ଅପରାଧ | ବ୍ରହ୍ମପୁର

୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

୩୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଆର.ଉଦୟଗିରି,୧୪।୩(ଡି.ଏନ.ଏ.)- ଗଜପତି ଜିଲା ଆର.ଉଦୟଗିରି ପୋଲିସ ଗୁରୁବାର ସକାଳେ ଆତସିଂ ଛକକୁ ପାଟ୍ରୋଲିଂରେ ଯିବା ସମୟରେ ଛକ ନିକଟ ଏକ ଯାତ୍ରୀ ବିଶ୍ରାମାଗାରରେ ଜଣେ ଅଚିହ୍ନା ଯୁବକ ୨ଟି ଅଖା ବସ୍ତା ଧରି ଛିଡ଼ା ହୋଇଥିବା ଦେଖିଥିଲେ। ସନ୍ଦେହରେ ପୋଲିସ ଅଖାକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ଯୁବକ ଜଣକ ମଧ୍ୟପ୍ରଦେଶର ଲକ୍ଷ୍ମଣ ସିଂ ବୋଲି ଜଣାପଡ଼ିଛି। ବସ୍ତା ଦୁଇଟିରେ ୩୦ କେଜି ଗଞ୍ଜେଇ ଥିବା ପୋଲିସ କହିଛି। ପୋଲିସ ଲକ୍ଷ୍ମଣଙ୍କୁ ଗିରଫ କରିବା ସହ ନଂ.୨୩/୧୯ରେ ମାମଲା ରୁଜୁ କରିଛି। ଥାନାଧିକାରୀ କୂଳମଣି ସେଠୀ, ଏସଆଇ ପ୍ରପୁଲ ଚନ୍ଦ୍ର ପ୍ରଧାନ ଓ କର୍ମଚାରୀ ପାଟ୍ରୋଲିଂରେ ଯାଇଥିଲେ। ଗୁରୁବାର ଅପରାହ୍ନରେ ଯୁବକଙ୍କୁ ପାରଳାଖେମୁଣ୍ଡି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ସୂଚନା ଦେଇଛି।

All Right Reserved By

ଅପରାଧ | ବ୍ରହ୍ମପୁର

ଚୋର ସନ୍ଦେହ: ଯୁବକଙ୍କୁ ଲଣ୍ଡାକରି ମାଡ଼

ଚୋର ସନ୍ଦେହ: ଯୁବକଙ୍କୁ ଲଣ୍ଡାକରି ମାଡ଼

କବିସୂର୍ଯ୍ୟନଗର,୨୦।୩- କବିସୂର୍ଯ୍ୟନଗର ନନ୍ଦିଆଗଡ଼ା ଗ୍ରାମରେ ଜଣେ ଯୁବକଙ୍କୁ ଚୋର ସନ୍ଦେହରେ ମଙ୍ଗଳବାର ରାତିରେ ଲଣ୍ଡା କରି ନିସ୍ତୁକ ମାଡ ମାରିବା ସହ ବୁଧବାର ସକାଳେ ପୋଲିସକୁ ହସ୍ତାନ୍ତର କରାଯାଇଛି। ପୋଲିସ ଗ୍ରାମରେ ପହଞ୍ଚତ୍ ଯୁବକଙ୍କୁ ଥାନାକୁ ଆଣିଥିଲା। ମାତ୍ର ସମ୍ପୃକ୍ତ ଯୁବକ ଜଣକ ପାଲଟା ଅଭିଯୋଗ କରିଛନ୍ତି, ସେ ରାତିରେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଆସିଥିବାବେଳେ ଲୋକମାନେ ତାଙ୍କୁ ବାନ୍ଧି ମାଡ ମାରିଛନ୍ତି। ଏନେଇ ନଂ.୬୯/୧୯ରେ ଏକ ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଛି।

୪ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

୪ କୁଇଣ୍ଟାଲ ଗଞ୍ଜେଇ ସହ ଟ୍ରକ୍‌ ଜବତ, ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ.ଏ.)- ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ କୌଣସି ସୂତ୍ରରୁ ଖବର ପାଇ ଗଞ୍ଜେଇ ବୋଝେଇ ଏକ ଟ୍ରକର ପିଛା କରି ଗଞ୍ଜାମ ଥାନା ପୁଇଁତୋଳା ଛକଠାରେ ଧରିଛି। ଜବତ ଟ୍ରକରୁ ୪କୁଇଣ୍ଟାଲ (୧୬ବସ୍ତା) ଗଞ୍ଜେଇ ଜବତ ହୋଇଛି। ଗିରଫ ବ୍ୟକ୍ତି ଜଣକ ହେଲେ ହରିୟାଣାର ପାଲୱାଲା ଜିଲା କୋଟ-୨୮୦ ଗ୍ରାମର ନାସିର (୨୨)। ଚଢାଉ କରିଥିବା ଅଧିକାରୀଙ୍କ ଠାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଦିଗପହଣ୍ଡି ଏବଂ ଚିକିଟି ଅଞ୍ଚଳରୁ ଉକ୍ତ ଗାଡ଼ିରେ ଗଞ୍ଜେଇ ଲୋଡ ହୋଇ ହରିୟାଣା ଯାଉଥିଲା।

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ସ୍ବୟଂସହାୟିକା ସଭାନେତ୍ରୀଙ୍କଠାରୁ ଲୁଟ୍‌

ବଇଣ୍ଡା, ୨୦।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ହଣ୍ଡପା ଥାନା ଅନ୍ତର୍ଗତ ବଇଣ୍ଡା ପୋଖରୀ ନିକଟରେ ଥିବା ସାହୁ ଲେଡିଜ୍‌ କନର୍ର୍ର ନିକଟରୁ ଜଣେ ମହିଳାଙ୍କଠାରୁ ବୁଧବାର ଅପରାହ୍ନରେ ୧ ଲକ୍ଷ ୬୫ ହଜାର ଟଙ୍କା ଲୁଟ୍‌ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ମହିଳା ଜଣଙ୍କ ହେଲେ ଆନନ୍ଦମୁଣ୍ଡା ଗ୍ରାମ ମା’ ମହାଲକ୍ଷ୍ମୀ ସ୍ବୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲକିନ୍‌ ସାହୁ(୨୪)। 

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ଭିଜିଲାନ୍ସ ଜାଲରେ ବ୍ରାହ୍ମଣୀତରଙ୍ଗ ଥାନା ଏସ୍‌ଆଇ

ବେଦବ୍ୟାସ,୨୦।୩(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ରାଉରକେଲା ଅନ୍ତର୍ଗତ ବ୍ରାହ୍ମଣୀତରଙ୍ଗ ଥାନାର ଯୁବ ଏସ୍‌ଆଇ ମଧୁ ପାତ୍ର ବୁଧବାର ଲାଞ୍ଚ ନେଉଥିବା ବଳେ ରାଉରକେଲା ଭିଜିଲାନ୍ସ ହାତରେ ଧରାପଡି ଗିରଫ ହୋଇଛନ୍ତି।

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ:  ଜଣେ ଗିରଫ

ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ: ଜଣେ ଗିରଫ

ଗଞ୍ଜାମ,୨୦।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଇଁତୋଳା ଛକ ନିକଟରୁ ବୁଧବାର ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟର ନାର୍କୋଟିସ୍‌  କଣ୍ଟ୍ରୋଲ  ଦ୍ୱାରା ଏକ  ଗଞ୍ଜେଇ ବୋଝେଇ ଟ୍ରକ୍‌ ଜବତ ହୋଇଛି। 

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ: ପଗଡ଼ିରେ ଲୁଚାଇ ନେଉଥିଲେ ଯାତ୍ରୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ଭୁବନେଶ୍ବର ବିମାନବନ୍ଦରରୁ ପୁଣି ସୁନା ଜବତ ହୋଇଛି। ବୁଧବାର ଜଣେ ଯାତ୍ରୀଙ୍କ ନିକଟରୁ ୬୧୦ ଗ୍ରାମ ଓଜନର ୨ ଖଣ୍ଡ ସୁନା ବିସ୍କୁଟ ଜବତ କରାଯାଇଛି। ଉକ୍ତ ଯାତ୍ରୀଜଣଙ୍କ ହେଲେ ଅମରଜିତ ସିଂହ। 

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

୧୦୦୦ ଲିଟର ମଦ ବୋଝେଇ ବୋଲେରୋ ଜବତ

ଭଦ୍ରକ ଅଫିସ, ୨୦।୩: ଭଦ୍ରକ ଜିଲା ମିର୍ଜାପୁର ନିକଟରୁ ମଙ୍ଗଳବାର ବିଳମ୍ବିତ ରାତିରେ ପୁରୁଣା ବଜାର ପୋଲିସ ୧୦୦୦ ଲିଟର ଦେଶୀ ମଦ ବୋଝେଇ ଏକ ବୋଲେରୋ ଜବତ କରିଛି l 

 ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ଉକୁନ୍ଦରା ସରପଞ୍ଚଙ୍କ ଘରକୁ ବୋମାମାଡ଼ : ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଥାନା ଘେରାଉ

ବିରିଡ଼ି/ବାଲିଆ,୧୯।୩(ଡି.ଏନ.ଏ.): ବିରିଡ଼ି ଥାନା ଅନ୍ତର୍ଗତ ୨୨ ମୌଜା ଉକୁନ୍ଦରା  ପଞ୍ଚାୟତର ସରପଞ୍ଚ ତଥା ବିରିଡ଼ି ବ୍ଲକ ଜୋନ-୨ର କଂଗ୍ରେସ ସଭାପତି ଚନ୍ଦ୍ରଶେଖର ଦାଶଙ୍କ ଘରକୁ ଗତ ଫେବୃୟାରୀ ୨୨ ତାରିଖ ସନ୍ଧ୍ୟାରେ ଦୁର୍ବୃତ୍ତମାନେ ବୋମା ଓ ଗୁଳିମାଡ଼ କରିଥିଲେ। ଏହି ଘଟଣାରେ ଅଦ୍ୟାବଧି ପୋଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିପାରିନାହିଁ।

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁରରୁ ୩୬ ବୋତଲ ବିଦେଶୀ ମଦ ଜବତ, ୨ ଜେଲ୍‌ ଗଲେ

ରଣପୁର,୧୯ା୩(ସ୍ବ.ପ୍ର.)- ରଣପୁର ଥାନା ଚମ୍ପତିପୁର ଛକରେ ମଙ୍ଗଳବାର ପୋଲିସ ଚଢାଉ କରି ୩୬ ବୋତଲ ବିଦେଶୀ ମଦ ଜବତ କରିବା ସହିତ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ନିରଞ୍ଜନ ପାତ୍ର (୩୪) ଓ ଅଭିମନୁ ସାହୁ (୩୦)।

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା:  ଅଭିଯୁକ୍ତ ଗିରଫ

ପଞ୍ଚଲିଙ୍ଗେଶ୍ୱର ପୀଠରେ ଯୁବକଙ୍କୁ ହତ୍ୟା ଘଟଣା: ଅଭିଯୁକ୍ତ ଗିରଫ

ସଜନାଗଡ଼, ୧୯।୩(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡ ଅଧୀନ ପଞ୍ଚଲିଙ୍ଗେଶ୍ୱର ଶୈବପୀଠରେ ଗତ ଫେବୃୟାରୀ ୮ତାରିଖରେ ଜଣେ ଅଜଣା ଯୁବକଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାର ଦେଢ଼ମାସ ପରେ ନୀଳଗିରି ପୋଲିସ୍‌ ହତ୍ୟାକାରୀଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।

ପୋଲିସ କବ୍‌ଜାରେ ୫ଜଣିଆ ଡକାୟତି ଦଳ

ପୋଲିସ କବ୍‌ଜାରେ ୫ଜଣିଆ ଡକାୟତି ଦଳ

ସୋରଡା,୧୯ା୩(ଡି.ଏନ୍‌.ଏ.)- ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି କରାଯାଇଛି। ସୋମବାର ମଧ୍ୟ ରାତିରେ ସୋରଡା ପୋଲିସ କୌଣସି ସୂତ୍ରରୁ ଖବର ପାଇ ଗାଜଲବାଡି-ଦାରିଙ୍ଗବାଡି ରାସ୍ତା ୨ନଂ. ଘାଟିରେ ଚଢାଉ କରି ଡକାୟତି ପାଇଁ ଯୋଜନା କରୁଥିବା ଏକ ୫ଜଣିଆ ଦଳକୁ କାବୁ କରିଛି। ସେମାନେ ହେଲେ ଆସିକା ପାକଲାପଲିର ଟୁକୁନା ପରିଡା, ଗଉଡିଆର ପ୍ରମୋଦ ପ୍ରଧାନ, କବିସୂର୍ଯ୍ୟନଗରରର ରବୀନ୍ଦ୍ର ଦଳେଇ, ପାକଲାପଲିର ଚକାନୟନ ନାହାକ, ଭଞ୍ଜନଗର ଗୋଲାସାହିର ଭାଗିରଥି ନାୟକ। ସେମାନଙ୍କ ନିକଟରୁ ୨ଟି ଦୁଇ ଚକିଆ ଗାଡି, ଗୋଟିଏ ବନ୍ଧୁକ, ୨ଟି ଖଣ୍ଡା, ୩ଟି ଟର୍ଚ୍ଚ ଲାଇଟ, ଲୁହାରଡ ଆଦି ଜବତ କରାଯାଇଛି। ଏନେଇ ନଂ.୪୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ନାମରେ ବଡଗଡ, ବୁଗୁଡା, ଭଞ୍ଜନଗର, ଆସିକା, କବିସୂର୍ଯ୍ୟନଗର ଥାନାରେ ୩୦ରୁ ଉର୍ଦ୍ଧ୍ୱ ମାମଲା ରହିଥିବା ପୋଲିସ ସୂଚନା ଦେଇଛି।

କେନ୍ଦୁଝରର  ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ:  ୨ ଗିରଫ

କେନ୍ଦୁଝରର ବିଭିନ୍ନ ସ୍ଥାନରେ ଚଢ଼ାଉ,ଗଞ୍ଜେଇ, ମଦ ଜବତ: ୨ ଗିରଫ

କେନ୍ଦୁଝର,୧୯।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଅଙ୍ଗିକଳା ଗ୍ରାମରେ ମଙ୍ଗଳବାର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଏଥିରେ ଗ୍ରାମର ରୟା ନାୟକଙ୍କ ଘରୁ  ୩  କିଲୋ ୧ ଶହ ଗ୍ରାମ ଗଞ୍ଜେଇ ଜବତ ହୋଇଛି ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା