ରାଜ୍ୟ | ଉପକୂଳ ଓଡିଶା

ମାଧପୁର ଗ୍ରାମରେ ପାନୀୟଜଳ ସମସ୍ୟା : ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ଅପେକ୍ଷାରେ ଗ୍ରାମବାସୀ

ମାଧପୁର ଗ୍ରାମରେ ପାନୀୟଜଳ ସମସ୍ୟା : ନୂତନ ପ୍ରକଳ୍ପ କାର୍ଯ୍ୟକ୍ଷମ ଅପେକ୍ଷାରେ ଗ୍ରାମବାସୀ

ଖଣ୍ଡପଡ଼ା,୧୪ା୩(ସ୍ବ.ପ୍ର.)- ଭାପୁର ବ୍ଲକ ପଥରଚକଡା ପଞ୍ଚାୟତ ମାଧପୁର ଗ୍ରାମରେ ପାନୀୟଜଳ ସମସ୍ୟା ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ୯ବର୍ଷ ପୂର୍ବେ ଏକ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଫଳରେ ଗ୍ରାମବାସୀ ବାଧ୍ୟହୋଇ ନଳକୂପରୁ ବାହାରୁଥିବା ଫ୍ଲୋରାଇଡଯୁକ୍ତ ଜଳ ବ୍ୟବହାର କରୁଛନ୍ତି। ଏଥିଯୋଗୁ କିଡ୍‌ନୀ ରୋଗ ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ବାରମ୍ବାର ଦାବି ପରେ ଏକ ନୂତନ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହା କାର୍ଯ୍ୟକ୍ଷମ ହେବା ଅପେକ୍ଷାରେ ରହିଛନ୍ତି ଗ୍ରାମବାସୀ।  

   ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ପଥରଚକଡା ପଞ୍ଚାୟତ ମାଧପୁର ଗ୍ରାମର ନୂଆସାହିଠାରେ ୨୦୦୮-୦୯ ମସିହାରେ ଏକ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି। ଏହି ପ୍ରକଳ୍ପରୁ ପଞ୍ଚାୟତର ୭ରୁ ୧୮ ନମ୍ବର ପର୍ଯ୍ୟନ୍ତ ୧୨ଟି ୱାର୍ଡର ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ଗ୍ରାମବାସୀଙ୍କୁ ପାନୀୟଜଳ ଯୋଗାଇବା ବ୍ୟବସ୍ଥା ହୋଇଥିଲା। ପ୍ରକଳ୍ପର ବିଦ୍ୟୁତ୍‌ ଚାଳିତ ମୋଟର ପମ୍ପ ପରିଚାଳନା ପାଇଁ ଆବଶ୍ୟକ ମେନ୍‌ ସୁଇଚ୍‌, ଷ୍ଟାଟର, ମିଟର ଆଦି ଯନ୍ତ୍ରାଂଶ ସୁରକ୍ଷିତ ପାଇଁ ଏକ ପମ୍ପ ହାଉସ୍‌ ନିର୍ମାଣ ଯୋଜନା କରାଯାଇଥିଲା। ଏଥିପାଇଁ ବିଭାଗ ପକ୍ଷରୁ ପ୍ରାୟ ଦେଢଲକ୍ଷ ଟଙ୍କା ମଞ୍ଜୁର ହୋଇ ଠିକାଦାର ନିଯୁକ୍ତି ଦିଆଯାଇଥିଲା। ୬ମାସ ମଧ୍ୟରେ ଏହି କାର୍ଯ୍ୟ ଶେଷ କରାଯିବାକୁ ସମୟ ଧାର୍ଯ୍ୟ ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୯ବର୍ଷରୁ ଊର୍ଦ୍ଧ୍ୱ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ଅଧା କାମକରି ଚାଲିଯାଇଥିବାରୁ ପମ୍ପ ହାଉସ କାର୍ଯ୍ୟ ଅସମ୍ପୂର୍ଣ୍ଣ ଭାବେ ପଡିରହିଛି ା ଫଳରେ ପ୍ରକଳ୍ପର ବିଦ୍ୟୁତ୍‌ ଚାଳିତ ପମ୍ପ ଓ ସମସ୍ତ ଯନ୍ତ୍ରାଂଶ ପଡି ନଷ୍ଟ ହେବାକୁ ବସିଲାଣି ା ଏହା ଦ୍ୱାରା ସମସ୍ୟା ସମାଧାନ ନେଇ ପଞ୍ଚାୟତବାସୀ ଆଶା ପୂରଣ ହୋଇପାରୁ ନାହିଁ। ସମ୍ପ୍ରତି ଗ୍ରୀଷ୍ମତାପ ବୃଦ୍ଧି ପାଉଥିବାବେଳେ ପାନୀୟଜଳ ଅଭାବ ଲୋକଙ୍କୁ ଅତିଷ୍ଠ କରିଦେଉଛି। ଏ ନେଇ ବାରମ୍ବାର ଦାବି ପରେ ମାଧପୁର ଓ ପଥରଚକଡା ଗ୍ରାମ ପାଇଁ ପୃଥକ୍‌ ସ୍ଥାନରେ ୨ଟି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ନିଷ୍ପତ୍ତି ହୋଇଛି। ୧.୪୩ କୋଟି ଟଙ୍କା ବ୍ୟୟରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି। କେବେ ଏହା କାର୍ଯ୍ୟକାରୀ ହେଉଛି ତାହାକୁ ଗ୍ରାମବାସୀ ଅପେକ୍ଷା କରିରହିଛନ୍ତି। ଏ ସମ୍ପର୍କରେ ପଥରଚକଡା ସରପଞ୍ଚ ତ୍ରିନାଥ ମୁଦୁଲିଙ୍କୁ ପଚାରିବାରୁ ସେ କହିଥିଲେ, ମାଧପୁର ଗ୍ରାମ ପାଇଁ ମାଧପୁର ବାଲିଘାଟଠାରେ ନୂତନ ପ୍ରକଳ୍ପ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଛି। ଏହି ପ୍ରକଳ୍ପ ପାଇଁ ଏକ ପାଣିଟାଙ୍କି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ନିର୍ମାଣ ହୋଇସାରିଛି ା ଏହା ଆସନ୍ତା ଏପ୍ରିଲ ମଧ୍ୟରେ କାର୍ଯ୍ୟକ୍ଷମ ହେବ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ମାଧପୁରବାସୀଙ୍କ ଜଳକଷ୍ଟ ନିଶ୍ଚିତ ଭାବେ ଦୂର ହୋଇପାରିବ ବୋଲି ସେ ସୂଚନା ଦେଇଥିଲେ।

All Right Reserved By

ରାଜ୍ୟ | ଉପକୂଳ ଓଡିଶା

ଦେଶ ମେଲଣରେ ୧୬୦ ବିମାନ

ଦେଶ ମେଲଣରେ ୧୬୦ ବିମାନ

ଚାନ୍ଦବାଲି,୨୧।୩(ଡି.ଏନ.ଏ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ପ୍ରସିଦ୍ଧ ଦେଶ ମେଲଣ ଗୁରୁବାର ଅନୁଷ୍ଠିତ ହୋଇଛି। ମତୋ ଠାରେ ଅନୁଷ୍ଠିତ ହୋଇଥିବା ଏହି ମେଲଣରେ ଚଳିତ ବର୍ଷ ୧୬୦ଟି ସୁସଜ୍ଜିତ ବିମାନରେ ଠାକୁର ମେଲଣ ପଡିଆକୁ ଆସିଥିଲେ। 

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ପରଲୋକରେ ଦାମଙ୍କ ସ୍ତ୍ରୀ ସ୍ନେହଲତା

ଭୁବନେଶ୍ୱର,୨୧।୩(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମୋଦର ରାଉତଙ୍କ ସ୍ତ୍ରୀ ସ୍ନେହଲତା ମହାପାତ୍ରଙ୍କ ଗୁରୁବାର ସକାଳେ ପରଲୋକ ଘଟିଛି। ସେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍ନେହଲତା ଦୀର୍ଘଦିନ ଧରି ଅସୁସ୍ଥ ଥିଲେ।  

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

କାର-ବାଇକ୍‌ ମୁହଁ।ମୁହିଁ, ଜଣେ ଗୁରୁତର

ଭଞ୍ଜନଗର,୨୧।୩(ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସୂର୍ଯ୍ୟ ମନ୍ଦିର ନିକଟରେ ବୁଧବାର ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି।

ଶିବ ମନ୍ଦିର ରୁ ଚୋରି

ଶିବ ମନ୍ଦିର ରୁ ଚୋରି

ରୂପସା,୨୧।୩(ଡି.ଏନ.ଏ.): ବାଲେଶ୍ବର ସଦର ବ୍ଲକ ଅନ୍ତର୍ଗତ କସିପଦା ଶିବମନ୍ଦିରରୁ ବୁଧବାର ଚୋରୀ ହୋଇଥିବା ଅଭିଯୋଗ ହୋଇଛି।

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଘାରିଛି ଟିକେଟ୍‌ ନ ପାଇବାର ଭୟ

ଖୋର୍ଦ୍ଧା ଅଫିସ/ବୋଲଗଡ,୨୧ା୩ (ଡି.ଏନ୍‌.ଏ.): ଭୁବନେଶ୍ୱର ଲୋକ ସଭା ଆସନ ଅଧୀନରେ ଖୋର୍ଦ୍ଧା ଜିଲାର ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ବେଗୁନିଆ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ଆସନରୁ ୨ ଥର ନିର୍ବାଚିତ ହୋଇଛନ୍ତି।

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

ନିଆଳି ବିଧାନସଭା ନିର୍ବାଚନମଣ୍ଡଳୀ:କଂଗ୍ରେସରୁ ଏକ,ବିଜେଡି, ଭାଜପାରୁ ଅନେକ

କଟକ ଅଫିସ/କଣ୍ଟାପଡ଼ା,୨୧।୩(ଡି.ଏନ୍‌.ଏ.):୨୦୦୯ ନିର୍ବାଚନମଣ୍ଡଳୀ ସୀମା ପୁନର୍ଗଠନ ପରେ କଟକ ଜିଲାର ଗୋବିନ୍ଦପୁର ବିଧାନସଭା କ୍ଷେତ୍ର ରାଜନୈତିକ ମାନଚିତ୍ରରୁ ଅପସରି ଯାଇଥିଲା।

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ:ଧର୍ମେନ୍ଦ୍ରଙ୍କ ପାଇଁ ସମ୍ମାନର ପ୍ରଶ୍ନ

ପାଲଲହଡ଼ା, ୨୧।୩:ଏପ୍ରିଲ ୨୩ରେ ଅନୁଗୋଳ ଜିଲାରେ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜିଲାର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ପାଲଲହଡ଼ା ବିଧାନସଭା ଆସନକୁ ନେଇ ସାଧାରଣରେ ସର୍ବାଧିକ ଚର୍ଚ୍ଚା ହେଉଛି। କାରଣ ପାଲଲହଡ଼ା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନମଣ୍ଡଳୀ। 

ବିଜେଡି ଦୁର୍ଗ ଉପରେ  ଭାଜପା ନଜର

ବିଜେଡି ଦୁର୍ଗ ଉପରେ ଭାଜପା ନଜର

ପରଜଙ୍ଗ, ୨୧।୩: ଢେଙ୍କାନାଳ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନମଣ୍ଡଳୀ ହେଉଛି ପରଜଙ୍ଗ। ସୀମା ପୁନଃନିର୍ଦ୍ଧାରଣ ପରେ ଏହି ବିଧାନସଭା ଆସନ ବିଜୁ ଜନତା ଦଳ (ବିଜେଡି) କବ୍‌ଜାରେ ରହିଛି। 

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ତ୍ରିମୁଖୀ ଲଢ଼େଇ ସମ୍ଭାବନା

ଧାମନଗର, ୨୧।୩ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବିଧାନସଭା ଆସନରୁ କେଉଁ ଦଳ କାହାକୁ ପ୍ରାର୍ଥୀ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି।

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀ:ତିିନି ଦଳରେ ରୋଚକ ସ୍ଥିତି

ପୁରୀ ଅଫିସ,୨୧ା୩: ପୁରୀ ଜିଲାର ୬ ବିଧାନସଭା କ୍ଷେତ୍ର ମଧ୍ୟରୁ ପିପିଲି ଅନ୍ୟତମ। ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ। ଆସନ୍ତା ନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ରାଜନୈତିକ ଅଙ୍କ ରୋଚକ ସ୍ଥିତିରେ ପହଞ୍ଚତ୍ଥିବା କୁହାଯାଉଛି।

ଆଜି ମହାପ୍ରଭୁଙ୍କ ସୁନାବେଶ

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ ଅଫିସ,୨୧ା୩:ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ବୁଧବାର ମହାପ୍ରଭୁଙ୍କ ଅଗ୍ନି ଉତ୍ସବ ନୀତି ସମ୍ପନ୍ନ ହୋଇଛି। ଏହି ଉତ୍ସବକୁ ମେଣ୍ଢାପୋଡ଼ି ନୀତି କୁହାଯାଏ। 

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭାଜପାରେ ଅନ୍ୟ ଦଳ ନେତାଙ୍କ ଭିଡ଼

ଭୁବନେଶ୍ୱର,୨୧ା୩(ବ୍ୟୁରୋ):ନିର୍ବାଚନ ଯେତିକି ପାଖଉଛି ନେତାମାନଙ୍କ ଦଳ ଡିଅଁା ସେତିକି ବଢୁଛି। ବିଜେଡି ଯେଉଁସବୁ ପ୍ରତିଶ୍ରୁତି ଦେଇ ବିରୋଧୀ ଦଳ ନେତାଙ୍କୁ ଆଣିଥିଲା ତାହା ପୂରଣ କରି ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା