ଅନ୍ତର୍ଜାତୀୟ |

ବନ୍ଦ ହେବ ଫେସ୍‌ବୁକ୍‌: ମେସେଜ୍‌ ଭାଇରାଲ୍‌

ବନ୍ଦ ହେବ ଫେସ୍‌ବୁକ୍‌: ମେସେଜ୍‌ ଭାଇରାଲ୍‌

ଓ୍ବାଶିଂଟନ୍‌,୧୪।୩: ଏବେ ସୋସିଆଲ୍‌ ମିଡିଆ ଫେସ୍‌ବୁକରେ ଏକ ମେସେଜ୍‌ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଲେଖାଅଛି, ‘ନମସ୍କାର, ମୁଁ ମାର୍କ, ଫେସବୁକ୍‌ ନିର୍ଦ୍ଦେଶକ ସମସ୍ତ ୟୁଜର୍ସଙ୍କୁ ଜଣାଉଛି କି  ଏବେ ଫେସ୍‌ବୁକ୍‌ ବ୍ୟବହାର ପାଇଁ ଆପଣଙ୍କୁ ଟଙ୍କା ଦେବାକୁ ପଡିବ। ହେଲେ ଆପଣଙ୍କୁ ଦିଆଯାଇଥିବା ମେସେଜ୍‌କୁ ଯଦି ଆପଣ ୧୮ ଜଣଙ୍କୁ ଫରଓ୍ବାର୍ଡ କରନ୍ତି ତେବେ ଆପଣ ବିନା ଦେୟରେ ଫେସବୁକ୍‌ ବ୍ୟବହାର କରିପାରିବେ’। ଏମିତି ଏକ ମେସେଜ୍‌ ଦେଖିବା ପରେ ଫେସ୍‌ବୁକ୍‌ ୟୁଜର୍ସ ଏକ ପ୍ରକାର ଭୟଭୀତ ହୋଇଯାଇଛନ୍ତି। ଏପଟେ ପ୍ରାୟ ୨ ଦିନ ହେବ ଫେସ୍‌ବୁକ୍‌ ଆକାଣ୍ଟରେ ମଧ୍ୟ ସମାନ୍ୟ ତ୍ରୁଟି ଦେଖାଯାଇଛି। ବହୁ ସମୟ ଧରି ଆକାଉଣ୍ଟ ଓପନ୍‌ ମଧ୍ୟ ହେଉନି। ଏହା ସତ, କିନ୍ତୁ ୟୁଜର୍ସଙ୍କ ପାଖକୁ ଯେଉଁ ମେସେଜ୍‌ ଆସୁଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କୁହାଯାଉଛି। କାରଣ ଫେସ୍‌ବୁକ୍‌ ବନ୍ଦ ହେବା ସମ୍ପର୍କରେ କମ୍ପାନୀ ପକ୍ଷରୁ ସେମିତି କିଛି ତଥ୍ୟ ଦିଆଯାଇ ନାହିଁ। ସୂଚନାଯୋଗ୍ୟ, ପ୍ରଥମଥର ଲାଗି ଫେସବୁକ୍‌ ଏମିତି ସମସ୍ୟାର ସମ୍ମୁଖୀନ ହୋଇନାହିଁ ବରଂ ପୂର୍ବରୁ ଏମିତି ସମସ୍ୟା ଦେଖାଯାଇଥିଲେ ମଧ୍ୟ କମ୍ପାନୀ ଏ ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ଦେଇ ନାହିଁ। 

All Right Reserved By

ଅନ୍ତର୍ଜାତୀୟ |

ହିନ୍ଦୁ ସମୁଦାୟଙ୍କୁ ହୋଲିର ଶୁଭକାମନା ଜଣାଇଲେ ଇମ୍ରାନ

ହିନ୍ଦୁ ସମୁଦାୟଙ୍କୁ ହୋଲିର ଶୁଭକାମନା ଜଣାଇଲେ ଇମ୍ରାନ

ଇସଲାମାବାଦ,୨୧।୩: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ହୋଲି ଉପଲକ୍ଷେ ହିନ୍ଦୁ ସମୁଦାୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟୁଇଟ୍‌ କରି ଇମ୍ରାନ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। 

ପାକିସ୍ତାନକୁ ଆମେରିକାର ଚେତାବନୀ: ଭାରତ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ ହେଲେ ଅବସ୍ଥା ହେବ ଗୁରୁତର

ପାକିସ୍ତାନକୁ ଆମେରିକାର ଚେତାବନୀ: ଭାରତ ଉପରେ ପୁଣି ଆତଙ୍କବାଦୀ ଆକ୍ରମଣ ହେଲେ ଅବସ୍ଥା ହେବ ଗୁରୁତର

ଓ୍ବାଶିଂଟନ,୨୧।୩: ପାକିସ୍ତାନକୁ ଆମେରିକା ଚେତାବନୀ ଦେଇଛି। ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି ଯେ, ଭାରତ ଉପରେ ପାକିସ୍ତାନରେ ରହୁଥିବା ଆତଙ୍କବାଦୀଙ୍କ ପକ୍ଷରୁ ପୁଣି ଥରେ ଆକ୍ରମଣ ହେଲେ ଅବସ୍ଥା ଗୁରୁତର ହେବାର ଆଶଙ୍କା ରହିଛି। 

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ଦୁନିଆର ସୁଖୀଦେଶ ତାଲିକା : ପ୍ରଥମ ସ୍ଥାନରେ ଫିନଲାଣ୍ଡ୍‌; ଭାରତ ତୁଳନାରେ ଯୁଦ୍ଧଖୋର୍‌ ପାକିସ୍ତାନ ଲୋକେ ଅଧିକ ସୁଖୀ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଦୁନିଆର ସୁଖୀ ଦେଶ ତାଲିକା ପ୍ରକାଶ ପାଇଛି। ଏଥିରେ ୧୫୬ ଦେଶ ମଧ୍ୟରେ ଫିନ୍‌ଲାଣ୍ଡ୍‌ ପୁଣିଥରେ ପ୍ରଥମ ସ୍ଥାନ ହାସଲ କରିଛି। ଜାତିସଂଘର ସଷ୍ଟେନବୁଲ୍‌ ଡେଭଲପ୍‌ମେଣ୍ଟ୍‌ ସୁଲ୍ୟସନ୍‌ ନେଟ୍‌ଓ୍ବାର୍କ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି। 

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ପୃଥିବୀର ୪ ଶହ କୋଟି ଲୋକଙ୍କୁ ମିଳୁନି ପିଇବା ପାଣି: ଭାରତରେ ଏକ ଚତୁର୍ଥାଂଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୧।୩: ଜଳବାୟୁ ପରିବର୍ତ୍ତନ ଏବଂ ପ୍ରଦୂଷଣ ଯୋଗୁ ପୃଥିବୀ ଏବେ ଜଳ ସଙ୍କଟ ଦେଖାଦେଇଛି। ଲୋକଙ୍କୁ ପିଇବା ପାଣି ମିଳୁନି। ପୃଥିବୀର ୪ ଶହ କୋଟି ଲୋକଙ୍କୁ ପିଇବା ପାଇଁ ପାଣି ମିଳୁ ନ ଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି।

ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ

ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ

ଇସଲାମାବାଦ୍‌,୨୧।୩: ବଳାତ୍କାର ବଦଳରେ ବଳାତ୍କାର କରିବାକୁ ଦଣ୍ଡାଦେଶ। ଏହା ଶୁଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ତେବେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପାକିସ୍ତାନ ପଞ୍ଜାବ ପ୍ରଦେଶରେ। 

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନରେ ନୀରବ ମୋଦି ଗିରଫ

ଲଣ୍ଡନ,୨୧-୩: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ରୁ ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କା ଠକିଥିବା ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ନୀରବ ଦୀପକ ମୋଦିଙ୍କୁ ଲଣ୍ଡନରେ ଗିରଫ କରାଯାଇଛି। 

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନରୁ ନୀରବ ମୋଦି ଗିରଫ: ଆସନ୍ତା ୨୯ରେ ପରବର୍ତ୍ତୀ ଶୁଣାଣି

ଲଣ୍ଡନ/ନୂଆଦିଲ୍ଲୀ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ବୁଧବାର ଲଣ୍ଡନ ପୋଲିସ ଗିରଫ କରିଛି। ପୋଲିସ ଗିରଫ କରିବା ପରେ ଭାରତୀୟ ସମୟାନୁସାରେ ତାଙ୍କୁ ସନ୍ଧ୍ୟା ସାଢ଼େ ୫ଟାରେ ଓ୍ବେଷ୍ଟମିନ୍ସଷ୍ଟର ମାଜିଷ୍ଟେଟ କୋର୍ଟରେ ହାଜର କରାଯାଇଥିଲା। 

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ପଳାତକ ନୀରବ ମୋଦି ଲଣ୍ଡନରୁ ଗିରଫ

ଲଣ୍ଡନ,୨୦।୩: ପିଏନ୍‌ବି ଘୋଟାଲାର ମୁଖ୍ୟ ଅଭିଯୁକ୍ତ ପଳାତକ ନୀରବ ମୋଦୀଙ୍କୁ ଗିରଫ କଲା ଲଣ୍ଡନ ପୋଲିସ।  

ଥରିଲା ତୁର୍କୀ

ଥରିଲା ତୁର୍କୀ

ଆଙ୍କ୍ରା,୨୦।୩: ତୁର୍କୀରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ଥିଲା ବୋଲି ୟୁରୋପ ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି। 

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ଆଝାରଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ଅଣ୍ଟା ଭିଡ଼ିଲା ଜର୍ମାନୀ

ନୂଆଦିଲ୍ଲୀ/ବର୍ଲିନ,୨୦।୩: ଆତଙ୍କବାଦୀ ସଂଗଠନ ଜୈଶ୍‌-ଇ-ମହମ୍ମଦ ମୁଖ୍ୟ ମାସୁଦ୍‌ ଆଝାରଙ୍କ ଉପରେ ଦୃଢ଼କାର୍ଯ୍ୟାନୁଷ୍ଠାନ ପାଇଁ ଅଣ୍ଟା ଭିଡ଼ିଛି ଜର୍ମାନୀ। 

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

୨୦୧୮ରେ ଜାତିସଂଘରେ ୨୫୯ ଯୌନଶୋଷଣ ମାମଲା

ଓ୍ବାଶିଂଟନ, ୧୯।୩: ଜାତିସଂଘରେ ୨୦୧୮ରେ ୨୫୯ଟି ଯୌନଶୋଷଣ ମାମଲା ସମ୍ପର୍କରେ ଅଭିଯୋଗ ହୋଇଛି। ୨୦୧୭ ତୁଳନାରେ ଏଭଳି ଘଟଣାରେ ଶତପ୍ରତିଶତ ବୃଦ୍ଧି ହୋଇଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

୧୩୦ ବର୍ଷ ପରେ ଧରାପଡିଲା ସିରିୟଲ କିଲର: ଦେହଜୀବୀଙ୍କୁ କରୁଥିଲା ଟାର୍ଗେଟ

ଲଣ୍ଡନ,୧୯।୩: ୧୮୮୮ରେ ଦେହଜୀବୀଙ୍କୁ ଟାର୍ଗେଟ କରାଯାଇ ହତ୍ୟା କରିବା ସହ ତାଙ୍କ ଶରୀରରୁ ଅଙ୍ଗ କାଢ଼ିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ୧୩୦ ବର୍ଷ ପରେ ସିରିୟଲ କିଲର ‘ଜୈକ ଦ ରିପର’କୁ ଧରିବାର ସଫଳ ହୋଇଛି  ପୋଲିସ।


Model This Week

ଚନ୍ଦନ, ସରିତା, ସୁଶିଲ, ସଙ୍ଘମିତ୍ରା