ଖେଳ |

ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା

ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା

ନୂଆଦିଲ୍ଲୀ, ୧୪।୩(ପି.ଟି.)- ପ୍ରାକ୍ତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ ଦିଲ୍ଲୀ କ୍ୟାପିଟାଲ୍ସର ପରାମର୍ଶଦାତା ନିଯୁକ୍ତ ହୋଇଛନ୍ତି। ନୂଆ ଦାୟିତ୍ୱ ସହ ଗାଙ୍ଗୁଲି ଦିଲ୍ଲୀର ମୁଖ୍ୟ କୋଚ୍‌ ରିକି ପଣ୍ଟିଂଙ୍କ ସହିତ ଏକାଠି କାମ କରିବେ। ‘ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ କାମ କରିବାର ସୁଯୋଗ ପାଇଥିବାରୁ ବହୁତ ଖୁସି ଅଛି। ପୂର୍ବରୁ ଜିନ୍ଦଲ ଓ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ବିଷୟରେ ଜାଣିଥିଲି। କିନ୍ତୁ ବର୍ତ୍ତମାନ ସେମାନଙ୍କ ସ୍ପୋଟର୍‌ସ ବିଭାଗରେ ସାମିଲ ହେବାରେ ସୁଯୋଗ ପାଇଛି। ଦିଲ୍ଲୀର ଖେଳାଳି ଓ ସପୋର୍ଟ ଷ୍ଟାଫ୍‌ଙ୍କ ସହିତ ମିଶି ଏକାଠି କାମ କରିବାକୁ ବ୍ୟଗ୍ର ରହିଛି’ ବୋଲି ଗାଙ୍ଗୁଲି ପ୍ରକାଶ କରିଛନ୍ତି। ‘ସୌରଭଙ୍କ ପରି ଜଣେ ଅଭିଜ୍ଞ ଖେଳାଳି ଦଳରେ ସାମିଲ ହୋଇଥିବାରୁ ଆମ ଟିମ୍‌ ନିଶ୍ଚିତ ଉପକୃତ ହେବ ବୋଲି ଦିଲ୍ଳୀ କ୍ୟାପିଟାଲ୍ସର ଅଧ୍ୟକ୍ଷ ପାର୍ଥ ଜିନ୍ଦଲ ଏହି ଅବସରରେ କହିଛନ୍ତି। ଶ୍ରେୟାସ ଆୟାରଙ୍କ ନେତୃତ୍ୱାଧୀନ ଦିଲ୍ଲୀ ମାର୍ଚ୍ଚ ୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଖେଳି ଆଇପିଏଲ୍‌ ଅଭିଯାନ ଆରମ୍ଭ କରିବ। ଏହି ମ୍ୟାଚ୍‌ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ସେହିଭଳି ଦିଲ୍ଲୀ ଏହାର ପ୍ରଥମ ଘରୋଇ ମ୍ୟାଚ୍‌ ମାର୍ଚ୍ଚ ୨୬ରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ଖେଳିବ। ଦିଲ୍ଲୀ ଆଜି ପର୍ଯ୍ୟନ୍ତ ଥରେ ହେଲେ ବି ଆଇପିଏଲ୍‌ରେ ଚାମ୍ପିୟନ ହୋଇପାରି ନାହିଁ।

All Right Reserved By

ଖେଳ |

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭାରତୀୟ ଦଳରେ ଦୂତୀ, ପୂର୍ଣ୍ଣିମା

ଭୁବନେଶ୍ୱର, ୨୧।୩(କ୍ରୀଡ଼ା ପ୍ରତିନିଧି)- କାତାରର ଦୋହାଠାରେ ୨୩ତମ ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଏପ୍ରିଲ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ବୁଧବାର ଘୋଷିତ ୪୦ ଜଣିଆ ଆଥଲେଟ୍‌ ଦଳ ତାଲିକାରେ ଓଡ଼ିଶାର ଦୂତୀ ଚାନ୍ଦ ଓ ପୂର୍ଣ୍ଣିମା ହେମ୍ବ୍ରମ ସ୍ଥାନ ପାଇଛନ୍ତି। 

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ଶାସ୍ତ୍ରୀଙ୍କ ଚୁକ୍ତିର ନବୀକରଣ ନାହିଁ: ବିସିସିଆଇ

ନୂଆଦିଲ୍ଲୀ, ୨୧।୩(ପି.ଟି.)- ପୂର୍ବତନ ଅଲରାଉଣ୍ଡର ରବି ଶାସ୍ତ୍ରୀ କୋଚ୍‌ ହିସାବରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପ୍ରଥମ ପସନ୍ଦ ବୋଲି ସମସ୍ତେ ଏକଥା ଜାଣନ୍ତି। ଇଂଲଣ୍ଡରେ ମେ ୩୦ ତାରିଖରେ ଆରମ୍ଭ ହେବାକୁ ଥିବା ବିଶ୍ୱକପ୍‌ ପରେ ମଧ୍ୟ ଶାସ୍ତ୍ରୀ ଟିମ ଇଣ୍ଡିଆର କୋଚ୍‌ ଦାୟିତ୍ୱରେ ରୁହନ୍ତୁ, ଏକଥା ମଧ୍ୟ ବୋର୍ଡ ଚାହେଁ। 

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ଇଣ୍ଡିଆ ଓପନ୍‌ରୁ ଓହରିଲେ ସାଇନା

ନୂଆଦିଲ୍ଲୀ,୨୧।୩ (ପି.ଟି.)- ଭାରତୀୟ ମହିଳା ତାରକା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହ୍ବାଲ ବୁଧବାର ଇଣ୍ଡିଆ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ ଟୁର ସୁପର ୫୦୦ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। 

ଟୋକିଓ ଅଲିମ୍ପିକ୍ସ ମଶାଲ ଉନ୍ମୋଚିତ

ଟୋକିଓ ଅଲିମ୍ପିକ୍ସ ମଶାଲ ଉନ୍ମୋଚିତ

ଟୋକିଓ,୨୧।୩ (ପି.ଟି.)- ଟୋକିଓରେ ଆୟୋଜନ ହେବାକୁ ଥିବା ୨୦୨୦ ଅଲିମ୍ପିକ୍ସର ମଶାଲ ବୁଧବାର ଉନ୍ମୋଚନ କରାଯାଇଛି। ଚେରୀ ବ୍ଲୋଜୁମ ଆକାରରେ ନିର୍ମିତ ହୋଇଥିବା ଏହି ମଶାଲ ବେଶ୍‌ ଆକର୍ଷଣୀୟ ହୋଇଛି। 

ବାଙ୍ଗାଲୋର ବିପକ୍ଷରେ ସୁପର୍‌କିଙ୍ଗ୍ସ ଫେଭରାଇଟ୍‌

ବାଙ୍ଗାଲୋର ବିପକ୍ଷରେ ସୁପର୍‌କିଙ୍ଗ୍ସ ଫେଭରାଇଟ୍‌

ନୂଆଦିଲ୍ଲୀ, ୨୧।୩- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ। ଏହାର ଉଦ୍‌ଘାଟନୀ ମୁକାବିଲାରେ ଦୁଇ ଶକ୍ତିଶାଳୀ ଦଳ ଚେନ୍ନାଇ ସୁପର୍‌ କିଙ୍ଗ୍ସ (ସିଏସ୍‌କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପରସ୍ପରକୁ ଭେଟିବେ।

ପାରାମାଉଣ୍ଟକୁ ହ୍ୟାଟ୍ରିକ ଟାଇଟଲ

ପାରାମାଉଣ୍ଟକୁ ହ୍ୟାଟ୍ରିକ ଟାଇଟଲ

ଭୁବନେଶ୍ୱର, ୨୧।୩(କ୍ରୀଡ଼ା ପ୍ରତିନିଧି)- ଅରବିନ୍ଦ ସ୍ମାରକୀ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ପାରାମାଉଣ୍ଟ ୧୮୬ ରନର ବୃହତ୍‌ ବ୍ୟବଧାନରେ ପ୍ରଗତି ସ୍ପୋର୍ଟିଂକୁ ହରାଇ ଟାଇଟଲ ବଜାୟ ରଖିଛି। 

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଆହତ ଲୁନ୍‌ଗି

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଆହତ ଲୁନ୍‌ଗି

ଚେନ୍ନାଇ, ୨୧।୩(ପି.ଟି.)- ଆଇପିଏଲ୍‌ ସିଜନ-୧୨ ଆରମ୍ଭ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସକୁ ଧକ୍କା ଲାଗିଛି। ଆଘାତଜନିତ କାରଣ ଲାଗି ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଲୁନ୍‌ଗି ଏନ୍‌ଗିଡି ପୁରା ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛନ୍ତି। 

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌:  ସିଙ୍ଗାପୁରଠାରୁ ହାରିଲା ଭାରତ

ଏସିଆ ମିକ୍ସଡ୍‌ ଟିମ୍‌ ବ୍ୟାଡମିଣ୍ଟନ୍‌ ଚାମ୍ପିୟନଶିପ୍‌: ସିଙ୍ଗାପୁରଠାରୁ ହାରିଲା ଭାରତ

ହଂକଂ, ୨୦।୩(ପି.ଟି.)- ଏଠାରେ ଚାଲିଥିବା ଏସିଆ ମିକ୍ସଡ୍‌ ବ୍ୟାଡମିଣ୍ଟନ୍‌ ଟିମ୍‌ ଚାମ୍ପିୟନଶିପ୍‌ର ଗ୍ରୁପ୍‌-ବି’ର ଏକ ମ୍ୟାଚ୍‌ରେ ଭାରତ ୨-୩ ଗେମ୍‌ରେ ସିଙ୍ଗାପୁର ନିକଟରୁ ପରାସ୍ତ ହୋଇଛି। ଏଚ୍‌.ଏସ୍‌. ପ୍ରଣୟ, ଏମ୍‌.ଆର୍‌. ଅର୍ଜୁନ ଓ ଶ୍ଲୋକ ରାମଚନ୍ଦ୍ରନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତ ଏହି ମ୍ୟାଚ୍‌ ହାରିଯାଇଛି। ଓଡ଼ିଆ ଝିଅ ଋତୁପର୍ଣ୍ଣା ପଣ୍ଡା ୨ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ଉଭୟଥିରେ ପରାଜୟ ସାମ୍ନା କରିଥିଲେ।

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

ପଡିଆରେ ମୃତ୍ୟୁବରଣ କଲେ ଯୁବ କ୍ରିକେଟର

କୋଲକାତା,୨୦।୩ (ପି.ଟି.)-ସ୍ଥାନୀୟ ବାଟା କ୍ଲବ୍‌ ଗ୍ରାଉଣ୍ଡରେ ଏକ ବଡ଼ ଧରଣର ଅଘଟଣ ଘଟିଛି। ପଡିଆରେ ହିଁ ଜଣେ ଯୁବ କ୍ରିକେଟରଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ବୁଧବାର ଏହି ଗ୍ରାଉଣ୍ଡରେ କ୍ରିକେଟ ଆସୋସିଏଶନ ଅଫ୍‌ ବେଙ୍ଗଲର ସେକେଣ୍ଡ ଡିଭିଜନ ଲିଗ୍‌ର ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍‌ ଖେଳିବା ଅବସରରେ ବାଲିଗଞ୍ଜ ସ୍ପୋର୍ଟିଂ କ୍ଲବ୍‌ର ୨୨ ବର୍ଷୀୟ ଖେଳାଳି ସୋନୁ ଯାଦବ ମୃତ୍ୟୁବରଣ କରିଛନ୍ତି।

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ଶୀଘ୍ର ଯୋଗଦେବେ ଓ୍ବିଲିୟମ୍‌ସନ

ନୂଆଦିଲ୍ଲୀ,୨୦।୩(ପିଟି)- ନ୍ୟୁଜିଲାଣ୍ଡ ଦଳର ଅଧିନାୟକ କେନ୍‌ ଓ୍ବିଲିୟମ୍‌ସନ ନିକଟରେ ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ବେଳେ ଆହତ ହୋଇଥିଲେ।

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ଆଇପିଏଲ୍‌ରୁ ଆନରିଚ ନର୍ଟଜେ ବାଦ୍‌

ନୂଆଦିଲ୍ଲୀ,୨୦।୩(ପି.ଟି.)- ଆଇପିଏଲ ଆରମ୍ଭ ହେବା ଆଗରୁ ଦୁଇଥର ଚାମ୍ପିୟନ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଶକ୍ତ ଧକ୍କା ଲାଗିଛି। 

ମାଲେସିଆ ଓପନ୍‌ରୁ ଓହରିଲେ ଲି’

ମାଲେସିଆ ଓପନ୍‌ରୁ ଓହରିଲେ ଲି’

କୁଆଲାଲମ୍ପୁର, ୨୦।୩(ଏଏଫ୍‌ପି)- କିମ୍ବଦନ୍ତୀ ବ୍ୟାଡ୍‌ମିଣ୍ଟନ ଖେଳାଳି ଲି ଚୋଙ୍ଗ ଓ୍ବେଇ ଆସନ୍ତା ମାସରେ ଖେଳାଯିବାକୁ ଥିବା ମାଲେସିଆ ଓପନ୍‌ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। 


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା