅପରାଧ ଭିଆଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ କାଣ୍ଡ ସୋସିଆଲ ମିଡିଆରେ ଲାଇଭ୍‌ ଷ୍ଟ୍ରିମିଂ କରିଥିଲେ । 

ପାନପିକର କାହାଣୀ

ପାନପିକର କାହାଣୀ

ଡ. ରମେଶ ଚନ୍ଦ୍ର ପରିଡ଼ା

ରାସ୍ତାରେ ଯାଉ ଯାଉ ଆମ ଆଗରେ ଚାଲୁଥିବା ଲୋକଟି ହଠାତ୍‌ ପାନପିକ ଲଣ୍ଡାଏ ଛାଡିଦେବା ଏବଂ ତହିଁରୁ କିଛି ପବନରେ ଉଡିଆସି ଆମ ଦେହ ବା ମୁହଁରେ ପଡିବା ଏକ ବିରଳ ଅନୁଭୂତି ନୁହେଁ। 

ଖୋଇଲେ ମନ ପୂରେ

ଖୋଇଲେ ମନ ପୂରେ

ଅଲେଖ ଚନ୍ଦ୍ର ମିଶ୍ର

କୃଷ୍ଣସୁଦାମା ଚରିତ କିଏ ବା ନ ଜାଣେ? ଯାହା ସୁଦାମାଙ୍କୁ ଉତ୍କଟ ଦାରିଦ୍ର୍ୟରୁ ମୁକ୍ତିଦେଇ ସକଳ ଐଶ୍ୱର୍ଯ୍ୟର ଅଧିକାରୀ କରିଥିଲା, ସ୍ଥୂଳ ଦୃଷ୍ଟିରେ ତାହା ଥିଲା ମୁଠାଏ ଖୁଦଭଜା। କିନ୍ତୁ ସୂକ୍ଷ୍ମ ଦୃଷ୍ଟିରେ ତାହା ଥିଲା ସୁଦାମାଙ୍କର କୃତକର୍ମର ପ୍ରାୟଶ୍ଚିତ୍ତ ଏବଂ ଋଣ ପରିଶୋଧର ନିଦର୍ଶନ। 

ଏଇ ଭାରତରେ

ଏଇ ଭାରତରେ

ବିଦେଶ ଭ୍ରମଣରେ ଯିବା ପାଇଁ ଅଧିକାଂଶ ବ୍ୟକ୍ତି ଆଗ୍ରହ ପ୍ରକାଶ କରିଥାଆନ୍ତି। ତେବେ ସେଥିପାଇଁ ଆବଶ୍ୟକ ହୋଇଥାଏ ଟଙ୍କା। ଇଚ୍ଛାଥିଲେ ମଧ୍ୟ ଅର୍ଥ ଅଭାବରେ ବିଦେଶ ଭ୍ରମଣ ଆଶା ସାକାର ହୋଇପାରେ ନାହିଁ। ତେଣୁ ଅଳ୍ପ ଅଳ୍ପ ଟଙ୍କା ସଞ୍ଚୟ କରି ଅଧିକ ପୁଞ୍ଜି କଲେ ଯାଇ ବିଦେଶ ଭ୍ରମଣ ସମ୍ଭବ ହୋଇପାରିବ। ବିଦେଶ ଭ୍ରମଣକୁ ସାକାର ରୂପ ଦେଇପାରିଛନ୍ତି କେରଳର ଏକ ଦମ୍ପତି।

ଆପ୍ରବାସୀଙ୍କ ପ୍ରତି ଘୃଣା

ଆପ୍ରବାସୀଙ୍କ ପ୍ରତି ଘୃଣା

ଆକାର ପଟେଲ

ନ୍ୟୁଜିଲାଣ୍ଡ ଗଣହତ୍ୟା ଖବର ଶୁକ୍ରବାର ସକାଳେ ରେଡିଓରୁ ଜାଣିଲି। ଶନିବାର ସକାଳେ ଖବରକାଗଜରୁ ପଢ଼ିଲି ଯେ ଆକ୍ରମଣ ପରେ ୯ ଜଣ ଭାରତୀୟ ମଧ୍ୟ ନିଖୋଜ ଅଛନ୍ତି। ସେମାନେ ଅହମଦାବାଦ ଓ ହାଇଦ୍ରାବାଦର ଲୋକ। ସବୁଦିନ ସକାଳେ ମୁଁ ବିବିସି ରେଡିଓରୁ ଖବର ଶୁଣେ। ଗୁଳିକାଣ୍ଡ ଖବର ପ୍ରସାରଣ ପରେ କମେଣ୍ଟାରୀ (ବ୍ୟାଖ୍ୟାନ) ଅନ୍ୟ କାହାଣୀ ଆଡ଼କୁ ଗତି କରିଥିଲା। 

ଅଷ୍ଟ୍ରେଲିଆକୁ ଆସିଥିବା ପ୍ରଥମ ପିଆନୋ ମରାମତି ପାଇଁ ଇଂଲଣ୍ଡ ପଠାଯାଇଥିଲା। କାରଣ ଏହା ସେ..

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଦୁଇଟି ଦୁର୍ଲଭ ଦୃଷ୍ଟାନ୍ତ

ଚିତ୍ର-ଚରିତ୍ର/ ନିରଞ୍ଜନ ପାଢ଼ୀ

ସାମ୍ପ୍ରତିକ ଜନଜୀବନରେ ପ୍ରତିନିୟତ ଅନେକ ଘଟଣା ଆମ ଆଖିରେ ପଡୁଛି। ଘୃଣା, ଈର୍ଷା, ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା, ଜନ୍ମଦାତା ମାତାପିତାଙ୍କୁ ନିର୍ଯାତନା- ଏସବୁ ଘଟଣାର ଦୃଷ୍ଟାନ୍ତ ଆଦୌ ଦୁର୍ଲଭ ନୁହେଁ। ଅପରପକ୍ଷେ ଏହାର ବିପରୀତ ଦୃଷ୍ଟାନ୍ତଗୁଡ଼ିକ ଅତ୍ୟନ୍ତ ଦୁର୍ଲଭ ହୋଇ ଲୋକଲୋଚନରୁ ଦୂରେଇ ଗଲେଣି। ଦାରିଦ୍ର୍ୟର ଦାରୁଣ ଦୁର୍ଭାଗ୍ୟକୁ ସାଥିରେ ଧରି ମୁଣ୍ଡ ପୋତି କାନ୍ଦୁଥିବା ଲୋକଟିକୁ ଦେଖି ହସି ହସି ଚାଲିଯାଉଥିବା ଲୋକମାନଙ୍କ ଦୃଷ୍ଟାନ୍ତ ଅତ୍ୟନ୍ତ ସୁଲଭ ହୋଇଥିଲାବେଳେ,..

 ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ଡବ୍ଲ୍ୟୁସିଓ କମିଟି ଅଧ୍ୟକ୍ଷ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ

ବିଶ୍ୱ ସୀମାଶୁଳ୍କ ସଙ୍ଗଠନ (ଡବ୍ଲ୍ୟୁସିଓ) ବେଲ୍‌ଜିୟମ୍‌ର ବ୍ରସେଲ୍ସଠାରେ  ଅବସ୍ଥିତ। ଏହି ଅନ୍ତର୍ଜାତୀୟ ସଙ୍ଗଠନରେ ୧୮୨ ସଦସ୍ୟ ରାଷ୍ଟ୍ର ଅଛନ୍ତି। ସୀମାଶୁଳ୍କ ଆଦାୟ, ଯୋଗାଣ ଶୃଙ୍ଖଳ ସୁରକ୍ଷା, ଅନ୍ତର୍ଜାତୀୟ ବାଣିଜ୍ୟ ସୁବିଧା, ସୀମାଶୁଳ୍କ ପ୍ରବର୍ତ୍ତନ କାର୍ଯ୍ୟଧାରା, ବୌଦ୍ଧିକ ସମ୍ପତ୍ତି ଅଧିକାର (ଆଇପିଆର୍‌), ଡ୍ରଗ୍ସ ଏନ୍‌ଫୋର୍ସମେଣ୍ଟ, ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଭଳି ବହୁ ବାଣିଜି୍ୟକ ପ୍ରସଙ୍ଗ ଉପରେ ଡବ୍ଲ୍ୟୁସିଓ କାର୍ଯ୍ୟ କରିଆସୁଛି। ବିଶ୍ୱ ସ୍ତରରେ ସୀମାଶୁଳ୍କ ସମ୍ବନ୍ଧୀୟ ବିବାଦ ସମାଧାନରେ ଏହାର ଭୂମି..

ଏଇ ଭାରତରେ

ଏଇ ଭାରତରେ

ଶିକ୍ଷାନୁଷ୍ଠାନରେ ବିଦ୍ୟାର୍ଥୀ ଉତ୍ତମ ଆଚରଣ କରନ୍ତି। କିନ୍ତୁ କଲେଜ ମାଟି ମାଡ଼ିବା ବେଳକୁ ଅଧିକାଂଶ ଛାତ୍ରୀଛାତ୍ର ବିପଥଗାମୀ ହେଉଥିବା ଦେଖିବାକୁ ମିଳୁଛି। ଗୋଆ ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ୍‌ରେ ଏପରି ଏକ ପରିସ୍ଥିତି ସୃଷ୍ଟି ହୋଇଛି, ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଏଠାରେ ଶିକ୍ଷା ନେଉଥିବା ଛାତ୍ରୀମାନେ ଛାତ୍ରଙ୍କ ଅପେକ୍ଷା ଅଧିକ ମାତ୍ରାରେ ନିଶାସେବ..


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା